ଜାଣନ୍ତି ହମାସ୍ ଉପରେ ଭାରତ କାହିଁକି ଲଗାଉନାହିଁ ପ୍ରତିବନ୍ଧକ
ଜେରୁଜେଲମ୍/ନୂଆଦିଲ୍ଲୀ,୬ା୧୧: ଅକ୍ଟୋବର ୭ରେ ଇସ୍ରାଏଲ ବିରୋଧରେ ହୋଇଥିବା ଆକ୍ରମଣ ପରଠାରୁ ପାଲେଷ୍ଟାଇନ୍ର ଆତଙ୍କବାଦୀ ସଂଗଠନ ହମାସ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଶ୍ୱବ୍ୟାପୀ ଦାବି ହୋଇଆସୁଛି। ତେବେ ଭାରତୀୟ ଗୁପ୍ତଚର ଏଜେନ୍ସି ସହ ଜଡ଼ିତ ବିଶେଷ ସୂତ୍ରରୁ ଏହା ସ୍ପଷ୍ଟ ହୋଇଛି ଯେ,…
ଲକ୍ଷ୍ମଣ ରେଖା ଅତିକ୍ରମ ନ କରନ୍ତୁ ଅଖିଳେଶ, କଂଗ୍ରେସର ଚେତାବନୀ…
ଭୋପାଳ,୬।୧୧ : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ଏସପି ମୁଖ୍ୟ ଅଖିଳେଶ ଯାଦବ କଂଗ୍ରେସକୁ କ୍ରମାଗତ ଟାର୍ଗେଟ କରୁଛନ୍ତି। ଇଣ୍ଡିଆ ମିଳିତ ମଞ୍ଚରେ ସମାଜବାଦି ପାର୍ଟି ସହ ରାଜ୍ୟରେ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନ କରିବାକୁ କଂଗ୍ରେସ ପ୍ରତି ତାଙ୍କର ଅସନ୍ତୋଷ ରହିଛି।…
ବିଶ୍ୱ ଚାମ୍ପିୟନର ପରାଜୟ ନେଇ କ୍ରିକେଟ ବୋର୍ଡକୁ ନିଲମ୍ବିତ କଲେ ସରକାର…
କଲମ୍ବୋ,୬।୧୧ : ବିଶ୍ୱକପ ୨୦୨୩ରେ ଶ୍ରୀଲଙ୍କାର ଖରାପ ପ୍ରଦର୍ଶନର ପ୍ରଭାବ ଦୃଶ୍ୟମାନ ହେବାକୁ ଲାଗିଲାଣି। ଶ୍ରୀଲଙ୍କା ସରକାର ସମଗ୍ର କ୍ରିକେଟ ବୋର୍ଡକୁ ନିଲମ୍ବିତ କରିଛନ୍ତି। ସୋମବାର ଶ୍ରୀଲଙ୍କାର କ୍ରୀଡା ମନ୍ତ୍ରଣାଳୟ ଏହି ସୂଚନା ଦେଇଛି। ଶ୍ରୀଲଙ୍କା ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ୱକପରେ ଖେଳାଯାଇଥିବା…
ହମାସ୍କୁ ସମର୍ଥନ କରିବା ପାଇଁ ଆଗେଇ ଆସିଲା ପାକ୍
ଜେରୁଜେଲମ୍,୬ା୧୧: ହମାସ୍କୁ ହଟାଇବା ପାଇଁ ଇସ୍ରାଏଲ କ୍ରମାଗତ ଭାବରେ ନିଜର ଆକ୍ରମଣକୁ ଜୋରଦାର କରୁଛି। ଗାଜା ଉପରେ ଚାଲିଥିବା ଆକ୍ରମଣକୁ ଦୃଷ୍ଟିରେ ରଖି ଅନେକ ମୁସଲମାନ ଦେଶ ଆତଙ୍କବାଦୀ ଗୋଷ୍ଠୀ ହମାସ୍କୁ ସମର୍ଥନ କରିଛନ୍ତି। ଏହି ସମୟରେ ପାକିସ୍ତାନ ମଧ୍ୟ ହମାସ୍…
ଭାଜପାରେ ମିଶିବେ ୫୦ କଂଗ୍ରେସ ବିଧାୟକ: ଭାଜପା ନେତାଙ୍କ ଦାବି ନେଇ ରାଜନୀତି ସରଗରମ
ବେଙ୍ଗାଲୁରୁ,୬।୧୧: ଭାରତୀୟ ଜନତା ପାର୍ଟି (ଭାଜପା) ନେତା ତଥା ପୂର୍ବତନ ବିଧାୟକ ମୁରୁଗେଶ ନିରାନୀଙ୍କ ଦାବି କର୍ନାଟକ ରାଜନୀତିରେ ପୁଣି ଥରେ ଆଲୋଡ଼ନ ସୃଷ୍ଟି କରିଛି। ବିଜୟପୁରରେ ସେ କହିଛନ୍ତି,ଅତି କମରେ ୫୦ ଜଣ କଂଗ୍ରେସ ବିଧାୟକ ଖୁବ ଶୀଘ୍ର ଭାଜପାରେ…
ଜୟପୁରରେ ପହଞ୍ଚିଲା ବିମାନ
ଭୁବନେଶ୍ୱର,୬ା୧୧: ରାଜଧାନୀ ଭୁବନେଶ୍ୱର ବିମାନବନ୍ଦରରୁ ସୋମବାର ସକାଳ ୭.୧୦ରେ ଉଡ଼ାଣ କରିଥିବା ଇଣ୍ଡିଆଓ୍ବାନ୍ ଏୟାର ବିମାନ ୮.୪୫ରେ କୋରାପୁଟ ଜିଲାର ଜୟପୁରଠାରେ ପହଞ୍ଚିଛି। ତେବେ ଏହି ବିମାନ ଜୟପୁରରୁ ସକାଳ ୯ଟାରେ ଛାଡ଼ି ଭୁବନେଶ୍ୱରରେ ୧୦.୧୫ରେ ପହଞ୍ଚିବ ବୋଲି ବିମାନବନ୍ଦର ସୂତ୍ରରୁ…
୩୫ ବର୍ଷ ବୟସ୍କା ପ୍ରଫେସର ୨୦ ବର୍ଷ ବୟସ୍କ ଛାତ୍ରଙ୍କୁ କଲେ ବିବାହ, ବଳାତ୍କାର ମାମଲାରେ ଜାମିନ ପ୍ରଦାନ କଲେ କୋର୍ଟ…
ନୂଆଦିଲ୍ଲୀ,୬।୧୧ : ପ୍ରେମ, ଯୌନ ସମ୍ପର୍କ ଏବଂ ପ୍ରତାରଣା ମାମଲାରେ ଦିଲ୍ଲୀ ହାଇକୋର୍ଟ ଜଣେ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଦେଶର ରାଜଧାନୀ ଦିଲ୍ଲୀରେ ଘଟିଥିବା ଏହି ମାମଲାରେ ଜଣେ ୩୫ ବର୍ଷ ବୟସ୍କା ପ୍ରଫେସର ଜଣେ ୨୦ ବର୍ଷ ବୟସ୍କ…
ଭାରତ-ପାକିସ୍ତାନ ହେବ ସେମିଫାଇନାଲ୍! ଜାଣନ୍ତୁ କ’ଣ କହୁଛି ତାଜା ସମୀକରଣ
ନୂଆଦିଲ୍ଲୀ,୬।୧୧: ଦିନିକିଆ ବିଶ୍ୱକପ୍ରେ ଭାରତୀୟ ଦଳ ନିଜର ଆଭିମୁଖ୍ୟକୁ ସଂପୂର୍ଣ୍ଣ ଭାବେ ଦର୍ଶାଇଛି। ଭାରତ ହେଉଛି ଏକମାତ୍ର ଦଳ ଯାହାକୁ ଏପର୍ଯ୍ୟନ୍ତ ଅନ୍ୟ କୌଣସି ଦଳ ପରାସ୍ତ କରିପାରି ନାହାଁନ୍ତି। ଭାରତ ସେମିଫାଇନାଲରେ ପ୍ରବେଶ କରିଛି। ଯଦି ପାକିସ୍ତାନ କୌଣସି ପ୍ରକାରେ…
ଚାଇନାରେ ତୁଷାରପାତ,ସ୍କୁଲ ବନ୍ଦ, ବିମାନ ଉଡାଣ ବାତିଲ…
ବେଜିଂ,୬।୧୧ : ଚଳିତ ଥର ଶୀତ ସମୟ ପୂର୍ବରୁ ଚାଇନାରେ ପହଞ୍ଚିଛି। ସୋମବାର ଚାଇନାର ଉତ୍ତର-ପୂର୍ବାଞ୍ଚଳରେ ଏକ ତୁଷାର ଝଡ ସୃଷ୍ଟି ହୋଇଛି। ଦେଶର ଉତ୍ତର ହିଲୋଙ୍ଗଜିଆଙ୍ଗ ପ୍ରଦେଶରେ ଅନେକ ବିମାନ ଊଡାଣକୁ ସୁରକ୍ଷା ଦୃଷ୍ଟିରୁ ବାତିଲ ହୋଇଯାଇଛି। ସରକାର ଏକ…
ମଶା କାମୁଡିଲେ ୩ ମିଲିମିଟର କ୍ଷତ ହେବା ଅସମ୍ଭବ, ୨୩ ମାସର ଶିଶୁକନ୍ୟାଙ୍କ ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ କଲେ କୋର୍ଟ…
ମୁମ୍ବାଇ,୬।୧୧ : ମୁମ୍ବାଇର ଏକ କୋର୍ଟ ଜଣେ ବ୍ୟକ୍ତିଙ୍କୁ ୨୦ବର୍ଷ କାରାଦଣ୍ଡରେ ଦଣ୍ଡିତ କରି କହିଛନ୍ତି ମଶା କାମୁଡ଼ିବା ଦ୍ୱାରା ୩ ମିଲିମିଟର କ୍ଷତ ସୃଷ୍ଟି ହୋଇପାରିବ ନାହିଁ। ୨୧ ବର୍ଷ ବୟସ୍କ ବ୍ୟକ୍ତି ତାଙ୍କ ୨୩ ମାସର ଭାଣିଜୀକୁ ବଳାତ୍କାର…
ଏକ୍ସା-ସେଲ ଜିନ ଥେରାପିରେ ହେବ ସିକଲ ସେଲ ଚିକିତ୍ସା…
ଓ୍ବାଶିଂଟନ/ନୂଆଦିଲ୍ଲୀ,୬।୧୧: ଆମେରିକାର ସ୍ବାସ୍ଥ୍ୟ ବିଶେଷଜ୍ଞ କମିଟି ନୂତନ ଜିନ ଥେରାପି ‘ଏକ୍ସା-ସେଲ’ ସହିତ ଆନୁବଂଶିକ ରୋଗୀ ସିକଲ ସେଲ ରୋଗ (ଏସସିଡି)ର ଚିକିତ୍ସାକୁ ଅନୁମୋଦନ କରିଛି। ଡିସେମ୍ବର ୮ ରେ ଏହା ଖାଦ୍ୟ ଏବଂ ଔଷଧ ପ୍ରଶାସନ (ଏପଡିଏ) ରୁ ଆନୁଷ୍ଠାନିକ…
ଲାଇଭ୍ଷ୍ଟ୍ରିମ୍ ସମୟରେ ଆଙ୍କରଙ୍କୁ ହତ୍ୟା
ମାନିଲା,୬ା୧୧: ଲାଇଭଷ୍ଟ୍ରିମ୍ ସମୟରେ ଜଣେ ରେଡିଓ ଆଙ୍କରଙ୍କୁ ହତ୍ୟା କରାଯାଇଛି। ଏପରି ଅଭାବନୀୟ ଘଟଣା ଫିଲିପାଇନ୍ସରେ ଘଟିଛି। ଦୁର୍ବୃତ୍ତମାନେ ସ୍ପଷ୍ଟ ଦିବାଲୋକରେ ଷ୍ଟୁଡିଓ ଭିତରେ ପଶି ଆଙ୍କରଙ୍କ ଉପରକୁ ଗୁଳି ଚଳାଇଥିଲେ। ସୂଚନାଯୋଗ୍ୟ, ରବିବାର ଫିଲିପାଇନ୍ସରେ ଏକ ଫେସ୍ବୁକ୍ ଲାଇଭ୍ କାର୍ଯ୍ୟକ୍ରମ…

