ମୁଖ୍ୟ ସମସ୍ୟା ମାଟି
ଅନୁଗୋଳ ଅଫିସ, ୨୭।୮: ପାଖେଇ ଆସିଲାଣି ପାର୍ବଣ। ଜୋର୍ ଧରିଲାଣି ମୂର୍ତ୍ତି ଗଢ଼ା। ଦିନରାତି କାର୍ଯ୍ୟରେ ଲାଗିଛନ୍ତି ରାଜ୍ୟ ଓ ରାଜ୍ୟ ବାହାରର କାରିଗର। ହେଲେ ମୁଖ୍ୟ ସମସ୍ୟା କରୁଛି ମାଟି। ନିଖୁଣ କାରିଗରି ପାଇଁ ଭଲ ମାଟି ଜରୁରୀ ହୋଇଥିଲେ…
ନୂଆଁଖାଇ ଛୁଟି ୩ ଦିନ ଦାବି ତେଜିଲା
ବରଗଡ଼ ଅଫିସ୍,୨୭।୮: ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ସେପ୍ଟେମ୍ବର ୧ରେ ପାଳନ ହେବ। ରାଜ୍ୟ ସରକାର ଏଥିପାଇଁ ସେପ୍ଟେମ୍ବର ୧ତାରିଖକୁ ଛୁଟି ଘୋଷଣା କରିଛନ୍ତି। ଅନ୍ୟପଟେ ୩ଦିନ ନୂଆଁଖାଇ ଛୁଟି ଘୋଷଣା କରିବାକୁ କୋସଲ ସେନା ସମେତ ବିଭିନ୍ନ ସଙ୍ଗଠନ…
ଧରାକୋଟ ଅଙ୍ଗନୱାଡି କେନ୍ଦ୍ର ଶୋଚନୀୟ
ଧରାକୋଟ,୨୭।୮(ଡି.ଏନ୍.ଏ.): ଆଜିର ଶିଶୁ କାଲିର ନାଗରିକ। ସେମାନଙ୍କ ସୁରକ୍ଷା, ଶିକ୍ଷା,ଦାୟିତ୍ୱ ସୁଚାରୁ ରୂପେ ପାଳନ ପାଇଁ ସରକାରଙ୍କ ଶିଶୁ ବିକାଶ ବିଭାଗ ରହିଛି। ବିଭାଗ ତରଫରୁ ନିୟମିତ ଭାବରେ ଅଙ୍ଗନୱାଡି କେନ୍ଦ୍ରକୁ ସୁପରଭାଇଜରମାନେ ପରିଦର୍ଶନ କରି ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କୁ…
୧୧ ରାଜ୍ୟର ରିପୋର୍ଟ ଦେଖିଲେ, ସେପ୍ଟେମ୍ବରରେ ୨ୟ ବୈଠକ
ଭୁବନେଶ୍ବର, ୨୭ା୮(ବ୍ୟୁରୋ): ଓଡ଼ିଶା ବିଧାନସଭାର ସଦସ୍ୟ ଏବଂ ପୂର୍ବତନ ସଦସ୍ୟଙ୍କ ଦରମା, ପେନ୍ସନ୍, ଭତ୍ତା ବୃଦ୍ଧି ନିମନ୍ତେ ଆସିଥିବା ପ୍ରସ୍ତାବକୁ ନେଇ ଶୁକ୍ରବାର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। କମିଟି ଅଧ୍ୟକ୍ଷ ତଥା ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ…
ପାଓ୍ବାର କଟ୍ କରିବନି ‘ମନ୍ କୀ ବାତ୍’ ଅଛି
ଭୁବନେଶ୍ବର, ୨୭ା୮(ବ୍ୟୁରୋ): ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ର ନିର୍ମାଣ ଓ ସମାଜ ମଙ୍ଗଳ ପ୍ରସଙ୍ଗରେ ଆଲୋଚନା କରିବା ସହିତ ସାଧାରଣ ଜୀବନ ବାସକରୁଥିବା ଲୋକଙ୍କ ଅକୁହା କଥା ସାମ୍ନାକୁ ଆଣିଥାଆନ୍ତି, ଯାହା ଆମ ସମସ୍ତଙ୍କୁ…
ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା
ଭୁବନେଶ୍ୱର,୨୭।୮(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ଜଣଙ୍କ ମୁଣ୍ଡ ନେଲା କରୋନା। ଏ ନେଇ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକ ହେଲେ କଳାହାଣ୍ଡି ଜିଲାର ୬୪ ବର୍ଷିୟ ମହିଳା। ସେ ଉଚ୍ଚ ରକ୍ତଚାପରେ…
ଅବସରପ୍ରାପ୍ତ କର୍ମଚାରୀଙ୍କ ବଢ଼ିବନି କାର୍ଯ୍ୟକାଳ
ବ୍ରହ୍ମପୁର ଅଫିସ,୨୭।୮: ବ୍ରହ୍ମପୁର ମହାନଗର ନିଗମ (ବିଏମ୍ସି)ରେ ଆବଶ୍ୟକସ୍ଥଳେ ଅବସର ଗ୍ରହଣ କରିଥିବା କର୍ମଚାରୀଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯିବ ନାହିଁ। ଶୁକ୍ରବାର ଅନୁଷ୍ଠିତ ନିଗମର ପୂର୍ଣ୍ଣାଙ୍ଗ କର୍ପୋରେଟର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଖାଲି ପଡ଼ିଥିବା ପଦବୀଗୁଡ଼ିକରେ ଏଣିକି ସ୍ଥାୟୀ ନିଯୁକ୍ତି…
ବନ୍ୟାରେ ଲୋକେ ଛଟପଟ, ମିଛ ପ୍ରଚାରରେ ବ୍ୟସ୍ତ ସରକାର: କଂଗ୍ରେସ
ଭୁବନେଶ୍ବର,୨୭ା୮(ବ୍ୟୁରୋ): ରାଜ୍ୟରେ ଦେଖା ଦେଇଥିବା ଭୟଙ୍କର ବନ୍ୟାରେ ୧୫ ଜିଲା ପ୍ରଭାବିତ ହୋଇଥିବା ବେଳେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ପାଣି ଘେରରେ ରହି ଚରମ ଦୁର୍ଦ୍ଦଶାରେ କାଳାତିପାତ କରୁଛନ୍ତି। ହଜାର ହଜାର ଏକର ଫସଲ ଜଳମଗ୍ନ ହୋଇ ସମ୍ପୂର୍ଣ୍ଣ ନଷ୍ଟ…
ବୀମା ସହାୟତା ଆଶାରେ ଜମି ଜାଲିଆତି
ବରଗଡ଼ ଅଫିସ୍,୨୭।୮: ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ଅନିୟମିତତା ଯୋଗୁ ଏହା ବାଟବଣା ହୋଇ ପଡ଼ିଛି। ଅନେକ ସ୍ଥଳେ ବୀମା କମ୍ପାନୀ ବିଭିନ୍ନ ଆଳରେ ଚାଷୀଙ୍କୁ ବୀମା କ୍ଷତିପୂରଣରୁ ବାଦ୍ ଦେଉଛି। ଅନ୍ୟପଟେ ଚାଷୀଙ୍କ ଲାଭ ଉଠାଇବାକୁ କିଛି ମୁନାଫାଖୋର ମଧ୍ୟସ୍ଥ ସକ୍ରିୟ…
ରାଜ୍ୟରେ ୨୮୯ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୨୭।୮(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୮୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧୮ ବର୍ଷରୁ କମ୍ ବୟସର ପିଲା ୫୪ ଜଣ ଚିହ୍ନଟ ହୋଇଥିବା ବେଳେ କ୍ୱାରାଣ୍ଟାଇନ୍ରୁ ୧୬୮ ଜଣ ଏବଂ ଲୋକାଲ କେସ୍ରୁ ୧୨୧ ଜଣ ଚିହ୍ନଟ…
୨ ପଞ୍ଚାୟତକୁ ନାହିଁ ସବୁଦିନିଆ ରାସ୍ତା
ପଦ୍ମପୁର,୨୭।୮ (ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଗୋପବନ୍ଧୁନଗର ଓ ବିନୋବାଭାବେନଗର ପଞ୍ଚାୟତକୁ ସବୁଦିନିଆ ରାସ୍ତା ନାହିଁ। ଧାମରା-ଜାମୁଝାଡ଼ି ରାସ୍ତାର କଣ୍ଟିଆନାଳିଠାରୁ ଲୁଣାବନ୍ଧ ପର୍ଯ୍ୟନ୍ତ ଥିବା ୪ କି.ମି. ମାଟି ରାସ୍ତା ଉପରେ ଦୁଇ ପଞ୍ଚାୟତର ୩ ହଜାରରୁ ଊର୍ଦ୍ଧ୍ୱ…
ଶ୍ରୀଲଙ୍କା-ଆଫଗାନିସ୍ତାନ ଉଦ୍ଘାଟନୀ ମ୍ୟାଚ୍
ଦୁବାଇ, ୨୬ା୮: ଏସିଆ କପ୍ ଟି୨୦ କ୍ରିକେଟ ଶନିବାରଠାରୁ ଆରମ୍ଭ ହେବ। ଶ୍ରୀଲଙ୍କା ଓ ଆଫଗାନିସ୍ତାନ ମଧ୍ୟରେ ଉଦ୍ଘାଟନୀ ମ୍ୟାଚ ଖେଳାଯିବ। ଅନ୍ୟ ଥର ତୁଳନାରେ ଏଥର ମ୍ୟାଚଗୁଡ଼ିକ ଅଧିକ ପ୍ରତିଦ୍ୱନ୍ଦ୍ୱିତାମୂଳକ ହେବ ବୋଲି ପାକିସ୍ତାନ କିମ୍ବଦନ୍ତୀ କ୍ରିକେଟର ଓ୍ବାସିମ୍ ଆକ୍ରାମ…
Archives


