ନାବାଳକଙ୍କୁ ଥାର୍ଡ ଡିଗ୍ରୀ
କଟକ ଅଫିସ,୧୧ା୪: ମୋବାଇଲ ଚୋରି ଅଭିଯୋଗରେ ଜଣେ ନାବାଳକକୁ ୩ଦିନ ଫାଣ୍ଡି ହାଜତରେ ରଖି ଅସହ୍ୟ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ହାଜତ ଭିତରେ ପୋଲିସ ବାବୁ ଥାର୍ଡ ଡିଗ୍ରୀ ପ୍ରୟୋଗ କରିଥିବା ନିଜେ ନାବାଳକ ଜଣକ କ୍ୟାମେରା ସମ୍ମୁଖରେ କହିଛନ୍ତି।…
ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଭେଟିବାକୁ ୩ ଦିନ ଦୌଡିବେ କୁନି ଧାବିକା
ଲକ୍ଷ୍ନୌ,୧୧ ।୪: ପ୍ରତିଯୋଗୀତାରେ ବିଜୟ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ଏଥିରେ ଭାଗ ନେବା । ହେଲେ ଖେଳାଳୀଙ୍କୁ ଯେତେବେଳେ ସେମାନଙ୍କୁ ସେମାନଙ୍କର ଉଚିତ ସମ୍ମାନ ମିଳି ନଥାଏ ସେତେବେଳେ ସେମାନେ ନିରାଶ ହୋଇଯାଇଥାଆନ୍ତି । ଏମିତି କିଛି ଘଟଣା ଘଟିଛି…
ସବୁଠୁ ଦାମୀ ଲୁଣ, ଜାଣିଲେ ଖାଇବା ବି ବନ୍ଦ କରିଦେବେ
ଭାରତରେ ଯେତେବେଳେ ‘ଲବଣ ସତ୍ୟାଗ୍ରହ’ ଆନ୍ଦୋଳନ ହୋଇଥିଲା, ସେତେବେଳେ ଲୋକେ ଜାଣିବାକୁ ପାଇଲେ ଯେ; ଲୁଣ ତିଆରି କରିବାର ପ୍ରକୃତ ମୂଲ୍ୟ କେତେ ଦେବାକୁ ପଡ଼େ। ଏହା ପରେ ଧିରେ ଧିରେ ଦେଶ ନିଜର ଲୁଣ ତିଆରି କରିବା ଆରମ୍ଭ କଲା।…
ନିର୍ମାଣର ୨ମାସ ପରେ ଡ୍ରେନ୍ ଭୁଶୁଡ଼ିଲା
ନୟାଗଡ଼ ଅଫିସ,୧୧।୪: ନୟାଗଡ଼ ମ୍ୟୁନିସିପାଲିଟି ଦେବୋତ୍ତର କଲୋନୀର ୧ନଂ. ଲେନ୍ ରାସ୍ତାପାର୍ଶ୍ୱରେ ଥିବା ଡ୍ରେନ ଭୁଶୁଡ଼ି ପଡ଼ିଛି। ବର୍ଷା ନ ହୋଇ ଡ୍ରେନ ଭୁଶୁଡି ପଡିବା ନିମ୍ନମାନର କାମକୁ ପ୍ରମାଣିତ କରୁଛି । ଆଗକୁ ବର୍ଷାଋତୁ ଥିବାରୁ ରାସ୍ତା ଓ ଡ୍ରେନର…
ରୁଷିଆର ମିଶାଇଲ ମାଡରେ ୟୁକ୍ରେନର ନିପ୍ରୋ ବିମାନବନ୍ଦର ଧ୍ୱଂସ
କ୍ୱିଭ,୧୧ ।୪: ରୁଷିଆ ୟୁକ୍ରେନର ଲୁହାଂସ୍କ ଓ ନିପ୍ରୋ ଅଞ୍ଚଳରେ ରବିବାର ରକେଟ ମାଡ କରିଛି । ଏହାପରେ ବିମାନ ବନ୍ଦର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି । ରୁଷିଆର ଏହି ଆକ୍ରମଣରେ ଅନ୍ୟ ଅଞ୍ଚଳବି କ୍ଷତିଗ୍ରସ୍ତ ହୋଇଛି ।…
ଟୁଇଟର ମୁଖ୍ୟାଳୟ ଆଶ୍ରୟସ୍ଥଳୀ ହେବ କି
ଓ୍ବାଶିଂଟନ୍, ୧୧ା୪: ଟେସ୍ଲା ମାଲିକ ଏଲନ୍ ମସ୍କ ଟୁଇଟରକୁ ନେଇ ସର୍ଭେ ମାଧ୍ୟମରେ ୟୁଜର୍ସଙ୍କୁ ବିଭିନ୍ନ ପ୍ରଶ୍ନ ପଚାରୁଛନ୍ତି। ଏବେ ମସ୍କଙ୍କ ଆଉ ଏକ ଟୁଇଟ୍ ଚର୍ଚ୍ଚାକୁ ଆସିଛି। ଟୁଇଟରରେ ୯.୨% ଅଂଶଧନର ମାଲିକ ବୋଲି ଘୋଷଣା କରିବା ପରେ ରବିବାର…
ଜରାଜୀର୍ଣ୍ଣ ଅବସ୍ଥାରେ ଏକତା ଶିଶୁ ଉଦ୍ୟାନ
ଜଗତ୍ସିଂହପୁର ଅଫିସ, ୧୧।୪: ଜଗତ୍ସିଂହପୁର ସହରରେ ବୟସ୍କଙ୍କ ପାଇଁ କୌଣସି ପାର୍କ ନାହିଁ। ପିଲାମାନଙ୍କ ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଏକତା ଶିଶୁ ଉଦ୍ୟାନଟି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଫଳରେ ପିଲାଙ୍କ ମନୋରଞ୍ଜନରେ ବାଧା ସୃଷ୍ଟି ହୋଇଛି। ଏମ୍ପିଙ୍କ ଆଞ୍ଚଳିକ…
ଦ୍ୱିତୀୟ ପାଳି ଆଶାରେ ମାକ୍ରଁ
ପ୍ୟାରିସ୍, ୧୧ା୪: ଫ୍ରାନ୍ସରେ ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ରବିବାର ପ୍ରଥମ ପର୍ଯ୍ୟାୟ ଭୋଟିଂ ହୋଇଛି। ଚଳିତ ଥର ୧୨ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି। ଦ୍ୱିତୀୟ ପାଳି ଆରମ୍ଭ ପାଇଁ ବିଦାୟୀ ରାଷ୍ଟ୍ରପତି ଇମାନୁଏଲ ମାକ୍ରଁ ଆଶାବାଦୀ ଥିବାବେଳେ ଦକ୍ଷିଣ ପନ୍ଥୀଙ୍କ ପକ୍ଷରୁ…
ଅର୍ଥ ଅଭାବରୁ ହୋଇ ପାରିଲାନି ଚିକିତ୍ସା
କାଳିଆପାଣି,୧୧ା୪(ଡି.ଏନ.ଏ.): ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ରଁାସୋଳ ପଞ୍ଚାୟତର ମାଙ୍କେଡ଼ିଆ ସମ୍ପ୍ରଦାୟ ଲୋକେ ଅର୍ଥ ଅଭାବରୁ ଚିକିତ୍ସା ସୁବିଧା ପାଇ ପାରୁନାହାନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କରାଯାଇଥିଲେ ମଧ୍ୟ ଜନଜାତି ମାଙ୍କେଡ଼ିଆ ସମ୍ପ୍ରଦାୟ ଏସବୁ…
ମା’ ହେଲେ ଟେଷ୍ଟ ଟ୍ୟୁବ୍ ବେବି
ଲକ୍ଷ୍ନୌ,୧୧।୪ : ଉତ୍ତରପ୍ରଦେଶ ଲକ୍ଷ୍ନୌ ସହରର ପ୍ରଥମ ଟେଷ୍ଟ ଟ୍ୟୁବ୍ ବେବି ପ୍ରାର୍ଥନା ଏବେ ୨୩ ବର୍ଷରେ ପଦାର୍ପଣ କରିବା ସହ ଏକ କନ୍ୟା ସନ୍ତାନର ମାଆ ହୋଇଛନ୍ତି। ୧୫ ଦିନ ତଳେ ସେ ଝିଅ ଜନ୍ମ ଦେଇଥିଲେ। ସୂଚନାଯୋଗ୍ୟ, ୧୯୯୮ରେ…
ବାଇକ୍ରେ ୧୫ କି.ମି. ବୋହିନେଲେ ଝିଅର ମୃତଦେହ
ମାଲକାନଗିରି,୧୧।୪ (ଡି.ଏନ.ଏ.): ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଶିଶୁଙ୍କ ସୁରକ୍ଷା ପାଇଁ ମମତା ଯୋଜନାଠାରୁ ମୃତ୍ୟୁହେଲେ ସତ୍କାର ପାଇଁ ହରିଶ୍ଚନ୍ଦ୍ର ଯୋଜନା ପର୍ଯ୍ୟନ୍ତ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି। ମାତ୍ର କେତେକ କ୍ଷେତ୍ରରେ ଯୋଜନା କାର୍ଯ୍ୟକାରିତା…
ପାକିସ୍ତାନ ବାହାରେ ପହଞ୍ଚିଲା ରାଜନୈତିକ କନ୍ଦଳ, ଲଣ୍ଡନ ସ୍ଥିତ ନୱାଜ ଶରିଫଙ୍କ ଘର ବାହାରେ ଇମ୍ରାନ-ନୱାଜଙ୍କ ସମର୍ଥକ ମୁହାଁମୁହିଁ
ଇସଲାମାବାଦ,୧୧ ।୪: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଇସ୍ତଫା ପରେ ପାକିସ୍ତାନ ନ୍ୟାଶନାଲ ଆସେମ୍ଲିରେ ରାଜନୈତିକ କନ୍ଦଳ ଏକ ପ୍ରକାର ଶେଷ ହୋଇଯାଇଛି । ହେଲେ ଇମ୍ରାନ ଖାଁଙ୍କ ଦଳର ସମର୍ଥକ ଓ ନୱାଜ ଶରିଫଙ୍କ ପାର୍ଟିର ସମର୍ଥକଙ୍କ ମଧ୍ୟରେ ସଂସଦ…
Archives


