Posted inଜାତୀୟ

ଭାଜପାରେ ମିଶିବେ ୫୦ କଂଗ୍ରେସ ବିଧାୟକ: ଭାଜପା ନେତାଙ୍କ ଦାବି ନେଇ ରାଜନୀତି ସରଗରମ

ବେଙ୍ଗାଲୁରୁ,୬।୧୧: ଭାରତୀୟ ଜନତା ପାର୍ଟି (ଭାଜପା) ନେତା ତଥା ପୂର୍ବତନ ବିଧାୟକ ମୁରୁଗେଶ ନିରାନୀଙ୍କ ଦାବି କର୍ନାଟକ ରାଜନୀତିରେ ପୁଣି ଥରେ ଆଲୋଡ଼ନ ସୃଷ୍ଟି କରିଛି। ବିଜୟପୁରରେ ସେ କହିଛନ୍ତି,ଅତି କମରେ ୫୦ ଜଣ କଂଗ୍ରେସ ବିଧାୟକ ଖୁବ ଶୀଘ୍ର ଭାଜପାରେ ଯୋଗଦେବାକୁ ଯାଉଛନ୍ତି। ଭାଜପା ନେତାଙ୍କ ଏହି ବିବୃତ୍ତିରେ ଶିଳ୍ପ ମନ୍ତ୍ରୀ ଏମ.ବି ପାଟିଲ ମଧ୍ୟ ପଛଘୁଞ୍ଚା ଦେଇଛନ୍ତି।
ନିରାନୀ କହିଛନ୍ତି, ଶାସକ କଂଗ୍ରେସରେ ଚାରୋଟି କ୍ୟାମ୍ପ ଅଛି। ପ୍ରତ୍ୟେକ କ୍ୟାମ୍ପ୍‌ ଡେପୁଟି ସିଏମ ଦାବି କରୁଛନ୍ତି। ଏକଜୁଟ ହେବାକୁ ପ୍ରଶାସନ କୌଣସି ଉଦ୍ୟମ ମଧ୍ୟ କରୁନାହିଁ। ବିକାଶ ପାଇଁ ଟଙ୍କା ନାହିଁ ଏବଂ ଏହି ସରକାର କିଛି ମାସ ମଧ୍ୟରେ ହଟିବ। ସମସ୍ତ କଂଗ୍ରେସ ବିଧାୟକ ଏହା ଜାଣିଛନ୍ତି ଏବଂ ସେଥିପାଇଁ ସେମାନେ ଭାଜପାରେ ଯୋଗଦେବାକୁ ଚେଷ୍ଟା କରୁଛନ୍ତି।
ମୁରୁଗେଶ ନିରାନୀଙ୍କ ଏହି ବିବୃତ୍ତିର ଉତ୍ତରରେ ଶିଳ୍ପ ମନ୍ତ୍ରୀ ଏମ.ବି ପାଟିଲ କହିଛନ୍ତି , ଯଦି ଭାଜପା କଂଗ୍ରେସର ଜଣେ ବିଧାୟକଙ୍କୁ ମଧ୍ୟ ଭାଙ୍ଗିବାକୁ ଚେଷ୍ଟା କରେ, ତେବେ କଂଗ୍ରେସ ମଧ୍ୟ ଅତି କମରେ ୨୫ ଜଣ ବିଧାୟକଙ୍କୁ ଭାଙ୍ଗିବ। ଆମର ୧୩୬ ଜଣ ବିଧାୟକଙ୍କ ସହ ସମ୍ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ଅଛି। ଯଦି ଭାଜପା ଆମର ବିଧାୟକଙ୍କୁ ଭାଙ୍ଗିବାକୁ ଚେଷ୍ଟା କରେ, ତେବେ ଆମେ ମଧ୍ୟ ଆମ ଦଳରେ ୨୫ ଜଣ ଭାଜପା ବିଧାୟକଙ୍କୁ ସାମିଲ କରିବୁ। ଏଭଳି ପରିସ୍ଥିତିରେ ଆମର ସଂଖ୍ୟା ୧୫୦ କିମ୍ବା ୧୬୦ରେ ପହଞ୍ଚିବ।


Enter your email to get our daily news in your inbox.

All Right Reserved By Dharitri.Com

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?