Posted inଫୁରସତ

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ପହଲଗାମ୍‌

ଜମ୍ମୁ ଓ କଶ୍ମୀରସ୍ଥିତ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ହେଉଛି ପହଲଗାମ୍‌। ଏଠାରେ ପର୍ଯ୍ୟଟକ ପାଇନ୍‌ ଗଛର ଜଙ୍ଗଲ ସାଙ୍ଗକୁ ଅନେକ ସୌନ୍ଦର୍ଯ୍ୟପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀ ଦେଖିପାରିବେ। ତା’ସାଙ୍ଗକୁ ଟ୍ରେକିଂ, ଫିଶିଂ ଆଉ ଫଟୋଗ୍ରାଫିର ମଧ୍ୟ ଭରପୂର ମଜା ନେଇପାରିବେ…

ପହଲଗାମ୍‌ ଜମ୍ମୁ ଓ କଶ୍ମୀରସ୍ଥିତ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ। ହିଲ୍‌ ଷ୍ଟେଶନ ଭାବେ ବି ଏହାର ରହିଛି ବେଶ୍‌ ଖ୍ୟାତି। ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏହି ସ୍ଥାନରେ ପର୍ଯ୍ୟଟକଙ୍କ ମନକୁ ମୋହିଲା ଭଳି ଅନେକ ଦର୍ଶନୀୟ ସ୍ଥାନ ବି ଦେଖିବାକୁ ମିଳିଥାଏ। ପାହାଡ, ପର୍ବତ ଘେରା ଏହି ସ୍ଥାନରେ ପାଇନ୍‌ ଗଛର ଜଙ୍ଗଲ ସହିତ କେଉଁଠି କେଉଁଠି ଘାଟି ଦେଖିବାକୁ ମିଳେ ତ ପୁଣି କେଉଁଠି ହ୍ରଦ, ମନ୍ଦିର ତଥା ଉପତ୍ୟାକାର ଶୋଭା ବେଶ୍‌ ଆଖି ଦୃର୍ଶୀୟା ହୋଇଥାଏ। ଖାସ୍‌ ସେଥିପାଇଁ ପର୍ଯ୍ୟଟନ ଋତୁରେ ଏଠାରେ ବେଶ୍‌ ଭିଡ଼ ଦେଖିବାକୁ ମିଳେ।
କେବେ ଓ କେମିତି ଯିବେ
ବର୍ଷର ଯେ କୌଣସି ସମୟରେ ଏଠାକୁ ବୁଲିଯିବାର ସୁବିଧା ଥିଲେ ହେଁ, ସ୍ଥାନୀୟ ପାଣିପାଗ ସୂଚନାକେନ୍ଦ୍ରର ମତାନୁଯାୟୀ, ପହଲଗାମ୍‌ ଯିବାପାଇଁ ଏପ୍ରିଲ୍‌ ମାସ ହେଉଛି ସବୁଠୁ ଉପଯୁକ୍ତ ସମୟ। କାରଣ ଏହି ସମୟରେ ଏଠାକାର ପାଣିପାଗ ବୁଲାବୁଲି କରିବାକୁ ବେଶ୍‌ ଅନୁକୂଳ ରହିଥାଏ। ସେହିପରି ଏଠାକୁ ଯିବାପାଇଁ ଗମନାଗମନର ବି ଭଲ ବ୍ୟବସ୍ଥା ରହିଛି। ଶ୍ରୀନଗର ଇଣ୍ଟର ନ୍ୟାସନାଲ୍‌ ଏୟାରପୋର୍ଟ ହେଉଛି ଏହାର ନିକଟତମ ବିମାନବନ୍ଦର; ଯାହା ପହଲଗାମ୍‌ଠାରୁ ପ୍ରାୟ ୯୧ କି.ମି ଦୂରରେ ଅବସ୍ଥିତ। ସେହିପରି ବିଜ୍‌ବେହେରା ରେଲଓ୍ବେ ଷ୍ଟେଶନ ପହଲଗାମ୍‌ଠାରୁ ପ୍ରାୟ ୪୫ କି.ମି ଦୂରରେ ଥିବା ନିକଟବର୍ତ୍ତୀ ରେଳଷ୍ଟେଶନ। ଅନ୍ୟପକ୍ଷେ ଦେଶର ବିଭିନ୍ନ ସ୍ଥାନରୁ ଏଠାକୁ ଟୁରିଷ୍ଟ ବସ୍‌ ବି ଯା’ଆସ କରିଥାଏ। ତେଣୁ ପର୍ଯ୍ୟଟକଙ୍କୁ ଯେଉଁଥିରେ ସୁବିଧା ସେଥିରେ ଯାଇ ଆରାମରେ ପହଲଗାମ୍‌ରେ ପହଁଞ୍ଚତ୍ପାରିବେ।
କ’ଣ ଦେଖିବେ
ପହଲଗାମ୍‌କୁ ବୁଲି ଆସୁଥିବା ପର୍ଯ୍ୟଟକ ନିକଟରେ ଥିବା ପବିତ୍ର ଅମରନାଥ ଗୁମ୍ଫା ଓ ମନ୍ଦିର ବୁଲି ଦେଖିବା ସହିତ କୋଲହାଇ ଗ୍ଲେସିୟର୍‌, ବେତାବ ଉପତ୍ୟାକା, ବାଇସରନ୍‌ ଉପତ୍ୟାକା, ଶେଷନାଗ ହ୍ରଦ ଇତ୍ୟାଦି ବି ଦେଖିପାରିବେ। କେବଳ ସେତିକି ନୁହେଁ, ଏଠାରେ ଥିବା ପହଲଗାମ୍‌ ଗଲ୍ଫ କୋର୍ସ ବି ଏକ ନିଆରା ଅନୁଭୂତି ଦେଇଥାଏ ପର୍ଯ୍ୟଟକଙ୍କୁ।
ଟ୍ରେକିଂ ପାଇଁ ବି ପ୍ରସିଦ୍ଧ
ପାହାଡ ପର୍ବତ ଘେରା ଏହି ଅଞ୍ଚଳରେ ଟ୍ରେକିଂ ପାଇଁ ବି ରହିଛି ବେଶ୍‌ ସୁବିଧା ସୂଯୋଗ। ଖାସ୍‌ ସେଥିପାଇଁ ଦୁଃସାହସିକ ପର୍ଯ୍ୟଟନରେ ରୁଚି ରଖୁଥିବା ପର୍ଯ୍ୟଟକଙ୍କର ଏଠାରେ ବେଶ ଭିଡ଼ ଜମିଥାଏ।
ଫଟୋଗ୍ରାଫିର ମଜା ନେବେ
ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟରେ ଭରା ଏହି ସ୍ଥାନଟି ଉଭୟ ପ୍ରକୃତିପ୍ରେମୀ ତଥା ଦୁଃସାହସିକ ପର୍ଯ୍ୟଟନରେ ରୁଚି ରଖୁଥିବା ପର୍ଯ୍ୟଟକଙ୍କୁ ଖୁବ୍‌ ଆକୃଷ୍ଟ କରିଥାଏ। ମନଖୁସିରେ ବୁଲିବା ସହିତ ଆଗନ୍ତୁକ ଏଠାରେ ଫଟୋଗ୍ରାଫିର ମଜା ମଧ୍ୟ ନେଇପାରିବେ।
ପିଶିଂର ଆନନ୍ଦ ବି ନେଇପାରିବେ
ପହଲଗାମ୍‌ ନିକଟ ଦେଇ ପ୍ରବାହିତ ହେଉଥିବା ଲିଡର୍‌ ନାମକ ଏକ ନଦୀରେ ବି ମାଛ ଧରିବାର ଆନନ୍ଦ ପର୍ଯ୍ୟଟକଙ୍କୁ ନିଆରା ଅନୁଭୂତି ଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri