ମୃତଦେହ ରଖିବାକୁ ମର୍ଚୁରି ନାହିଁ

କାମାକ୍ଷାନଗର, ୩୧।୫(ଡି.ଏନ.ଏ.) ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରେ ମର୍ଚୁରି ନାହିଁ। ଫଳରେ ଅକସ୍ମାତ ମୃତ୍ୟୁ ଘଟୁଥିବା ରୋଗୀ ଏବଂ ପରିଚୟ ନ ଥିବା ମୃତଦେହଗୁଡ଼ିକ ଘଣ୍ଟାଘଣ୍ଟା ଧରି ବାହାରେ ପଡ଼ିରହୁଛି। ଏହାକୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଥିବାବେଳେ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
ଢେଙ୍କାନାଳ ଜିଲାର ପ୍ରମୁଖ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ମଧ୍ୟରେ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟ ଅନ୍ୟତମ। ଏହା ଉପରେ କଙ୍କଡ଼ାହାଡ଼, ଭୁବନ ସମେତ ବହୁ ଗ୍ରାମାଞ୍ଚଳର ଶତାଧିକ ଜନସାଧାରଣ ନିର୍ଭର କରିଥାନ୍ତି। ବିଶେଷ କରି ହାତୀ ଆକ୍ରମଣର ଶିକାର ହେଲେ କିମ୍ବା ଦୁର୍ଘଟଣା ଘଟିଲେ ରୋଗୀ ଏଠାକୁ ବୁହା ହୋଇ ଆସିଥାଆନ୍ତି। ସେହିପରି କଙ୍କଡ଼ାହାଡ଼ ଭଳି ଆଦିବାସୀ ଅଧ୍ୟୁଷିତ ବ୍ଲକର ଗର୍ଭବତୀ, ପ୍ରସୂତିଙ୍କ ଲାଗି କାମାକ୍ଷାନଗର ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ର ଆଶା ଭରସା ପାଲଟିଛି। ହେଲେ ଚିକିତ୍ସାଳୟରେ ମୃତଦେହ ସଂରକ୍ଷଣ ଲାଗି ସ୍ବତନ୍ତ୍ର ଗୃହ ନ ଥିବାରୁ ଅଧିକାଂଶ ସମୟରେ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହେଉଛି। କୌଣସି କାରଣରୁ ରୋଗୀଙ୍କ ମୃତ୍ୟୁ ହେଲେ କେତେବେଳେ ଡାକ୍ତରଖାନା ବାରଣ୍ଡାରେ ତ ଆଉ କେବେ ଗଛମୂଳେ ରଖାଯାଉଛି। ଅନେକ ସମୟରେ ଡ୍ରେସିଂ ରୁମ୍‌ ନିକଟରେ ମୃତଦେହ ଦିନ ଦିନ ଧରି ରହିବା ଫଳରେ ପୂତ୍ତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। କରୋନା ସମୟରେ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଉପରେ ସରକାର ଗୁରୁତ୍ୱ ଦେଉଥିବାବେଳେ ଏଠାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ସେହିପରି ଅଚିହ୍ନା ମୃତଦେହଗୁଡ଼ିକ ତୁରନ୍ତ ଚିହ୍ନଟ ହୋଇ ନ ପାରିଲେ ଡାକ୍ତରଖାନା କର୍ତ୍ତୃପକ୍ଷ ପୋଲିସ ସହାୟତାରେ ପୋତି ଦେଉଛନ୍ତି। ପରିବାର ଲୋକେ ଆସିବା ପରେ ପୁନର୍ବାର ଖୋଳାଯାଇ ଶବ ବାହାର କରାଯାଉଛି, ଯାହାକୁ ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ସମେତ ମୃତକଙ୍କ ସମ୍ପର୍କୀୟ ନାହିଁ ନ ଥିବା ହଇରାଣ ହେଉଛନ୍ତି। ଅପରପକ୍ଷେ ଶବଗୁଡ଼ିକ ଏଣେତେଣେ ରଖାଯିବା ଦ୍ୱାରା ରୋଗୀ ଏବଂ କୋମଳମତି ଶିଶୁଙ୍କ ମନରେ ଭୟ ସୃଷ୍ଟି ହେଉଛି। ଯନ୍ତ୍ରାଂଶ, ଉପକରଣ ଥିବା ସତ୍ତ୍ୱେ ଆବଶ୍ୟକ ଭିତ୍ତିଭୂମି ଅଭାବରୁ ଡାକ୍ତରଖାନା ପରିସରରେ ମର୍ଚୁରି କାର୍ଯ୍ୟକ୍ଷମ ହୋଇପାରୁନାହିଁ। ଗତ ଶନିବାର ଡାକ୍ତରଖାନାରେ ବିଭିନ୍ନ କାରଣରୁ ୪ଜଣଙ୍କ ମୃତ୍ୟୁ ଘଟିଥିଲା। ତନ୍ମଧ୍ୟରୁ ୩ ମୃତଦେହ ଡ୍ରେସିଂ ରୁମ ସମ୍ମୁଖରେ ଥିବା ୩ଟି ଶଯ୍ୟାରେ ରଖାଯାଇଥିଲା। ଅନ୍ୟ ଗୋଟିଏ ଡାକ୍ତରଖାନା କ୍ୟାମ୍ପସରେ ଥିବା ଏକ ଗଛମୂଳେ ରଖାଯାଇଥିଲା। ମୃତଦେହଗୁଡ଼ିକ ଏଭଳି ରଖାଯିବା ଦ୍ୱାରା କର୍ମଚାରୀ ଏବଂ ରୋଗୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା।
ସୂଚନାଯୋଗ୍ୟ, କାମାକ୍ଷାନଗରରେ ୧୮୫୬ରେ ଏକ ଚାଳ ଘରେ ପ୍ରଥମେ ଡାକ୍ତରଖାନା ଆରମ୍ଭ ହୋଇଥିଲା, ଯାହା ଏବେକାର ଚିକିତ୍ସାଳୟଠାରୁ ୩୦ ମିଟର ଦୂରରେ ଅବସ୍ଥିତ ଥିଲା। ତେବେ ଉକ୍ତ ସ୍ଥାନକୁ କେତେଜଣ ମୁଷ୍ଟିମେୟ ଲୋକ ଜବରଦଖଲରେ ରଖିଛନ୍ତି। ୧୯୨୬ରେ ନୂତନ ଡାକ୍ତରଖାନାର କୋଠା ସ୍ଥାପିତ ହୋଇଥିଲା। ଇତିମଧ୍ୟରେ ସ୍ବାସ୍ଥ୍ୟକେନ୍ଦ୍ରର କଳେବର ବଦଳିଛି। ପ୍ରତିବର୍ଷ ଭିତ୍ତିଭୂମି ବିକାଶ ନାମରେ ବହୁ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଡାକ୍ତରଖାନାର ବଡ଼ ଆବଶ୍ୟକତା ‘ମର୍ଚୁରି’ ନିର୍ମାଣ ନ ହେବା ଜନଅସନ୍ତୋଷ ବଢ଼ାଉଛି।

ଦୀର୍ଘଦିନର ସମସ୍ୟା
କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଶବ ସଂରକ୍ଷଣ ଗୃହ ନ ଥିବା ସମସ୍ୟା ଦୀର୍ଘଦିନର। ଉପଯୁକ୍ତ ସ୍ଥାନ ନ ଥିବାରୁ ଏହା ହୋଇପାରୁନାହିଁ। ମୃତଦେହ ସଂରକ୍ଷଣ କରି ରଖାଯିବା ସୁବିଧା ନ ଥିବାରୁ ତୁରନ୍ତ ବ୍ୟବଚ୍ଛେଦ ଲାଗି ପଠାଇବାକୁ ପଡୁଛି। କରୋନା ସମୟରେ କାର୍ଯ୍ୟ ଚାପ ଭିତରେ ଅସୁବିଧା ଅନୁଭବ କରୁଛୁ।
-ଡା. ରତ୍ନାକର ସାମଲ, ଉପଖଣ୍ଡ ଚିକିତ୍ସାଧିକାରୀ

ଇଚ୍ଛାଶକ୍ତିର ଅଭାବ
କାମାକ୍ଷାନଗର ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଇଚ୍ଛାଶକ୍ତି ଅଭାବରୁ ‘ମର୍ଚୁରି’ କାର୍ଯ୍ୟକ୍ଷମ ହେଉନାହିଁ। ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଅନେକ ଗୃହ ଅବ୍ୟବହୃତ ହୋଇ ପଡ଼ିଛି। ସେଥିରୁ ଗୋଟିଏକୁ ଶବ ସଂରକ୍ଷଣ ଗୃହ କରାଯାଇପାରିବ। ପ୍ରଶାସନ ଏବଂ ଡାକ୍ତରଖାନା କର୍ତ୍ତୃପକ୍ଷ ଚାହିଁଲେ ଏହା ସମ୍ଭବ।
-ରଶ୍ମିରଞ୍ଜନ ଦାସ, ଅଧ୍ୟାପକ

ଯନ୍ତ୍ରପାତି ଖତ ଖାଉଛି
କାମାକ୍ଷାନଗର ଡାକ୍ତରଖାନାରେ ଡାକ୍ତରଙ୍କ ଅଭାବଠାରୁ ଆରମ୍ଭ କରି ଅନେକ ସମସ୍ୟା ଲାଗିରହିଛି। କେବଳ ବଡ଼ ବଡ଼ କୋଠା ନିର୍ମାଣ ହେଉଛି। କିନ୍ତୁ ଆବଶ୍ୟକ ଯନ୍ତ୍ରପାତି କି କର୍ମଚାରୀ ନାହାନ୍ତି। କାର୍ଯ୍ୟକ୍ଷମ ହୋଇପାରି ନ ଥିବା ଯନ୍ତ୍ରପାତି ଖତ ଖାଉଛି।
-ଆର୍ଶାଦ ଅହମ୍ମଦ, ସାମାଜିକ କର୍ମୀ

ପରିତାପର ବିଷୟ
କାମାକ୍ଷାନଗର ଉପଖଣ୍ଡରେ ଶବ ସଂରକ୍ଷଣ ଗୃହ ନ ଥିବା ପରିତାପର ବିଷୟ। ରାଜନୈତିକ ଇଚ୍ଛାଶକ୍ତିର ଅଭାବରୁ ପ୍ରଶାସନିକ ଅଧିକାରୀମାନେ କାର୍ଯ୍ୟରେ ଅବହେଳା କରୁଛନ୍ତି। ପ୍ରଶାସନ ଦୃଷ୍ଟି ଦେଇ ସମସ୍ୟାର ତୁରନ୍ତ ସମାଧାନ କରିବା ଜରୁରୀ।
-ଡ. ଆଶୁତୋଷ ପାଣିଗ୍ରାହୀ, ଅନ୍ତର୍ଜାତୀୟ ଚିତ୍ରଶିଳ୍ପୀ


Enter your email to get our daily news in your inbox.

All Right Reserved By Dharitri.Com

ନବୀନଙ୍କ ଲୁଙ୍ଗିକୁ ନେଇ ରାଜନୀତିରେ ଝଡ଼, ଧର୍ମେନ୍ଦ୍ର କହିଲେ…

ଭୁବନେଶ୍ୱର,୨୩।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri