Posted inଫୁରସତ

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ପହଲଗାମ୍‌

ଜମ୍ମୁ ଓ କଶ୍ମୀରସ୍ଥିତ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ହେଉଛି ପହଲଗାମ୍‌। ଏଠାରେ ପର୍ଯ୍ୟଟକ ପାଇନ୍‌ ଗଛର ଜଙ୍ଗଲ ସାଙ୍ଗକୁ ଅନେକ ସୌନ୍ଦର୍ଯ୍ୟପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀ ଦେଖିପାରିବେ। ତା’ସାଙ୍ଗକୁ ଟ୍ରେକିଂ, ଫିଶିଂ ଆଉ ଫଟୋଗ୍ରାଫିର ମଧ୍ୟ ଭରପୂର ମଜା ନେଇପାରିବେ…

ପହଲଗାମ୍‌ ଜମ୍ମୁ ଓ କଶ୍ମୀରସ୍ଥିତ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ। ହିଲ୍‌ ଷ୍ଟେଶନ ଭାବେ ବି ଏହାର ରହିଛି ବେଶ୍‌ ଖ୍ୟାତି। ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏହି ସ୍ଥାନରେ ପର୍ଯ୍ୟଟକଙ୍କ ମନକୁ ମୋହିଲା ଭଳି ଅନେକ ଦର୍ଶନୀୟ ସ୍ଥାନ ବି ଦେଖିବାକୁ ମିଳିଥାଏ। ପାହାଡ, ପର୍ବତ ଘେରା ଏହି ସ୍ଥାନରେ ପାଇନ୍‌ ଗଛର ଜଙ୍ଗଲ ସହିତ କେଉଁଠି କେଉଁଠି ଘାଟି ଦେଖିବାକୁ ମିଳେ ତ ପୁଣି କେଉଁଠି ହ୍ରଦ, ମନ୍ଦିର ତଥା ଉପତ୍ୟାକାର ଶୋଭା ବେଶ୍‌ ଆଖି ଦୃର୍ଶୀୟା ହୋଇଥାଏ। ଖାସ୍‌ ସେଥିପାଇଁ ପର୍ଯ୍ୟଟନ ଋତୁରେ ଏଠାରେ ବେଶ୍‌ ଭିଡ଼ ଦେଖିବାକୁ ମିଳେ।
କେବେ ଓ କେମିତି ଯିବେ
ବର୍ଷର ଯେ କୌଣସି ସମୟରେ ଏଠାକୁ ବୁଲିଯିବାର ସୁବିଧା ଥିଲେ ହେଁ, ସ୍ଥାନୀୟ ପାଣିପାଗ ସୂଚନାକେନ୍ଦ୍ରର ମତାନୁଯାୟୀ, ପହଲଗାମ୍‌ ଯିବାପାଇଁ ଏପ୍ରିଲ୍‌ ମାସ ହେଉଛି ସବୁଠୁ ଉପଯୁକ୍ତ ସମୟ। କାରଣ ଏହି ସମୟରେ ଏଠାକାର ପାଣିପାଗ ବୁଲାବୁଲି କରିବାକୁ ବେଶ୍‌ ଅନୁକୂଳ ରହିଥାଏ। ସେହିପରି ଏଠାକୁ ଯିବାପାଇଁ ଗମନାଗମନର ବି ଭଲ ବ୍ୟବସ୍ଥା ରହିଛି। ଶ୍ରୀନଗର ଇଣ୍ଟର ନ୍ୟାସନାଲ୍‌ ଏୟାରପୋର୍ଟ ହେଉଛି ଏହାର ନିକଟତମ ବିମାନବନ୍ଦର; ଯାହା ପହଲଗାମ୍‌ଠାରୁ ପ୍ରାୟ ୯୧ କି.ମି ଦୂରରେ ଅବସ୍ଥିତ। ସେହିପରି ବିଜ୍‌ବେହେରା ରେଲଓ୍ବେ ଷ୍ଟେଶନ ପହଲଗାମ୍‌ଠାରୁ ପ୍ରାୟ ୪୫ କି.ମି ଦୂରରେ ଥିବା ନିକଟବର୍ତ୍ତୀ ରେଳଷ୍ଟେଶନ। ଅନ୍ୟପକ୍ଷେ ଦେଶର ବିଭିନ୍ନ ସ୍ଥାନରୁ ଏଠାକୁ ଟୁରିଷ୍ଟ ବସ୍‌ ବି ଯା’ଆସ କରିଥାଏ। ତେଣୁ ପର୍ଯ୍ୟଟକଙ୍କୁ ଯେଉଁଥିରେ ସୁବିଧା ସେଥିରେ ଯାଇ ଆରାମରେ ପହଲଗାମ୍‌ରେ ପହଁଞ୍ଚତ୍ପାରିବେ।
କ’ଣ ଦେଖିବେ
ପହଲଗାମ୍‌କୁ ବୁଲି ଆସୁଥିବା ପର୍ଯ୍ୟଟକ ନିକଟରେ ଥିବା ପବିତ୍ର ଅମରନାଥ ଗୁମ୍ଫା ଓ ମନ୍ଦିର ବୁଲି ଦେଖିବା ସହିତ କୋଲହାଇ ଗ୍ଲେସିୟର୍‌, ବେତାବ ଉପତ୍ୟାକା, ବାଇସରନ୍‌ ଉପତ୍ୟାକା, ଶେଷନାଗ ହ୍ରଦ ଇତ୍ୟାଦି ବି ଦେଖିପାରିବେ। କେବଳ ସେତିକି ନୁହେଁ, ଏଠାରେ ଥିବା ପହଲଗାମ୍‌ ଗଲ୍ଫ କୋର୍ସ ବି ଏକ ନିଆରା ଅନୁଭୂତି ଦେଇଥାଏ ପର୍ଯ୍ୟଟକଙ୍କୁ।
ଟ୍ରେକିଂ ପାଇଁ ବି ପ୍ରସିଦ୍ଧ
ପାହାଡ ପର୍ବତ ଘେରା ଏହି ଅଞ୍ଚଳରେ ଟ୍ରେକିଂ ପାଇଁ ବି ରହିଛି ବେଶ୍‌ ସୁବିଧା ସୂଯୋଗ। ଖାସ୍‌ ସେଥିପାଇଁ ଦୁଃସାହସିକ ପର୍ଯ୍ୟଟନରେ ରୁଚି ରଖୁଥିବା ପର୍ଯ୍ୟଟକଙ୍କର ଏଠାରେ ବେଶ ଭିଡ଼ ଜମିଥାଏ।
ଫଟୋଗ୍ରାଫିର ମଜା ନେବେ
ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟରେ ଭରା ଏହି ସ୍ଥାନଟି ଉଭୟ ପ୍ରକୃତିପ୍ରେମୀ ତଥା ଦୁଃସାହସିକ ପର୍ଯ୍ୟଟନରେ ରୁଚି ରଖୁଥିବା ପର୍ଯ୍ୟଟକଙ୍କୁ ଖୁବ୍‌ ଆକୃଷ୍ଟ କରିଥାଏ। ମନଖୁସିରେ ବୁଲିବା ସହିତ ଆଗନ୍ତୁକ ଏଠାରେ ଫଟୋଗ୍ରାଫିର ମଜା ମଧ୍ୟ ନେଇପାରିବେ।
ପିଶିଂର ଆନନ୍ଦ ବି ନେଇପାରିବେ
ପହଲଗାମ୍‌ ନିକଟ ଦେଇ ପ୍ରବାହିତ ହେଉଥିବା ଲିଡର୍‌ ନାମକ ଏକ ନଦୀରେ ବି ମାଛ ଧରିବାର ଆନନ୍ଦ ପର୍ଯ୍ୟଟକଙ୍କୁ ନିଆରା ଅନୁଭୂତି ଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ହୃଦ୍‌ଘାତରେ ଚାଲିଗଲା ଡାକ୍ତରଙ୍କ ଜୀବନ

ଖଡିଆଳ,୧୩ା୧୦ (ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଚଲାନପଡ଼ା ଗ୍ରାମର ଆୟୁଷ ଡାକ୍ତର ଚିତ୍ତରଞ୍ଜନ ରାଉତ (୫୫)ଙ୍କ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ବୋଡ଼େନ ବ୍ଲକ…

ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନରେ ମାଲାମାଲ ହେବେ ୩ ରାଶି: ମିଳିବ ଫଇଦା ହିଁ ଫାଇଦା, ଧନ ସହ ଘରକୁ ଆସିବ ଖୁସିଖବର

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୭ ଅକ୍ଟୋବର ୨୦୨୬ରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ସହ ମଙ୍ଗଳଙ୍କ ନକ୍ଷତ୍ର ଗୋଚର ମଧ୍ୟ ହେବାକୁ ଯାଉଛି। ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଏହି…

ଅମାନତ ଟଙ୍କାକୁ ନେଇ ଟଣାଓଟରା, ଯନ୍ତ୍ରୀ-ଛାୟା ଠିକାଦାର ମୁହାଁମୁହିଁ

କଟକ ସଦର, ୧୩।୧୦ (ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ୍‌ରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅମାନତ ରାଶି ଉଠାଣକୁ ନେଇ ଯନ୍ତ୍ରୀ ଓ ଛାୟା ଠିକାଦାରଙ୍କ…

କାନ୍ଦୁଲ ଜଙ୍ଗଲକୁ ଯାଇଥିଲେ ବେତେସା: ହଠାତ୍‌ ଆକ୍ରମଣ କଲା ମହୁମାଛି, ଆଉ ତା’ପରେ…

ମୋହନା,୧୩।୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଅଞ୍ଚଳରେ ମହୁମାଛି ଆକ୍ରମଣରେ ଜଣେ ୫୨ ବର୍ଷୀୟ ବ୍ୟକ୍ତି ଗୁରୁତର ହୋଇପଡ଼ିଛନ୍ତି। ଗୁରୁତର ବ୍ୟକ୍ତି ହେଉଛନ୍ତି କଟାମା ପଞ୍ଚାୟତ ଅନ୍ତର୍ଗତ…

ପାଣିପାଗ ବିଭାଗର ବଡ଼ ଅପ୍‌ଡେଟ୍‌: ୧୦ ଜିଲାରୁ ଫେରିଗଲା ମୌସୁମୀ, ଜାଣନ୍ତୁ…

ଭୁବନେଶ୍ୱର,୧୩।୧୦: ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁପ୍ରତ୍ୟାହାର ଜାରି ରହିଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ୧୦ ଜିଲାରୁ ମୌସୁମୀ ବାୟୁ ସଂପୂର୍ଣ୍ଣ ବିଦାୟ ନେଇଥିବା ପାଣିପାଗ ବିଭାଗ ପକ୍ଷରୁ…

ଭିଜିଲାନ୍ସ ଜାଲରେ ସଇଁତଳା RI: ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ

ବଲାଙ୍ଗୀର, ୧୩।୧୦(ସୁନିଲ କୁମାର ମହାନ୍ତି): ଲାଞ୍ଚ ନେବା ଅଭିଯୋଗରେ ବଲାଙ୍ଗୀର ଜିଲା ସଇଁତଳା ରାଜସ୍ବ ସର୍କଲର ରାଜସୱ ନିରୀକ୍ଷକ (RI) ଆଲନ ବେହେରାଙ୍କୁ ଓଡ଼ିଶା ଭିଜିଲାନ୍ସ ମାଡ଼ିବସିଛି।…

କେତେ ଟଙ୍କା ପାଆନ୍ତି ରାଜ୍ୟପାଳ? ମାସିକ ୩.୫ ଲକ୍ଷ ଦରମା ସହ ଜାଣନ୍ତୁ ତାଙ୍କୁ ମିଳୁଥିବା ସମସ୍ତ ସରକାରୀ ସୁବିଧା

ନୂଆଦିଲ୍ଲୀ,୧୩।୧୦: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ଟି ରାଜ୍ୟ ପାଇଁ ନୂତନ ରାଜ୍ୟପାଳ ନିଯୁକ୍ତ କରିଛନ୍ତି। ଏହାଦ୍ୱାରା ଅନେକ ସାମ୍ୱିଧାନିକ ପଦବୀରେ ପରିବର୍ତ୍ତନ ଘଟିଛି। ସିକିମର ପୂର୍ୱତନ ରାଜ୍ୟପାଳ…

ଭୟୂରଭଞ୍ଜରେ ଲଜ୍ଜା, ଭିନ୍ନକ୍ଷମ ନାବାଳିକାକୁ ବଳାତ୍କାର

ଉଦଳା,୧୩।୧୦: ଭୟୂରଭଞ୍ଜ ଜିଲା ଉଦଳା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଭିନ୍ନକ୍ଷମ ନାବାଳିକାକୁ ବଳାତ୍କାର କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?