Home Middle

ଆଣ୍ଟାର୍କଟିକାରେ ଭାଙ୍ଗିଲା ୪୫ ବର୍ଷର ରେକର୍ଡ, ଜମାଟ ବାନ୍ଧିଲା ନାହିଁ ବରଫ

ନୂଆଦିଲ୍ଲୀ,୩୦।୭: ଜଳବାୟୁ ପରିବର୍ତ୍ତନ ହେତୁ ପୃଥିବୀର ଅନେକ ଦେଶ ପାଣିପାଗ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କୌଣସି ସ୍ଥାନରେ ବନ୍ୟା, କେଉଁଠାରେ ବଢୁଛି ତାପମାତ୍ରା। ଏହାରି ଭିତରେ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ସାମ୍ନାକୁ ଆସିଛି। କୁହାଯାଉଛି ଯେ ଆଣ୍ଟାର୍କଟିକାରେ ଚଳିତ ବର୍ଷ ରେକର୍ଡ…

ଅବମାନନା ମାମଲାରେ ଇମ୍ରାନଙ୍କ ଉପରେ ଅଗଷ୍ଟ ୨ରେ ହେବ ଶୁଣାଣି, ହାଜର ହେବା ପାଇଁ ନିର୍ଦ୍ଦେଶ ଦେଲେ ନିର୍ବାଚନ ଆୟୋଗ

ଇସଲାମବାଦ,୩୦।୭: ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ମୁଖ୍ୟ ଇମ୍ରାନ ଖାନଙ୍କୁ ଅବମାନନା ମାମଲାରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଆୟୋଗ। ଅଗଷ୍ଟ ୨ରେ ଏହି ମାମଲାର ଶୁଣାଣି ହେବ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇମ୍ରାନ ତଥା ତାଙ୍କ ଅନ୍ୟ ସହଯୋଗୀଙ୍କ ବିରୋଧରେ…

ବିନା ପୁରୁଷ ସାଥିରେ ୪୦୦୦ ମହିଳା କରିଛନ୍ତି ହଜ ଯାତ୍ରା: ମୋଦି

ନୂଆଦିଲ୍ଲୀ,୩୦।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କର ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏଥର ହେଉଛି ୧୦୩ ତମ ଏପିସୋଡ। ଏହି ଏପିସୋଡରେ ପ୍ରଧାନମନ୍ତ୍ରୀ କିଛି ମହତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି। ଦେଶବାସୀଙ୍କ ଅସାଧାରଣ ସାହସର…

୮ ମାସ ପରେ ଆକ୍ଟିଭେଟ୍‌ ହେଲା ଲୋକପ୍ରିୟ ଆମେରିକୀୟ ରାପର୍‌ କାନୟେ ୱେଷ୍ଟଙ୍କ ଟ୍ବିଟର୍‌ ଆକାଉଣ୍ଟ

ଓ୍ବାଶିଂଟନ୍‌,୩୦।୭: ଲୋକପ୍ରିୟ ଆମେରିକୀୟ ରାପର୍‌ କାନୟେ ୱେଷ୍ଟଙ୍କ ଟ୍ବିଟର ଆକାଉଣ୍ଟକୁ ପୁଣିଥରେ ଆକ୍ଟିଭେଟ୍‌ କରାଯାଇଛି। କାନୟେଙ୍କ ଆକାଉଣ୍ଟ ଟ୍ବିଟର୍‌ ପ୍ଲାଟଫର୍ମରେ ‘ୟେ’ ନାମରେ ଜଣାଶୁଣା। ପ୍ରାୟ ଆଠ ମାସ ପୂର୍ବରୁ ତାଙ୍କ ଆକାଉଣ୍ଟକୁ ଟ୍ବିଟର୍‌ ବ୍ଲକ୍‌ କରିଦେଇଥିଲା। ତାଙ୍କ ପୋଷ୍ଟ ଆକ୍ରୋଶମୂଳକ…

ବାଂଲାଦେଶର ୪ଟି ଅଞ୍ଚଳରେ ବୋମା ବିସ୍ଫୋରଣ, ୬ଟି ବୋମାକୁ ନିଷ୍କ୍ରୟ କଲା ଟିମ୍‌

ଢାକା,୩୦।୭: ବାଂଲାଦେଶର ୪ଟି ଇଲାକାରେ ବିସ୍ଫୋରଣ ହୋଇଛି। ରାଜଧାନୀ ଢାକା ସହରର ମୁଖ୍ୟ ବଜାର ଅମିନାବଜାର ଏବଂ ସାଭରରେ ୪ଟି ବିସ୍ଫୋରଣ ଘଟିଛି। ଏଥିସହ ଢାକା ପୋଲିସ ୬ଟି ବୋମାକୁ ଉଦ୍ଧାର କରି ନିଷ୍କ୍ରିୟ କରିଛନ୍ତି। ସୂଚନା ଅନୁଯାୟୀ, ଶନିବାର ରାତି…

ସେମିକଣ୍ଡକ୍ଟର ପାଲଟିଛି ଭାରତ ବିକାଶର ଗୁରୁତ୍ୱପୂର୍ଣ୍ଣ ଉତ୍ସ, ଆଗାମୀ ଦିନରେ ଭାରତରେ ୬-ଜି ସେବା……

ନୂଆଦିଲ୍ଲୀ,୩୦।୭ : ଆଜି ଏହା ଆମ ହାତରେ ଥିବା ଫୋନ ହେଉ କିମ୍ବା ଯାନବାହାନ ହେଉ, ମହାକାଶକୁ ଯାଉଥିବା ରକେଟ କିମ୍ବା ଲାପଟପ ଇତ୍ୟାଦି, ସମସ୍ତ ଇଲେକ୍ଟ୍ରୋନିକ ଉତ୍ପାଦରେ ସେମିକଣ୍ଡକ୍ଟର ବ୍ୟବହାର କରାଯାଉଛି। ସେମିକଣ୍ଡକ୍ଟର ଶିଳ୍ପ ଆଜି ବିଶ୍ୱର ପ୍ରମୁଖ ଶିଳ୍ପ…

‘ଖାଦ୍ୟ ପାନୀୟ ବିନା ଡହଳ ବିକଳ ହେଉଛନ୍ତି ଶିଶୁ’ ମଣିପୁର ହିଂସା ପିଡୀତଙ୍କୁ ଭେଟି କହିଲେ ‘ଇଣ୍ଡିଆ’ ଡେଲିଗେଶନ

ନୂଆଦିଲ୍ଲୀ,୩୦।୭: ମଣିପୁର ହିଂସାକୁ ନେଇ ପାର୍ଲାମେଣ୍ଟରୁ ରାଜରାସ୍ତା ପର୍ଯ୍ୟନ୍ତ ସବୁଠି ଏହାକୁ ନେଇ ଚର୍ଚ୍ଚା କରାଯାଉଛି। ଶନିବାର ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ଏକ ପ୍ରତିନିଧି ମଣ୍ଡଳ ମଣିପୁର ଗସ୍ତରେ ଯାଇଥିଲେ। ଏବେ ଏହି ପ୍ରତିନିଧି ମଣ୍ଡଳ ନେତାଙ୍କ ବୟାନ ସାମ୍ନାକୁ ଆସିଛି।…

ରାଜ୍ୟପାଳଙ୍କୁ ଭେଟିବା ପାଇଁ ଇମ୍ଫାଲର ରାଜଭବନରେ ପହଞ୍ଚିଲେ ଇଣ୍ଡିଆ ଟିମ୍‌

ଇମ୍ଫାଲ,୩୦।୭: ମଣିପୁର ହିଂସାର ତଦନ୍ତ ପାଇଁ ଇଣ୍ଡିଆ ଟିମ୍‌ ମଣିପୁର ଗସ୍ତରେ ଅଛନ୍ତି। ତେବେ ସେମାନେ ରବିବାର ମଣିପୁର ରାଜ୍ୟପାଳ ଅନୁସୁୟା ଉଇକେଙ୍କୁ ଭେଟିବା ଲାଗି ଇମ୍ଫାଲର ରାଜଭବନରେ ପହଞ୍ଚିଛନ୍ତି। ଏହି ସମୟରେ କଂଗ୍ରେସ ସାଂସଦ ଅଧିର ରଂଜନ ଚୌଧୁରୀ ସାମ୍ବାଦିକମାନଙ୍କ…

ବିଦେଶୀ ମଧ୍ୟ ଅମରନାଥ ଯାତ୍ରାରେ ହୋଇଛନ୍ତି ସାମିଲ: ମନ୍‌ କି ବାତରେ କହିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୩୦।୭ : ମନ୍‌ କି ବାତ କାର୍ଯ୍ୟକ୍ରମର ୧୦୩ ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅମରନାଥ ଯାତ୍ରା ସମ୍ପର୍କରେ ମନ୍ତବ୍ୟ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଅମରନାଥ ଯାତ୍ରାରେ ଆମେରିକାର ବିଦେଶୀମାନେ ମଧ୍ୟ ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ…

ତେଲେଙ୍ଗାନାରେ ବର୍ଷା ବିତ୍ପାତ: ୧୮ ମୃତ

ହାଇଦ୍ରାବାଦ,୩୦।୭: ତେଲେଙ୍ଗାନାରେ ପ୍ରବଳ ବର୍ଷା ଲାଗି ରହିଛି। ଲଗାଣ ବର୍ଷା ହେତୁ ପ୍ରାୟ ୧୯ହଜାର ଲୋକଙ୍କୁ ରାଜ୍ୟର ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସମସ୍ତ ବନ୍ୟା ପ୍ରଭାବିତଙ୍କୁ ବିସ୍ଥାପିତ କରାଯାଇଛି ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ, ରାଜ୍ୟରେ ଏଥର ପ୍ରବଳ ବର୍ଷା…

ଗିରଫଦାରୀକୁ ପୁଟିନଙ୍କ ଭୟ…

ମସ୍କୋ,୩୦।୭ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ଅନ୍ତର୍ଜାତୀୟ ଅପରାଧିକ କୋର୍ଟ (ଆଇସିସି) ଗିରଫ ପରୱାନା ଜାରି କରିଛି। ୟୁକ୍ରେନ୍‌ ଯୁଦ୍ଧ ଅପରାଧ, ଶିଶୁମାନଙ୍କୁ ବେଆଇନ ସ୍ଥାନାନ୍ତର ଏବଂ ଲୋକଙ୍କ ବେଆଇନ ସ୍ଥାନାନ୍ତରଣ ଅଭିଯୋଗରେ ପୁଟିନଙ୍କ ବିରୋଧରେ ଏହି ଗିରଫ…

ପୋଲାଣ୍ଡ ସୀମାରେ ଓ୍ବାଗନର ଗ୍ରୁପ୍‌: ହାଇବ୍ରିଡ ଆକ୍ରମଣ ଆଶଙ୍କା…

ଓ୍ବାର୍ସୋ,୩୦।୭ : ବେଲାରୁଷକୁ ଯାଇଥିବା ରୁଷିଆ ଭଡ଼ାଟିଆ ସୈନ୍ୟ ୱାଗନର୍‌ ଗ୍ରୁପର ୧୦୦ ସଦସ୍ୟ ପୋଲାଣ୍ଡ ସୀମାକୁ ମୁହାଁ ହୋଇଛନ୍ତି ବୋଲି ପୋଲାଣ୍ଡ ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ମାଥ୍ୟୁସ ମୋରାଓ ଓ୍ବିକି କହିଛନ୍ତି ବେତନାରୀ ଏବଂ କାଲିନଗ୍ରାଡ ମଧ୍ୟରେ ଅବସ୍ଥିତ ପୋଲାଣ୍ଡ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri