ମୃତଦେହ ରଖିବାକୁ ମର୍ଚୁରି ନାହିଁ
କାମାକ୍ଷାନଗର, ୩୧।୫(ଡି.ଏନ.ଏ.) ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରେ ମର୍ଚୁରି ନାହିଁ। ଫଳରେ ଅକସ୍ମାତ ମୃତ୍ୟୁ ଘଟୁଥିବା ରୋଗୀ ଏବଂ ପରିଚୟ ନ ଥିବା ମୃତଦେହଗୁଡ଼ିକ ଘଣ୍ଟାଘଣ୍ଟା ଧରି ବାହାରେ ପଡ଼ିରହୁଛି। ଏହାକୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଥିବାବେଳେ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଥିବା…
ତଳ ମୁହାଁ କରୋନା ଗ୍ରାଫ୍: କମିଲା ନୂଆ ଆକ୍ରାନ୍ତ-ମୃତକଙ୍କ ସଂଖ୍ୟା…
ନୂଆଦିଲ୍ଲୀ,୩୧।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଲଗାତାର ୪ ଦିନ ଧରି ୨ ଲକ୍ଷରୁ କମ୍ ରହିଛି। ଗତ ୨୪ ଘଣ୍ଟାରେ…
ଚାଇନାରେ କରୋନା ଉତ୍ପତ୍ତି
ଲଣ୍ଡନ,୩୧ା୫: ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପୃଥିବୀ ପାଇଁ ସବୁଠୁ ଘାତକ ସାବ୍ୟସ୍ତ ହୋଇଥିବା କୋଭିଡ୍-୧୯ ଭୂତାଣୁର ଉତ୍ପତ୍ତିକୁ ନେଇ ଖୋଳତାଡ଼ ଜାରି ରହିଥିବାବେଳେ ବ୍ରିଟେନର ଗବେଷକମାନେ ଏହା ଉପରୁ ପରଦା ହଟାଇଛନ୍ତି। ନୋଭେଲ କରୋନା ଭାଇରସ୍ର କୌଣସି ପୂର୍ବଜ ନାହିଁ। ଚାଇନା…
ରାଜ୍ୟରେ ଆଜି ୮,୩୧୩ ସଂକ୍ରମିତ ଚିହ୍ନଟ:ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୩୧।୫(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ କିଛିଟା କମିବାରେ ଲାଗିଛି। ସୋମବାର ରାଜ୍ୟରେ ୮,୩୧୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୪୬୫୫ ଜଣ କ୍ୱାରାଣ୍ଟାଇନ୍ରେ ଥିଲେ। ବାକି ୩୬୫୮ ଟି ହେଉଛି ଲୋକାଲ କେସ। ଆଜି ଖୋର୍ଦ୍ଧା…
ଜୁନ୍ ୧୭ ପର୍ଯ୍ୟନ୍ତ ବଢିଲା ଲକ୍ଡାଉନ୍
ଭୁବନେଶ୍ୱର,୩୦।୫(ବ୍ୟୁରୋ): ରାଜ୍ୟରେ ପୁଣି ବଢିଲା ଲକ୍ଡାଉନ୍ ଅବଧି। ଜୁନ୍ ୧ରୁ ଜୁନ ୧୭ ପର୍ଯ୍ୟନ୍ତ ଅର୍ଥାତ୍ ୧୬ ଦିନ ସରକାର ଲକଡାଉନ ବଢାଇ ଦେଇଛନ୍ତି। ରବିବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହି ସୂଚନା ଦେଇଛନ୍ତି। ରାଜ୍ୟରେ କରୋନା…
ତାରକା ହୋଟେଲରେ ଭାକ୍ସିନେଶନ ପ୍ୟାକେଜ୍: ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ରର ନିର୍ଦ୍ଦେଶ…
ନୂଆଦିଲ୍ଲୀ,୩୦।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ତେବେ କେତେକ ଘରୋଇ ହସ୍ପିଟାଲ ପକ୍ଷରୁ ନାମିଦାମୀ ତାରକା ହୋଟେଲରେ ଭାକ୍ସିନେଶନ ପ୍ୟାକେଜ୍…
ବିପଦ ଉପରେ ବିପଦ: ଭିଏତ୍ନାମ୍ରେ ନୂଆ ଭାରିଆଣ୍ଟ୍, ତୀବ୍ର ବେଗରେ ବାୟୁରେ ବ୍ୟାପିବ…
ହନୋଇ,୩୦।୫: କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଦ୍ୱିତୀୟ ଲହର ବିପଦ ପରେ ପୁଣି ବିପଦ ମାଡ଼ି ଆସୁଛି। କରୋନାର ନୂଆ ଭାରିଆଣ୍ଟ୍ ଏବେ ଆତଙ୍କ ସୃଷ୍ଟି କରୁଛି। ଭିଏତ୍ନାମ୍ରେ କରୋନାର ଏକ ନୂଆ ଭାରିଆଣ୍ଟ୍ ଚିହ୍ନଟ ହୋଇଛି। ଏନେଇ…
ଚାଇନାରୁ ଭୁବନେଶ୍ୱର ଆସିଲା ଅକ୍ସିଜେନ ସିଲିଣ୍ଡର, ଯାହାକି ଦେଶରେ ପ୍ରଥମ
ଭୁବନେଶ୍ୱର,୩୦ା୫(ବ୍ୟୁରୋ): ଚାଇନାରୁ ରବିବାର ଭୁବନେଶ୍ୱରରେ ଆସି ପହଞ୍ଚିଛି ଅକ୍ସିଜେନ ସିଲିଣ୍ଡର। ଏକ ସ୍ବତନ୍ତ୍ର ବିମାନ ଯୋଗେ ଏହି ଅକ୍ସିଜେନ ସିଲିଣ୍ଡର ସିଧାସଳଖ ଭୁବନେଶ୍ୱରରେ ଆସି ପହଞ୍ଚିଛି। ଯାହାକି ଦେଶରେ ପ୍ରଥମ। ଏନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି, ପଶ୍ଚିମ ଓଡ଼ିଶା ବିକାଶ…
୭ ବର୍ଷରେ ଭାଜପା ସରକାର: ୭୩ ବର୍ଷ ମଧ୍ୟରେ କେନ୍ଦ୍ରରେ ରହିଛି ଦୁର୍ବଳ ସରକାରଙ୍କ ଶାସନ, କହିଲା କଂଗ୍ରେସ …
ନୂଆଦିଲ୍ଲୀ,୩୦।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ସଙ୍କଟ ମଧ୍ୟରେ ଭାଜପା ସରକାର କେନ୍ଦ୍ରରେ ୭ ବର୍ଷ ପୂରଣ କରିଛନ୍ତି। କଂଗ୍ରେସ ପକ୍ଷରୁ ଭାଜପା ସରକାରଙ୍କୁ ଟାର୍ଗେଟ୍ କରାଯାଇଛି। କଂଗ୍ରେସ ରାଷ୍ଟ୍ରୀୟ ପ୍ରବକ୍ତା ରଣଦୀପ୍ ସୁର୍ଜଓ୍ବୋଲା ଏକ ଗଣମାଧ୍ୟମ ସମ୍ମିଳନୀରେ କହିଛନ୍ତି ଯେ,…
ତୃତୀୟ ଲହର ଯୋଗୁ ରାଜଧାନୀରେ ଆତଙ୍କ ସୃଷ୍ଟି ହେବା ଆଶଙ୍କା: ଅକ୍ସିଜେନ୍ ଷ୍ଟକ୍ ଲାଗି ପରାମର୍ଶ …
ନୂଆଦିଲ୍ଲୀ,୩୦।୫: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ରାଜଧାନୀ ଦିଲ୍ଲୀରେ ଦ୍ୱିତୀୟ ଲହର ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଅକ୍ସିଜେନ୍ ଅଭାବ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି। ଏପରିସ୍ଥଳେ ଦେଶରେ ତୃତୀୟ ଲହରର ଆଶଙ୍କା ନେଇ…
କରୋନା ଭଳି ବଡ଼ ଆହ୍ବାନ ଲାଗି ବୃହତ୍ ସଂକଳ୍ପ ଗ୍ରହଣ କରିଛି ଭାରତ: ମୋଦି…
ନୂଆଦିଲ୍ଲୀ,୩୦।୫: ଦେଶରେ କରୋନା ମହାମାରୀ ସହିତ ଲଢ଼େଇ ଜାରି ରହିଛି। କରୋନା ଭଳି ବଡ଼ ଆହ୍ବାନ ଲାଗି ଦେଶ ବୃହତ୍ ସଂକଳ୍ପ ଗ୍ରହଣ କରିଛି। ଦିନରାତି ଦେଶର ଡାକ୍ତର, ନର୍ସ, ସ୍ବାସ୍ଥ୍ୟକର୍ମୀମାନେ ନିଜ ଚିନ୍ତା ନ କରି ଆକ୍ରାନ୍ତଙ୍କ ସେବା କରିବାରେ…
ଗ୍ରାମାଞ୍ଚଳରେ ମାଡୁଛି ଭୂତାଣୁ
ବଇଣ୍ଡା, ୩୦।୫(ଡି.ଏନ.ଏ.) ଶିଳ୍ପ ଜିଲା ଅନୁଗୋଳରେ କରୋନା ସଂକ୍ରମଣ ରେକର୍ଡ କଲାଣି। ପ୍ରଥମେ ସହର ପରେ ଏବେ ଗ୍ରାମାଞ୍ଚଳ ପାଲଟିଛି ଭୂତାଣୁର ହଟ୍ସ୍ପଟ୍। ପଞ୍ଚାୟତର ଘରେ ଘରେ ଉଭୟ ଲକ୍ଷଣ ଏବଂ ଲକ୍ଷଣ ବିହୀନ ରୋଗୀ ଥିବାବେଳେ ଅଧିକାଂଶ ଭୟରେ ପରୀକ୍ଷା କରାଉନାହାନ୍ତି।…
Archives


