କରୋନା ଭଳି ବଡ଼ ଆହ୍ବାନ ଲାଗି ବୃହତ୍‌ ସଂକଳ୍ପ ଗ୍ରହଣ କରିଛି ଭାରତ: ମୋଦି…

ନୂଆଦିଲ୍ଲୀ,୩୦।୫: ଦେଶରେ କରୋନା ମହାମାରୀ ସହିତ ଲଢ଼େଇ ଜାରି ରହିଛି। କରୋନା ଭଳି ବଡ଼ ଆହ୍ବାନ ଲାଗି ଦେଶ ବୃହତ୍‌ ସଂକଳ୍ପ ଗ୍ରହଣ କରିଛି। ଦିନରାତି ଦେଶର ଡାକ୍ତର, ନର୍ସ, ସ୍ବାସ୍ଥ୍ୟକର୍ମୀମାନେ ନିଜ ଚିନ୍ତା ନ କରି ଆକ୍ରାନ୍ତଙ୍କ ସେବା କରିବାରେ ବ୍ୟସ୍ତ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୭ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ରବିବାର ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି। କରୋନା ଲଢ଼େଇରେ ଦେଶବାସୀ ଏକଜୁଟ ହୋଇ ସମ୍ପୂର୍ଣ୍ଣ ଶକ୍ତି ଲଗାଇ ଦେଇଥିବା ସେ କହିଛନ୍ତି। ଜନସାଧାରଣ ସାହସ, ଧର୍ଯ୍ୟ ଏବଂ ଅନୁଶାସନର ସହିତ କରୋନାକୁ ହରାଇବାର ଉଦ୍ୟମ ଜାରି ରଖିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। କରୋନା ଲଢ଼େଇ ସମୟରେ ବହୁ ରାଜ୍ୟରେ ବନ୍ୟା, ବାତ୍ୟା, ଭୂକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟ ଘଟିଛି। ତେବେ ଏସବୁ ଦ୍ୱାରା ଦେଶବାସୀଙ୍କ ସାହାସ କମିନି ବରଂ ବିଢ଼ିଛି। ସଙ୍କଟ ବିରୋଧରେ ଲଢ଼େଇ କରିବା ଲାଗି ଦେଶବାସୀଙ୍କୁ ପ୍ରେରଣା ମିଳିଛି। ଗତ ୧୦୦ବର୍ଷ ମଧ୍ୟରେ ସବୁଠାରୁ ବଡ଼ ମହାମାରୀ ଦେଶରେ ଦେଖାଦେଇଛି। ଏହା ବିରୋଧରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଜନାବଦ୍ଧ ଭାବେ ରଣନୀତି ପ୍ରସ୍ତୁତ କରାଯାଇଛି। ଦେଶର ସଙ୍କଟ ସମୟରେ ନିଜର ରୁଟିନ୍‌ କାମ ଛାଡ଼ି ଜଳ,ସ୍ଥଳ ଏବଂ ବାୟୁସେନା ଦୃଢ଼ ଚଟାଣ ଭଳି ଜନସାଧାରଣଙ୍କ ପାଖରେ ଛିଡ଼ା ହୋଇଛନ୍ତି। ଏହା ଅତ୍ୟନ୍ତ ପ୍ରଶଂସା ଯୋଗ୍ୟ କାର୍ଯ୍ୟ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୮ ପାକିସ୍ତାନୀଙ୍କୁ ମିଳିଲା ଭାରତର ନାଗରିକତା

ନୂଆଦିଲ୍ଲୀ,୩୧।୧୨: ରାଜସ୍ଥାନର କୋଟା ସହରରେ ରହୁଥିବା ୮ ପାକିସ୍ତାନୀଙ୍କୁ ଭାରତର ନାଗରିକତା ମିଳିଛି। ଗତ ୨୦୦୦ମସିହାରୁ ଏମାନେ ରାଜସ୍ଥାନରେ ରହୁଥିବା ବେଳେ ଜିଲା ପ୍ରଶାସନ ପକ୍ଷରୁ...

ରାଜଧାନୀ ଭୁବନେଶ୍ୱରରୁ ଚିହ୍ନଟ ହେଲେ ୩୨୯ ନୂଆ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ୨୯।୯: ରାଜଧାନୀ ଭୁବନେଶ୍ୱରରୁ ମଙ୍ଗଳବାର ଆଉ ୩୨୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଟୁଇଟ୍‌...

ଭାରତ ବନ୍ଦ: ହକ୍‌ ପାଇଁ ଗର୍ଜୁଛନ୍ତି ଚାଷୀ

ନୂଆଦିଲ୍ଲୀ,୮।୧୨: ନୂଆ କୃଷି ଆଇନ ବିରୋଧରେ ବିଭିନ୍ନ ଚାଷୀ ସଂଗଠନ ଆଜି ‘ଭାରତ ବନ୍ଦ’ ଡାକରା ଦେଇଛନ୍ତି। ଏହି ଅବସରରେ ସକାଳୁ ଦେଶର ବିଭିନ୍ନ ସ୍ଥାନରେ...

ଉତ୍ତରପୂର୍ବାଞ୍ଚଳ ପରିଷଦ ଅଧିବେଶନରେ ସ୍ପଷ୍ଟ କଲେ ସ୍ବରାଷ୍ଟ୍ରମନ୍ତ୍ରୀ : ବଦଳିବନି ଅନୁଚ୍ଛେଦ ୩୭୧

ଗୁଆହାଟୀ,୯ା୯(ପି.ଟି./ଆଇଏଏନ୍‌ଏସ୍‌): ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡ଼ିକୁ ସ୍ବତନ୍ତ୍ର ସୁବିଧା ସୁଯୋଗ ଯୋଗାଇଦେଉଥିବା ସମ୍ବିଧାନର ଅନୁଚ୍ଛେଦ ୩୭୧ରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ...

ଦେଶରେ ଇଡ଼ି ଆତଙ୍କ, ସରକାର ଭାଙ୍ଗିବା ପାଇଁ ହେଉଛି ବ୍ୟବହୃତ, ଗେହଲଟଙ୍କ କଟାକ୍ଷ…

ଜୟପୁର, ୨୭।୭ : କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ଇଡି ପ୍ରଶ୍ନକୁ ବିରୋଧ କରି କଂଗ୍ରେସର ସତ୍ୟାଗ୍ରହ ଚାଲିଛି। ଏ ସମ୍ପର୍କରେ କଂଗ୍ରେସ ନେତା ତଥା...

ଜମ୍ମୁ କଶ୍ମୀର ବଡଗାମରେ ଏନକାଉଣ୍ଟର: ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର,୨୮।୬: ଜମ୍ମୁ କଶ୍ମୀରର ବଡଗାମ ଜିଲାରେ ଶୁକ୍ରବାର ସକାଳେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା...

କେନ୍ଦ୍ର ସରକାର ପେଟ୍ରୋଲ-ଡିଜେଲ ଶୁଳ୍କରୁ ୬ ବର୍ଷରେ ଆୟ କରିଛନ୍ତି ୧୬ ଲକ୍ଷ କୋଟି…

ନୂଆଦିଲ୍ଲୀ,୨୨।୭ : ଆମ ଆଦମୀ ପାର୍ଟିର ନେତା ତଥା ରାଜ୍ୟ ସଭା ଏମ୍‌ପି ରାଘବ ଚଢ଼ା କହିଛନ୍ତି ଯେ ମୁଁ ପ୍ରଶ୍ନ ପଚାରିଥିଲି ଯେ ୬...

ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସାଙ୍ଗରେ ଲାଗିଲା ମୋଦି- ଅମିତ ଶାହଙ୍କ ପୋଷ୍ଟର: ବଢ଼ିଲା ରାଜନୈତିକ ଉଷ୍ମତା

ଭୋପାଳ,୧୧।୧୦: ମଧ୍ୟପ୍ରଦେଶ କଂଗ୍ରେସରେ ରାଜନୈତିକ ଦଳ ମଧ୍ୟରେ କିଛି ସମୟ ଧରି କନ୍ଦଳ ଚାଲିଥିବା ବେଳେ ପୂର୍ବତନ ଏମ୍‌ପି ତଥା କଂଗ୍ରେସର ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ...

Advertisement
Archives

Model This Week