ଛାତ୍ରଙ୍କୁ ହତ୍ୟା ଉଦ୍ୟମ, ସିନିୟର ଗିରଫ
ଭୁବନେଶ୍ୱର,୧୧।୧(ବ୍ୟୁରୋ): ଖଣ୍ଡଗିରି ଥାନା ଅନ୍ତର୍ଗତ ଏକ ଘରୋଇ କଲେଜର ବିଟେକ୍ ପ୍ରଥମ ବର୍ଷର ଛାତ୍ର ପ୍ରୀତମ କୁମାର ଷଡ଼ଙ୍ଗୀଙ୍କୁ ସୋମବାର ସାରେ ମରଣାନ୍ତକ ଆକ୍ରମଣ ସହ ଉଠାଇ ନେଇ ଅଟକ ରଖି ହତ୍ୟା ଧମକ ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।…
୩ ଦିନରେ ୭ ମହାଦେଶ ବୁଲିଲେ
ନୂଆଦିଲ୍ଲୀ,୧୧ା୧: ଦୁଇଜଣ ଭାରତୀୟ ମାତ୍ର ୩ ଦିନରେ ୭ ମହାଦେଶ ବୁଲି ନୂଆ ବିଶ୍ୱ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ସେମାନେ ହେଲେ ଡ. ଅଲୀ ଇରାନୀ ଏବଂ ସୁଜୟ କୁମାର ମିତ୍ର। ବିଶ୍ୱର ୭ଟି ଯାକ ମହାଦେଶ ଭ୍ରମଣ କରିବା ପାଇଁ…
ହାଇକୋର୍ଟ ବିଚାରପତି ଲାଗି ୯ ଜଣଙ୍କ ନାଁ ସୁପାରିସ
ନୂଆଦିଲ୍ଲୀ,୧୧ା୧: ବିଭିନ୍ନ ହାଇକୋର୍ଟରେ ବିଚାରପତି ନିଯୁକ୍ତି ଲାଗି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ସୁପ୍ରିମକୋର୍ଟ କଲେଜିୟମ ୯ ଜଣଙ୍କ ନାଁ ସୁପାରିସ୍ କରିଛନ୍ତି। ସେମାନଙ୍କ ମଧ୍ୟରେ ୭ ଜଣ ନ୍ୟାୟିକ ଅଧିକାରୀ ଥିବାବେଳେ ୨ ଜଣ ଆଇନଜୀବୀ।…
ମେଟ୍ରୋ ପିଲାର ଭୁଶୁଡ଼ି ମାଆପୁଅ ମୃତ
ବେଙ୍ଗାଲୁରୁ,୧୧।୧: ବେଙ୍ଗାଲୁରୁରେ ନିର୍ମାଣାଧୀନ ଏକ ମେଟ୍ରୋ ପିଲାର ଭୁଶୁଡ଼ି ପଡ଼ିବାରୁ ଜଣେ ମହିଳା ଓ ତାଙ୍କର ଅଢ଼େଇ ବର୍ଷର ଶିଶୁପୁତ୍ରଙ୍କ ମୃତ୍ୟୁ ଘଟିଛି। ମହିଳାଙ୍କ ସ୍ବାମୀ ଓ ଝିଅ ଅଳ୍ପକେ ବର୍ତ୍ତିଯାଇଛନ୍ତି। ସେମାନେ ମଙ୍ଗଳବାର ସକାଳେ ଏକ ବାଇକରେ ଉକ୍ତ ଅଞ୍ଚଳ…
ଜୋଷୀମଠ ପରେ କର୍ଣ୍ଣପ୍ରୟାଗ
ଚମୋଲି/ନୂଆଦିଲ୍ଲୀ,୧୧ା୧: ଉତ୍ତରାଖଣ୍ଡର ଜୋଷୀମଠ ପରେ କର୍ଣ୍ଣପ୍ରୟାଗରେ ମଧ୍ୟ ମାଟି ଫାଟି ଅଁା କଲାଣି। ସହରର ବହୁଗୁଣା ନଗରରେ ଥିବା ୫୦ ଘରର କାନ୍ଥରେ ଫାଟ ସୃଷ୍ଟି ହୋଇଛି। ଏଥିସହ କେତେକ ସ୍ଥାନରେ ଭୂସ୍ଫଳନ ମଧ୍ୟ ହୋଇଛି। ଏହାକୁ ଦୃଷ୍ଟିରେ ରଖି କର୍ଣ୍ଣପ୍ରୟାଗବାସୀ…
୧୫ରୁ ଚାଲାଣ କଟିବ
ଭୁବନେଶ୍ୱର,୧୧ା୧(ବ୍ୟୁରୋ): ୨୦୧୯ ଏପ୍ରିଲ ପହିଲା ପୂର୍ବରୁ ପଞ୍ଜୀକୃତ ହୋଇଥିବା ପୁରୁଣା ଯାନବାହନ, ଯାହାର ଶେଷ ନମ୍ବର ୧, ୨, ୩, ୪, ୫ ଏବଂ ୬ ହୋଇଥିବ ଏବଂ ହାଇସିକ୍ୟୁରିଟି ରେଜିଷ୍ଟ୍ରେଶନ ପ୍ଲେଟ୍ (ଏଚ୍ଏସ୍ଆର୍ପି) ଲାଗି ନ ଥିବ ସେହି ଯାନଗୁଡ଼ିକ…
ବର୍ଷକୁ ୨.୫ ଇଞ୍ଚ ଦବୁଛି ଜୋଷୀମଠ
ନୂଆଦିଲ୍ଲୀ,୧୧ା୧: ଜୋଷୀମଠ ଓ ଏହାର ଆଖପାଖ ଅଞ୍ଚଳର ଭୂମି ପ୍ରତି ବର୍ଷ ୬.୫ ସେଣ୍ଟିମିଟର ବା ୨.୫ ଇଞ୍ଚ ଦବୁଥିବା ବିଶେଷଜ୍ଞମାନେ କହିଛନ୍ତି। ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଫର୍ ରିମୋଟ ସେନ୍ସିଂ ପକ୍ଷରୁ ହୋଇଥିବା ୨ ବର୍ଷର ଅଧ୍ୟୟନରୁ ଏହା ଜଣାପଡ଼ିଛି। ଡେରାଡୁନ୍ର…
ଆଜିଠୁ ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ
ଖୁଣ୍ଟୁଣୀ,୧୧ା୧(ଡି.ଏନ୍.ଏ.): ସବୁ ଅପେକ୍ଷାର ଅନ୍ତ ଘଟିଛି, ଶେଷରେ କଟକ ମହାନଦୀ ପଠାରେ ଥିବା ପ୍ରସିଦ୍ଧ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବାର ଭକ୍ତଙ୍କୁ ସୁଯୋଗ ମିଳିଛି। ଦିନେ, ସପ୍ତାହେ କି ମାସେ ନୁହେଁ, ପ୍ରାୟ ଦୁଇ ମାସର ବ୍ୟବଧାନ ପରେ ବୁଧବାର ପୂର୍ବାହ୍ନ…
ରାଜୌରୀ ଆକ୍ରମଣ ଘଟଣାରେ ୫୦ ଅଟକ
ଜମ୍ମୁ,୧୧ା୧: ଜମ୍ମୁ-କଶ୍ମୀରର ରାଜୌରୀ ଜିଲାରେ ଜାନୁୟାରୀ ୧ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ରାଜ୍ୟ ପୋଲିସ ୫୦ ଜଣଙ୍କୁ ଅଟକ ରଖି ଜେରା କରୁଛିି। ରାଜୌରୀର ଧାଙ୍ଗ୍ରି ଗ୍ରାମରେ ଆତଙ୍କବାଦୀ ଆକ୍ରମଣରେ ୭ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ଆହତ…
ଆଜି ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
ପୁରୀ ଅଫିସ, ୧୧ା୧: ମାଘ ମାସ କୃଷ୍ଣ ପକ୍ଷ ଚତୁର୍ଥୀ ତିଥିରେ ବୁଧବାର ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ବା ବନକଲାଗି ନୀତି ଅନୁଷ୍ଠିତ ହେବ। ଏହା ଏକ ଗୁପ୍ତନୀତି ହୋଇଥିବାରୁ ଏହି ନୀତି ସମୟରେ ଅର୍ଥାତ୍ ସନ୍ଧ୍ୟା ୫ଟାରୁ ରାତି ୯ଟା…
ଧରାପଡ଼ିଲା ଆନ୍ତଃଜିଲା ଡକାୟତ ଗ୍ୟାଙ୍ଗ୍
ଢେଙ୍କାନାଳ ଅଫିସ, ୧୧।୧: ଗଞ୍ଜାମରୁ ମୟୂରଭଞ୍ଜ ଯାଏ ସୃଷ୍ଟି କରିଥିଲେ ଭୟ ଆତଙ୍କର ବାତାବରଣ। ଟଙ୍କା, ସୁନା ପାଇଁ ଟପିଯାଉଥିଲେ ସବୁ ସୀମା। ପଥଚାରୀଙ୍କୁ ରାସ୍ତା ମଝିରେ ହାଣୁଥିଲେ। ବନ୍ଧୁକ ମୁନରେ ଭୟଭୀତ କରାଇ ଲୁଟି ନେଉଥିଲେ ସର୍ବସ୍ବ। ମୁଣ୍ଡ ଗଡ଼ାଇବାକୁ…
ମଣ୍ଡିରେ ଉପାସ ରହିବେନି ଚାଷୀ
ପାରଳାଖେମୁଣ୍ଡି,୧୧ା୧(ଡି.ଏନ୍.ଏ.): ଗଜପତି ଜିଲାରେ ମଣ୍ଡିକୁ ଧାନବିକ୍ରି କରିବାକୁ ଆସୁଥିବା ଚାଷୀମାନେ ଆଉ ଉପାସ ରହିବେନି। ଜିଲା ପ୍ରଶାସନ ପକ୍ଷରୁ ସେମାନଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରାଯାଇଛି। ମହିଳା ସଶକ୍ତୀକରଣ ଓ ଚାଷୀଙ୍କ ସୁବିଧା ପାଇଁ ଜିଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଏହି ଅଭିନବ…
Archives


