Home Middle

ଶହୀଦ୍‌ ସନ୍ତୋଷ ବାବୁଙ୍କୁ ମହାବୀର ଚକ୍ର ସମ୍ମାନ…

ନୂଆଦିଲ୍ଲୀ,୨୩।୧୧: ଲଦାଖ ସେକ୍ଟରର ଗଲୱାନ ଘାଟିରେ ଚାଇନା ସୈନ୍ୟଙ୍କ ସହିତ ସଂଘର୍ଷରେ ଶହୀଦ୍‌ ହୋଇଥିବା କର୍ନଲ ସନ୍ତୋଷ ବାବୁଙ୍କୁ ମଙ୍ଗଳବାର ମହାବୀର ଚକ୍ରରେ ସମ୍ମାନିତ କରାଯାଇଛି। ତାଙ୍କ ମାତା ଓ ସ୍ତ୍ରୀଙ୍କୁ ରାଜ ଭବନରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଏହି…

ଅନ୍ତର୍ଜାତୀୟ ବିମାନ ବନ୍ଦର ସଂଖ୍ୟାରେ ବି ଉତ୍ତରପ୍ରଦେଶ ଏକ ନମ୍ବର ସ୍ଥାନରେ…

ଲକ୍ଷ୍ନୌ,୨୩।୧୧: ଉତ୍ତରପ୍ରଦେଶର ଜଓ୍ବେର ବିମାନ ବନ୍ଦରର ଭିତ୍ତିପ୍ରସ୍ତର ସ୍ଥାପନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଭେମ୍ବର ୨୫ରେ କରିବେ। ଏହା ରାଜ୍ୟର ପଞ୍ଚମ ଅନ୍ତର୍ଜାତୀୟ ବିମାନବନ୍ଦର ହେବ। ପୂର୍ବରୁ ଏକ୍ସପ୍ରେସ୍‌ ଓ୍ବେ ନିର୍ମାଣରେ ଉତ୍ତରପ୍ରଦେଶ ଆଗରେ ଥିଲା। ଏବେ ବିମାନବନ୍ଦର କ୍ଷେତ୍ରରେ ମଧ୍ୟ…

ଆଇଆଇଟିରେ ଛାତ୍ରଙ୍କ ଆଡମିଶନ ପାଇଁ ସ୍ବତନ୍ତ୍ର ଅଧିକାରର ପ୍ରୟୋଗ କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୨୩।୧୧: ଆଇଆଇଟି ବମ୍ବେରେ ଜଣେ ଏସ୍‌ସି ଛାତ୍ରଙ୍କ ଆଡମିଶନ ନେଇ ସୁପ୍ରିମକୋର୍ଟ ନିଜର ସ୍ବତନ୍ତ୍ର ଅଧିକାର ପ୍ରୟୋଗ କରିଛନ୍ତି। ଛାତ୍ରଙ୍କୁ ୪୮ ଘଣ୍ଟା ମଧ୍ୟରେ ଆଡମିଶନ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସମ୍ବିଧାନର ଧାରା ୧୪୨ ଅନୁଯାୟୀ ଶୀର୍ଷକୋର୍ଟଙ୍କୁ ଦିଆଯାଇଥିବା ସ୍ବତନ୍ତ୍ର…

ଯୁବ ସମ୍ମିଳନୀର ଆକର୍ଷଣ

‘ଧରିତ୍ରୀ’ ପକ୍ଷରୁ ଆସନ୍ତା ୨୪ତାରିଖରେ ଭୁବନେଶ୍ୱରଠାରେ ଯୁବ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ‘କ୍ଲାଇମେଟ୍‌ ଚେଞ୍ଜ: ଫୋକସ୍‌ ଓଡ଼ିଶା’ ବିଷୟବସ୍ତୁ ଉପରେ ଆଧାରିତ ଏହି ସମ୍ମିଳନୀରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଉଛନ୍ତି। ସେମାନେ ସ୍ବକୀୟ ପ୍ରତିଭା ଓ କାର୍ଯ୍ୟ ଦକ୍ଷତା ପାଇଁ…

ମୁମ୍ବାଇ ଆତଙ୍କବାଦୀ ବିସ୍ଫୋରଣ ପରେ ମନମୋହନ ସରକାରଙ୍କୁ ପାକିସ୍ତାନ ବିରୋଧରେ ବଡ଼ ପଦକ୍ଷେପ ଗ୍ରହଣ କରିବା ଉଚିତ ଥିଲା…

ନୂଆଦିଲ୍ଲୀ,୨୩।୧୧: କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମନୀଷ ତିଓ୍ବାରୀ ୨୦୦୮ ମୁମ୍ବାଇ ଆକ୍ରମଣ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ମନୀଷ ତତ୍କାଳୀନ ମନମୋହନ ସରକାରଙ୍କୁ ଘେରିଛନ୍ତି। ଏହି ଆକ୍ରମଣ ପରେ ସରକାର ପାକିସ୍ତାନ ଉପରେ କଡା…

ଶିଶୁଙ୍କ ସହିତ ଓରାଲ ଯୌନ ସମ୍ପର୍କ ଗୁରୁତର ଅପରାଧ ନୁହେଁ, ହାଇକୋର୍ଟଙ୍କ ରାୟ ନେଇ ବିବାଦ…

ଆହ୍ଲାବାଦ୍‌,୨୩।୧୧: ଶିଶୁଙ୍କ ସହିତ ଓରାଲ ଯୌନ ସମ୍ପର୍କ ମାମଲାରେ ଆହ୍ଲାବାଦ ହାଇକୋର୍ଟ ଏକ ବିବାଦୀୟ ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ, ଯୌନ ସମ୍ପର୍କକୁ ’ଗୁରୁତର ଅପରାଧ ଭାବେ ଗ୍ରହଣ କରାଯାଇ ପାରିବ ନାହିିଁ। ଏହା ସହିତ କୋର୍ଟ ଦୋଷୀ ସାବ୍ୟସ୍ତ…

ଅଟଳ ବିହାରୀଙ୍କ ନାମରେ ନାମିତ ହେବ ଯମୁନା ଏକ୍ସପ୍ରେସ ୱେ…

ନୋଏଡା,୨୩।୧୧: ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ  ଯୋଗୀ ଆଦିତ୍ୟନାଥ ସରକାର ଯମୁନା ଏକ୍ସପ୍ରେସ ୱେର ନାମ ପରିବର୍ତ୍ତନ କରିବାକୁ ଯୋଜନା କରୁଛନ୍ତି। ଦୁଇ ଦିନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗ୍ରେଟର ନୋଏଡାକୁ ଜୁଆର ବିମାନବନ୍ଦରର ଭୁମି ପୂଜନ କରିବା ପାଇଁ ଆସୁଛନ୍ତି। ଏହି…

ଦୈନିକ ସଂକ୍ରମଣ ୮ ହଜାରରୁ କମ୍‌…

ନୂଆଦିଲ୍ଲୀ,୨୩।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ୮ ହଜାର ତଳେ ରହିଛି। ଗୋଟିଏ ଦିନ ପୂର୍ବରୁ ଏହା ୯ ହଜାର ତଳେ ଥିଲା। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୭ ହଜାର ୫୭୯ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।…

କ୍ଷମା ନୁହେଁ, ସମାଧାନ ଚାହୁଁ

ଲକ୍ଷ୍ନୌ, ୨୩।୧୧: ବିବାଦୀୟ ୩ କୃଷି ଆଇନ ପ୍ରତ୍ୟାହାର ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘୋଷଣା ସତ୍ତ୍ୱେ ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍‌କେଏମ୍‌) ପକ୍ଷରୁ ସୋମବାର ଲକ୍ଷ୍ନୌରେ କିଷାନ ମହାପଞ୍ଚାୟତ ଅନୁଷ୍ଠିତ ହୋଇଯାଇଛି। ଆନୁଷ୍ଠାନିକ ଭାବେ ଆଇନ ପ୍ରତ୍ୟାହାର ନ ହେବା…

ସିଂହଭୂମ ପୃଥିବୀର ପ୍ରଥମ ବେଳାଭୂମି

ସିଂହଭୂମ, ୨୩ା୧୧: ପୃଥିବୀର ସର୍ବପୁରାତନ ଇତିହାସ ମଧ୍ୟରୁ ସବୁଠୁ ଅଧିକ ରହସ୍ୟ ଓ ରୋମାଞ୍ଚକର କଥା ହେଉଛି କିପରି ଏବଂ କେବେ ପୃଥିବୀ ପ୍ରଥମ ଥର ପାଇଁ ପାଣି ଭିତରୁ ବାହାରିଥିଲା। ଟେକ୍ଟୋନିକ୍‌ ପ୍ଲେଟ୍‌ ଗତିବିଧି ଯୋଗୁ ଜଳମଗ୍ନ ପୃଥିବୀରୁ ମହାଦ୍ୱୀପଗୁଡ଼ିକ…

ଏମ୍‌ଏସ୍‌ପି ଗ୍ୟାରେଣ୍ଟି ଆଇନ ସଭିଙ୍କୁ ବାଧିବ

ନୂଆଦିଲ୍ଲୀ,୨୩।୧୧: କୃଷିଜାତ ଶଷ୍ୟ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଗ୍ୟାରେଣ୍ଟି ଆଇନ ଆସିଲେ ଭାରତୀୟ ଅର୍ଥନୀତି ନିଶ୍ଚିତ ଭାବେ ପ୍ରଭାବିତ ହେବ। ଏଭଳି କହିଛନ୍ତି କୃଷି ଆଇନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟି ସଦସ୍ୟ ଅନିଲ ଘାନଓ୍ବତ। ୩…

୩ କୃଷି ଆଇନ ଖାରଜ ପାଇଁ ଅଣାଯିବ ବିଲ୍‌

ନୂଆଦିଲ୍ଲୀ,୨୨।୧୧: ୩ ବିବାଦୀୟ କୃଷି ଆଇନକୁ ଖାରଜ କରିବା ପାଇଁ ଏକ ବିସ୍ତୃତ ବିଲ ଅଣାଯିବ। କେନ୍ଦ୍ର ସରକାର ଏହି ବଲ୍‌କୁ ପ୍ରସ୍ତୁତ ହେବା ପରେ ସଂସଦରେ ପାରିତ ହେବ ବୋଲି ସୂତ୍ରରୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ କୃଷି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri