ଆମେରିକାରେ ଘୂର୍ଣ୍ଣିଝଡ଼: ୪ ମୃତ, ୧୨ରୁ ଅଧିକ ଆହତ
ଓ୍ବାଶିଂଟନ,୧ା୪: ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ଼ ହୋଇ ବ୍ୟାପକ କ୍ଷତି ଘଟାଇଛି। ଆମେରିକାର ଲିଟିଲ ରକ୍, ଆର୍କାନ୍ସାସ ଏବଂ ପଡ଼ୋଶୀ ସହରରେ ପ୍ରବଳ ଘୂର୍ଣ୍ଣିଝଡ଼ ହୋଇ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆହତ ହୋଇଥିବା ଜଣେ ଅଧିକାରୀ କହିଛନ୍ତି।…
ସ୍ଥିତି ପୁଣି ଅଣାୟତ୍ତ: ସକ୍ରିୟ ମାମଲା ୧୬ ହଜାର ଟପିଲା…
ନୂଆଦିଲ୍ଲୀ, ୧।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେି ଦୈନିକ କରୋନା ସଂକ୍ରମଣ ମାମଲା ସାମାନ୍ୟ କମିଛି। ସେହିପରି ସକ୍ରିୟ…
ପ୍ରଥମଥର ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ବିରୋଧରେ ଲାଗିଲା ଏତେ ବଡ଼ ଅପରାଧିକ ମାମଲା
ଓ୍ବାଶିଂଟନ,୧ା୪: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ବିରୋଧରେ ବିବାଦ ଥମିବାର ନାଁ ନେଉନି। ଆସନ୍ତା ୨୦୨୪ ନିର୍ବାଚନ ପାଇଁ ଟ୍ରମ୍ପ ରଣକ୍ଷେତ୍ର ସଜାଡୁଥିବା ବେଳେ ଅପରାଧିକ ମାମଲାରେ କୋର୍ଟକୁ ଦୌଡୁଛନ୍ତି। ନ୍ୟୁୟର୍କର ଜଣେ ଗ୍ରାଣ୍ଡ ଜଜ୍ ଟ୍ରମ୍ପଙ୍କୁ ମାର୍ଚ୍ଚ ୩୧ରେ…
ଥରିଲା ନେପାଳ
କାଠମାଣ୍ଡୁ,୧ା୪: ନେପାଳର କାଠମାଣ୍ଡୁରେ ଶନିବାର ଭୂକମ୍ପ ଅନୁଭୂତ ହୋଇଛି। ଏହି ଭୂକମ୍ପର ତୀବ୍ରତା ୪.୫ ଥିଲା। ବର୍ତ୍ତମାନ ସୁଦ୍ଧା କୌଣସି ଧନ ଜୀବନ ନଷ୍ଟ ସମ୍ପର୍କରେ ସୂଚନା ମିଳିପାରିନାହିଁ। ନ୍ୟାଶନାଲ ସେଣ୍ଟର ଫର୍ ସେସ୍ମୋଲୋଜି ଟୁଇଟ୍ କରି କହିଛି, ଆଜି ପୂର୍ବାହ୍ନରେ…
ରାମ ନବମୀ ହିଂସା ବିରୋଧରେ ଆକ୍ସନ ମୁଡରେ ମମତା ସରକାର: ସିଆଇଡିକୁ ଯାଞ୍ଚ ହସ୍ତାନ୍ତର
କୋଲକାତା,୧।୪: ପଶ୍ଚିମବଙ୍ଗର ହାୱଡାରେ ହୋଇଥିବା ହିଂସା ପରେ ଏବେ ରାଜନୀତି ସରଗରମ ରହିିଛି। ଇତିମଧ୍ୟରେ ଶନିବାର ଏକ ବଡ ଖବର ସାମ୍ନାକୁ ଆସିଛି। ପଶ୍ଚିମବଙ୍ଗର ହାୱଡାରେ ରାମ ନବମୀ ଦିନ ହୋଇଥିବା ହିଂସା ଘଟଣାର ଯାଞ୍ଚ କରିବ ସିଆଇଡି। ରାଜ୍ୟ ସରକାର…
ଭୋପାଳରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ୧୧ତମ ବନ୍ଦେ ଭାରତ ଏକ୍ସପ୍ରେସର କରିବେ ଶୁଭାରମ୍ଭ
ଭୋପାଳ,୧।୪: ଭୋପାଳରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପହଞ୍ଚିବା ପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏବଂ ରାଜ୍ୟପାଳ ମଙ୍ଗୁଭାଇ ପଟେଲ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିଛନ୍ତି। ଏହି ଗସ୍ତ ସମୟରେ ଶନିବାର ପ୍ରଧାନମନ୍ତ୍ରୀ ମୋଦି ରାଜ୍ୟର ପ୍ରଥମ ତଥା ଦେଶର…
ଓଡ଼ିଶାବାସୀଙ୍କୁ ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ-ରାଷ୍ଟ୍ରପତି
ନୂଆଦିଲ୍ଲୀ,୧।୪: ଉତ୍କଳ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଓଡ଼ିଆ ଭାଷାର ଟୁଇଟ୍ କରି କହିଛନ୍ତି, ଉତ୍କଳ ଦିବସର ହାର୍ଦ୍ଦିକ ଶୁଭେଚ୍ଛା । ଏହି ଦିନ ଆମ ଦେଶର ପ୍ରଗତିରେ ଓଡ଼ିଶା, ଓଡିଆ ଜନସାଧାରଣ ଏବଂ ସଂସ୍କୃତିର…
୮୮ ବର୍ଷରେ ଓଡ଼ିଶା ଦିବସ
କଳିଙ୍ଗ, ଉତ୍କଳ ପରେ ଓଡ଼ିଶା ନାମରେ ପରିଚିତ ଏହି ପବିତ୍ର ଭୂଖଣ୍ଡ ୧୯୩୬ ଏପ୍ରିଲ ୧ରେ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପାଇଥିଲା। ସେବେଠାରୁ ଏହି ଦିବସକୁ ଉତ୍କଳ ଦିବସ, ଆଉ ଏବେ ଓଡ଼ିଶା ଦିବସ ଭାବେ ପାଳନ କରାଯାଉଛି। ୮୮ବର୍ଷ ଧରି…
ଆରମ୍ଭରୁ ଗୁଜରାଟର ବିଜୟ ଅଭିଯାନ
ଅହମଦାବାଦ,୩୧।୩: ଗୁଜରାଟର ନରେନ୍ଦ୍ର ମୋଦି କ୍ରିକେଟ୍ ଷ୍ଟାଡିୟମରେ ଆଇପିଏଲ୍ର ୧୬ତମ ସଂସ୍କରଣର ଶୁକ୍ରବାର ଉଦ୍ଘାଟନୀ ମ୍ୟାଚ୍ରେ ୫ ଉଇକେଟରେ ଗୁଜରାଟ ବିଜୟୀ ହେବା ସହ ଅଭିଯାନ ଆରମ୍ଭ କରିଛି। ଗୁଜରାଟ ଟାଇଟନ୍ସ ଅଧିନାୟକ ହାର୍ଦ୍ଦିକ୍ ପାଣ୍ଡ୍ୟା ଟସ୍ ଜିତି ବୋଲିଂ ନିଷ୍ପତ୍ତି…
ଉଦ୍ଘାଟନୀ ମ୍ୟାଚ୍ରେ ଟସ୍ ଜିତିଲା ଗୁଜରାଟ
ଅହମଦାବାଦ,୩୧।୩: ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଗୁଜରାଟର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଆଇପିଏଲ୍ର ୧୬ତମ ସଂସ୍କରଣ ଶୁକ୍ରବାର ଉଦ୍ଘାଟିତ ହୋଇଯାଇଛି। ଉଦ୍ଘାଟନୀ ମ୍ୟାଚ୍ ଡିଫେଣ୍ଡିଂ ଚାମ୍ପିୟନ୍ ହାର୍ଦ୍ଦିକ୍ ପାଣ୍ଡ୍ୟାଙ୍କ ଗୁଜରାଟ ଟାଇଟନ୍ସ ଏବଂ ୪ ଥର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ…
ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଆରମ୍ଭ ହେଲା ମହାମୁକାବିଲା
ଅହମଦାବାଦ,୩୧।୩: ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଗୁଜରାଟର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଆଇପିଏଲ୍ର ୧୬ତମ ସଂସ୍କରଣ ଶୁକ୍ରବାର ଉଦ୍ଘାଟିତ ହୋଇଯାଇଛି। ପ୍ରସିଦ୍ଧ ଗାୟକ ଅରିଜିତ ସିଂ ଗୀତ ଗାଇ ଦର୍ଶକଙ୍କ ମନ ମୋହିଛନ୍ତି। ଏପରିକି ଅରିଜିତ ପିଆନୋ ବଜାଇ ସଂଗୀତ ପରିବେଷଣ…
ପ୍ରାର୍ଥୀ ହେବା ପରେ କ’ଣ କହିଲେ ଦୀପାଳି
ଭୁବନେଶର,୩୧।୩(ବ୍ୟୁରୋ): ଝାରସୁଗୁଡ଼ା ଉପ ନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି। ଦିବଙ୍ଗତ ନେତା ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ବିଜେଡି ପ୍ରାର୍ଥୀ କରିଛି। ପ୍ରାର୍ଥୀ ଘୋଷଣା ପରେ ଦୀପାଳି ପ୍ରତିକ୍ରିୟା ଦେଇ କହିଛନ୍ତି, ମୋ ଉପରେ ମୁଖ୍ୟମନ୍ତ୍ରୀ ଭରସା…

