Home Left

କରମ ଡ୍ୟାମ୍‌ ଭାଙ୍ଗିବା ଘଟଣାରେ ଶିବରାଜଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ନିଲମ୍ବନ ହେଲେ ୮ ଇଞ୍ଜିନିୟର

ଭୋପାଳ,୨୬।୮: ମଧ୍ୟପ୍ରଦେଶ ଧର ଜିଲାରେ ନିର୍ମାଣାଧୀନ କରମ ଡ୍ୟାମ୍‌ ଭାଙ୍ଗିବା ଘଟଣାରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ରାଜ୍ୟ ସରକାର ବିଭାଗୀୟ ୮ ଇଞ୍ଜିନିୟରଙ୍କୁ ନିଲମ୍ବିତ କରିଛନ୍ତି। ଡ୍ୟାମ୍‌ ଉପରେ ୧୮ ଗାଁ ଲୋକେ…

ଟମାଟୋ ଫ୍ଲୁକୁ ନେଇ ସ୍ବାସ୍ଥ୍ୟବିଭାଗ ଜାରି କଲା ଆଡଭାଇଜରୀ

ଲକ୍ଷ୍ନୌ,୨୭।୮: କରୋନା, ମଙ୍କିପକ୍ସ ପରେ ବର୍ତ୍ତମାନ ଟମାଟୋ ଫ୍ଲୁର ପ୍ରକୋପ ଦେଖିବାକୁ ମିଳିଛି। ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଟମାଟୋ ଫ୍ଲୁକୁ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ସତର୍କ ସୂଚନା ଜାରି କରାଯାଇଛି। ଟମାଟୋ ଫ୍ଲୁର ଲକ୍ଷଣ ୧୦ବର୍ଷ ବୟସ ପର୍ଯ୍ୟନ୍ତ…

ପୋଲିସ ଇନ୍‌ଫର୍ମର ସନ୍ଦେହରେ ଯୁବକଙ୍କ ଗଳାକାଟି ହତ୍ୟା

ମାଲକାନଗିରି,୨୭।୮(ସ୍ବ.ପ୍ର.): ମାଲକାନଗିରି ଛତିଶଗଡ଼ ସୀମାନ୍ତ ନାରାୟଣପୁର ଜିଲାରେ ପୁଣି ମାଓହିଂସା ଦେଖିବାକୁ ମିଳିଛି । ପୋଲିସ ଇନ୍‌ଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ଶୁକ୍ରବାର ମାଓବାଦୀ ହତ୍ୟା କରିଛନ୍ତି। ମୃତକ ହେଉଛନ୍ତି ଫରେଷ୍ଟଗାଓ ଥାନା ଅନ୍ତର୍ଗତ ଖଡ଼କାଗାଓ ଗ୍ରାମର ରାମଲାଲ ପୋଡ଼ାଇ। ବିଳମ୍ବିତ…

ମରାଠା ସଂଗଠନ ଶମ୍ଭାଜୀ ବ୍ରିଗେଡ୍‌ ସହ ମେଣ୍ଟ କଲା ଉଦ୍ଧବଙ୍କ ଶିବସେନା

ମୁମ୍ବାଇ,୨୭।୮: ମହାରାଷ୍ଟ୍ରର ମରାଠା ସଂଗଠନ ଶମ୍ଭାଜୀ ବ୍ରିଗେଡ୍‌ ସହ ଉଦ୍ଧବ ଠାକ୍‌ରେଙ୍କ ଶିବସେନା ସହ ମେଣ୍ଟ ହୋଇଛି। ଏହି ଅବସରରେ ଉଦ୍ଧବ ନିର୍ବାଚନ ଲାଭକୁ ଦୃଷ୍ଟିରେ ରଖି ବ୍ରିଗେଡ ସହିତ ମେଣ୍ଟ କରାଯାଇ ନାହିଁ, ବରଂ ଆଞ୍ଚଳିକ ପରିଚୟ ରକ୍ଷା କରିବା…

ସ୍କୁଲ ସମ୍ମୁଖରେ ଛାତ୍ରଙ୍କ ଚଣା, ମୁଢ଼ି ବିକିବା ଘଟଣା: ଏଣିକି ପଢ଼ିବେ ପାଠ

ପୁରୁଷୋତ୍ତମପୁର,୨୭।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସି କୁମାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷିୟତ୍ରୀ ନାମ ଲେଖାଉ ନ ଥିବା ପ୍ରତିବାଦରେ ଛାତ୍ର ଶିବଶଙ୍କର ପଣ୍ଡାଙ୍କ ସହ ପରିବାର ସ୍କୁଲ ଗେଟ୍‌ ସମ୍ମୁଖରେ ଧାରଣା ଦେଇଥିଲେ। ଏପରିକି ଛାତ୍ର ଜଣକ ଚଣା, ମୁଢ଼ି,…

କ୍ୱାର୍ଟର୍ସରୁ ମିଳିଲା ମହିଳା ପୋଲିସ ଏସ୍‌ଆଇଙ୍କ ଝୁଲନ୍ତା ମୃତଦେହ

ଜି.ଉଦୟଗିରି,୨୭।୮(ଡି.ଏନ୍‌.ଏ): କନ୍ଧମାଳ ଜିଲା ଜି.ଉଦୟଗିରି ଥାନା ମହିଳା ସବ୍‌ ଇନ୍ସପେକ୍ଟରକ୍‌ଙ୍କ ସରକାରୀ କ୍ୱାଟର୍ସରୁ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଏସ୍‌ଆଇ ଜଣଙ୍କ ହେଉଛନ୍ତି ସ୍ବାଗତିକା ବେହେରା(୩୦)। ତାଙ୍କ ଘର ଖୋର୍ଦ୍ଧା ଜିଲା ନିରାକାରପୁର ବୋଲି ଜଣାପଡିଛି। ସେ କ୍ୱାର୍ଟର୍ସରେ ଏକୁଟିଆ…

ପାକିସ୍ତାନରେ ବନ୍ୟା ବିଭୀଷିକା: ଗଲାଣି ହଜାରେ ଜୀବନ

ଇସ୍‌ଲାମାବାଦ୍‌,୨୭।୮: ପାକିସ୍ତାନରେ ବନ୍ୟା ବିଭୀଷିକା ଦେଖାଦେଇଛି। ବନ୍ୟା ଯୋଗୁ ସାଧାରଣ ଜୀବନଯାପନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଦେଶରେ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁ ପରିସ୍ଥିତି ଏଭଳି ହୋଇଛି ଯେ, ଏଥିରେ ପ୍ରାୟ ୧ହଜାର ଲୋକଙ୍କ ଜୀବନ ଗଲାଣି। ଯେଉଁଥିରେ ୩୪୩ ପିଲା…

ସୋନାଲୀଙ୍କ ମତ୍ୟୁ ମାମଲାରେ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ: କ୍ଲବ ମାଲିକ ଗିରଫ

ପଣଜୀ,୨୭।୮: ହରିଆଣାର ଭାଜପା ନେତ୍ରୀ ତଥା ଟିକ୍‌ଟକ୍‌ ଷ୍ଟାର ସୋନାଲୀ ଫୋଗାଟଙ୍କ ମୃତ୍ୟୁ ମାମଲାରେ ଗୋଆ ପୋଲିିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଶନିବାର ପୋଲିସ ଗୋଆର କର୍ଲିସ୍‌ କ୍ଲବର ମାଲିକଙ୍କୁ ଗିରଫ କରିଛି। ଏଥିସହ ପୋଲିସ ଶୌଚାଳୟରୁ ଡ୍ରଗ୍ସ ଉଦ୍ଧାର…

ଆଉ ଜଣେ ଅଭିନେତ୍ରୀଙ୍କ ପ୍ରେମରେ ପଡିଛନ୍ତି ପ୍ରତୀକ୍‌!

ମୁମାଇ: ବଲିଉଡ୍‌ ଅଭିନେତା ପ୍ରତୀକ୍‌ ବବର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ସେ ସାନିଆ ସାଗରଙ୍କୁ ବିବାହ କରିଥିଲେ। ହେଲେ ବିବାହ ପରେ ଦୁହେଁ ଅଲଗା ହୋଇଯାଇଥିଲେ। କିନ୍ତୁ ଏବେ ପ୍ରତୀକ୍‌ ଆଉ ଜଣେ ଅଭିନେତ୍ରୀଙ୍କ ପ୍ରେମରେ…

ଦୁଇଥର ହୋଇଛି ମରଣ

ମେକ୍ସିକୋ ସିଟି: ଆମେରିକାର ମେକ୍ସିକୋରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ୩ ବର୍ଷୀୟା କୁନି ଝିଅଙ୍କର ଦୁଇଥର ମୃତ୍ୟୁ ହୋଇଛି। ପାକସ୍ଥଳୀ ସଂକ୍ରମଣ କାରଣରୁ କାମିଲାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିଛିଦିନର ଚିକିତ୍ସା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା…

ସ୍ପେସ୍‌ ଷ୍ଟେଶନ ଯିବେ ରୁଷିଆର ଏକମାତ୍ର ମହିଳା ମହାକାଶଚାରୀ

ମସ୍କୋ: ରୁଷିଆର ଏକମାତ୍ର ମହିଳା ମହାକାଶଚାରୀ ଆନ୍ନା କିକିନା ଆମେରିକା ସ୍ପେସ୍‌ ଷ୍ଟେଶନ୍‌ ଯିବା ନେଇ ନିଷ୍ପତ୍ତି ନିଆଯାଇଛି। କିନ୍ତୁ ଏହି କାର୍ଯ୍ୟକ୍ରମକୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ସ୍ଥଗିତ କରିଦିଆଯାଇଛି। ଅକ୍ଟୋବର ୩ରେ ସ୍ପେସ୍‌ ଏକ୍ସର କ୍ରିଉ ଡ୍ରାଗନ୍‌ ଫ୍ଲାଇଟ୍‌ ଜରିଆରେ…

ଫାଷ୍ଟ ବିଲ୍ଡକୁ ଅଧିଗ୍ରହଣ କଲା ଏଚ୍‌ଆଇଏଲ୍‌

ଭୁବନେଶ୍ୱର,୨୭ା୮: ସି.କେ. ବିର୍ଲା ଗ୍ରୁପ୍‌ର ନିର୍ମାଣ ସାମଗ୍ରୀ ସମାଧାନ ସଂସ୍ଥା ‘ଏଚ୍‌ଆଇଏଲ୍‌’ ଲିମିଟେଡ୍‌ ନିକଟରେ କଟକର ଫାଷ୍ଟ ବିଲ୍ଡ ବ୍ଲକ୍‌ ପିଭିଟି ଲିମିଟେଡ୍‌କୁ ଅଧିଗ୍ରହଣ କରିଥିବା ସମ୍ପର୍କରେ ଘୋଷଣା କରିଛି। ବିଶେଷକରି କମ୍ପାନୀର ସମ୍ପ୍ରସାରଣ ରଣନୀତିର ଏକ ଅଂଶ ଭାବେ ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri