୪ର୍ଥ ଶ୍ରେଣୀ ଛାତ୍ରଙ୍କୁ ବାଲକୋନୀରୁ ଠେଲି ହତ୍ୟା କଲେ ଶିକ୍ଷକ
ବେଙ୍ଗାଲୁରୁ,୧୯।୧୨: କର୍ନାଟକର ହଗଲି ଗ୍ରାମର ଆଦର୍ଶ ପ୍ରାଇମେରୀ ସ୍କୁଲ ଶିକ୍ଷକ ମୁଥାପ୍ପା ସ୍କୁଲର ୪ର୍ଥ ଶ୍ରେଣୀ ଛାତ୍ରଙ୍କୁ ବାଲକୋନୀରୁ ଠେଲି ହତ୍ୟା କରିଛନ୍ତି। ପ୍ରଥମେ ମୁଥାପ୍ପା ୧୦ ବର୍ଷ ବୟସର ଭରତଙ୍କୁ ବେଲଚାରେ ପିଟିଥିଲେ।ଏହାପରେ ତାଙ୍କୁ ବାଲକୋନୀରୁ ତଳକୁ ଠେଲି ଦେଇଥିଲେ।…
ପ୍ରମୋଶନ ସମୟରେ କନ୍ନଡ ଅଭିନେତାଙ୍କୁ ଚପଲ ମାଡ଼
ବେଙ୍ଗାଲୁରୁ,୧୯।୧୨: ଫିଲ୍ମର ପ୍ରମୋଶନ ସମୟରେ ଜଣେ କନ୍ନଡ ଅଭିନେତାଙ୍କ ସହ ଏକ ଅଭାବନୀୟ ଘଟଣା ଘଟିଛି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ପ୍ରଶଂସକଙ୍କୁ ବଡ଼ ଝଟ୍କା ଲାଗିଛି। ସୂଚନା ମୁତାବକ, କର୍ନାଟକର ହୋସପେଟରେ କନ୍ନଡ ଅଭିନେତା ଦର୍ଶନ…
ଶେଷରେ ମାନିଲା ରୁଷିଆ
ମସ୍କୋ,୧୯।୧୨: ୟୁକ୍ରେନ୍ ଉପରେ ରୁଷିଆ ୧୦ ମାସ ହେଲା ଆକ୍ରମଣ ଚଳାଇଥିବା ବେଳେ ଆମେରିକା ନିର୍ମିତ ୪ଟି କ୍ଷେପଣାସ୍ତ୍ରକୁ ଖସାଇଥିବା ପ୍ରଥମ ଥର ପାଇଁ ମସ୍କୋ ଦାବି କରିଛି। ୟୁକ୍ରେନ୍ ସୀମାକୁ ଲାଗି ରହିଥିବା ରୁଷିଆର ବେଲ୍ଗୋରୋଡ ଅଞ୍ଚଳ ଉପରେ ଆମେରିକାର…
୧୭ ଘଣ୍ଟା ଧରି ମିଲିଟାରୀ ସେଣ୍ଟରରେ ତାଲିବାନର କବ୍ଜା: ଅଧିକାରୀଙ୍କୁ କଲା ବନ୍ଧକ
ଇସ୍ଲାମାବାଦ୍,୧୯।୧୨: ପାକିସ୍ତାନରେ ତାଲିବାନ ଆତଙ୍କବାଦୀମାନେ ଆତଙ୍କ ସୃଷ୍ଟି କରିଛନ୍ତି। ୧୭ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଆତଙ୍କବାଦ ବିରୋଧୀ କେନ୍ଦ୍ରକୁ ପାକିସ୍ତାନ ତେହେରିକ୍-ଇ-ତାଲିବାନ (ଟିଟିପି) ଗଡ଼ରୁ ମୁକ୍ତ କରିବାରେ ସକ୍ଷମ ହୋଇପାରିନାହିଁ। ଏଥିସହ ପାକିସ୍ତାନୀ ମିଲିଟାରୀର ଅନେକ ବରିଷ୍ଠ ଅଧିକାରୀ ଟିଟିପି…
ରାଷ୍ଟ୍ରପତି ରାକାଫୋସା ଏଏନ୍ସି ନେତା ନିର୍ବାଚିତ
ଜୋହାନ୍ସବର୍ଗ ,୧୯।୧୨: ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ୍ ରାମାଫୋସା ସୋମବାର ଶାସକ ଦଳ ଆଫ୍ରିକାନ୍ ନ୍ୟାଶନାଲ କଂଗ୍ରେସ (ଏଏନ୍ସି) ଅଧ୍ୟକ୍ଷ ଭାବେ ପୁନଃ ନିର୍ବାଚିତ ହୋଇଛନ୍ତି। ୭୦ ବର୍ଷୀୟ ରାମାଫୋସା ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ଜ୍ୱେଲି ମଖିଜେଙ୍କୁ ପରାସ୍ତ…
ତେଲଙ୍ଗାନା କଂଗ୍ରେସକୁ ଝଟ୍କା: ଇସ୍ତଫା ଦେଲେ ୧୨ନେତା
ହାଇଦ୍ରାବାଦ,୧୯।୧୨: ତେଲଙ୍ଗାନା କଂଗ୍ରେସରେ ଗୋଷ୍ଠୀବିବାଦ ସୋମବାର ତୀବ୍ର ରୂପ ଧାରଣ କରିଛି। ନିଜକୁ ମୂଳ କଂଗ୍ରେସ ବୋଲି ଦାବି କରୁଥିବା କେତେଜଣ ନେତା ୫ ବର୍ଷ ପୂର୍ବେ ଟିଡିପି ଛାଡ଼ି ଏହି ଦଳରେ ସାମିଲ ହୋଇଥିବା ନେତାଙ୍କୁ ବହିରାଗତ କହି ବିରୋଧ…
ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ
ହିଞ୍ଜିଳିକାଟୁ,୧୯।୧୨( ଡି.ଏନ.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ରାଳବ ଗ୍ରାମରେ ଜଣେ ବିବାହିତା ମହିଳାଙ୍କ ପାରିବାରିକ କଳହରୁ ସୋମବାର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତ ଜଣକ ହେଲେ ସୁଦଷ୍ଣା ପରିଡ଼ା (୨୪ ବର୍ଷ)। ଗୁରୁତର ଅବସ୍ଥାରେ ଶାଶୁଘର ଲୋକେ…
ଜାରି ହେଲା ସିଭିଲ୍-୨୦ର ଲୋଗୋ: ଟାଗ୍ଲାଇନ୍ ରହିଛି, ‘ୟୁ ଆର୍ ଦ ଲାଇଟ୍’
ନୂଆଦିଲ୍ଲୀ,୧୯।୧୨: ‘ୟୁ ଆର୍ ଦ ଲାଇଟ୍’ର ଟାଗ୍ଲାଇନ୍ ସହିତ ସୋମବାର ସିଭିଲ୍-୨୦ର ଲୋଗୋ ଜାରି ହୋଇଛି। ସିଭିଲ୍-୨୦ ହେଉଛି ଜି-୨୦ର ଏକ ଏନ୍ଗେଜ୍ମେଣ୍ଟ ଗ୍ରୁପ୍। ଯାହା ନାଗରିକ ସମାଜ ସଂଗଠନ ଏବଂ ବିକାଶ ସହ ଜଡିତ ଥିବା ପ୍ରସଙ୍ଗକୁ ଉଠାଇଥାଏ। ଆସନ୍ତା…
ଖାଦ୍ୟରୁ ମିଳିଲା ଅସରପା, ରେଲଓ୍ବେ ଖାଦ୍ୟ ସେବା ପ୍ରଦାନକାରୀଙ୍କୁ ୧ ଲକ୍ଷ ଟଙ୍କା ଜରିମାନା
ନୂଆଦିଲ୍ଲୀ,୧୯।୧୨: ରାଜଧାନୀ ଏକ୍ସପ୍ରେସ୍ ଟ୍ରେନ୍ରେ ଯାତ୍ରା କରୁଥିବା ଜଣେ ଯାତ୍ରୀଙ୍କୁ ଭାରତୀୟ ରେଳବାଇ ପକ୍ଷରୁ ଦିଆଯିବା ଖାଦ୍ୟରେ ଏକ ଅସରପା ମିଳିଥିବା ଅଭିଯୋଗ ହୋଇଛି। ଏଥିରେ ଉତ୍ତେଜିତ ହୋଇ ଯାତ୍ରୀ ଜଣଙ୍କ ଖାଇବା ପ୍ଲେଟ୍ର ଏକ ଫଟୋ ଟୁଇଟ୍ରରେ ପୋଷ୍ଟ କରି…
ପରିବାରର ୬ ଜୀବନ୍ତ ଦଗ୍ଧ ଘଟଣା: ଘରେ ନିଆଁ ଲଗାଇବାକୁ ଦିଆଯାଇଥିଲା ସୁପାରି
ହାଇଦ୍ରାବାଦ ,୧୯।୧୨ : ତେଲଙ୍ଗାନାର ମଞ୍ଚେରିଆଲ ଜିଲାରେ ଗତ ଶନିବାର ଭୋର ସମୟରେ ଏକ ଘରେ ନିଆଁ ଲାଗି ପରିବାରର ୬ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ଜିଲାର ଭେଙ୍କଟପୁରରେ ଗ୍ରାମ ରାଜସ୍ବ ସହାୟକ (ଭିଆର୍ଏ)ଙ୍କ ଘରେ ନିଆଁ ଲଗାଇବା ପାଇଁ…
ପଦ୍ମଭୂଷଣ ମିଳିବା ପରେ ପ୍ରଥମ ଥର ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଗୁଗଲ ସିଇଓ
ନୂଆଦିଲ୍ଲୀ,୧୯।୧୨: ଗୁଗୁଲ ସିଇଓ ସୁନ୍ଦର ପିଚାଇ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ସେ ନିଜେ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ମୋଦିଙ୍କୁ ଭେଟିବା ପରେ ସୁନ୍ଦର ପିଚାଇ ଟୁଇଟ କରି ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଇଣ୍ଡିଆ…
୫ ଫୁଟ୍ ଖାଲରୁ ଷଣ୍ଢକୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ
ହିଞ୍ଜିଳିକାଟୁ,୧୯।୧୨(ଡି.ଏନ.ଏ.): ହିଞ୍ଜିଳିକାଟୁ ପୌରପରିଷଦ ପକ୍ଷରୁ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ନିମନ୍ତେ ପରିବା ବଜାରଠାରେ ମାଟି ଖୋଳି ଖାଲ କରାଯାଇଥିବା ବେଳେ ସୋମବାର ସେହି ଖାଲରେ ଏକ ଷଣ୍ଢ ଖସିପଡିଥିଲା। କିଛି ପରିବା ବେପାରୀ ଉକ୍ତ ଷଣ୍ଢକୁ ଉଦ୍ଧାର ପାଇଁ ଚେଷ୍ଟା କରିଥିଲେ…
Archives


