Home Left

ହୋମ ଯଜ୍ଞ କରି ସ୍ବଧର୍ମକୁ ଫେରିଲେ ପରିବାରର ୧୨ ସଦସ୍ୟ

ଠାକୁରମୁଣ୍ଡା,୨୫।୧୦(ଡି.ଏନ୍‌.ଏ.) କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଗୟଳମୁଣ୍ଡା ପଞ୍ଚାୟତ ହରିବେଡା ଗ୍ରାମର ଏକ ଆଦିବାସୀ ପରିବାରର ୧୨ ସଦସ୍ୟ ଖ୍ରୀଷ୍ଟଧର୍ମ ଛାଡି ସ୍ବଧର୍ମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏନେଇ ଗାଁରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିବା ଗ୍ରାମର ଦୁର୍ଗା…

ବାର୍‌ହା କାଟି କରୁଥିଲେ ଭାଗବଣ୍ଟା: ୨ ଶିକାରୀଙ୍କୁ ଧରିଲା ବନବିଭାଗ

ଠାକୁରମୁଣ୍ଡା,୨୫।୧୦(ଡି.ଏନ୍‌.ଏ.): କରଞ୍ଜିଆ ବନଖଣ୍ଡ ସାତକୋଶିଆ ବନାଞ୍ଚଳରେ ବାର୍‌ହା ଶିକାର ଘଟଣାରେ ସାତକୋଶିଆ ବନବିଭାଗ ୨ଜଣ ଶିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଶିକାରୀଙ୍କ ନିକଟରୁ ବାର୍‌ହା ମାଂସ ସହ ବ୍ୟବହୃତ ଧନୁ ଓ ତୀରକୁ ବନବିଭାଗ ଜବତ କରିଛି।…

ହ୍ବାର୍ଟସ୍‌ଆପ ସର୍ଭର ଡାଉନ୍‌, ସେବା ବନ୍ଦ

ନୂଆଦିଲ୍ଲୀ,୨୫।୧୦: ଭାରତରେ ହ୍ବାର୍ଟସ୍‌ଆପ ଠପ୍‌ ହୋଇଯାଇଛି। ଆଜି ୧୨.୩୦ରୁ ଉପଭୋକ୍ତାମାନେ ହ୍ବାର୍ଟସାପ୍‌ ବ୍ୟବହାର କରିବାରେ ଅସମର୍ଥ ହୋଇପଡିଛନ୍ତି। ଏହାକୁ ନେଇ ଲୋକେ ଟୁଇଟରରେ ଅଭିଯୋଗ କରିଥିଲେ। ତେବେ ହ୍ବାର୍ଟସାପ୍‌ ବନ୍ଦ ହେବାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି। ଅନ୍ୟ ମେଟା ମାଲିକାନା…

ମା’ ପାଟଖଣ୍ଡାଙ୍କ ପୀଠରେ ଶ୍ୟାମାକାଳୀ ପୂଜା

ବାଲିଗୁଡ଼ା,୨୫।୧୦: କନ୍ଧମାଳ ଜିଲା ବାଲିଗୁଡ଼ା ଅଧିଷ୍ଠାତ୍ରୀ ଦେବୀ ମା’ ପାଟଖଣ୍ଡାଙ୍କ ପୀଠରେ ଶ୍ୟାମାକାଳୀ ପୂଜା ମା’ ପାଟଖଣ୍ଡା ଦୁର୍ଗାପୂଜା ସମିତି ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ଦୀପାବଳି ମଧ୍ୟରାତିରେ ରୀତିନୀତି ସହକାରେ ମା’ଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ମଙ୍ଗଳବାର ସୂର୍ଯ୍ୟପରାଗ ଥିବାରୁ ମା’ଙ୍କ ଦର୍ଶନ…

ଋଷିକୂଲ୍ୟା ନଦୀରେ ଭାସିଗଲେ ୨ ଭାଇ

ପୁରୁଷୋତ୍ତମପୁର,୨୫।୧୦(ଡି.ଏନ.ଏ): ଗାଧୋଉଥିବା ବେଳେ ଭାସିଗଲେ ୨ ଭାଇ। ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶୋଳଘର ନିକଟରେ ଥିବା ଋଷିକୂଲ୍ୟା ନଦୀରେ ମଙ୍ଗଳବାର ଏଭଳି ଅଘଟଣ ଘଟିଛି। ସେମାନେ ହେଲେ କୃଷ୍ଣ ଜନ୍ଦ୍ର ମହାନ୍ତି (୧୫) ଏବଂ କାହ୍ନୁ ଚରଣ ମହାନ୍ତି…

ଦୀପାବଳିରେ ଜେସିବି, ଟ୍ରାକ୍ଟର ପୋଡ଼ିଦେଲେ ମାଓବାଦୀ

ଫୁଲବାଣୀ ଅଫିସ,୨୫।୧୦: ରକ୍ତ ମୁଁହା ହୋଇଉଠିଛନ୍ତି ମାଓବାଦୀ। ପୋଲିସ ଗୁଳିରେ ପ୍ରାଣ ହରାଇଥିବା ମହିଳା ମାଓବାଦୀଙ୍କ ପ୍ରତିଶୋଧ ନେବାକୁ ଯାଇ ଦୁଇ ଦିନ ହେଲା ତାଣ୍ଡବ ଚଳାଇଛନ୍ତି ମାଓବାଦୀ। ପୋଲିସ ଇନ୍‌ଫରମର ସନ୍ଦେହରେ ଜଣକୁ ହତ୍ୟା କରିବା ପରେ ଏକ ଠିକା…

ଆଜି ବିଟ୍ରେନ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବେ ଋଷି ସୁନକ

ଲଣ୍ଡନ,୨୫।୧୦: ବିଟ୍ରେନର ପ୍ରଧାନମନ୍ତ୍ରୀ ଭାବେ ମଙ୍ଗଳବାର ଦାୟିତ୍ୱ ନେବେ ଋଷି ସୁନକ। ପ୍ରଥମ ଭାରତୀୟ ବଂଶୋଦ୍‌ଭବ ଭାବେ ବିଟ୍ରେନର ମଙ୍ଗ ଧରିବେ ସୁନକ। ଏହା ପୂର୍ବରୁ ବିଟ୍ରେନ ରାଜା କିଙ୍ଗ୍‌ ଜାର୍ଲସ ତୃତୀୟଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, ଋଷି ସୁନକଙ୍କୁ…

ବାଂଲାଦେଶରେ ସ୍ଥଳଭାଗ ଛୁଇ ତାଣ୍ଡବ ରଚିଲା ସିତ୍ରାଙ୍ଗ

ଢାକା,୨୫।୧୦: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ସିତ୍ରାଙ୍ଗ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ମଙ୍ଗଳବାର ଭୋରରେ ବାଂଲାଦେଶର ଭାଲା ନିକଟ ବାରିଶାଲ-ଚାଟୋଗ୍ରାମ ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି। ବାତ୍ୟା ଯୋଗୁ ପ୍ରବଳ ବେଗରେ ପବନ ବହିବା ସାଙ୍ଗକୁ ବର୍ଷା ହୋଇଛି। ବାତ୍ୟାରେ…

ହାତୀ ନେଲା ବୃଦ୍ଧଙ୍କ ଜୀବନ

ପାଇକମାଳ,୨୫।୧୦(ଡି.ଏନ୍‌.ଏ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ଅଧୀନ ରସମୁଣ୍ଡା ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ, ଉକ୍ତ ଗ୍ରାମର ରାମଚନ୍ଦ୍ର ନାୟକ(୬୫)। ମିଳିଥିବା ସୂଚନା ମୁତାବକ, ବିଳମ୍ବିତ ରାତିରେ…

ବାଣ ଫୁଟାଇ ନାବଳକ ସମେତ ୧୦ ଗୁରୁତର

ହାଇଦ୍ରାବାଦ,୨୫।୧୦: ଦୀପାବଳିରେ ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲାଗିଥିଲେ ସୁଦ୍ଧା ନିୟମ ଉଲ୍ଲଙ୍ଘନ କରି ଅନେକ ସହରରେ ଲୋକେ ବାଣ ଫୁଟାଇଥିଲେ। ଇତି ମଧ୍ୟରେ ଏକ ଅଘଟଣ ସାମ୍ନାକୁ ଆସିଛି। ବାଣ ଫୁଟାଇ ଜଣେ ନାବାଳକ ସହ ୧୦ ଜଣ ଗୁରୁତର…

ସୂର୍ଯ୍ୟଗ୍ରହଣରେ ସତର୍କତା ଅବଲମ୍ବନ କରନ୍ତୁ ଗର୍ଭବତୀ ମହିଳା, ନଚେତ୍‌…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚିଳିତ ବର୍ଷର ଏହା ହେଉଛି ଶେଷ ସୂର୍ଯ୍ୟପରାଗ। ପ୍ରଥମ ସୂର୍ଯ୍ୟଗ୍ରହଣ ଏପ୍ରିଲ ୩୦ରେ ହୋଇଥିଲା। ଧାର୍ମିକ ଦୃଷ୍ଟିକୋଣରୁ କେତେକ କ୍ଷେତ୍ରରେ ସୂର୍ଯ୍ୟଗ୍ରହଣକୁ ଅଶୁଭ ବୋଲି ବିବେଚନା କରାଯାଏ। ସୂର୍ଯ୍ୟଗ୍ରହଣ ସମୟରେ କୌଣସ ଶୁଭ କାର୍ଯ୍ୟ କରାଯାଏ ନାହିଁ…

ଦୁର୍ବଳ ହେଲା ବାତ୍ୟା ସିତ୍ରାଙ୍ଗ

ଭୁବନେଶ୍ୱର,୨୫।୧୦(ବ୍ୟୁରୋ): ଦୁର୍ବଳ ହେଲା ବାତ୍ୟା ସିତ୍ରାଙ୍ଗ। ଏହା ଆଗାମୀ ୩ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି। ପରବର୍ତ୍ତୀ ୬ ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇ ଏକ ସଦୃଶ-ଲଘୁଚାପ କ୍ଷେତ୍ରରେ ପରିଣତ ହୋଇପାରେ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri