ତଦନ୍ତର ତଥ୍ୟ ଲୁଚାଉଛି କ୍ରାଇମ୍‌ବ୍ରାଞ୍ଚ

ସମ୍ବଲପୁର,୧୬ା୩(ବ୍ୟୁରୋ): ଜାନୁୟାରୀ ୨୯ରେ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ତଥା ବିଜେଡିର ଟାଣୁଆ ନେତା ନବ କିଶୋର ଦାସଙ୍କୁ ଝାରସୁଗୁଡ଼ା ଜିଲା ଗାନ୍ଧୀଛକଠାରେ ସ୍ଥାନୀୟ ଫାଣ୍ଡିରେ କାର୍ଯ୍ୟରତ ପୋଲିସ ଏଏସ୍‌ଆଇ ଗୋପାଳ ଦାସ ଅତି ନିକଟରୁ ସର୍ଭିସ ବନ୍ଧୁକରେ ଗୁଳିକରି ହତ୍ୟା କରିଥିଲେ। ଘଟଣା ପରେ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚକୁ ତଦନ୍ତ ଦାୟିତ୍ୱ ଦେଇଥିଲେ। କ୍ରାଇମ୍‌ବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ତଦନ୍ତ ଭାର ନେଇ ଅଭିଯୁକ୍ତ ଗୋପାଳଙ୍କୁ ରିମାଣ୍ଡରେ ନେବା, କ୍ରାଇମସିନ କରିବା, ପାଇଖାନା ଟାଙ୍କି ଭାଙ୍ଗି ଚିଠି ବାହାର କରିବା, ନାର୍କୋ ପରୀକ୍ଷା ପାଇଁ ଗୁଜରାଟ ନେବା, ଗୋପାଳଙ୍କୁ ରାଜ୍ୟ ମେଡିକାଲ ଟିମ୍‌ ପାଗଳ ନୁହେଁ ବୋଲି କହିବା ପରେ ପୁଣି ଥରେ ପରୀକ୍ଷା ପାଇଁ ବେଙ୍ଗାଲୁରୁ ନେବାକୁ ଯୋଜନା କରିବା ଭଳି ଗୋଟିଏ ପରେ ଗୋଟିଏ ଘଟଣା ଘଟିଯାଇଛି। ଇତିମଧ୍ୟରେ ଘଟଣାକୁ ପ୍ରାୟ ୭୮ ଦିନ ବିତିଯାଇଛି। ହେଲେ କ୍ରାଇମବ୍ରାଞ୍ଚ ହତ୍ୟାର କାରଣ ସ୍ପଷ୍ଟ କରିପାରିନାହିଁ।
ଏପରିସ୍ଥଳେ ସମ୍ବଲପୁର ଜିଲା ସଦର ଥାନା ରାଶନପୁର ଗ୍ରାମର ସୂଚନା ଅଧିକାର କର୍ମୀ ସଞ୍ଜୟ ଛୁରିଆ ସୂଚନା ଅଧିକାର ଆଇନ ବଳରେ କ୍ରାଇମବ୍ରାଞ୍ଚକୁ ହତ୍ୟା ଓ ତଦନ୍ତ ସମ୍ବନ୍ଧୀୟ ତଥ୍ୟ ମାଗିଥିଲେ। ହେଲେ କ୍ରାଇମବ୍ରାଞ୍ଚ ତଥ୍ୟ ଦେବାରେ କୁନ୍ଥକୁନ୍ଥ ହେବା ସହ ଏପଟସେପଟ କଥା କହି ଭୁଅଁା ବୁଲାଇବାକୁ ଚେଷ୍ଟା କରୁଥିବା ସଞ୍ଜୟ ଅଭିଯୋଗ ଆଣିଛନ୍ତି। ପ୍ରଥମ ପର୍ଯ୍ୟାୟରେ ସେ ୪ ଗୋଟି ସୂଚନା ଉପରେ ଫେବୃୟାରୀ ୨୦ରେ ସୂଚନା ଅଧିକାର ଆଇନ ବଳରେ କ୍ରାଇମବ୍ରାଞ୍ଚକୁ ତଥ୍ୟ ମାଗିଥିଲେ। ଅଭିଯୁକ୍ତ ଗୋପାଳ ହତ୍ୟା ଘଟଣାକୁ ନେଇ ପ୍ରକାଶିତ ଖବର ପଢି ହସୁଥିଲେ, ଯାହାର ଫଟୋ ଖବରକାଗଜ ଓ ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ସୁରକ୍ଷା ବଳୟରେ ଥିବା ଗୋପାଳଙ୍କ ଫଟୋ ଓ ଭିଡିଓ କିଏ ଭାଇରାଲ କଲା। ତାଙ୍କ ସୁରକ୍ଷାରେ ଥିବା ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ନାମ ଓ ପଦବୀ ଦିଆଯାଉ। ଝାରସୁଗୁଡ଼ା ଏୟାରପୋର୍ଟ ଥାନାରେ କଡା ସୁରକ୍ଷାରେ ଗୋପାଳ ରହିଥିଲେ। ସେ ସମୟରେ ତାଙ୍କୁ କଲମ ଓ କାଗଜ କିଏ ଦେଲା, ଯାହା ସାହାଯ୍ୟରେ ସେ ଚିଠି ଲେଖି ପାଇଖାନା ଟାଙ୍କିରେ ପକାଇଥିଲେ। ପରବର୍ତ୍ତୀ ସମୟରେ ଉକ୍ତ କାଗଜକୁ କ୍ରାଇମବ୍ରାଞ୍ଚ ଟିମ୍‌ ପାଇଖାନା ଟାଙ୍କି ଖୋଳି ବାହାର କରିଥିଲା। ପୋଲିସଙ୍କ ଉପସ୍ଥିତିରେ କିଭଳି ଏତେ ଘଟଣା ଘଟିଗଲା। ପାଇଖାନାରୁ ଜବତ ହୋଇଥିବା ଗୋପାଳଙ୍କ ଲେଖା ଚିଠିର ନକଲ ପ୍ରଦାନ କରାଯାଉ ବୋଲି ତଥ୍ୟ ମାଗିଥିଲେ। ନିୟମ ଦୃଷ୍ଟିରୁ ଏକମାସ ଭିତରେ କ୍ରାଇମବ୍ରାଞ୍ଚ ତଥ୍ୟ ଦେଇପାରି ନାହିଁ। ଏପ୍ରିଲ ୧୫ରେ କଟକ ମୁଖ୍ୟାଳୟକୁ ଶୁଣାଣି ପାଇଁ ଡାକି କ୍ରାଇମବ୍ରାଞ୍ଚ ଅଧିକାରୀ ବୈଠକ କରି ତଥ୍ୟ ଦେବାକୁ ଅମଙ୍ଗ ହୋଇଥିଲେ। ଏପଟସେପଟ କଥା କହି ଭୁଅଁା ବୁଲାଇଥିଲେ। ସୂଚନା ଦେବାକୁ ବାରମ୍ବାର ଦାବି କରିବା ପରେ ଶେଷରେ ଏକସପ୍ତାହ ଅପେକ୍ଷା କରିବାକୁ କହିଥିଲେ ବୋଲି ସଞ୍ଜୟ କହିଛନ୍ତି। ସେ ଆହୁରି କହିଛନ୍ତି, ଜଣେ ମନ୍ତ୍ରୀଙ୍କୁ ହତ୍ୟା କରାଯାଇଛି। ହେଲେ ହତ୍ୟାର କାରଣ ଏପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ ଜାଣିପାରି ନାହିଁ। ମାମଲାକୁ ଚପାଇଦେବାକୁ ଉଦ୍ୟମ କରାଯାଉଛି। ସଠିକ ତଥ୍ୟ ସର୍ବସାଧାରଣ ପାଖରେ ନ ପହଞ୍ଚତ୍ଲେ ଘଟଣା ରହସ୍ୟାବୃତ ହୋଇ ରହିଯିବ। କ୍ରାଇମବ୍ରାଞ୍ଚ ତଥ୍ୟ ନ ଦେଲେ ଆଗାମୀ ଦିନରେ ହତ୍ୟାକାଣ୍ଡର ସୂଚନା ପାଇଁ ଉପର ଫୋରମରେ ଆବେଦନ କରିବେ ବୋଲି ସଞ୍ଜୟ କହିଛନ୍ତି। ସୂଚନାଯୋଗ୍ୟ, ନବ ଦାସ ହତ୍ୟା ଘଟଣାରେ ମୋଟାମୋଟି ଦେଖିବାକୁ ଗଲେ ପୂରା ତଦନ୍ତ ଗୋପାଳ ପାଗଳ କି ନାହିଁ ସେ ଉପରେ କରାଯାଉଛି। ହେଲେ କାରଣକୁ ନେଇ ତଦନ୍ତ କରାଯାଉ ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାର ତଦନ୍ତ ପାଇଁ ଫେଡେରାଲ ବ୍ୟୁରୋ ଅଫ ଇନ୍‌ଭେଷ୍ଟିଗେଶନର ସହାୟତା ନିଆଯିବ ବୋଲି ସୂଚନା ଦେଇଥିଲେ। ହେଲେ ଏହା କେଉଁ ସ୍ଥିତିରେ ରହିଛି ତାହା ମଧ୍ୟ ଜଣାପଡୁ ନାହିଁ। ଘଟଣାରେ ରାଜ୍ୟର ଜଣେ ପ୍ରଭାବଶାଳୀ ପ୍ରଶାସନିକ ଅଧିକାରୀ, ବିଜେଡିର ଜଣେ ପ୍ରଭାବଶାଳୀ ନେତା ଓ କେନ୍ଦ୍ର ଲିଙ୍କ ଥିବା ନେଇ ମଧ୍ୟ ଆଲୋଚନା ଜୋର ଧରିଥିଲା। ରାଜନୈତିକଠାରୁ ଆରମ୍ଭ କରି ବ୍ୟବସାୟିକ ଶତ୍ରୁତା କାରଣ ହୋଇପାରେ ବୋଲି ସନ୍ଦେହ କରାଯାଉଥିଲା। ଏହାକୁ ନେଇ ବିରୋଧୀମାନେ ମଧ୍ୟ ବିଧାନସଭା ଓ ବାହାରେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୩୨ ରନ୍‌ କରି ଐତିହାସିକ ବିଜୟ ହାସଲ କଲା ଭାରତ, ଚମତ୍କାର କଲେ ଅକ୍ଷର ପଟେଲ

ନୂଆଦିଲ୍ଲୀ,୨୩।୯: ସାନୋ ଷ୍ଟାଡିୟମରେ ଖେଳାଯାଇଥିବା ଏକମାତ୍ର ଟି-୨୦ ମ୍ୟାଚ୍‌ରେ ଜାପାନକୁ ୨ ରନ୍‌ରେ ହରାଇଛି ଭାରତ। ବର୍ଷା ଯୋଗୁ ମ୍ୟାଚ୍‌କୁ ୫-୫ ଓଭରକୁ କମାଇ ଦିଆଯାଇଥିଲା। ଭାରତ…

ଭୁଲ ଇଞ୍ଜେକ୍ସନ ଯୋଗୁ କିନ୍ନରଙ୍କ ମୃତ୍ୟୁ ଅଭିଯୋଗ: ହସ୍ପିଟାଲ ଘେରିଲେ କିନ୍ନର ସମାଜ

ଦେବଗଡ଼, ୨୩।୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ କିନ୍ନରଙ୍କ ମୃତ୍ୟୁକୁ ନେଇ ମଙ୍ଗଳବାର ରାତିରେ ଉତ୍ତେଜନା ପ୍ରକାଶ ପାଇଛି। ଭୁଲ…

ମାତ୍ର ୧୬ ରନ୍‌ କରି ପ୍ଲେୟର ଅଫ ଦି ମ୍ୟାଚ୍‌ ପୁରସ୍କାର ଜିତିଲେ ଶ୍ରେୟସ ଆୟର: ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୨୩।୯: ଭାରତ ଓ ଜାପାନ ମଧ୍ୟରେ ଐତିହାସିକ ଟି-୨୦ ମ୍ୟାଚ ଶେଷରେ ଖେଳାଯାଇଛି। ଏହି ମୁକାବିଲାକୁ ନେଇ ଆରମ୍ଭରୁ ଉତ୍ସାହ ରହିଥିଲା। ହେଲେ ବର୍ଷା ଯୋଗୁ ମ୍ୟାଚ୍‌କୁ…

ଥମୁନି ହାତୀ ମୃତ୍ୟୁ, ୩ ବର୍ଷରେ ମଲେଣି ୨୫୬: ପ୍ରାଣୀ ବିଶେଷଜ୍ଞଙ୍କ ଉଦ୍‌ବେଗ

ଭୁବନେଶ୍ୱର,୨୩ା୯(ରବିନାରାୟଣ ଜେନା):ରାଜ୍ୟରେ ହାତୀ-ମଣିଷ ଲଢ଼େଇ ଥମୁନାହିଁ। କେତେବେଳେ ହାତୀ ଖାଦ୍ୟ ଅନ୍ବେଷଣରେ ଜନବସତି ଆଡ଼କୁ ମୁହଁାଇବା ଯୋଗୁ ଲୋକଙ୍କ ରୋଶର ଶିକାର ହେଉଛନ୍ତି ତ’ ଆଉ କେତେବେଳେ…

ଗଭୀର ଅବପାତ: ଗଞ୍ଜାମରେ ପ୍ରଶାସନର ହାଇ-ଆଲର୍ଟ, ୨୧୬ ଜଣ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

ଛତ୍ରପୁର, ୨୨।୯(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ଗଭୀର ଅବପାତ ଓ ପ୍ରବଳ ବର୍ଷା ଜନିତ ବିପର୍ଯ୍ୟୟର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?