ଏଲ୍ଓସି ନିକଟରେ ଗ୍ରେନେଡ୍ ବିସ୍ଫୋରଣ, ଜଣେ ଅଧିକାରୀଙ୍କ ସମେତ ଜେସିଓ ଶହୀଦ୍…
ଶ୍ରୀନଗର,୧୮।୭ : ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲାର ମେଣ୍ଢର ସେକ୍ଟରରେ ଏଲଓସି ନିକଟରେ ଯବାନମାନେ ଡ୍ୟୁଟି କରୁଥିବା ସମୟରେ ହଠାତ୍ ଏକ ଗ୍ରେନେଡ ବିସ୍ଫୋରଣ ଘଟିଛି। ଏହି ଘଟଣାରେ ଜଣେ ଅଧିକାରୀଙ୍କ ସମେତ ଜେସିଓ ଶହୀଦ ହୋଇଛନ୍ତି। ଏହି ବିସ୍ଫୋରଣରେ କେତେକ ଯବାନ…
ପ୍ରଥମ ବନ୍ୟାଜଳ ଛାଡ଼ିଲା ହୀରାକୁଦ
ସମ୍ବଲପୁର,୧୮ା୭(ବ୍ୟୁରୋ): ସୋମବାର ପୂର୍ବାହ୍ନ ୧୧ଟାରେ ହୀରାକୁଦ ଚଳିତବର୍ଷର ପ୍ରଥମ ବନ୍ୟାଜଳ ଛାଡ଼ିଛି। ଫଳରେ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ପ୍ରଥମେ ୭ ନଂ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ସୂଚନାଯୋଗ୍ୟ, ହୀରାକୁଦ ଡ୍ୟାମ୍ରେ ଉପର ମୁଣ୍ଡରେ…
ସୋମବାରୀ ପୂଜା ସମୟରେ ଦଳାଚକଟା, ୨ ମହିଳାଙ୍କ ମୃତ୍ୟୁ…
ସିଓ୍ବାନ,୧୮।୭ : ଶ୍ରାବଣ ମାସର ପ୍ରଥମ ସୋମବାରରେ ବିହାରରେ ଏକ ବଡ ଦୁର୍ଘଟଣା ଘଟିଛି । ଏହି ଘଟଣା ସିୱାନରେ ଏକ ମନ୍ଦିରରେ ଘଟିଥିବାବେଳେ ଏଥିରେ ଦୁଇ ମହିଳାଙ୍କର ମୃତ୍ୟୁ ଘଟିଛି। ଐତିହାସିକ ମହେନ୍ଦ୍ରନାଥ ମନ୍ଦିରରେ ସୋମବାରୀ ପୂଜା ପାଇଁ ପ୍ରବେଶ…
ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ କଲେ ମୁଖ୍ୟମନ୍ତ୍ରୀ…
ଭୁବନେଶ୍ୱର,୧୮।୭(ବ୍ୟୁରୋ) : ଦେଶର ୧୫ ତମ ରାଷ୍ଟ୍ରପତି ଚୟନ ପାଇଁ ମତଦାନ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନରେ ମତଦାନ କରିଛନ୍ତି। ଏହି ଭୋଟିଂ ପ୍ରକ୍ରିୟାରେ ମୋଟ ୪୮୦୦ ନିର୍ବାଚିତ ଏମ୍ପି ଏବଂ ବିଧାୟକ ଅଂଶଗ୍ରହଣ କରୁଛନ୍ତି। ନିର୍ବାଚନରେ ଏନଡିଏ…
ରାଷ୍ଟ୍ରପତି ନିର୍ବାଚନ, ମତଦାନ କଲେ ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ,୧୮।୭ : ଦେଶର ୧୫ ତମ ରାଷ୍ଟ୍ରପତି ଚୟନ ପାଇଁ ମତଦାନ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ନିର୍ବାଚନରେ ମତଦାନ କରିଛନ୍ତି। ଏହି ଭୋଟିଂ ପ୍ରକ୍ରିୟାରେ ମୋଟ ୪୮୦୦ ନିର୍ବାଚିତ ଏମ୍ପି ଏବଂ ବିଧାୟକ ଅଂଶଗ୍ରହଣ କରୁଛନ୍ତି। ନିର୍ବାଚନରେ ଏନଡିଏ…
ସଂସଦ ଏକ ତୀର୍ଥକ୍ଷେତ୍ର, କହିଲେ ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ,୧୮।୭ : ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏମ୍ପିମାନଙ୍କୁ ସହଯୋଗ ପାଇଁ ନିବେଦନ କରିଛନ୍ତି। ଏହି ଅଧିବେଶନ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ବାହାରେ ଗରମ କମୁଛି। ତେବେ ଜଣାନାହିଁ ଅଧିବେଶନରେ କ’ଣ ହେବ। ପ୍ରଧାନମନ୍ତ୍ରୀ…
ଶୋଭାବର୍ଦ୍ଧକ ଅବା ରାଜନୈତିକ ନୁହେଁ ରାଜ୍ୟପାଳଙ୍କ ପଦବୀ, କହିଲେ ଉପରାଷ୍ଟ୍ରପତି…
ନୂଆଦିଲ୍ଲୀ,୧୮।୭ : ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ତାଙ୍କ କାର୍ଯ୍ୟକାଳ ଶେଷ ହେବାର ପ୍ରାୟ ଏକ ମାସ ପୂର୍ବରୁ ରାଜ୍ୟପାଳମାନଙ୍କୁ ରାଜ୍ୟମାନଙ୍କ ପାଇଁ ମାର୍ଗଦର୍ଶକ ଭାବରେ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି ଯେ ରାଜ୍ୟପାଳଙ୍କ ପଦବୀ ଶୋଭାବର୍ଦ୍ଧକ ଅବା ରାଜନୈତିକ…
ସକ୍ରିୟ ମାମଲା ଲକ୍ଷେ ୪୪ ହଜାର ଟପିଲା …
ନୂଆଦିଲ୍ଲୀ, ୧୮।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ…
ଘରେ ବିସ୍ଫୋରକ ଗୋଦାମର ପର୍ଦ୍ଦାଫାଶ୍…
ଜୟପୁର,୧୮।୭ : ରାଜସ୍ଥାନ ଜୟପୁର ପୋଲିସ କମିଶନରଙ୍କ କ୍ରାଇମ ବ୍ରାଞ୍ଚ ଟିମ ବେଆଇନ ବିସ୍ଫୋରକ ସାମଗ୍ରୀର ଏକ ଗୋଦାମ ଠାବ କରିବାରେ ସଫଳ ହୋଇଛି। ଜୟପୁରର ପଶ୍ଚିମ ଜିଲାର ହରମାଡା ଅଞ୍ଚଳରେ ଥିବା ଏକ ଆବାସିକ ଘରେ ଚଢ଼ାଉ କରିବା ପରେ…
ଆଜି ଶ୍ରାବଣର ପ୍ରଥମ ସୋମବାର: ବିଭିନ୍ନ ଶୈବପୀଠରେ କାଉଡ଼ିଆଙ୍କ ପ୍ରବଳ ଭିଡ଼
ଭୁବନେଶ୍ୱର,୧୮।୭(ବ୍ୟୁରୋ): ଆଜି ଶ୍ରାବଣର ପ୍ରଥମ ସୋମବାର। କାଉଡିଆଙ୍କ ବୋଲ ବମ୍ ହର୍ ହର୍ ବମ୍, ଭୋଲା ବାବା ପାର୍ କରେଗା…ଧ୍ୱନିରେ ପ୍ରକମ୍ପିତ ହୋଇଛି ଶୈବପୀଠ। ଦୀର୍ଘ ୨ବର୍ଷ କରୋନା କଟକଣା ପରେ ଚଳିତବର୍ଷ ଅନୁଷ୍ଠିତ ହେଉଛି ବୋଲବମ୍ ଯାତ୍ରା। ପାଣି ଢ଼ାଳିବା…
ଶପିଂ ମଲରେ ଗୁଳିକାଣ୍ଡ,ସନ୍ଦିଗ୍ଧଙ୍କ ସମେତ ୪ ଜଣଙ୍କ ମୃତ୍ୟୁ…
ଓ୍ବାଶିଂଟନ,୧୮।୭ : ଆମେରିକାରେ ବନ୍ଧୁକ ସଂସ୍କୃତି ଯୋଗୁ ବିଭିନ୍ନ ସମୟରେ ଗୁଳିକାଣ୍ଡ ଘଟଣା ଘଟିବାରେ ଲାଗିଛି। ଏଭଳି ଘଟଣା ଧୀରେଧୀରେ ବଢ଼ିବାରେ ମଧ୍ୟ ଲାଗିଛି। ସିଏନଏନ ରିପୋର୍ଟ ଅନୁଯାୟୀ, ରବିବାର ସାରେ ଇଣ୍ଡିଆନାର ଗ୍ରୀନଉଡ ପାର୍କ ଶପିଂ ମଲରେ ଗୁଳିକାଣ୍ଡ ଘଟିଛି।…
ମହିଳାଙ୍କ ବୁଲିବା ଉପରେ ପାକିସ୍ତାନରେ କଟକଣା ଦାବି କଲା ଜିରଗା ପରିଷଦ…
ଇସଲାମାବାଦ,୧୮।୭: ପାକିସ୍ତାନରେ ମହିଳାଙ୍କ ଅଧିକାର ଉପରେ ନିରନ୍ତର ପହରା ଲଗା ଯାଉଛି। ନିକଟରେ ପାକିସ୍ତାନର ଏକ ଆଦିବାସୀ ପରିଷଦ ଜିରଗା ମହିଳାମାନଙ୍କୁ ପର୍ଯ୍ୟଟନ ଏବଂ ମନୋରଞ୍ଜନ ପାଇଁ ସର୍ବସାଧାରଣ ସ୍ଥାନ ପରିଦର୍ଶନ କରିବାକୁ ବାରଣ କରିଛି। ପରିଷଦ ଏହାକୁ ଅନୈତିକ ଏବଂ…
Archives


