Posted inଜାତୀୟ

କେବଳ ଭାରତ ନୁହେଁ ଇତିହାସରେ ରହିଛି ଭାରତର ଅନେକ ନାମ

ନୂଆଦିଲ୍ଲୀ,୬।୯: ଦେଶରେ ଇଣ୍ଡିଆକୁ ବନାମ ଭାରତକୁ ନେଇ ବିବାଦ ତୀବ୍ର ହେବାରେ ଲାଗିଛି। ଜାତୀୟ ରାଜନୀତି ସରଗରମ ରହିଥିବାବେଳେ ଉଭୟ ବିରୋଧୀ ଓ ଶାସକ ଦଳଙ୍କ ମଧ୍ୟରେ ତୁତୁ-ମେଁମେଁ ଲାଗି ରହିଛି। ତେବେ ଭାରତ ନାମକୁ ନେଇ ଏହି ବିବାଦ ନୂଆ ନୁହେଁ। ସ୍ବାଧୀନତା ପରଠାରୁ ଏହି ବିବାଦ ଲାଗି ରହିଛି।

ସ୍ବାଧୀନତା ପରେ ଦେଶର ସମ୍ବିଧାନ ପ୍ରସ୍ତୁତ କରିବାକୁ ସମ୍ବିଧାନ ସଭାର ଗଠନ କରାଯାଇଥିଲା। ଏହି ପ୍ରସଙ୍ଗରେ ଅନେକ ଥର ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରସଙ୍ଗଟି ଥିଲା ଭାରତର ସରକାରୀ ନାମ କ’ଣ ରହିବ। ଫରୱାର୍ଡ ବ୍ଲକର ସଦସ୍ୟ ହରି ବିଷ୍ଣୁ କାମାଥ ସମ୍ବିଧାନ ସଭାରେ ପରାମର୍ଶ ଦେଇଥିଲେ ଧାରା ୧ରେ ଭାରତ ଦ୍ୟାଟ୍‌ ଇଜ ଇଣ୍ଡିଆ ବୋଲି ଲେଖାଯିବା ଉଚିତ୍‌।

ସମ୍ବିଧାନ ସଭାର ଅଧ୍ୟକ୍ଷ ତଥା ଲୋକସଭାର ପୂର୍ବ ଡେପୁଟି ସ୍ପିକର ହରଗୋବିନ୍ଦ ପନ୍ତ ସେତେବେଳେ ସମ୍ବିଧାନ ସଭାରେ କହିଥିଲେ, ଉତ୍ତର ଭାରତର ଲୋକମାନେ କେବଳ ଭାରତବର୍ଷ ନାମ ରଖିବାକୁ ଚାହୁଁଛନ୍ତି, ାଙ୍କ ପାଇଁ ଅନ୍ୟ କିଛି ଗ୍ରହଣୀୟ ନୁହେଁ। ସେ କହିଥିଲେ, ‘ମୁଁ ବୁଝି ବୁଝି ପାରୁ ନାହିଁ ସଭାର କିଛି ସଦସ୍ୟଙ୍କୁ ଇଣ୍ଡିଆ ନାମ ଏତେ ଭଲ ଲାଗୁଛି କାହିଁକି। ଆମେ ମନେ ରଖିବା ଉଚିତ ଏହି ନାମ ବିଦେଶୀମାନଙ୍କ ଦ୍ୱାରା ଦିଆଯାଇଥିଲା। ଯେଉଁମାନେ ଆମକୁ ଲୁଟ କରି ଦାସ ଭାବେ ରଖିଥିଲେ। ତେବେ ପନ୍ତ ଦେଇଥିବା ଏହି ପରାମର୍ଶକୁ ଡ୍ରାଫ୍ଟି କମିଟି ଗ୍ରହଣ କରି ନ ଥିଲେ।

ସର୍ବଶେଷରେ, ଯେତେବେଳେ ସମ୍ବିଧାନ ପ୍ରସ୍ତୁତ ହେଲା, ଏହାର ପ୍ରଥମ ଅନୁଚ୍ଛେଦରେ ଦୁଇଟି ନାମ ଗ୍ରହଣ କରାଯାଇଥିଲା। ଇଣ୍ଡିଆ ଓ ଭାରତ। ସମ୍ବିଧାନର ପ୍ରଥମ ଆର୍ଟିକିଲରେ କୁହାଯାଇଥିଲା ଯେ, ଇଣ୍ଡିଆ ବା ଭାରତ ରାଜ୍ୟର ଏକ ସଂଘ ଭାବେ ପରଚିତ ହେବ। ସେବେଠାରୁ ଇଂରାଜୀ ନାମର ଅନୁବାଦ ରୂପେ ଇଣ୍ଡିଆ ଓ ହିନ୍ଦୀ ନାମ ଭାବରେ ଭାରତ ବ୍ୟବହାର କରାଯାଇ ଆସୁଛି। ତେବେ କେବଳ ଇଣ୍ଡିଆ ଓ ଭାରତ ଆମ ଦେଶର ପରିଚୟ ନୁହେଁ। ଦେଶର ଆହୁରି ଅନେକ ନାମ ରହିଛି।

ତୃତୀୟ ଶତାବ୍ଦୀରେ ପ୍ରାଚୀନ ମେସୋପୋଟାମିଆର ସମସ୍ତ ଦଲିଲରେ ଭାରତୀୟ ଉପମହାଦ୍ୱୀପ ମେଲୁହା ଭାବେ ଜଣାଶୁଣା ଥିଲା। ଏଥିସହ ଅନେକ ସ୍ଥାନରେ ଜମ୍ବୁଦ୍ୱୀପ, ନାଭିବର୍ଷା, ହିମବର୍ଷ ଓ ଆର୍ଯ୍ୟବତ ଭାବେ ମଧ୍ୟ ଲୋକପ୍ରିୟ ଥିଲା। ଫରାସୀମାନେ ଭାରତକୁ ହିନ୍ଦୁସ୍ତାନ ବୋଲି ସମ୍ବୋଧନ କରୁଥିଲେ। ସପ୍ତମ ଶତାବ୍ଦୀ ପର୍ଯ୍ୟନ୍ତ, ଯେତେବେଳେ ଫରାସୀମାନେ ସିନ୍ଧୁ ଉପତ୍ୟକାକୁ କକରି ରଖିଥିଲେ ସେମାନେ ଭାରତକୁ ‘ହିନ୍ଦୁସ୍ତାନ’ ନାମରେ ନାମିତ କରିଥିଲେ। ହିନ୍ଦୁ ସଂସ୍କୃତ ଶବ୍ଦ କିନ୍ତୁ ସିନ୍ଧୁ ପାର୍ସୀ ସଂସ୍କରଣ ଥିଲା।

ସେହି ସମୟରେ ପ୍ରାଚୀନ ଗ୍ରୀସର ଲୋକମାନେ ଫରାସୀଙ୍କ ମାଧ୍ୟମରେ ‘ହିନ୍ଦ’ ବିଷୟରେ ସୂଚନା ପାଇଥିଲେ ଏବଂ ସେମାନଙ୍କ ମଧ୍ୟରେ ’ଇଣ୍ଡସ’ ବା ’ଇଣ୍ଡିକା’ ନାମ ଲୋକପ୍ରିୟ ହୋଇଥିଲା ପରେ, ଯେତେବେଳେ ଗ୍ରୀକ ଶାସକ ସିକନ୍ଦର୍‌ ଭାରତ ଉପରେ ଆକ୍ରମଣ କଲେ ସେତେବେଳେ ଏହାର ନାମ ଇଣ୍ଡିଆ ରଖାଯାଇଥିଲା।
ଐତିହାସିକଙ୍କ ଅନୁଯାୟୀ, ଷୋଡଶ ଶତାବ୍ଦୀ ପର୍ଯ୍ୟନ୍ତ ହିନ୍ଦୁସ୍ତାନ ଏବଂ ଭାରତର ଦୁଇଟି ନାମ ସର୍ବାଧିକ ବ୍ୟବହୃତ ହୋଇଥିଲା। ମୋଗଲ କାଳରେ ହିନ୍ଦୁସ୍ତାନ ନାମ ଅଧିକ ଲୋକପ୍ରିୟ ହୋଇଥିଲା। କିନ୍ତୁ ଯେତେବେଳେ ବ୍ରିଟିଶମାନେ ଆସିଲେ, ସେମାନେ ସରକାରୀ ଦଲିଲଠାରୁ ଆରମ୍ଭ କରି ଚିଠି ପର୍ଯ୍ୟନ୍ତ ଇଣ୍ଡିଆ ନାମ ବ୍ୟବହାର କରିବା ଆରମ୍ଭ କଲେ ଏବଂ ହିନ୍ଦୁସ୍ତାନ ନାମକୁ ହଟାଇ ଦେଇଥିଲେ।

ସମ୍ବିଧାନର ପ୍ରଥମ ଆର୍ଟିକିଲରେ ଉଲ୍ଲେଖ କରାଯାଇଥିବା ଦୁଇଟି ନାମ ମଧ୍ୟରୁ ଭାରତ ଓ ଭାରତବର୍ଷ ନାମଟି ମହାଭାରତ ଓ ସମସ୍ତ ହିନ୍ଦୁ ଗ୍ରନ୍ଥ, ପୁରାଣରେ ଉଲ୍ଲେଖ କରାଯାଇଛି। ମହାଭାରତର ଆଦିପର୍ବରେ ଶକୁନ୍ତଳା ଏବଂ ରାଜା ଦୁଷ୍ମନ୍ତଙ୍କ ବିଷୟରେ ଉଲ୍ଲେଖ ଅଛି। ସେଥିରେ କୁହାଯାଇଛି ଯେ ଋଷି କାନବ କିପରି ତାଙ୍କ ପୁଅ ଭରତଙ୍କୁ ଚର୍କବର୍ତ୍ତୀ ସମ୍ରାଟ ହେବାକୁ ଆଶୀର୍ବାଦ ଦେଇଥିଲେ ଏବଂ ତାଙ୍କ ନାଁରେ ଭାରତ ପ୍ରସିଦ୍ଧ ହେବ ବୋଲି କହିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା କମିଛି, ଆତଙ୍କ ଥମିନି: କାନ୍ଥ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ଭଞ୍ଜନଗର, ୨୫।୯(ବାବୁଲା ପ୍ରଧାନ):ଗଞ୍ଜାମ ଜିଲାରେ ଲଗାଣ ବର୍ଷା ପରେ ଶୁକ୍ରବାର ବର୍ଷାର ପରିମାଣ କିଛିଟା କମିଥିଲେ ମଧ୍ୟ ଲୋକଙ୍କ ମନରୁ ଆତଙ୍କ ଥମିନାହିଁ। ବେଲଗୁଣ୍ଠ ବ୍ଲକ ଉଡ୍ରା…

ବର୍ଷାରେ ଭାଙ୍ଗିଲା ଘର: ତାର୍ପୋଲିନ ଯୋଗାଇଦେଲେ ତହସିଲଦାର

କେସିଙ୍ଗା, ୨୫।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଓ ପବନ ଯୋଗୁ କେସିଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳରେ ଘର ଭାଙ୍ଗିବା ସହ ଚାଷଜମିରେ ମଧ୍ୟ କ୍ଷୟକ୍ଷତି ହେଉଥିବା…

୨୭ ବର୍ଷର ସଂଘର୍ଷ ପରେ ୫୯ ବର୍ଷରେ ପାଇଲେ ସରକାରୀ ଚାକିରି; ୧୯୯୯ରୁ କରୁଥିଲେ ପ୍ରସ୍ତୁତି, ଜାଣନ୍ତୁ ରୋଚକ କାହାଣୀ

ନୂଆଦିଲ୍ଲୀ,୨୫।୯: ବୟସ ୫୯ ବର୍ଷ। ଦୀର୍ଘ ୨୭ ବର୍ଷର ସଂଘର୍ଷ ପରେ ଶେଷରେ ପୂରଣ ହୋଇଛି ସରକାରୀ ଶିକ୍ଷକ ହେବାର ସ୍ୱପ୍ନ । ଉତ୍ତରପ୍ରଦେଶର ବାଗପତ ଜିଲାର…

ବର୍ଷକୁ ମାଗଣାରେ ମିଳିବ ୬ଟା ସିଲିଣ୍ଡର, ସରକାରଙ୍କ ବଡ଼ ଘୋଷଣା; ଜାଣନ୍ତୁ କାହାକୁ ମିଳିବ ଫାଇଦା

ନୂଆଦିଲ୍‌ଲୀ,୨୫।୯: ଏଣିକି ବର୍ଷକୁ ମିଳିବ ୬ଟି ସିଲିଣ୍ଡର। ଏନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଉମର ଅବଦୁଲ୍ଲା ସରକାର ବିଧାନସଭାରେ ଏକ ବଡ଼ ଘୋଷଣା କରି ଜମ୍ମୁ-କଶ୍ମୀରରେ…

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କଲେ ନବୀନ, SIR ପ୍ରକ୍ରିୟା ଉପରେ କହିଲେ ଏମିତି କଥା: ରାଜନୀତିରେ ଚହଳ

ଭୁବନେଶ୍ୱର, ୨୫।୯: ନିର୍ବାଚନ କମିଶନ ଏବଂ ଭୋଟର ତାଲିକାର SIR ପ୍ରକ୍ରିୟାକୁ ନେଇ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ମୁଖ୍ୟ ନିର୍ବାଚନ…

ସକାଳୁ ସକାଳୁ ପୂର୍ବତନ ବିଧାୟକଙ୍କୁ ଉଠାଇନେଲା ପୋଲିସ, ମମତାଙ୍କ ଘନିଷ୍ଠ ଥିଲେ..

କୋଲକାତା,୨୫।୯: ତୃଣମୂଳ କଂଗ୍ରେସର ସମସ୍ୟା କମିବାର ନାଁ ନେଉନାହିଁ । ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ପୂର୍ବତନ ବିଧାୟକ ଅଜିତ ମାଇତିଙ୍କୁ ଠକେଇ ମାମଲାରେ ପୋଲିସ ଗିରଫ କରିଛି…

ସପ୍ତାହରେ ବ୍ୟାଙ୍କ୍‌ରେ ୫ଦିନ ଓ଼୍ବାର୍କିଂ ଡେ? ଅର୍ଥ ମନ୍ତ୍ରଣାଳୟରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୨୫।୯: ସପ୍ତାହକୁ ୫ ଦିନ କାର୍ଯ୍ୟଦିବସ (5-Day Work Week) ସମେତ ଅନ୍ୟ କିଛି ଦାବିକୁ ନେଇ ବ୍ୟାଙ୍କ ୟୁନିଅନଗୁଡ଼ିକ ସେପ୍ଟେମ୍ୱର ୨୮ ରୁ ତିନି ଦିନିଆ…

ମନ୍ତ୍ରୀଙ୍କ ବଡ଼ ସୂଚନା: ଏହି ଦିନ ମିଳିବ ବକେୟା ଭତ୍ତା

ଭୁବନେଶ୍ୱର, ୨୫।୯: ଆସନ୍ତା ଅକ୍ଟୋବର ମାସ ସୁଦ୍ଧା ମିଳିବ ବକେୟା ଥିବା ଭତ୍ତା। ଏନେଇ ବିଧାନସଭାରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ରାଜ୍ୟରେ ସମୁଦାୟ ୨୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?