Odisha Elections 2024
Posted inଜାତୀୟ

କେବଳ ଭାରତ ନୁହେଁ ଇତିହାସରେ ରହିଛି ଭାରତର ଅନେକ ନାମ

ନୂଆଦିଲ୍ଲୀ,୬।୯: ଦେଶରେ ଇଣ୍ଡିଆକୁ ବନାମ ଭାରତକୁ ନେଇ ବିବାଦ ତୀବ୍ର ହେବାରେ ଲାଗିଛି। ଜାତୀୟ ରାଜନୀତି ସରଗରମ ରହିଥିବାବେଳେ ଉଭୟ ବିରୋଧୀ ଓ ଶାସକ ଦଳଙ୍କ ମଧ୍ୟରେ ତୁତୁ-ମେଁମେଁ ଲାଗି ରହିଛି। ତେବେ ଭାରତ ନାମକୁ ନେଇ ଏହି ବିବାଦ ନୂଆ ନୁହେଁ। ସ୍ବାଧୀନତା ପରଠାରୁ ଏହି ବିବାଦ ଲାଗି ରହିଛି।

ସ୍ବାଧୀନତା ପରେ ଦେଶର ସମ୍ବିଧାନ ପ୍ରସ୍ତୁତ କରିବାକୁ ସମ୍ବିଧାନ ସଭାର ଗଠନ କରାଯାଇଥିଲା। ଏହି ପ୍ରସଙ୍ଗରେ ଅନେକ ଥର ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରସଙ୍ଗଟି ଥିଲା ଭାରତର ସରକାରୀ ନାମ କ’ଣ ରହିବ। ଫରୱାର୍ଡ ବ୍ଲକର ସଦସ୍ୟ ହରି ବିଷ୍ଣୁ କାମାଥ ସମ୍ବିଧାନ ସଭାରେ ପରାମର୍ଶ ଦେଇଥିଲେ ଧାରା ୧ରେ ଭାରତ ଦ୍ୟାଟ୍‌ ଇଜ ଇଣ୍ଡିଆ ବୋଲି ଲେଖାଯିବା ଉଚିତ୍‌।

ସମ୍ବିଧାନ ସଭାର ଅଧ୍ୟକ୍ଷ ତଥା ଲୋକସଭାର ପୂର୍ବ ଡେପୁଟି ସ୍ପିକର ହରଗୋବିନ୍ଦ ପନ୍ତ ସେତେବେଳେ ସମ୍ବିଧାନ ସଭାରେ କହିଥିଲେ, ଉତ୍ତର ଭାରତର ଲୋକମାନେ କେବଳ ଭାରତବର୍ଷ ନାମ ରଖିବାକୁ ଚାହୁଁଛନ୍ତି, ାଙ୍କ ପାଇଁ ଅନ୍ୟ କିଛି ଗ୍ରହଣୀୟ ନୁହେଁ। ସେ କହିଥିଲେ, ‘ମୁଁ ବୁଝି ବୁଝି ପାରୁ ନାହିଁ ସଭାର କିଛି ସଦସ୍ୟଙ୍କୁ ଇଣ୍ଡିଆ ନାମ ଏତେ ଭଲ ଲାଗୁଛି କାହିଁକି। ଆମେ ମନେ ରଖିବା ଉଚିତ ଏହି ନାମ ବିଦେଶୀମାନଙ୍କ ଦ୍ୱାରା ଦିଆଯାଇଥିଲା। ଯେଉଁମାନେ ଆମକୁ ଲୁଟ କରି ଦାସ ଭାବେ ରଖିଥିଲେ। ତେବେ ପନ୍ତ ଦେଇଥିବା ଏହି ପରାମର୍ଶକୁ ଡ୍ରାଫ୍ଟି କମିଟି ଗ୍ରହଣ କରି ନ ଥିଲେ।

ସର୍ବଶେଷରେ, ଯେତେବେଳେ ସମ୍ବିଧାନ ପ୍ରସ୍ତୁତ ହେଲା, ଏହାର ପ୍ରଥମ ଅନୁଚ୍ଛେଦରେ ଦୁଇଟି ନାମ ଗ୍ରହଣ କରାଯାଇଥିଲା। ଇଣ୍ଡିଆ ଓ ଭାରତ। ସମ୍ବିଧାନର ପ୍ରଥମ ଆର୍ଟିକିଲରେ କୁହାଯାଇଥିଲା ଯେ, ଇଣ୍ଡିଆ ବା ଭାରତ ରାଜ୍ୟର ଏକ ସଂଘ ଭାବେ ପରଚିତ ହେବ। ସେବେଠାରୁ ଇଂରାଜୀ ନାମର ଅନୁବାଦ ରୂପେ ଇଣ୍ଡିଆ ଓ ହିନ୍ଦୀ ନାମ ଭାବରେ ଭାରତ ବ୍ୟବହାର କରାଯାଇ ଆସୁଛି। ତେବେ କେବଳ ଇଣ୍ଡିଆ ଓ ଭାରତ ଆମ ଦେଶର ପରିଚୟ ନୁହେଁ। ଦେଶର ଆହୁରି ଅନେକ ନାମ ରହିଛି।

ତୃତୀୟ ଶତାବ୍ଦୀରେ ପ୍ରାଚୀନ ମେସୋପୋଟାମିଆର ସମସ୍ତ ଦଲିଲରେ ଭାରତୀୟ ଉପମହାଦ୍ୱୀପ ମେଲୁହା ଭାବେ ଜଣାଶୁଣା ଥିଲା। ଏଥିସହ ଅନେକ ସ୍ଥାନରେ ଜମ୍ବୁଦ୍ୱୀପ, ନାଭିବର୍ଷା, ହିମବର୍ଷ ଓ ଆର୍ଯ୍ୟବତ ଭାବେ ମଧ୍ୟ ଲୋକପ୍ରିୟ ଥିଲା। ଫରାସୀମାନେ ଭାରତକୁ ହିନ୍ଦୁସ୍ତାନ ବୋଲି ସମ୍ବୋଧନ କରୁଥିଲେ। ସପ୍ତମ ଶତାବ୍ଦୀ ପର୍ଯ୍ୟନ୍ତ, ଯେତେବେଳେ ଫରାସୀମାନେ ସିନ୍ଧୁ ଉପତ୍ୟକାକୁ କକରି ରଖିଥିଲେ ସେମାନେ ଭାରତକୁ ‘ହିନ୍ଦୁସ୍ତାନ’ ନାମରେ ନାମିତ କରିଥିଲେ। ହିନ୍ଦୁ ସଂସ୍କୃତ ଶବ୍ଦ କିନ୍ତୁ ସିନ୍ଧୁ ପାର୍ସୀ ସଂସ୍କରଣ ଥିଲା।

ସେହି ସମୟରେ ପ୍ରାଚୀନ ଗ୍ରୀସର ଲୋକମାନେ ଫରାସୀଙ୍କ ମାଧ୍ୟମରେ ‘ହିନ୍ଦ’ ବିଷୟରେ ସୂଚନା ପାଇଥିଲେ ଏବଂ ସେମାନଙ୍କ ମଧ୍ୟରେ ’ଇଣ୍ଡସ’ ବା ’ଇଣ୍ଡିକା’ ନାମ ଲୋକପ୍ରିୟ ହୋଇଥିଲା ପରେ, ଯେତେବେଳେ ଗ୍ରୀକ ଶାସକ ସିକନ୍ଦର୍‌ ଭାରତ ଉପରେ ଆକ୍ରମଣ କଲେ ସେତେବେଳେ ଏହାର ନାମ ଇଣ୍ଡିଆ ରଖାଯାଇଥିଲା।
ଐତିହାସିକଙ୍କ ଅନୁଯାୟୀ, ଷୋଡଶ ଶତାବ୍ଦୀ ପର୍ଯ୍ୟନ୍ତ ହିନ୍ଦୁସ୍ତାନ ଏବଂ ଭାରତର ଦୁଇଟି ନାମ ସର୍ବାଧିକ ବ୍ୟବହୃତ ହୋଇଥିଲା। ମୋଗଲ କାଳରେ ହିନ୍ଦୁସ୍ତାନ ନାମ ଅଧିକ ଲୋକପ୍ରିୟ ହୋଇଥିଲା। କିନ୍ତୁ ଯେତେବେଳେ ବ୍ରିଟିଶମାନେ ଆସିଲେ, ସେମାନେ ସରକାରୀ ଦଲିଲଠାରୁ ଆରମ୍ଭ କରି ଚିଠି ପର୍ଯ୍ୟନ୍ତ ଇଣ୍ଡିଆ ନାମ ବ୍ୟବହାର କରିବା ଆରମ୍ଭ କଲେ ଏବଂ ହିନ୍ଦୁସ୍ତାନ ନାମକୁ ହଟାଇ ଦେଇଥିଲେ।

ସମ୍ବିଧାନର ପ୍ରଥମ ଆର୍ଟିକିଲରେ ଉଲ୍ଲେଖ କରାଯାଇଥିବା ଦୁଇଟି ନାମ ମଧ୍ୟରୁ ଭାରତ ଓ ଭାରତବର୍ଷ ନାମଟି ମହାଭାରତ ଓ ସମସ୍ତ ହିନ୍ଦୁ ଗ୍ରନ୍ଥ, ପୁରାଣରେ ଉଲ୍ଲେଖ କରାଯାଇଛି। ମହାଭାରତର ଆଦିପର୍ବରେ ଶକୁନ୍ତଳା ଏବଂ ରାଜା ଦୁଷ୍ମନ୍ତଙ୍କ ବିଷୟରେ ଉଲ୍ଲେଖ ଅଛି। ସେଥିରେ କୁହାଯାଇଛି ଯେ ଋଷି କାନବ କିପରି ତାଙ୍କ ପୁଅ ଭରତଙ୍କୁ ଚର୍କବର୍ତ୍ତୀ ସମ୍ରାଟ ହେବାକୁ ଆଶୀର୍ବାଦ ଦେଇଥିଲେ ଏବଂ ତାଙ୍କ ନାଁରେ ଭାରତ ପ୍ରସିଦ୍ଧ ହେବ ବୋଲି କହିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଯଦି ଆପଣ କୋଭାକ୍ସିନ ନେଇଛନ୍ତି, ତେବେ ଭୟ କରିବାର ଆବଶ୍ୟକତା ନାହିଁ

ନୂଆଦିଲ୍ଲୀ,୨୦।୫: ନିକଟରେ କରୋନା ଟିକା ସମ୍ବନ୍ଧରେ ଅନେକ ଭୟାନକ ଦାବି ସାମ୍ନାକୁ ଆସିଛି। ବର୍ତ୍ତମାନ ଆଇସିଏମଆର ଏହି ଦାବିକୁ ଭୁଲ ବୋଲି କହିଛି। କୋଭାକ୍ସିନର ପାର୍ଶ୍ୱ...

ଏଥର ଭବିଷ୍ୟବାଣୀ ପୂରଣ ନ ହେଲେ ମୁହଁରେ ଗୋବର ବୋଳିବାକୁ ପ୍ରସ୍ତୁତ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ,୨୦।୫: ଲୋକ ସଭା ନିର୍ବାଚନ ୨୦୨୪ ଏବଂ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳକୁ ନେଇ ରାଜନୈତିକ ରଣନୀତିଜ୍ଞ ବା ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋର...

ମୋଦି କେବେ ଓ କାହିଁକି ଚୁପ ହୋଇ ଯାଆନ୍ତି, ନିଜେ କହିଲେ ଏହାର କାରଣ

ନୂଆଦିଲ୍ଲୀ,୨୦।୫:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ଭାଜପାକୁ ସୁଯୋଗ ଦିଅନ୍ତୁ। ଏହି ସମୟ ମଧ୍ୟରେ ସେ ଲୋକମାନଙ୍କୁ...

ଯେ କୌଣସି ସ୍ତରକୁ ଯାଇ ପାରନ୍ତି ମୋଦି: ସଞ୍ଜୟ ସିଂଙ୍କ ଗମ୍ଭୀର ଅଭିଯୋଗ

ନୂଆଦିଲ୍ଲୀ,୨୦।୫: ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମପି ସଞ୍ଜୟ ସିଂ ଭାରତୀୟ ଜନତା ପାର୍ଟି ଏବଂ ନରେନ୍ଦ୍ର ମୋଦି ସରକାରଙ୍କ ବିରୋଧରେ ଅନେକ ଗମ୍ଭୀର...

ଏ ଦୁଃଖଦ ସମୟରେ ଇରାନ ସହ ଅଛି ଭାରତ: ଶୋକପ୍ରକାଶ କଲେ ମୋଦି

ନୂଆଦିଲ୍ଲୀ,୨୦।୫: ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି। ଇବ୍ରାହିମଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ସେ ଏଥିରେ ମୃତ୍ୟୁବରଣ...

ଦେଶବାସୀଙ୍କୁ ଏମିତି ଅପିଲ୍‌ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୦।୫: ଲୋକ ସଭା ନିର୍ବାଚନରେ ପଞ୍ଚମ ପର୍ଯ୍ୟାୟରେ ମତଦାନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋଟରଙ୍କୁ ନିବେଦନ କରିଛନ୍ତି। ସେ ଲୋକମାନଙ୍କୁ ନିବେଦନ କରି କହିଛନ୍ତି,...

ଶ୍ରୀମନ୍ଦିରରେ ମୋଦି

ପୁରୀ,୨୦ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଶ୍ରୀମନ୍ଦିରରେ ପହଞ୍ଚିଛନ୍ତି।  ପ୍ରଧାନମନ୍ତ୍ରୀ ପ୍ରଥମେ ଗରୁଡ଼ ସ୍ତମ୍ଭ ନିକଟରେ ଦୀପ ଦାନ କରି ଭିତରକୁ ପ୍ରବେଶ କରିଛନ୍ତି। ଏହି...

ବୃଦ୍ଧଙ୍କୁ ଉଲଗ୍ନ କରି ବାଇକ୍‌ରେ ଘୋଷାଡ଼ିଲେ ନେଲେ, ଆଉ ତାପରେ…

ଗରହ୍ବା,୧୯ା୫: ଝାଡ଼ଖଣ୍ଡର ଗରହ୍ବା ଜିଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋରୁ ଚୋରାଚାଲାଣ ସନ୍ଦେହରେ ଜଣେ ୬୦ ବର୍ଷୀୟ ବୃଦ୍ଧଙ୍କୁ ଉଲଗ୍ନ କରି ବାଇକ୍‌ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri