ୟୁକ୍ରେନ୍ ଲୋକେ ଆତଙ୍କିତ: ମାରିଆପୋଲ ଗଣ ହତ୍ୟାକାରୀ ଓ୍ବାଗନର ଗ୍ରୁପରେ ଯୋଗଦେଲେ…
ମସ୍କୋ,୮।୫ : ରୁଷିଆର ପୂର୍ବତନ ଡେପୁଟି ପ୍ରତିରକ୍ଷା ମନ୍ତ୍ରୀ ଭାବରେ ବରଖାସ୍ତ ହୋଇଥିବା କର୍ନେଲ ଜେନେରାଲ ମିଖାଇଲ ମିଜିଣ୍ଟସେଭ ୱାଗନର୍ ଗ୍ରୁପରେ ଡେପୁଟି କମାଣ୍ଡର ଭାବରେ ଯୋଗ ଦେଇଛନ୍ତି। ଏହାକୁ ନେଇ ପୁଣି ନରସଂହାର ଭୟରେ ୟୁକ୍ରେନ ଲୋକେ ଆତଙ୍କିତ ହୋଇପଡିଛନ୍ତି।…
ବାଇଡେନଙ୍କ ପୁଣି କ୍ଷମତା ଦଖଲ ପାଇଁ ଗୁରୁତ୍ୱପୂର୍ଣ୍ଣ ମୂଳ ଭାରତୀୟ ଅଜୟ ଜୈନ ଭୁଟୋରିଆ…
ଓ୍ବାଶିଂଟନ,୮।୫ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପୁଣିଥରେ ୨୦୨୪ ରାଷ୍ଟ୍ରପତି ନିର୍ବାଚନ ପାଇଁ ନିଜର ଦାବି ଉପସ୍ଥାପନ କରିଛନ୍ତି। ଯାହା ପରେ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଉପରାଷ୍ଟ୍ରପତି କମଲା ହାରିସ ଆମେରିକାର ଶ୍ରେଷ୍ଠ ୧୫୦ ଦାନଦାତାଙ୍କୁ ଭେଟିଥିଲେ। ଏହି…
ବନ୍ଧୁକ ସଂସ୍କୃତି: ୧୨ ମାସରେ ୧୫ରୁ ଅଧିକ ଗୁଳିକାଣ୍ଡ, ୧୦୦ରୁ ଅଧିକ ଲୋକଙ୍କ ଗଲାଣି ଜୀବନ…
ଓ୍ବାଶିଂଟନ,୮।୫ : ଆମେରିକାରେ ଜାରି ରହିଥିବା ବନ୍ଧୁକ ସଂସ୍କୃତି ଯୋଗୁ ଗୁଳିକାଣ୍ଡ ଘଟଣା ଥମିବାର ନା ଧରୁନି। ଧୀରେଧିରେ ଏହା ବୃଦ୍ଧି ପାଉଛି। ଶନିବାର ଟେକ୍ସାସରେ ହୋଇଥିବା ଗୁଳି ବିନିମୟରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ…
ଓଡ଼ିଶା ଏଫ୍ସି ୫-୦ ଗୋଲରେ ବିଜୟୀ
ଅହମଦାବାଦ, ୮।୫: ଇଣ୍ଡିଆନ ଓମେନ୍ସ ଲିଗ୍ (ଆଇଡବ୍ଲ୍ୟୁଏଲ୍)ର ରବିବାର ଅନୁଷ୍ଠିତ ମ୍ୟାଚ୍ରେ ଓଡ଼ିଶା ଏଫ୍ସି ୫-୦ ଗୋଲରେ ଲଡର୍ସ ଏଫ୍ଏ କୋଚି ଓ୍ବାଇଏମ୍ଏଏ ଦଳକୁ ପରାସ୍ତ କରିଛି। ସ୍ଥାନୀୟ ଶାହିବାଗ୍ ପୋଲିସ ଷ୍ଟାଡିୟମରେ ଆୟୋଜିତ ମ୍ୟାଚ୍ଟି ଆରମ୍ଭରୁ ବେଶ୍ ଚ୍ୟାଲେଞ୍ଜପୂର୍ଣ୍ଣ ହୋଇଥିବାବେଳେ…
ଚିତ୍ରଭେଲ, ଅବିନାଶ, ପାରୁଲଙ୍କ ଜାତୀୟ ରେକର୍ଡ
ନୂଆଦିଲ୍ଲୀ, ୮ା୫ (ପି.ଟି.): ବିଶ୍ୱ ଆଥ୍ଲେଟିକ୍ସ ଦିବସରେ ଜାତୀୟ ରେକର୍ଡ ଭାଙ୍ଗିଛନ୍ତି ଟ୍ରିପଲ ଜମ୍ପର ପ୍ରବୀଣ ଚିତ୍ରଭେଲ, ୫୦୦୦ ମିଟର ଧାବକ ଓ ଧାବିକା ଅବିନାଶ ସାବଲେ ଏବଂ ପାରୁଲ ଚୌଧାରୀ। କ୍ୟୁବାରେ ପ୍ରବୀଣ ଜାତୀୟ ରେକର୍ଡ ଭାଙ୍ଗିବା ସହିତ ୨୦୨୩…
ଜେରେମିଙ୍କୁ ରୌପ୍ୟ ପଦକ
ଜିଞ୍ଜୁ(କୋରିଆ),୮ା୫(ପି.ଟି.): କୋରିଆର ଜିଞ୍ଜୁରେ ଅନୁଷ୍ଠିତ ଏସିଆନ ଭାରୋତ୍ତୋଳନ ଚାମ୍ପିୟନଶିପ୍ରେ ଭାରତର ଜେରେମି ଲାଲରିନ୍ନୁଙ୍ଗାଙ୍କୁ ରୌପ୍ୟ ପଦକ ମିଳିଛି। ସେ ସ୍ନାଚ୍ରେ ରୌପ୍ୟ ପଦକ ହାସଲ କରିଥିଲେ ସୁଦ୍ଧା କ୍ଲିନ୍ ଆଣ୍ଡ ଜର୍କରେ ଇଭେଣ୍ଟ ଫିନିଶ କରିବାରେ ସଫଳ ହୋଇ ନ ଥିଲେ।…
ଚଣ୍ଡିଗଡ଼, ବିହାରର ବୃହତ୍ ବିଜୟ
ଭୁବନେଶ୍ୱର, ୮।୫ (କ୍ରୀଡ଼ା ପ୍ରତିନିଧି): ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଚାଲିଥିବା ୧୩ତମ ଜାତୀୟ ସବ୍ଜୁନିୟର ମହିଳା ହକି ଚାମ୍ପିୟନଶିପ୍ର ରବିବାର ଅନୁଷ୍ଠିତ ୪ଟି ମ୍ୟାଚରେ ପଞ୍ଜାବ, ଆନ୍ଧ୍ର ପ୍ରଦେଶ, ଚଣ୍ଡିଗଡ଼ ଓ ବିହାର ଦଳ ବିଜୟ ହାସଲ କରିଛି। ଦିବସର…
ଓଡ଼ିଶା ପ୍ରତିଯୋଗୀଙ୍କୁ ୫ ସ୍ବର୍ଣ୍ଣ ସହ ୮ ପଦକ
ଭୁବନେଶ୍ୱର, ୮।୫(କ୍ରୀଡ଼ା ପ୍ରତିନିଧି): ବେଙ୍ଗାଲୁରୁର ଶ୍ରୀ କାନ୍ତିରଭା ଷ୍ଟାଡିୟମରେ ରବିବାର ଶେଷ ହୋଇଥିବା ୫ମ ଇଣ୍ଡିଆନ ଓପନ୍ ପାରା ଆଥ୍ଲେଟିକ୍ସ ଚାମ୍ପିୟନଶିପ୍ର ଅନ୍ତିମ ଦିବସରେ ଓଡ଼ିଶାକୁ ୨ଟି ସ୍ବର୍ଣ୍ଣ ପଦକ ମିଳିଛି। ଏହାକୁ ମିଶାଇ ଓଡ଼ିଶା ମୋଟ୍ ୮ ପଦକ ଜିତିଛି।…
ମେଇତିଙ୍କୁ ଏସ୍ଟି ମାନ୍ୟତା ବିରୋଧରେ ସୁପ୍ରିମକୋର୍ଟ ଗଲେ ଭାଜପା ବିଧାୟକ
ନୂଆଦିଲ୍ଲୀ, ୮ା୫ (ପି.ଟି.) : ମଣିପୁର ସ୍ଥିତିକୁ ନେଇ ସୁପ୍ରିମକୋର୍ଟରେ ଏକାଧିକ ପିଟିଶନ ଦାଏର ହୋଇଛି। ମେଇତି ସମ୍ପ୍ରଦାୟଙ୍କୁ ଅନୁସୂଚିତ ଜନଜାତି ମାନ୍ୟତା ପ୍ରଦାନ ଲାଗି ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଭାଜପା ବିଧାୟକ ତଥା ପାର୍ବତ୍ୟାଞ୍ଚଳ କମିଟି (ଏଚ୍ଏସି) ଅଧ୍ୟକ୍ଷ…
ମଣିପୁର ହିଂସା: ଉଦ୍ଧାର ହେଲେଣି ୨୩ ହଜାର
ଇମ୍ଫାଲ, ୮ା୫ : ମଣିପୁରରେ ଗତ କିଛିଦିନର ହିଂସାକାଣ୍ଡ ଓ ରକ୍ତାକ୍ତ ଜାତିଗତ ସଂଘର୍ଷ ପରେ ରବିବାର ଜୀବନଯାତ୍ରା ସ୍ବାଭାବିକ ସ୍ଥିତିକୁ ଫେରୁଥିବା ଦେଖାଯାଇଛି। ସୈନ୍ୟବାହିନୀ ପକ୍ଷରୁ ହିଂସାପ୍ରବଣ ଅଞ୍ଚଳରେ ଡ୍ରୋନ୍ ଏବଂ ହେଲିକପ୍ଟର ସହାୟତାରେ ଆକାଶ ମାର୍ଗରୁ ତୀକ୍ଷ୍ଣ ନଜର…
ଛତିଶଗଡ଼ରେ ୨,୦୦୦ କୋଟିର ମଦ ଦୁର୍ନୀତି
ରାୟପୁର, ୮ା୫ : ଛତିଶଗଡ଼ରେ ବେଆଇନ ମଦ ସିଣ୍ଡିକେଟ୍ ପଛରେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍)ର ଜଣେ ଅଧିକାରୀ କିଙ୍ଗ୍ପିନ୍ ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଭିଯୋଗ କରିଛି। ଆଇଏଏସ୍ ଅଫିସର ଅନିଲ ତୁତେଜା ମଦ ବ୍ୟବସାୟୀ ଅନଓ୍ବର ଧେବାରଙ୍କ ସହ…
ଜମ୍ମୁ-କଶ୍ମୀରରେ ନିର୍ବାଚନ ବିଳମ୍ବକୁ ନେଇ ପ୍ରଶ୍ନ ଉଠାଇଲେ ଫାରୁକ୍
ଶ୍ରୀନଗର, ୮ା୫ : ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ବିଳମ୍ବ ହେବା ପଛର କାରଣକୁ ନେଇ ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା ରବିବାର ପ୍ରଶ୍ନ ଉଠାଇଛନ୍ତି। ଜମ୍ମୁ-କଶ୍ମୀରରେ ତୁରନ୍ତ ଏକ ନିର୍ବାଚିତ ସରକାର ଆବଶ୍ୟକ ଥିବା…

