ସୁରକ୍ଷାକର୍ମୀଙ୍କ ସହ ଧସ୍ତାଧସ୍ତି, ୨୫ ଆହତ
ଇମ୍ଫାଲ,୭।୯: ମଣିପୁରର ବିଷ୍ଣୁପୁର ଜିଲା ଫୌଗାକଚୋ ଅଞ୍ଚଳରେ ବୁଧବାର ବିକ୍ଷୋଭକାରୀମାନେ ସୁରକ୍ଷା ବ୍ୟାରିକେଡ୍ ହଟାଇବାକୁ ଉଦ୍ୟମ କରିଥିଲେ। ଏହାକୁ ନେଇ ସୁରକ୍ଷା କର୍ମୀ ଓ ବିକ୍ଷୋଭକାରୀମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ସୁରକ୍ଷାକର୍ମୀଙ୍କ ଲୁହବୁହା ଗ୍ୟାସ ପ୍ରୟୋଗ ଫଳରେ ୨୫ ଜଣ ଆହତ…
ଆଜି ଆସୁଛନ୍ତି ବାଇଡେନ୍
ଓ୍ବାଶିଂଟନ୍,୭ା୯: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଜି୨୦ ସମ୍ମିଳନୀରେ ଯୋଗଦେବା ପାଇଁ ଗୁରୁବାର ନୂଆଦିଲ୍ଲୀରେ ପହଞ୍ଚତ୍ବେ। ଫାଷ୍ଟ ଲେଡି ଜିଲ୍ ବାଇଡେନ୍ ମଧ୍ୟ ଭାରତ ଗସ୍ତ କରିବାର ଥିଲା। କିନ୍ତୁ ସେ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଥିବାରୁ ଆସିପାରିବେ ନାହିଁ ବୋଲି…
ଜି୨୦: ମନ୍ତ୍ରୀଙ୍କୁ ମୋଦି ମନ୍ତ୍ର
ନୂଆଦିଲ୍ଲୀ,୭ା୯: ଭୂରାଜନୀତି କେବଳ ଆମେରିକା ଓ ଚାଇନାରେ କେନ୍ଦ୍ରୀଭୂତ ହୋଇ ରହିନାହିଁ। ଏବେ ଭାରତର ସମୟ ଉପନୀତ। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଆସନ୍ତା ୯ ଓ ୧୦ରେ ହେବାକୁ ଥିବା ଜି୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ବୈଶ୍ୱିକ ବିକାଶ’ ଉଦ୍ୟମକୁ…
ବଜ୍ରପାତକୁ ପ୍ରାକୃତିକ ବିପତ୍ତି ଘୋଷଣା କରିବାକୁ କେନ୍ଦ୍ର ନିକଟରେ ଦାବି ଜଣାଇଲେ ରାଜ୍ୟ ସରକାର
ଭୁବନେଶ୍ୱର,୬ା୯(ଅନିଲ ଦାସ): ରାଜ୍ୟରେ ବଜ୍ରପାତଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବଜ୍ରପାତକୁ ପ୍ରାକୃତିକ ବିପତ୍ତି ଘୋଷଣା କରିବାକୁ ରାଜ୍ୟ ସରକାର କେନ୍ଦ୍ର ନିକଟରେ ଦାବି କରିଛନ୍ତି। ଏ ନେଇ ରାଜ୍ୟ ସରକାର ଏକ ପ୍ରସ୍ତାବ ଦେଇଥିବା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା…
ଗ୍ରୀନ୍ କାର୍ଡ ପାଇବା ପୂର୍ବରୁ ୪ ଲକ୍ଷ ଭାରତୀୟଙ୍କ ହୋଇସାରିଥିବ ମୃତ୍ୟୁ
ଓ୍ବାଶିଂଟନ,୬ା୯: ଆମେରିକାରେ ଗ୍ରୀନ୍ କାର୍ଡକୁ ଅପେକ୍ଷା କରିଥିବା ଭାରତୀୟଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଏକ ରିପୋର୍ଟ ଅନୁଯାୟୀ, ୧୦.୫ ଲକ୍ଷରୁ ଅଧିକ ଭାରତୀୟ ଆମେରିକାରେ ରୋଜଗାର ଭିତ୍ତିକ ଗ୍ରୀନ୍ କାର୍ଡ ବା ସବୁଜ କାର୍ଡକୁ ଅପେକ୍ଷା କରିଛନ୍ତି।…
ଭୁଶୁଡ଼ିଲା ୪ ମହଲା କୋଠା, ୪ ମୃତ
କାଇରୋ,୬ା୯: ଇଜିପ୍ଟର ରାଜଧାନୀ କାଇରୋରେ ବୁଧବାର ଏକ ବଡ଼ ଦୁର୍ଘଟଣା ଘଟିଛି। କାଇରୋସ୍ଥିତ ଏକ ୪ ମହଲା କୋଠା ଭୁଶୁଡ଼ିପଡ଼ିବାରୁ ଅତି କମ୍ରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇ ଅଧିକାରୀମାନେ…
ଗଣତନ୍ତ୍ରର ମନ୍ଦିରକୁ ରାଜନୀତିକରଣ କରିବା ଦୁର୍ଭାଗ୍ୟଜନକ: ପ୍ରହ୍ଲାଦ ଯୋଶୀ
ନୂଆଦିଲ୍ଲୀ,୬।୯: ସଂସଦର ସ୍ବତନ୍ତ୍ର ଅଧିବେଶନ ଡକାଯିବାକୁ ନେଇ କଂଗ୍ରେସ ସଂସଦୀୟ ଦଳର ମୁଖ୍ୟ ସୋନିଆ ଗାନ୍ଧୀଙ୍କ ଚିଠିର ପ୍ରତିକ୍ରିୟା ଦେଇଛନ୍ତି ସରକାର। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ, ସଂସଦର କାର୍ଯ୍ୟକାରିତା ଏବଂ ଆମ ଗଣତନ୍ତ୍ରର ମନ୍ଦିରକୁ…
ଇଣ୍ଡିଆ ବନାମ ଭାରତ ବିବାଦରେ ଚୁପ୍ ରହିବାକୁ ମନ୍ତ୍ରୀ ପରିଷଦ ବୈଠକରେ ପରାମର୍ଶ ଦେଲେ ମୋଦି
ନୂଆଦିଲ୍ଲୀ,୬।୯: ଭାରତକୁ ନେଇ ମହାଭାରତ ବିବାଦ ଛିଡିଥିବାବେଳେ ମନ୍ତ୍ରୀ ପରିଷଦ ବୈଠକରେ ଇଣ୍ଡିଆ ଓ ଭାରତ ବିବାଦ ଉପରେ କିଛି ନ କହିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଏକ ଜାତୀୟ ଗଣମାଧ୍ୟମର ସୂଚନାନୁସାରେ ପ୍ରଧାନମନ୍ତ୍ରୀ କେବଳ…
ପ୍ୟାକେଟ୍ରେ ବିସ୍କୁଟ୍ ସଂଖ୍ୟା କମ୍ ରହିବାରୁ କୋର୍ଟର ଦ୍ୱାରସ୍ଥ ହେଲେ ବ୍ୟକ୍ତି, କ୍ଷତିପୂରଣରେ ମିଳିଲା ଏତିକି ଲକ୍ଷ ଟଙ୍କା
ନୂଆଦିଲ୍ଲୀ,୬।୯: ସାଧାରଣତଃ ବିସ୍କୁଟ ପ୍ୟାକେଟ୍ର ଦାମ ୫୦ରୁ ୧୦୦ଟଙ୍କା ମଧ୍ୟରେ ହୋଇଥାଏ। ତେବେ ଖାଇବା ସମୟରେ ଗ୍ରାହକ ସେହି ସୀମିତ ଟଙ୍କା ମଧ୍ୟରେ ଏକ୍ସ୍ରଟା ଅଫର ଦେଖି ବିସ୍କୁଟ କିଣି ନିଅନ୍ତି। ବର୍ତ୍ତମାନ ଏପରି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ…
ଏସିଆ କପ ସୁପର ୪: ପ୍ରଥମ ମ୍ୟାଚରେ ଟସ ଜିତି ବାଂଲାଦେଶର ବ୍ୟାଟିଂ, ବିପର୍ଯ୍ୟୟର ସମ୍ମୁଖୀନ…
ଲାହୋର,୬।୯ : ଏସିଆ କପର ସୁପର ୪ର ପ୍ରଥମ ମ୍ୟାଚ ପାକିସ୍ତାନ ଦଳ ଏବଂ ବାଂଲାଦେଶ ମଧ୍ୟରେ ପାକିସ୍ତାନର ଲାହୋର ସ୍ଥିତ ଗଦାଫି ଷ୍ଟାଡିୟମରେ ଖେଳାଯାଉଛି। ବାଂଲାଦେଶ ଅଧିନାୟକ ଶାକିବ ଅଲ ହାସନ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି…
କେବଳ ଭାରତ ନୁହେଁ ଇତିହାସରେ ରହିଛି ଭାରତର ଅନେକ ନାମ
ନୂଆଦିଲ୍ଲୀ,୬।୯: ଦେଶରେ ଇଣ୍ଡିଆକୁ ବନାମ ଭାରତକୁ ନେଇ ବିବାଦ ତୀବ୍ର ହେବାରେ ଲାଗିଛି। ଜାତୀୟ ରାଜନୀତି ସରଗରମ ରହିଥିବାବେଳେ ଉଭୟ ବିରୋଧୀ ଓ ଶାସକ ଦଳଙ୍କ ମଧ୍ୟରେ ତୁତୁ-ମେଁମେଁ ଲାଗି ରହିଛି। ତେବେ ଭାରତ ନାମକୁ ନେଇ ଏହି ବିବାଦ ନୂଆ…
ପାକିସ୍ତାନ ହୋଇପାରେ ଇଣ୍ଡିଆ ! ଦାବି କରିପାରେ ଉପସ୍ଥାପନ…
ନୂଆଦିଲ୍ଲୀ/ଇସଲାମାବାଦ,୬।୯ : ଦେଶର ନାମ ପରିବର୍ତ୍ତନ ଇଣ୍ଡିଆରୁ ଭାରତ କରାଯିବା ନେଇ ବିବାଦ ଘଡ଼େିବାରେ ଲାଗିଛି। ଏଥି ସହିତ, ବର୍ତ୍ତମାନ ଏହି ବିବାଦକୁ ନେଇ ପାକିସ୍ତାନରୁ କିଛି ଖବର ଆସିବା ଆରମ୍ଭ କରିଛି। ପାକିସ୍ତାନର ଏକ ସ୍ଥାନୀୟ ରିପୋର୍ଟ ଅନୁଯାୟୀ, ପାକିସ୍ତାନ…
Archives


