Posted inଜାତୀୟ

୩୫ ବର୍ଷ ବୟସ୍କା ପ୍ରଫେସର ୨୦ ବର୍ଷ ବୟସ୍କ ଛାତ୍ରଙ୍କୁ କଲେ ବିବାହ, ବଳାତ୍କାର ମାମଲାରେ ଜାମିନ ପ୍ରଦାନ କଲେ କୋର୍ଟ…

ନୂଆଦିଲ୍ଲୀ,୬।୧୧ : ପ୍ରେମ, ଯୌନ ସମ୍ପର୍କ ଏବଂ ପ୍ରତାରଣା ମାମଲାରେ ଦିଲ୍ଲୀ ହାଇକୋର୍ଟ ଜଣେ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଦେଶର ରାଜଧାନୀ ଦିଲ୍ଲୀରେ ଘଟିଥିବା ଏହି ମାମଲାରେ ଜଣେ ୩୫ ବର୍ଷ ବୟସ୍କା ପ୍ରଫେସର ଜଣେ ୨୦ ବର୍ଷ ବୟସ୍କ ଛାତ୍ରଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଛନ୍ତି। ମାମଲାର ବିଚାର କରି ଦିଲ୍ଲୀ ହାଇକୋର୍ଟ ପରିସ୍ଥିତିର ପ୍ରମାଣ ଆଧାରରେ ଅଭିଯୁକ୍ତ ଛାତ୍ରଙ୍କୁ ଜାମିନ ପ୍ରଦାନ କରିଛନ୍ତି।

ବାସ୍ତବରେ, ଦେଢ଼଼ ବର୍ଷ ପୂର୍ବେ ଛାତ୍ର ତାଙ୍କ ପ୍ରଫେସରଙ୍କୁ ବିବାହ କରିଥିଲେ। ତେବେ ପରବର୍ତ୍ତୀ ସମୟରେ ପ୍ରଫେସର ତାଙ୍କ ବିରୋଧରେ ବଳାତ୍କାର, ଅପରାଧିକ ଷଡଯନ୍ତ୍ର ଏବଂ ଅନ୍ୟାନ୍ୟ ଅପରାଧର ଅଭିଯୋଗ ଆଣିଥିଲେ। ପୋଲିସ ମଧ୍ୟ ଏକ ମାମଲା ରୁଜୁ କରିଥିଲା, କିନ୍ତୁ ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୭୬ ଅନୁଯାୟୀ ବଳାତ୍କାର ମାମଲାରେ ପଞ୍ଜୀକୃତ ହୋଇଥିବା ଦଣ୍ଡର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଦିଲ୍ଲୀ ହାଇକୋର୍ଟ ଅଭିଯୁକ୍ତ ଯୁବକଙ୍କୁ ଜେଲ ପଠାଇବା ପରିବର୍ତ୍ତେ ଜାମିନ ପ୍ରଦାନ କରିଛନ୍ତି।

ଗୁରୁଗ୍ରାମର ଏକ ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସର ଅଭିଯୋଗ କରିଥିଲେ ସେ ଫେବୃଆରୀ ୨୦୨୨ ରେ କଲେଜରେ ଅଭିଯୁକ୍ତ ଛାତ୍ରଙ୍କୁ ଭେଟିଥିଲେ। ଅଭିଯୁକ୍ତ ବିଶ୍ୱବିଦ୍ୟାଳୟର ଛାତ୍ର ଏବଂ ଅଭିଯୋଗକାରିଣୀ ଉକ୍ତ ବିଶ୍ୱବିଦ୍ୟାଳୟର ପ୍ରଫେସର ଥିଲେ। ମେ ୨୦୨୨ ରେ, ମନାଲିରେ, ସେମାନେ ଏକ ଛୋଟ ମନ୍ଦିରରେ ବିବାହ କରିଥିଲେ। ଅଭିଯୋଗକାରିଣୀ ଅଭିଯୋଗ କରିଛନ୍ତି ଅଭିଯୁକ୍ତ ଭବିଷ୍ୟତରେ ତାଙ୍କୁ ଆଇନଗତ ଭାବରେ ବିବାହ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।

ପୋଲିସ ଏଫଆଇଆର୍‌ ଅନୁଯାୟୀ ଅଭିଯୁକ୍ତ ଛାତ୍ର ଜଣକ ପରେ ପ୍ରଫସରଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ। ପ୍ରଫେସର ଦାବି କରିଛନ୍ତି ସେ ଚଳିତ ବର୍ଷ ମେ ଏବଂ ଜୁନ ମାସରେ ଦୁଇଥର ଗର୍ଭବତୀ ହୋଇଥିଲେ। ତାଙ୍କ ବିବୃତ୍ତି ଅନୁଯାୟୀ ସେ ଛାତ୍ରଙ୍କ ପରିବାରକୁ ଭେଟିଥିଲେ ମଧ୍ୟ ତାଙ୍କୁ ଗର୍ଭପାତ କରାଇବାକୁ ବାଧ୍ୟ କରାଯାଇଥିଲା। ଅପରପକ୍ଷରେ ଅଭିଯୁକ୍ତ ଛାତ୍ରଙ୍କ ଓକିଲ ପ୍ରମୋଦ କୁମାର ଦୁବେଙ୍କ ଅନୁଯାୟୀ ଅଭିଯୁକ୍ତ ପ୍ରଫେସରଙ୍କୁ କ୍ଷତି ପହଞ୍ଚାଇବାକୁ ଧମକ ଦେଇ ନାହାନ୍ତି।

ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଅଭିଯୋଗକାରିଣୀ ଜଣେ ବୁଦ୍ଧିମାନ ଏବଂ ବୟସ୍କା ମହିଳା। ସେ ମାର୍କେଟିଂରେ ପିଏଚଡି କରିଛନ୍ତି, ଉଚ୍ଚ ଶିକ୍ଷିତା ଏବଂ ଗୁରୁଗ୍ରାମର ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଭାବରେ କାର୍ଯ୍ୟ କରୁଛନ୍ତି। ଛାତ୍ର ଜଣକ ଜଣେ ନାବାଳକ। ତେବେ ପ୍ରଫେସର ଯୌନ ସମ୍ପର୍କ ରଖିବାର ପରିଣାମ ବିଷୟରେ ଭଲଭାବେ ଜାଣିଥିଲେ। ଏହା ସତ୍ତ୍ୱେ ସେ ଅଭିଯୁକ୍ତ ଛାତ୍ରଙ୍କ ସହ ସମ୍ପର୍କ ରକ୍ଷା କରିବା ସହିତ ଏକ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ଏହାକୁ ଜାରି ରଖିଥିଲେ। ଏଭଳି ପରିସ୍ଥିତିରେ, ତାଙ୍କୁ ୨୦ ବର୍ଷ ବୟସ୍କ ଛାତ୍ର ପ୍ରତାରଣା କରିଥିବା କହିବା ଯୁକ୍ତିଯୁକ୍ତ ନୁହେଁ। ପ୍ରାରମ୍ଭରେ, ଏହି ବିଷୟରେ ମହିଳା ବାଧ୍ୟତାମୂଳକ ଭାବେ କରିଥିବା ପରି ମନେ ହେଉନାହିଁ, ଏହା ତାଙ୍କ ପସନ୍ଦରେ ହୋଇଛି। ତେବେ ଏଫଆଇଆର ପଞ୍ଜୀକରଣ କରିବାରେ ପୋଲିସର ବିଳମ୍ବକୁ ନେଇ ହାଇକୋର୍ଟ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁଙ୍କ ଗେଡ଼ାପଣ: ୬ ଜିଲାରେ ସ୍ଥିତି ଚିନ୍ତାଜନକ

ଭୁବନେଶ୍ୱର,୧୩ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ୫ ବର୍ଷରୁ କମ୍‌ ବୟସର ଶିଶୁଙ୍କ ପୋଷଣ ସ୍ଥିତିକୁ ନେଇ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ୱେକ୍ଷଣ (ଏନ୍‌ଏଫ୍‌ଏଚ୍‌ଏସ୍‌-୫ରୁ ଏନ୍‌ଏଫ୍‌ଏଚ୍‌ଏସ୍‌-୬)ର ଏକ ତୁଳନାତ୍ମକ ରିପୋର୍ଟ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

ଭଦ୍ରକରୁ ଅପହରଣ କରି ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ, ଆଉ ତା’ ପରେ…

ହାଟଡିହୀ,୧୨ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପୋଲିସ ପାଇଁ ଅପହରଣର ଶିକାର ହୋଇଥିବା ୩ ଜଣଙ୍କ ଜୀବନ ବଞ୍ଚିଯାଇଛି। ପୋଲିସର ହସ୍ତକ୍ଷେପ ପରେ ଅପହରଣ ଶିକାର ହୋଇ ୫…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

ରାସ୍ତାରେ ଯାଉଯାଉ ବାଇକ୍‌ ସହ କଚାଡ଼ି ହୋଇପଡ଼ିଗଲେ ଯୁବକ, ୮ ଘଣ୍ଟା ପରେ…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା -ଛଣମେରି ଗ୍ରାମ ମଧ୍ୟବର୍ତ୍ତୀ ମୁଖ୍ୟରାସ୍ତା ୟରେ ଶନିବାର ମଧ୍ୟାହ୍ନରେ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣେ…

ଗ୍ରାମ ସଭାପତିଙ୍କୁ ହତ୍ୟା ମାମଲା: ଆଜୀବନ କାରାଦଣ୍ଡ ଭୋଗିବେ ଦ୍ୱିତୀୟ ଅଭିଯୁକ୍ତ

ଭଞ୍ଜନଗର,୧୨ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଦଣ୍ଡିପଦର ଗ୍ରାମରେ ୨୦୧୬ରେ ଗ୍ରାମ ସଭାପତି ପରୀକ୍ଷିତ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା। ଉକ୍ତ ମାମଲାର ରାୟ ଶୁକ୍ରବାର ପ୍ରକାଶ…

ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି ଚାଖିବେ ବିଶ୍ୱ ପ୍ରତିନିଧି, ବଢ଼ିଲା ଓଡ଼ିଶାର ଗୌରବ

କୋରାପୁଟ,୧୨ା୯(ଅମିତାଭ ବେହେରା): କୋରାପୁଟର ପାହାଡ଼ିଆ ଅଞ୍ଚଳରେ ଆଦିବାସୀ ଚାଷୀଙ୍କ ଦ୍ୱାରା ଉତ୍ପାଦିତ ସୁଗନ୍ଧିତ କଫି ଏବେ ବିଶ୍ୱ ମଞ୍ଚରେ ପହଞ୍ଚିଛି। ନୂଆଦିଲ୍ଲୀରେ ଚାଲିଥିବା ୧୮ତମ ବ୍ରିକ୍ସ ଶିଖର…

ଅଷ୍ଟ୍ରେଲିଆରେ ଇତିହାସ ରଚିଲା ପ୍ରବାସୀ ଓଡ଼ିଆଙ୍କ କାର୍ଯ୍ୟକ୍ରମ ‘ଝିଲ୍‌ମିଲ୍‌ ରାତି’, ସବ୍ୟସାଚୀ-ଅର୍ଚ୍ଚିତା ଯୋଗ ଦେଇ…

ସିଡ୍‌ନୀ: ପ୍ରଥମଥର ପାଇଁ ଓଡ଼ିଆ ସିନେ କଳାକାରମାନଙ୍କୁ ନେଇ ସିଡ୍‌ନୀ-ମେଲବୋର୍ନ ସହରରେ ଏକ ମେଗା ସାଂସ୍କୃତିକ କାର୍ଯ୍ୟକ୍ରମ ‘ଝିଲ୍‌ମିଲ୍‌ ରାତି’ ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?