ଜାତୀୟ ରାଜପଥ, ରାଜ୍ୟ ରାଜପଥରେ କଡ଼ାକଡ଼ି ହେବ ଯାଞ୍ଚ
ଭୁବନେଶ୍ୱର,୨ା୧୧(ବ୍ୟୁରୋ): ନଭେମ୍ବରରୁ ଫେବୃୟାରୀ ମଧ୍ୟରେ ପ୍ରାୟ ୩୦ ପ୍ରତିଶତ ସଡ଼କ ଦୁର୍ଘଟଣା ଘଟୁଛି। ରାଜ୍ୟ ପରିବହନ ବିଭାଗ ପରିସଂଖ୍ୟାନର ୧ ମାସର ବିଶ୍ଳେଷଣରୁ ଏହା ଜଣାପଡ଼ିଛି। ଏହି ମାସଗୁଡ଼ିକରେ କୁହୁଡି ଦ୍ୱାରା କମ୍ ଦୃଶ୍ୟମାନ ଯୋଗୁ ଦୁର୍ଘଟଣା ହୋଇଥାଏ। ଏହାଛଡ଼ା ବଡ଼ଦିନ…
ଟୁଇଟରରେ ‘ଗୋ ବ୍ୟାକ୍ ମୋଦି’ ଟ୍ରେଣ୍ଡ୍
ମୋର୍ବି,୨ା୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଜ୍ୟ ଗୁଜରାଟରେ ଝୁଲାପୋଲ ଭୁଶୁଡ଼ିବା ଘଟଣାକୁ ନେଇ ସୋସିଆଲ ନେଟ୍ଓ୍ବର୍କିଂ ସାଇଟ୍ ଟୁଇଟରରେ ୟୁଜର୍ସ ନାନା ପ୍ରତିକ୍ରିୟା ପ୍ରକାଶ କରିବାରେ ଲାଗିଛନ୍ତି। ବିରୋଧୀ ୟୁଜର୍ସଙ୍କ ‘ହ୍ୟାଶ୍ଟ୍ୟାଗ୍ ଗୋ ବ୍ୟାକ୍ ମୋଦି’ ଟ୍ରେଣ୍ଡ୍ କରୁଥିବାବେଳେ ଏହାର ମୁକାବିଲା…
ସୁପ୍ରିମକୋର୍ଟରେ ପିଆଇଏଲ୍: ୧୪ରେ ଶୁଣାଣି
ନୂଆଦିଲ୍ଲୀ,୨ା୧୧: ଗୁଜରାଟର ମୋର୍ବିରେ ରବିବାର ବ୍ରିଟିଶ ଅମଳର ଝୁଲାପୋଲ ଭୁଶୁଡ଼ିବା ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ସୁପ୍ରିମକୋର୍ଟରେ ମଙ୍ଗଳବାର ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍) ଦାଖଲ ହୋଇଛି। ମାଛୁ ନଦୀ ଉପରେ ନିର୍ମିତ ପ୍ରାୟ ୧୫୦ ବର୍ଷ ପୁରୁଣା ବ୍ରିଜ୍ରେ…
ଘଣ୍ଟା କମ୍ପାନୀକୁ ବ୍ରିଜ୍ ଦାୟିତ୍ୱ
ମୋର୍ବି,୨ା୧୧: ବ୍ରିଟିଶ ଅମଳର ଶତାବ୍ଦୀ ପୁରୁଣା ବ୍ରିଜ୍ର ମରାମତି, ପୁନରୁଦ୍ଧାର ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ଓରେଭା କମ୍ପାନୀକୁ କାହିଁକି ଦିଆଯାଇଥିଲା ବୋଲି ବିରୋଧୀ ଦଳଗୁଡ଼ିକ ପ୍ରଶ୍ନ ଉଠାଇଛନ୍ତି। ଓରେଭା ଗ୍ରୁପ୍ ହେଉଛି ଅଜନ୍ତା କାନ୍ଥଘଣ୍ଟା, ସିଏଫ୍ଲ୍ ବଲ୍ବ ଏବଂ ଇ-ବାଇକ୍ ନିର୍ମାଣକାରୀ…
ଚନ୍ଦ୍ରପୃଷ୍ଠରେ ସେନ୍ସର ଖୋଜିବ ଜଳ
ଓ୍ବାଶିଂଟନ୍, ୨ା୧୧: ଚନ୍ଦ୍ରପୃଷ୍ଠରେ ଜୀବସତ୍ତାର ସନ୍ଧାନ ନେଇ ବହୁବର୍ଷ ଧରି ନାସା (ନ୍ୟାଶନାଲ ଏରୋନେଟିକ୍ସ ଆଣ୍ଡ୍ ସ୍ପେସ୍ ଆଡମିନିଷ୍ଟ୍ରେଶନ୍)ର ବୈଜ୍ଞାନିକମାନଙ୍କ ଅଧ୍ୟୟନ ଜାରି ରହିଛି। ଚନ୍ଦ୍ର ସମ୍ବନ୍ଧୀୟ ଅନେକ ତଥ୍ୟ ବୈଜ୍ଞାନିକଙ୍କ ହସ୍ତଗତ ହୋଇସାରିଛି। ଜୀବଜଗତ ପାଇଁ ଜଳର ଆବଶ୍ୟକତା ଥିବାବେଳେ…
ପୁଙ୍ଖାନୁପୁଙ୍ଖ ତଦନ୍ତ ନିର୍ଦ୍ଦେଶ
ମୋର୍ବି,୨ା୧୧: ଗୁଜରାଟର ମୋର୍ବି ଝୁଲାପୋଲ ଭୁଶୁଡ଼ିବା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଉକ୍ତ ଅଘଟଣରୁ ଶିକ୍ଷାଲାଭ କରି ତାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ସେ ଏକ ଉଚ୍ଚସ୍ତରୀୟ ବୈଠକରେ କହିଛନ୍ତି। ନିର୍ବାଚନମୁହଁା…
ନୂଆପଡ଼ାରେ ବାଘ ଆତଙ୍କ
ନୂଆପଡ଼ା ଅଫିସ,୨।୧୧: ନୂଆପଡ଼ା ଜିଲାରେ କିଛି ଦିନର ବ୍ୟବଧାନରେ ପୁଣି ବାଘ ଆତଙ୍କ ଦେଖାଦେଇଛି । ନୂଆପଡା ସଦର ବ୍ଲକ କେନ୍ଦୁବାହାରା ପଞ୍ଚାୟତ ଜାମୁରସାଲେଭଟା ଗ୍ରାମରେ ସୋମବାର ରାତିରେ ଦେଓସିଂ ମାଝିଙ୍କ ଏକ ବଳଦକୁ ଗୁହାଳରୁ ଟାଣି ନେଇ କଲରାପତରିଆ ବାଘ…
ମୋର ସବୁକିଛି ଚାଲିଗଲା
ଅହମ୍ମଦାବାଦ,୨ା୧୧: ରବିବାର ଛୁଟି ଥିବାରୁ ସ୍ବାମୀଙ୍କ ସହ ୯ ବର୍ଷୀୟା ଝିଅ ଓ ୭ ବର୍ଷର ପୁଅ ସହ ଝୁଲାପୋଲକୁ ବୁଲି ଯାଇଥିଲୁ। ସେମାନେ ବ୍ରିଜ୍ ଉପରକୁ ଯାଇଥିଲେ। ଗର୍ଭବତୀ ଥିବାରୁ ମୁଁ ପୋଲକୁ ନ ଚଢ଼ି ମାଛୁ ନଦୀ କୂଳରେ…
ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବିଶ୍ୱନାଥ ଦାସଙ୍କ ପରଲୋକ
ବାଲିକୁଦା,୨ା୧୧(ସ୍ବ.ପ୍ର.): ଜଗତ୍ସିଂହପୁର ଜିଲା ବାଲିକୁଦା ବ୍ଲକ ଅରିଲୋ ପଞ୍ଚାୟତ ଭଗବାନ ସିଣ୍ଢୋଳ ଗଁାର ବୟୋଜ୍ୟେଷ୍ଠ ସ୍ବାଧୀନତା ସଂଗ୍ରାମୀ ବିଶ୍ୱନାଥ ଦାସଙ୍କ ସୋମବାର ବିଳମ୍ବିତ ରାତିରେ କଟକ ବଡ଼ ଡାକ୍ତରଖାନାରେ ପରଲୋକ ଘଟିଛି। ତାଙ୍କୁ ୧୦୫ ବର୍ଷ ହୋଇଥିଲା। ବାର୍ଦ୍ଧକ୍ୟଜନିତ କାରଣରୁ ଗତ…
ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ-୨୦୨୨ ଲାଗି ଭୂମିପୂଜା
ଭୁବନେଶ୍ବର,୨ା୧୧(ବ୍ୟୁରୋ): ଆସନ୍ତା ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଭୁବନେଶ୍ୱର ଜନତା ମଇଦାନରେ ମେକଇନ୍ ଓଡିଶା କନକ୍ଲେଭ-୨୦୨୨ ଆୟୋଜିତ ହେବ। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଜନତା ମଇଦାନରେ ଭୂମି ପୂଜା ଉତ୍ସବ ଅନୁଷ୍ଠିତ ହୋଇଛି। ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ତଥା…
ନିର୍ଦ୍ଦିଷ୍ଟ ଅଭିଯୋଗ ନ ଥିଲେ ଏଡିଟର ଇନ୍ ଚିଫ୍ଙ୍କ ବିରୋଧରେ ମାନହାନି ହେବନି
ନୂଆଦିଲ୍ଲୀ, ୨।୧୧: ନିର୍ଦ୍ଦିିଷ୍ଟ ଏବଂ ପର୍ଯ୍ୟାପ୍ତ ଅଭିଯୋଗ ନ ଥିଲେ କୌଣସି ଗଣମାଧ୍ୟମ ସଂସ୍ଥାର ମୁଖ୍ୟ ସମ୍ପାଦକ(ଏଡିଟର ଇନ୍ ଚିଫ୍)ଙ୍କ ବିରୋଧରେ ମାନହାନି ମାମଲା ରୁଜୁ ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ୨୦୦୭ରେ ଇଣ୍ଡିଆ…
ଗେଷ୍ଟ ହାଉସରେ ଦେହବେପାର: ୧୨ ଗିରଫ
ବ୍ରହ୍ମପୁର ଅଫିସ,୨ା୧୧: ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ନିକଟ ଟାଟାବେଞ୍ଜ ଛକରେ ଥିବା ତୁଲସୀ ଗେଷ୍ଟ ହାଉସ୍ ରୁମ୍ ନମ୍ବର ୧୪,୧୬ ଓ ୧୭ରେ ଦେହ ବେପାର ହେଉଥିଲା। ଖବର ପାଇ ବ୍ରହ୍ମପୁର ଏସ୍ପି ଡା. ଶ୍ରବଣ ବିବେକ ଏମ୍ଙ୍କ ନେତୃତ୍ୱରେ ସୋମବାର…
Archives


