କଶ୍ମୀର ପଣ୍ଡିତଙ୍କ ହତ୍ୟା ଅଭିଯୁକ୍ତଙ୍କ ପତ୍ନୀ, ହିଜବୁଲ ଆତଙ୍କବାଦୀ ସଲାଉଦ୍ଦିନଙ୍କ ପୁଅ ସମେତ ୪ଜଣଙ୍କୁ ସରକାରୀ ଚାକିରିରୁ ବରଖାସ୍ତ
ଜମ୍ମୁ,୧୩ ।୮: ଜମ୍ମୁ-କଶ୍ମୀର ପ୍ରଶାସନ ଆତଙ୍କବାଦୀ ସଙ୍ଗଠନ ସହ ଜଡିତ ୪ ସରକାରୀ କର୍ମଚାରୀଙ୍କ ଉପରେ ବଡ କାର୍ଯ୍ୟାନୁଷ୍ଠାନ ନେଇଛି । ଏମାନଙ୍କ ମଧ୍ୟରେ ବିଟ୍ଟା କରାଟେଙ୍କ ପତ୍ନୀ ଜମ୍ମୁ-କଶ୍ମୀର ପ୍ରଶାସନ ସେବାରେ ଥିବାବେଳେ ତାଙ୍କୁ ଚାକିରିରୁ ବାହାର କରି ଦିଆଯାଇଛି…
ଆଜିଠାରୁ ଆରମ୍ଭ ହେବ ‘ହର ଘର ତ୍ରିରଙ୍ଗା ଅଭିଯାନ’
ନୂଆଦିଲ୍ଲୀ,୧୩ ।୮: ଦେଶ ସ୍ୱାଧିନତାର ୭୫ ବର୍ଷ ପୂରଣ ଅବସରରେ ଉତ୍ସବ ପାଳନ କରୁଛି । ୧୫ ଅଗଷ୍ଟ ଅର୍ଥାତ୍ ସ୍ୱାଧିନତା ଦିବସ ସମାରୋହକୁ ନେଇ ପ୍ରସ୍ତୁତି ଯୋରଦାର ଚାଲିଛି । ଏବେ ଏହି ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ।…
ସିବିଓଆଇର ‘ସେଣ୍ଟ କ୍ରାନ୍ତି ଅଭିଯାନ’
ଭୁବନେଶ୍ୱର,୧୩ା୮: ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ (ସିବିଓଆଇ)ର ପ୍ରତିଷ୍ଠାତା ସାର୍ ସୋରାବ୍ଜୀ ପୋଚଖାନାୱାଲାଙ୍କ ୧୪୧ତମ ଜନ୍ମଦିବସ ଅବସରରେ ବ୍ୟାଙ୍କର ଭୁବନେଶ୍ୱର କ୍ଷେତ୍ର ପକ୍ଷରୁ ‘ସେଣ୍ଟ କ୍ରାନ୍ତି ଅଭିଯାନ’ର ଆରମ୍ଭ କରାଯାଇଛି। ଏହି ଅବସରରେ ଭୁବନେଶ୍ୱର କ୍ଷେତ୍ରର କ୍ଷେତ୍ରୀୟ ମୁଖ୍ୟ ଅନାଦି ବିଶ୍ୱାସ…
୨୦୨୪ରେ ପୁଣି ମୋଦି
ନୂଆଦିଲ୍ଲୀ,୧୩ା୮: ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଅକ୍ଷୁଣ୍ଣ ରହିଛି। ୨୦୨୪ ଲୋକ ସଭା ନିର୍ବାଚନରେ ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍ଡିଏ) ପୁନର୍ବାର ବିଜୟୀ ହେବ ବୋଲି ଏକ ସର୍ଭେରୁ ଜଣାପଡ଼ିଛି। ସାଧାରଣ ନିର୍ବାଚନକୁ ଦୁଇବର୍ଷରୁ କମ୍ ସମୟ…
ୟୁପିରୁ ଜଣେ ଆତଙ୍କବାଦୀ ଗିରଫ: ନୂପୁରଙ୍କୁ ହତ୍ୟା କରିବାକୁ କରିଥିଲେ ଷଡ଼ଯନ୍ତ୍ର
ଲକ୍ଷ୍ନୌ,୧୨।୮: ଅଗଷ୍ଟ ୧୫ ପୂର୍ବରୁ ଉତ୍ତରପ୍ରଦେଶ ଏଟିଏସ୍ ଏକ ବଡ଼ ଆତଙ୍କବାଦୀ ଆକ୍ରମଣକୁ ପଣ୍ଡ କରିଛି। ସାହାରନପୁରରୁ ଜୈଶ-ଏ-ମହମ୍ମଦ ଏବଂ ପାକିସ୍ତାନର ସଂଗଠନ ତେହେରିକ-ଏ-ତାଲିବାନ ସହ ଜଡିତ ଜଣେ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଏଟିଏସ୍ ଗିରଫ କରିଛି। ଶୁକ୍ରବାର ସାହାରନପୁରର ଗଙ୍ଗୋହ ନିବାସୀ…
କୋଏମ୍ବାଟୁରରେ ଜରୁରୀ ଅବତରଣ କଲା ବିମାନ
ବେଙ୍ଗାଲୁରୁ,୧୨।୮: ମାଳଦ୍ୱୀପର ମାଲେ ଯାଉଥିବା ଏକ ଘରୋଇ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଶୁକ୍ରବାର କୋଏମ୍ବାଟୁର ବିମାନବନ୍ଦରରେ ଜରୁରୀ ଅବତରଣ କରିଛି। ସ୍ମୋକ୍ ଓ୍ବାର୍ନିଂ ଯୋଗୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ସରକାରୀ ସୂତ୍ରରୁ ଏହି ସୂଚନା ମିଳିଛି। ସୂଚନାଯୋଗ୍ୟ, ବୋଙ୍ଗାଲୁରୁରୁ ମାଲେ…
ବିପଦସଙ୍କେତ ଟପିଲା ଜଳକା
ରୂପସା, ୧୨।୮(ଡି.ଏନ.ଏ.): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇଛି। ଲଘୁଚାପ ଜନିତ ଲଗାଣ ବର୍ଷା ପାଇଁ ଏହି ନଦୀର ଜଳସ୍ତର ଧୀରେ ଧୀରେ ବଢ଼ିବା ସହିତ ଚଳିତବର୍ଷ ପ୍ରଥମଥର ପାଇଁ ବିପଦସଂକେତ ଉପରକୁ…
ଆଜି ହୀରାକୁଦର ଆଉ ୪ ଗେଟ୍ ଖୋଲିଲା
ସମ୍ବଲପୁର,୧୨ା୮(ବ୍ୟୁରୋ): ଉପରମୁଣ୍ଡରେ ପ୍ରବଳ ବର୍ଷା ହେଉଥିବାରୁ ଶୁକ୍ରବାର ହୀରାକୁଦ ଜଳଭଣ୍ଡାରର ଆଉ ୪ ଗେଟ୍ ଖୋଲାଯାଇଛି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୪ଟି ଗେଟ୍ ଦେଇ ଜଳଭଣ୍ଡାରରୁ ଜଳ ନିଷ୍କାସନ ଜାରି ରହିଛି। ଜଳଭଣ୍ଡାର ମଧ୍ୟକୁ ୩,୯୭, ୪୫୧ କ୍ୟୁସେକ୍…
କଶ୍ମୀରରେ ପୁଣି ଟାର୍ଗେଟ କିଲିଂ, ଜଣେ ବିହାର ବାସିନ୍ଦା ଶ୍ରମିକଙ୍କୁ ଗୁଳି କଲେ ଆତଙ୍କବାଦୀ
ଜମ୍ମୁ,୧୨ ।୮: ଜମ୍ମ-କଶ୍ମୀରରେ ଆତଙ୍କବାଦୀମାନେ ପୁଣିଥରେ ସାଧାରଣ ଜନତାଙ୍କୁ ଟାର୍ଗେଟ କରିଛନ୍ତି । ଘାଟିର ବାନ୍ଦିପୋରା ଜିଲାର ଅଜସ ସ୍ଥିତ ସଦୁନାରା ଅଞ୍ଚଳରେ ଆତଙ୍କବାଦୀମାନେ ଜଣେ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଆତଙ୍କବାଦୀମାନେ ଗୁରୁବାର ରାତି ପ୍ରାୟ ୧୨ଟା…
ଦୁର୍ବଳ ଶିକ୍ଷାରୁ ୮୮୯ ସ୍କୁଲ ବନ୍ଦ
ଭୁବନେଶ୍ୱର,୧୨ା୮(ବ୍ୟୁରୋ):ଗୁଣାତ୍ମକ ଶିକ୍ଷା ଅଭାବରୁ ରାଜ୍ୟରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି। ଅଭିଭାବକମାନେ ସରକାରୀ ସ୍କୁଲରୁ ମୁହଁ ମୋଡୁଛନ୍ତି। ଆର୍ଥିକ କ୍ଷେତ୍ରରେ ସ୍ବଚ୍ଛଳ ନ ଥିବା ନିମ୍ନ ମଧ୍ୟବିତ୍ତ ପରିବାର ମଧ୍ୟ ନିଜ ପିଲାକୁ ସରକାରୀ ସ୍କୁଲରେ…
ସ୍ବତନ୍ତ୍ର ଭାବରେ ରକ୍ଷାବନ୍ଧନ ପାଳିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୧୧ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ କୁନିକୁନି ଝିଅମାନଙ୍କ ସହ ସହ ରକ୍ଷା ବନ୍ଧନ ଉତ୍ସବ ପାଳନ କରିଛନ୍ତି। ଆଜି ମୋଦିଙ୍କୁ ତାଙ୍କ କାର୍ଯ୍ୟାଳୟରେ କାମ କରୁଥିବା ସଫେଇ କର୍ମଚାରୀ, ଚପରାସୀ, ମାଳି, ଡ୍ରାଇଭରଙ୍କ ଝିଅମାନେ ରାଖୀ…
ଆଫଗାନିସ୍ତାନ ନାଗରିକଙ୍କୁ ରହିବା ପାଇଁ ଅନୁମତି ଦେଲା ସ୍ପେନ୍
ମାଦ୍ରିଦ୍,୧୧ା୮: ଆଫଗାନିସ୍ତାନରେ ତାଲିବାନ ସରକାର ଗତ ବର୍ଷ ଅଗଷ୍ଟ ୧୫ରେ କ୍ଷମତାକୁ ଆସିଥିଲେ। ଏହା ପରେ ଆମେରିକୀୟ ସେନା ସେଠାରୁ ଓହରି ଯାଇଥିଲେ। ହତ୍ୟାର ଆତଙ୍କ ଏବଂ ଦେଶରେ ବର୍ତ୍ତମାନର ସଙ୍କଟ ଯୋଗୁ ଲୋକମାନେ ସେଠାରୁ ଚାଲିଯିବାକୁ ବାଧ୍ୟ ହୋଇଛନ୍ତି। ଆଫଗାନିସ୍ତାନ…
Archives


