ପରୀକ୍ଷା ପୂର୍ବରୁ ୟୁଟ୍ୟୁବ୍ରେ ପ୍ରଶ୍ନୋତ୍ତର
ବରଗଡ଼ ଅଫିସ୍,୨୨ା୩: ରାଜ୍ୟରେ ଗତ ୨୧ ତାରିଖରୁ ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ବାର୍ଷିକ ପରୀକ୍ଷା ଚାଲିଛି। ଆସନ୍ତା ୨୫ ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରୀଛାତ୍ର ଏହି ପରୀକ୍ଷା ଦେବେ। ତେବେ ଛାତ୍ରୀଛାତ୍ର ପରୀକ୍ଷା ଦିବସରେ ଯେଉଁ ବିଷୟ ଉପରେ ପରୀକ୍ଷା ଦେବେ,…
ବଦଳିଲା ଆଇପିଏଲ୍ ନିୟମ
ନୂଆଦିଲ୍ଲୀ,୨୨।୩: ଆଇପିଏଲ୍ ୨୦୨୩ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି। ମାର୍ଚ୍ଚ ୩୧ରେ ଏହି ଟୁର୍ନାମେଣ୍ଟ ଆରମ୍ଭ ହେବ। ଦୁଇ ମାସ ଧରି ହେବାକୁ ଥିବା ଏହି ଟୁର୍ନାମେଣ୍ଟର ନିୟମରେ ଅନେକ ପରିବର୍ତ୍ତନ କରାଯାଇଛି, ଯାହା ଖେଳକୁ ଆହୁରି ରୋମାଞ୍ଚକର କରିବ। ଟି୨୦…
ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ,୨୨।୩: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ୨୦୨୩ ବର୍ଷ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ଏହି ପଦ୍ମ ପୁରସ୍କାର ମଧ୍ୟରୁ ୬ ପଦ୍ମ ବିଭୂଷଣ, ୯ ପଦ୍ମ ଭୂଷଣ ଏବଂ ୯୧ ଜଣଙ୍କୁ ପଦ୍ମଶ୍ରୀ ଦିଆଯାଇଛି। ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ…
ଶ୍ରୀଜିଉଙ୍କୁ ଦର୍ଶନ କଲେ ମମତା
ପୁରୀ ଅଫିସ୍,୨୨ା୩: ପୁରୀ ଆସି ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। କଡ଼ା ସୁରକ୍ଷା ବଳୟ ଭିତରେ ସେ ମହାପ୍ରଭୁଙ୍କ ଦର୍ଶନ ଲାଭ କରିଛନ୍ତି। ଶ୍ରୀମନ୍ଦିର ସେବାୟତଙ୍କ ପକ୍ଷରୁ ମମତାଙ୍କୁ ସ୍ବାଗତ କରାଯାଇ ମନ୍ଦିରକୁ ପାଛୋଟି ନିଆଯାଇଥିଲା। ରାଜ୍ୟ…
ଟିକ୍ଟକ୍ ବ୍ୟାନ୍ କରିବ ଆମେରିକା
ଓ୍ବାଶିଂଟନ,୨୨ା୩: ଚାଇନାର ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ଟିକ୍ଟକ୍କୁ ଆମେରିକା ବ୍ୟାନ୍ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି। ଏହି ଆପ୍ ଯୋଗୁ ବଢୁଥିବା ଅନ୍ତର୍ଜାତୀୟ ସୁରକ୍ଷାକୁ ନେଇ ଆମେରିକା ବହୁ ଚିନ୍ତିତ। ତେବେ ବିଶେଷଜ୍ଞମାନେ କୁହନ୍ତି, ଏହି ଆପ୍କୁ ନିଷିଦ୍ଧ କରିବା ପାଇଁ…
ମୃତ ୩ ଛାତ୍ରଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୨ା୩(ବ୍ୟୁରୋ): ବୁଧବାର ସୋନପୁର-ବିନିକା ରାସ୍ତା ଶରଧାପାଲି ସରକାରୀ ଉଚ୍ଚ ବିଦ୍ୟାଳୟ ସାମ୍ନାରେ ଏକ କାର୍ ୪ ଛାତ୍ରଙ୍କ ଉପରେ ମାଡ଼ିଯିବାରୁ ୩ ଜଣଙ୍କର ମୃତ୍ୟୁ ଘଟିଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ…
ଭାରତକୁ ୨୭୦ ରନ୍ର ଟାର୍ଗେଟ୍
ଚେନ୍ନାଇ,୨୨।୩: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନ୍ତିମ ଦିନିକିଆରେ ଚେନ୍ନାଇରେ ଖେଳାଯାଉଛି। ଏହି ମ୍ୟାଚ୍ରେ ଅଷ୍ଟ୍ରେଲିଆ ଭାରତକୁ ୨୭୦ ରନ୍ର ବିଜୟ ଲକ୍ଷ୍ୟ ଦେଇଛି। କଙ୍ଗାରୁ ଦଳ ୪୯ ଓଭରରେ ୨୬୯ ରନ ସଂଗ୍ରହ କରି ଅଲଆଉଟ ହୋଇଯାଇଛି। ଓପନର୍ ମିଚେଲ…
ଚେତାବନୀ ସତ୍ତ୍ୱେ ସୁଧୁରୁନି ଉତ୍ତର କୋରିଆ
ସିଓଲ,୨୨ା୩: ବୁଧବାର ଉତ୍ତର କୋରିଆ ଏହାର ପୂର୍ବ ଉପକୂଳରୁ ଅନେକ କ୍ରୁଜ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା ଦକ୍ଷିଣ କୋରିଆ ସେନା ସୂଚନା ଦେଇଛନ୍ତି। ଚେତାବନୀ ସତ୍ତ୍ୱେ ଉତ୍ତର କୋରିଆ କ୍ରମାଗତ ଭାବରେ କ୍ଷେପଣାସ୍ତ୍ର ପରୀକ୍ଷା ଜାରି ରଖିଛି। ଦକ୍ଷିଣ କୋରିଆ ଏବଂ…
୨୦୨୩ ମଧ୍ୟଭାଗରେ ଆରମ୍ଭ ହୋଇପାରେ ଚନ୍ଦ୍ରାୟନ-୩, ଆଦିତ୍ୟ-ଏଲ୍-୧: ଇସ୍ରୋ…
ବେଙ୍ଗାଲୁରୁ,୨୨।୩ : ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେଙ୍ଶନ (ଇସ୍ରୋ)ର ଅଧ୍ୟକ୍ଷ ଏସ ସୋମନାଥ ବୁଧବାର କହିଛନ୍ତି ଯେ ଚଳିତ ବର୍ଷ ମଧ୍ୟଭାଗରେ ଭାରତର ତୃତୀୟ ଚନ୍ଦ୍ର ମିଶନ ଚନ୍ଦ୍ରାୟନ-୩ ଏବଂ ପ୍ରଥମ ସୌର ମିଶନ ଆଦିତ୍ୟ ଏଲ-୧ ଆରମ୍ଭ ହୋଇପାରେ। ଫିଜିକାଲ…
ବଢ଼ିଲା କରୋନା ସଂକ୍ରମଣ: ପ୍ରଧାନମନ୍ତ୍ରୀ ଡକାଇଲେ ଉଚ୍ଚସ୍ତରୀୟ ବୈଠକ…
ନୂଆଦିଲ୍ଲୀ,୨୨।୩ : ଦେଶରେ ବଢୁଥିବା କରୋନା ମାମଲା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ଉଚ୍ଚସ୍ତୀୟ ବୈଠକ କରିବେ। ଏହି ସମୟରେ ଦେଶରେ କରୋନା ସ୍ଥିତିର ସମୀକ୍ଷା କରାଯିବ। ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ଏହି ଉଚ୍ଚ ସ୍ତରୀୟ ବୈଠକକୁ ହକାଇଛନ୍ତି।…
ତାତି ଯୋଗୁ ୭ ବର୍ଷରେ ଚାକିରି ହରାଇବେ ୮ କୋଟି ଲୋକ, ଭାରତରେ ୩ କୋଟି…
ନୂଆଦିଲ୍ଲୀ/ଓ୍ବାଶିଂଟନ,୨୨।୩ : ଗତ ସପ୍ତାହରେ ବର୍ଷା ଯୋଗୁ ଏବଂ ଚଳିତ ସପ୍ତାହ ଆରମ୍ଭରେ, ପାଗ ବଦଳିବା ପୂର୍ବରୁ ହଠାତ ଉତ୍ତାପ ବୃଦ୍ଧି ପାଇବାରେ ଲାଗିଥିଲା। ଏଥି ସହିତ, ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି ଯେ ଚଳିତ ବର୍ଷ ଗ୍ରୀଷ୍ମ ଲହର…
ଓଡ଼ିଶା ବୋହୂ ‘ନିଶା’ଆମେରିକା ଫାଇନାନ୍ସ କମ୍ପାନୀର ଡେପୁଟି ସିଇଓ…
ଓ୍ବାଶିଂଟନ,୨୨।୩ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମୂଳ ଭାରତୀୟ-ଆମେରିକୀୟ ନିଶା ଦେଶାଇ ବିଶ୍ବାଳଙ୍କୁ ଆମେରିକାର ଇଣ୍ଟରନ୍ୟାଶନାଲ ଡେଭେଲପ୍ମେଣ୍ଟ ଫାଇନାନ୍ସ କମ୍ପାନୀର ଡେପୁଟି ସିଇଓ ଭାବେ ମନୋନୀତ କରିଛନ୍ତି। ନିଶା ହେଉଛନ୍ତି ଓଡ଼ିଶାର ବୋହୂ। ସେ ଓଡ଼ିଶାର ଅନୁଗୋଳର ପୁଅ ସୁବ୍ରତ…
Archives


