Posted inଜାତୀୟ

ଗାନ୍ଧୀ ପରିବାରକୁ ମୋଦିଙ୍କ ଟାର୍ଗେଟ: ପଚାରିଲେ ‘ନେହେରୁ ସରନେମ୍‌ ରଖୁନାହାନ୍ତି କାହିଁକି, ଭୟ ନା ଲଜ୍ଜା…’

ନୂଆଦିଲ୍ଲୀ,୯।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାର୍ଲାମେଣ୍ଟରେ ପୂର୍ବତନ କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧୀଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି। ଗୁରୁବାର ରାଜ୍ୟ ସଭାରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ବିଷୟରେ କହି କଂଗ୍ରେସକୁ କଟାକ୍ଷ କରିଛନ୍ତି। କୌଣସି କାର୍ଯ୍ୟକ୍ରମରେ ନେହେରୁଙ୍କ ନାମ ନ ନିଆଗଲେ କିଛି ଲୋକ ବର୍ଷି ଯାଇଥାନ୍ତି। ତାଙ୍କ ରକ୍ତ ଗରମ ହୋଇଯାଇଥାଏ। ଏହି ଭୁଲ ଆମେ ଠିକ୍‌ କରିନବୁ। ହେଲେ ବୁଝିପାରୁନାହିଁ ତାଙ୍କ ପୀଢ଼ିର କେହି ବି ନେହେରୁ ସର୍‌ନେମ ରଖିବାକୁ କାହିଁକି ଡରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

ମୋଦି କହିଛନ୍ତି, କେତେକ ଲୋକଙ୍କୁ ସରକାରୀ ଯୋଜନା ନାମ ଏବଂ ନାମରେ ସଂସ୍କୃତ ଶବ୍ଦର ବ୍ୟବହାର ସହିତ ସମସ୍ୟା ଥିଲା। ଏକ ରିପୋର୍ଟରେ ପଢ଼ିଥିଲି ଯେ ଗାନ୍ଧୀ-ନେହେରୁ ପରିବାର ନାମରେ ୬୦୦ ସରକାରୀ ଯୋଜନା ରହିଛି। ତଥାପି ତାଙ୍କ ନାମ କାହିଁକି ନିଆଯାଉନାହିଁ। କୌଣସି କାର୍ଯ୍ୟକ୍ରମରେ ନେହେରୁଙ୍କ ନାମ ନିଆ ନ ଗଲେ କିଛି ଲୋକ ରାଗରେ ନିଆଁବାଣ ହୋଇଥାନ୍ତି। ହେଲେ ମୁଁ ବୁଝିପାରୁନାହିଁ ତାଙ୍କ ପୀଢ଼ିର ଲୋକମାନେ ନିଜର ସର୍‌ନେମ୍‌ରେ ନେହେରୁ କାହିଁକି ବ୍ୟବହାର କରନ୍ତି ନାହିଁ। ସେମାନେ କାହାକୁ ଭୟ କରନ୍ତି ଏବଂ ଲଜ୍ଜିତ ଅନୁଭବ କରନ୍ତି ବୋଲି ମୋଦି ପଚାରିଛନ୍ତି। ଏତେ ବଡ଼ ମହାନ ବ୍ୟକ୍ତିତ୍ୱ ସତ୍ତ୍ୱେ ଆପଣ ଏହାକୁ ମଞ୍ଜୁର କରୁନାହାନ୍ତି, ପରିବାର ତାହା କରୁନାହିଁ ଏବଂ ଆମକୁ ହିସାବ ମଗାଯାଉଛି ବୋଲି ସେ ମଧ୍ୟ କହିଛନ୍ତି।

ସେହିଭଳି ମୋଦି ଆଦାନୀ ଗ୍ରୁପ ସହ ଜଡ଼ିତ ମାମଲାରେ ବିରୋଧୀଙ୍କ ଅଭିଯୋଗକୁ ନେଇ ମଧ୍ୟ ଜବାବ ଦେଇଛନ୍ତି। ଯେତେ କାଦୁଅ ତାଙ୍କ ଉପରେ ଫିଙ୍ଗାଯିବ, ସେତେ ପଦ୍ମ ଫୁଟିବ ବୋଲି ସେ କହିଛନ୍ତି। ଏପରିକି ଗୁରୁତ୍ୱପୂର୍ଣ୍ଣ ଗୃହରେ କିଛି ଲୋକଙ୍କ ଆଚରଣ ଦୁର୍ଭାଗ୍ୟଜନକ, କିଛି ଲୋକଙ୍କ କଥା କେବଳ ଗୃହ ନୁହେଁ ବରଂ ଦେଶ ପାଇଁ ମଧ୍ୟ ନିରାଶାଜନକ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଫ୍ଲା ମାଳି ଖଣି ପ୍ରଭାବିତ ଅଞ୍ଚଳରେ ବିକାଶର ନଗ୍ନ ଚିତ୍ର: ଉପରେ ଚାଲିଛି ଖଣି, ତଳେ ରାସ୍ତା ନାହିଁ; ପ୍ରଶାସନର ଅବହେଳା ପରେ…

ଥୁଆମୂଳ ରାମପୁର/କାଶୀପୁର, ୨୩।୯ (ଦୁର୍ଗା କୀର୍ତ୍ତି/ ପ୍ରଫୁଲ୍ଲ ବେହେରା): ଗୋଟିଏ ପଟେ ବାଫ୍ଲା ମାଳି ପାହାଡ଼ ଉପରେ ବାକ୍ସାଇଟ୍ ଖଣି ଖନନ କରି କୋଟି କୋଟି ଟଙ୍କାର…

ହର୍ମୁଜରେ ଜାହାଜ ଉପରେ ବଡ଼ ଧରଣର ଆକ୍ରମଣ, ଚାଲିଗଲା ଭାରତୀୟ ନାବିକଙ୍କ ଜୀବନ

ଓମାନ,୨୩।୯: ଓମାନ ଉପକୂଳ ନିକଟ ହର୍ମୁଜ୍ ଅଞ୍ଚଳରେ ଭାରତ ଆସୁଥିବା ଏକ ମାଲବାହୀ ଜାହାଜ ଉପରେ ଟର୍ପିଡୋ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଉତ୍ତରପ୍ରଦେଶର ଦେବରିଆ…

ବଡ଼ ବିପଦ! ଭାରତରେ ଜୀବନ ନେଇପାରେ ତାତି, ଯାଇପାରେ ୪.୫ ଲକ୍ଷରୁ ଅଧିକ ଜୀବନ

ନୂଆଦିଲ୍ଲୀ,୨୩।୯: ଶକ୍ତିଶାଳୀ ଏଲ୍‌ ନିନୋକୁ ନେଇ ଜଳବାୟୁ ବିଶେଷଜ୍ଞମାନେ ବଡ଼ ଚେତାବନୀ ଦେଇଛନ୍ତି । ଏକ ନୂଆ ଆକଳନ ଅନୁସାରେ, ଆଗାମୀ ୬ ମାସରେ ଏହି କାରଣ…

‘ଯିଏ ରାମଙ୍କର ହେଲେନି, ସେ କୃଷ୍ଣଙ୍କର ହୋଇପାରିବେନି’: ଅଖିଳେଶଙ୍କୁ ଟାର୍ଗେଟ୍ କଲେ…

ଲକ୍ଷ୍ନୌ,୨୩।୯: ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଅଯୋଧ୍ୟା, କାଶୀ ଓ ମଥୁରାକୁ ନେଇ ରାଜନୈତିକ ବୟାନବାଜି ଜୋରଦାର ହୋଇଛି। ଅଯୋଧ୍ୟାରେ ରାସ୍ତା ପ୍ରଶସ୍ତୀକରଣକୁ ନେଇ ସମାଜବାଦୀ…

ଆପଣଙ୍କର SBIରେ ଆକାଉଣ୍ଟ ଅଛି କି? ଅକ୍ଟୋବର ୧ରୁ ATMରୁ ଟଙ୍କା କାଢ଼ିବା ହେବ ମହଙ୍ଗା, ଜାଣନ୍ତୁ କେତେ କଟିବ…

ନୂଆଦିଲ୍ଲୀ,୨୩।୯: ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ‘ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ’ (SBI) ନିଜ ଗ୍ରାହକମାନଙ୍କ ପାଇଁ ATM ଏବଂ ନଗଦ ଟଙ୍କା ଉଠାଣ (Cash…

ନ୍ୟାସନାଲ ପେନଚାକ ପ୍ରତିଯୋଗିତା, ସ୍ବର୍ଣ୍ଣପଦକ ବିଜେତାଙ୍କୁ ଗଞ୍ଜାମରେ ସମ୍ବର୍ଦ୍ଧନା

ଗଞ୍ଜାମ,୨୩ା୯(ବିଦ୍ୟାଧର ସାହୁ ): ଲେହ ଲଦାଖରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ପେନଚାକ ସିଲାଟ ପ୍ରତିଯୋଗିତା 2026 ରେ ଓଡ଼ିଆ ପୁଅ ଶିବପ୍ରସାଦ ଜେନା ଗୋଲ୍ଡ ମେଡାଲ ହାସଲ…

ଆୟ ବର୍ହିଭୂତ ସମ୍ପତ୍ତି ଠାବ, PEO କାର୍ତ୍ତିକେଶ୍ୱର ବେହେରା ଗିରଫ

ବରଗଡ଼,୨୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କଟାବାହାଲ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) କାର୍ତ୍ତିକେଶ୍ୱର ବେହେରାଙ୍କୁ ଗିରିଫ କରିଛି ଭିଜିଲାନ୍ ଟିମ୍ । ତାଙ୍କ ଜଣାଶୁଣା ଆୟର…

କେସିଙ୍ଗାରେ ରେକର୍ଡ ବର୍ଷା, ଆତଙ୍କିତ ସ୍ଥାନୀୟ ବାସିନ୍ଦା

କେସିଙ୍ଗା,୨୩।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ବର୍ଷାରେ କେସିଙ୍ଗା ବ୍ଲକର ୨୬ଟି ଗ୍ରାମ ପଞ୍ଚାୟତରେ ଦୀର୍ଘ ଦୁଇଦିନ ଧରି ବର୍ଷା ଲାଗି ରହିଛି ।କେତେବେଳେ ବର୍ଷା ହେଉଛି ତ ଆଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?