ମହିଳାଙ୍କ ଲୁହର ବାସ୍ନାରେ କମିଯାଏ ପୁରୁଷଙ୍କ ରାଗ! ଗବେଷଣାରୁ ହେଲା ସ୍ପଷ୍ଟ
ଜେରୁଜେଲମ,୨୨।୧୨: ଅନେକେ ବିଶ୍ୱାସ କରନ୍ତି ଯେ, ମହିଳାମାନେ ଛୋଟ ଛୋଟ ଝଗଡାରେ ଲୁହକୁ ହତିଆର ଭାବେ ବ୍ୟବହାର କରନ୍ତି। ଦମ୍ପତି କିମ୍ବା କୌଣସି କପୁଲଙ୍କ ମଧ୍ୟରେ ଝଗଡା ହେଲେ ମହିଳାମାନେ ସାଙ୍ଗେ ସାଙ୍ଗେ କାନ୍ଦି ଉଠନ୍ତି। କାନ୍ଦିବା ଦ୍ୱାରା ପୁରୁଷଙ୍କ ରାଗିବା…
ପାକିସ୍ତାନ ନିର୍ବାଚନ ରାଲିରେ ରାଜେଶ ଖାନ୍ନାଙ୍କ ଡାଇଲଗ
ଇସଲାମବାଦ,୨୨।୧୨: ସରଗରମ ହେଲାଣି ପାକିସ୍ତାନ ରାଜନୀତି। ୨୪ରେ ହେବାକୁ ଯାଉଛି ନିର୍ବାଚନ। ଏହି ସମୟରେ ଦେଶର ସବୁ ରାଜନୈତିକ ଦଳ ଅଣ୍ଟା ଭିଡିଲେଣି। ଏହାରି ଭିତରେ ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ନେତା ଇମ୍ରାନ ଖାନ୍ ଜେଲରେ ଥାଇ ମଧ୍ୟ…
ଗୋପନୀୟ ତଥ୍ୟ ଲିକ୍ ମାମଲା: ଇମ୍ରାନ୍ଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଆଶ୍ୱସ୍ତି
ଇସଲାମାବାଦ, ୨୨।୧୨: ଗୋପନୀୟ ତଥ୍ୟ ଲିକ୍ ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁ ପାକିସ୍ତାନର ସୁପ୍ରିମକୋର୍ଟ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ସୁପ୍ରିମକୋର୍ଟ ଇମ୍ରାନ ଖାନ ଏବଂ ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହ ମହମୂଦ କୁରୈଶୀଙ୍କୁ ଜାମିନ ପ୍ରଦାନ କରିଛନ୍ତି।…
ବ୍ୟକ୍ତିଗତ କାରଣରୁ ଦକ୍ଷିଣ ଆଫ୍ରିକାରୁ ଘରକୁ ଫେରିଲେ କୋହଲି; ଟେଷ୍ଟ ସିରିଜରୁ ବାଦ୍ ପଡିଲେ ଗାଏକ୍ୱାଡ
ନୂଆଦିଲ୍ଲୀ,୨୨।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ଦୁଇ ଟେଷ୍ଟ ପୂର୍ବରୁ ବ୍ୟକ୍ତିଗତ କାରଣରୁ ଘରକୁ ଫେରିଛନ୍ତି ଷ୍ଟାର ବ୍ୟାଟର ବିରାଟ କୋହଲି। ସେହିପରି ଅନ୍ୟତମ ଓପନର ବ୍ୟାଟର ଋତୁରାଜ ଗାଏକ୍ୱାଡ ସମ୍ପୂର୍ଣ୍ଣ ସିରିଜରୁ ବାଦ୍ ପଡିଛନ୍ତି। ଫଳରେ ପ୍ରିଟୋରିଆରେ ଚାଲିଥିବା ତିନି ଦିନିଆ…
“ଭାରତୀୟ ସମାଜରେ ନାହିଁ କୌଣସି ଧାର୍ମିକ ଭେଦଭାବ…”: ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୨୨।୧୨: ଭାରତୀୟ ସମାଜରେ କୌଣସି ଧାର୍ମିକ ଭେଦଭାବ ନଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବ୍ରିଟେନର ଏକ ଖବରକାଗଜକୁ ଦେଇଥିବା ଏକ ସାକ୍ଷାତକାରରେ ସେ ଏହି କଥା କହିଛନ୍ତି। ଏହା ସହିତ ଲଗାତାର ତୃତୀୟ ଥର ପାଇଁ ସରକାରକୁ ଫେରିବା ନେଇ…
କମୁନାହିଁ କରୋନା ସଂକ୍ରମଣ ସଂଖ୍ୟା: ୨୪ ଘଣ୍ଟାରେ ୬୪୦ ନୂଆ ମାମଲା ରେକର୍ଡ, କେରଳରେ ଆଉ ଜଣଙ୍କର ମୃତ୍ୟୁ
ନୂଆଦିଲ୍ଲୀ,୨୨।୧୧: କେରଳରେ କରୋନା ଭାଇରସର ନୂଆ ଭରିଆଣ୍ଟ ଜେଏନ୍.୧ ସଂକ୍ରମଣ ମାମଲା ଆସିବା ପରେ କେରଳରେ ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଶୁକ୍ରବାର ସକାଳେ ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ…
୧୦ ଡିଗ୍ରୀ ତଳେ ୧୬ ସହର
ଭୁବନେଶ୍ୱର,୨୨ା୧୨: ପ୍ରବଳ ଶୀତରେ ଥରୁଛି ସାରା ରାଜ୍ୟ। ଫଳରେ ଲୋକେ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଘରୁ ବାହାରୁନାହାନ୍ତି। ତେବେ ଶୁକ୍ରବାର ରେକର୍ଡ ହୋଇଥିବା ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ୧୬ ସହର ରହିଛି। ପାହାଡିଆ ଅଞ୍ଚଳ ମଧ୍ୟରେ ଜି. ଉଦୟଗିରି…
ASO ଚୟନରେ ହୋଇନାହିଁ କୌଣସି ତ୍ରୁଟି, ମେରିଟ୍ ଲିଷ୍ଟ କାଏମ୍ ରଖିଲେ ହାଇକୋର୍ଟ
କଟକ, ୨୨।୧୨: ବହୁ ଚର୍ଚ୍ଚିତ ଏଏସଓ ମେରିଟ୍ ଲିଷ୍ଟ କାଏମ୍ ରଖିଛନ୍ତି ଓଡ଼ିଶା ହାଇକୋର୍ଟ। ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ପକ୍ଷରୁ ଚୟନ ପ୍ରକ୍ରିୟାରେ କୌଣସି ତ୍ରୁଟି ହୋଇନାହିଁ ବୋଲି କୋର୍ଟ କହିଛନ୍ତି। ଜଣକିଆ ଖଣ୍ଡପୀଠଙ୍କ ରାୟକୁ ଖାରଜ କରି ୨ ଜଣିଆ…
ବିନା ଅନୁମତିରେ ରାଜ୍ୟ ସରକାର ନୂଆ ଜିଲା ଗଠନ ପାଇଁ ଜାରି କରିପାରିବେନି ନିର୍ଦ୍ଦେଶ: ହାଇକୋର୍ଟ
କଟକ,୨୨ା୧୨: ନୂଆ ଜିଲା ଘୋଷଣା ଉପରେ ଅଙ୍କୁଶ ଲଗାଇଛନ୍ତି ହାଇକୋର୍ଟ। ବିନା ଅନୁମତିରେ ରାଜ୍ୟ ସରକାର ନୂଆ ଜିଲା ଗଠନ ପାଇଁ ନିର୍ଦ୍ଦେଶନାମା ଜାରି କରିପାରିବେ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅର୍ଥନୈତିକ ସ୍ଥିତି,ଜନସଂଖ୍ୟା, ଅଞ୍ଚଳର ପରିସୀମା, ପଛୁଆ ପ୍ରସଙ୍ଗକୁ…
ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ହେବେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ
ନୂଆଦିଲ୍ଲୀ,୨୨।୧୨: ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ୨୦୨୪ ଜାନୁୟାରୀ ୨୬ରେ ଭାରତର ଗଣତନ୍ତ୍ର ଦିବସ ଉତ୍ସବରେ ସାମିଲ ହେବାକୁ ନିମନ୍ତ୍ରଣ କରାଯାଇଛି। ଆସନ୍ତା ବର୍ଷ ଜାନୁୟାରୀରେ କ୍ୱାଡ ନେତାଙ୍କ ସମ୍ମିଳନୀ ଆୟୋଜନ କରିବାର ଅଂଶ ଭାବରେ ଭାରତ ଗଣତନ୍ତ୍ର ଦିବସ ପାଳନ…
ଆଜି ସବୁଠୁ ଛୋଟ ଦିନ
ଭୁବନେଶ୍ୱର, ୨୧।୧୨(ବନ୍ଦନା ସେଠୀ): ପ୍ରତିବର୍ଷ ଡିସେମ୍ବର ୨୧ କିମ୍ବା ୨୨ରେ ଉତ୍ତର ଗୋଲାର୍ଦ୍ଧରେ ଶୀତଋତୁର ପ୍ରଥମ ଦିନ ଆରମ୍ଭ ହୁଏ, ଯାହା କି ବର୍ଷର ସବୁଠାରୁ ଛୋଟ ଦିନ ହୋଇଥାଏ। ତେବେ ଚଳିତବର୍ଷ ଭୁବନେଶ୍ୱରରେ ଶୁକ୍ରବାର ୨୨ ତାରିଖ ସବୁଠାରୁ ଛୋଟ…
ଶିମିଳିପାଳରେ ଭାରତର ସମସ୍ତ ୧୦ଟି କଳାବାଘ
ନୂଆଦିଲ୍ଲୀ,୨୧ା୧୨(ପି.ଟି.): ଭାରତରେ ମୋଟ ୧୦ଟି କଳାବାଘ ଅଛନ୍ତି। ସମସ୍ତ କଳାବାଘ ଓଡ଼ିଶାର ଶିମିଳିପାଳରୁ ମିଳିଥିବା କେନ୍ଦ୍ର ସରକାର ଗୁରୁବାର ରାଜ୍ୟ ସଭାରେ ଉତ୍ତର ରଖିଛନ୍ତି। କେବଳ ଶିମିଳିପାଳ ଅଭୟାରଣ୍ୟରେ ଏହି ବାଘ ରହିଥିବା କାଗଜପତ୍ରରେ ଦର୍ଶାଯାଇଛି ବୋଲି ପରିବେଶ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ…
Archives


