Posted inଫୁରସତ

ମରୁଭୂମିରେ ଗଠନ କଲେ ନୂଆ ଦେଶ, ଘୋଷଣା କଲେ ସ୍ବାଧୀନତା, ନିଜକୁ ବି କହିଲେ ରାଷ୍ଟ୍ରପତି

ଆପଣ ନିଶ୍ଚିତ ଭାବରେ ଏକଛତ୍ରବାଦୀ ଶାସକଙ୍କ ନାଁ ଶୁଣିଥିବେ। କିନ୍ତୁ ଜାଣନ୍ତି କି ଆମେରିକାରେ ମଧ୍ୟ ଜଣେ ଏକଛତ୍ରବାଦୀ ଶାସକ ଅଛନ୍ତି। ଯିଏ ଆମେରିକାର ମରୁଭୂମିରେ ଏକ ଦେଶ ସ୍ଥାପନ କରି ନିଜକୁ ଏହାର ରାଷ୍ଟ୍ରପତି ଘୋଷଣା କରିଛନ୍ତି। ସେ ନିଜେ ନିୟମ କରିଛନ୍ତି। ନିଜ ହିସାବରେ କରନ୍ତି ଶାସନ। କେବଳ ଏତିକି ନୁହେଁ, ଏହା ମଧ୍ୟ ଜର୍ମାନୀ ସହିତ ଦୀର୍ଘ ସମୟ ଧରି ଯୁଦ୍ଧ କରୁଛି। କାରଣ ଏହି ନୂତନ ଦେଶ ଦାବି କରୁଛି ଯେ, ପୂର୍ବ ଜର୍ମାନୀ ଏହାର ଅଂଶ ଅଟେ। ଜାଣନ୍ତୁ ଏ ବିଷୟରେ…

ଏହି ଦେଶ ଆମେରିକାର ନେଭାଡା ମରୁଭୂମିରେ ରହିଛି। ଏହାର ନାମ ହେଉଛି ମଲୋସିଆ ରିପବ୍ଲିକ୍‌। ଏହା ଦୁନିଆର ସବୁଠାରୁ ଛୋଟ ରାଷ୍ଟ୍ର। ଏଠାରେ ନିୟମ ପାଗଳତାର ସୀମା ଅତିକ୍ରମ କରିବାକୁ ଯାଉଛି। ଏକଛତ୍ରବାଦୀ ଶାସକ କେଭିନ ବାଉଗ ଏହି ଦେଶ ଚଳାଉଛନ୍ତି। ତାଙ୍କର ପିଲାଦିନର ସ୍ବପ୍ନ ଥିଲା  ରାଜ୍ୟ ପ୍ରତିଷ୍ଠା କରିବା। ଏଥିପାଇଁ ତାଙ୍କ ବନ୍ଧୁ ଜେମ୍ସ ସ୍ପିଲମ୍ୟାନଙ୍କ ସହ ସେ ୨୬ ମେ’ ୧୯୭୭ରେ ଏହାକୁ ପ୍ରତିଷ୍ଠା କରିଥିଲେ। ତା’ପରେ ବାଉଗ ନିଜକୁ ଏହାର ଡାଇରେକ୍ଟର ବୋଲି କହୁଥିଲେ କିନ୍ତୁ ପରେ ୧୯୯୯ରେ ସେ ନିଜକୁ ଏହାର ରାଷ୍ଟ୍ରପତି ଘୋଷଣା କରିଥିଲେ।

କାର୍ସନ ନଦୀ ନିକଟ ଡେଟନ ଭ୍ୟାଲିରେ ଅବସ୍ଥିତ ଏହି ଗଣତନ୍ତ୍ରର ରାଜଧାନୀ ହେଉଛି ବୋଷ୍ଟନ ଟାଉନ। ଯାହା ଏହାର ଜଣେ ନେତାଙ୍କ ନାମରେ ନାମିତ। ମୋଟ ୦.୦୦୫୩ ବର୍ଗ କିଲୋମିଟର ବ୍ୟାପିଥିବା ମଲୋସିଆ ରିପବ୍ଲିକ୍‌ରେ ଦୁଇଟି ଛୋଟ ସ୍ଥାନ ଅଛି, ଗୋଟିଏ ବାଉଗଙ୍କ ଘର ଏବଂ ଅନ୍ୟଟି ଡେଟନଙ୍କ ଜମି। ଏହି ଗଣତନ୍ତ୍ରର ନିଜସ୍ବ ଡାକ ସେବା, ବ୍ୟାଙ୍କ, ପର୍ଯ୍ୟଟନ ସେବା, ନୌସେନା, ସ୍ପେସ ପ୍ରୋଗ୍ରାମ, ରେଳ, ଅନ୍‌ଲାଇନ ଚଳଚ୍ଚିତ୍ର ଥିଏଟର ମଧ୍ୟ ଅଛି ।

କିଛି ଦିନ ପୂର୍ବରୁ ଏକ ୟୁଟ୍ୟୁବର୍‌ ଓ୍ବଣ୍ଟନ ଡନ୍‌ ଏହି ଅଞ୍ଚଳ ପରିଦର୍ଶନ କରିଥିଲେ। ସେ କେଭିନଙ୍କୁ ମଧ୍ୟ ଭେଟି ସମଗ୍ର ଅଞ୍ଚଳ ଦେଖିଥିଲେ। କେଭିନ୍‌ ତାଙ୍କୁ କହିଥିଲେ, ଜେମ୍‌ସ ରାଜା ଏବଂ ମୁଁ ପ୍ରଧାନମନ୍ତ୍ରୀ। କିନ୍ତୁ ସେ ଚାଲିଗଲେ। ମୁଁ ବଜାୟ ରଖିଛି ଯେ, ଏହା ଆମର ଦେଶ। ଏହି ରାଜ୍ୟରେ କେବଳ ତିନିଜଣ ସ୍ଥାୟୀ ବାସିନ୍ଦା ଅଛନ୍ତି। ରାଷ୍ଟ୍ରପତି କେଭିନ ବାଉଗ, ତାଙ୍କ ସ୍ତ୍ରୀ   ପ୍ରଥମ ଲେଡି ଆଡ୍ରିଏନେ ଏବଂ ଝିଅ ଆଲେକ୍ସିସ ଏଠାରେ ଅଛନ୍ତି। ଯେଉଁମାନେ ସୁରକ୍ଷା ପରିଚାଳନା କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri