ତଦନ୍ତର ତଥ୍ୟ ଲୁଚାଉଛି କ୍ରାଇମ୍‌ବ୍ରାଞ୍ଚ

ସମ୍ବଲପୁର,୧୬ା୩(ବ୍ୟୁରୋ): ଜାନୁୟାରୀ ୨୯ରେ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ତଥା ବିଜେଡିର ଟାଣୁଆ ନେତା ନବ କିଶୋର ଦାସଙ୍କୁ ଝାରସୁଗୁଡ଼ା ଜିଲା ଗାନ୍ଧୀଛକଠାରେ ସ୍ଥାନୀୟ ଫାଣ୍ଡିରେ କାର୍ଯ୍ୟରତ ପୋଲିସ ଏଏସ୍‌ଆଇ ଗୋପାଳ ଦାସ ଅତି ନିକଟରୁ ସର୍ଭିସ ବନ୍ଧୁକରେ ଗୁଳିକରି ହତ୍ୟା କରିଥିଲେ। ଘଟଣା ପରେ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚକୁ ତଦନ୍ତ ଦାୟିତ୍ୱ ଦେଇଥିଲେ। କ୍ରାଇମ୍‌ବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ତଦନ୍ତ ଭାର ନେଇ ଅଭିଯୁକ୍ତ ଗୋପାଳଙ୍କୁ ରିମାଣ୍ଡରେ ନେବା, କ୍ରାଇମସିନ କରିବା, ପାଇଖାନା ଟାଙ୍କି ଭାଙ୍ଗି ଚିଠି ବାହାର କରିବା, ନାର୍କୋ ପରୀକ୍ଷା ପାଇଁ ଗୁଜରାଟ ନେବା, ଗୋପାଳଙ୍କୁ ରାଜ୍ୟ ମେଡିକାଲ ଟିମ୍‌ ପାଗଳ ନୁହେଁ ବୋଲି କହିବା ପରେ ପୁଣି ଥରେ ପରୀକ୍ଷା ପାଇଁ ବେଙ୍ଗାଲୁରୁ ନେବାକୁ ଯୋଜନା କରିବା ଭଳି ଗୋଟିଏ ପରେ ଗୋଟିଏ ଘଟଣା ଘଟିଯାଇଛି। ଇତିମଧ୍ୟରେ ଘଟଣାକୁ ପ୍ରାୟ ୭୮ ଦିନ ବିତିଯାଇଛି। ହେଲେ କ୍ରାଇମବ୍ରାଞ୍ଚ ହତ୍ୟାର କାରଣ ସ୍ପଷ୍ଟ କରିପାରିନାହିଁ।
ଏପରିସ୍ଥଳେ ସମ୍ବଲପୁର ଜିଲା ସଦର ଥାନା ରାଶନପୁର ଗ୍ରାମର ସୂଚନା ଅଧିକାର କର୍ମୀ ସଞ୍ଜୟ ଛୁରିଆ ସୂଚନା ଅଧିକାର ଆଇନ ବଳରେ କ୍ରାଇମବ୍ରାଞ୍ଚକୁ ହତ୍ୟା ଓ ତଦନ୍ତ ସମ୍ବନ୍ଧୀୟ ତଥ୍ୟ ମାଗିଥିଲେ। ହେଲେ କ୍ରାଇମବ୍ରାଞ୍ଚ ତଥ୍ୟ ଦେବାରେ କୁନ୍ଥକୁନ୍ଥ ହେବା ସହ ଏପଟସେପଟ କଥା କହି ଭୁଅଁା ବୁଲାଇବାକୁ ଚେଷ୍ଟା କରୁଥିବା ସଞ୍ଜୟ ଅଭିଯୋଗ ଆଣିଛନ୍ତି। ପ୍ରଥମ ପର୍ଯ୍ୟାୟରେ ସେ ୪ ଗୋଟି ସୂଚନା ଉପରେ ଫେବୃୟାରୀ ୨୦ରେ ସୂଚନା ଅଧିକାର ଆଇନ ବଳରେ କ୍ରାଇମବ୍ରାଞ୍ଚକୁ ତଥ୍ୟ ମାଗିଥିଲେ। ଅଭିଯୁକ୍ତ ଗୋପାଳ ହତ୍ୟା ଘଟଣାକୁ ନେଇ ପ୍ରକାଶିତ ଖବର ପଢି ହସୁଥିଲେ, ଯାହାର ଫଟୋ ଖବରକାଗଜ ଓ ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ସୁରକ୍ଷା ବଳୟରେ ଥିବା ଗୋପାଳଙ୍କ ଫଟୋ ଓ ଭିଡିଓ କିଏ ଭାଇରାଲ କଲା। ତାଙ୍କ ସୁରକ୍ଷାରେ ଥିବା ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ନାମ ଓ ପଦବୀ ଦିଆଯାଉ। ଝାରସୁଗୁଡ଼ା ଏୟାରପୋର୍ଟ ଥାନାରେ କଡା ସୁରକ୍ଷାରେ ଗୋପାଳ ରହିଥିଲେ। ସେ ସମୟରେ ତାଙ୍କୁ କଲମ ଓ କାଗଜ କିଏ ଦେଲା, ଯାହା ସାହାଯ୍ୟରେ ସେ ଚିଠି ଲେଖି ପାଇଖାନା ଟାଙ୍କିରେ ପକାଇଥିଲେ। ପରବର୍ତ୍ତୀ ସମୟରେ ଉକ୍ତ କାଗଜକୁ କ୍ରାଇମବ୍ରାଞ୍ଚ ଟିମ୍‌ ପାଇଖାନା ଟାଙ୍କି ଖୋଳି ବାହାର କରିଥିଲା। ପୋଲିସଙ୍କ ଉପସ୍ଥିତିରେ କିଭଳି ଏତେ ଘଟଣା ଘଟିଗଲା। ପାଇଖାନାରୁ ଜବତ ହୋଇଥିବା ଗୋପାଳଙ୍କ ଲେଖା ଚିଠିର ନକଲ ପ୍ରଦାନ କରାଯାଉ ବୋଲି ତଥ୍ୟ ମାଗିଥିଲେ। ନିୟମ ଦୃଷ୍ଟିରୁ ଏକମାସ ଭିତରେ କ୍ରାଇମବ୍ରାଞ୍ଚ ତଥ୍ୟ ଦେଇପାରି ନାହିଁ। ଏପ୍ରିଲ ୧୫ରେ କଟକ ମୁଖ୍ୟାଳୟକୁ ଶୁଣାଣି ପାଇଁ ଡାକି କ୍ରାଇମବ୍ରାଞ୍ଚ ଅଧିକାରୀ ବୈଠକ କରି ତଥ୍ୟ ଦେବାକୁ ଅମଙ୍ଗ ହୋଇଥିଲେ। ଏପଟସେପଟ କଥା କହି ଭୁଅଁା ବୁଲାଇଥିଲେ। ସୂଚନା ଦେବାକୁ ବାରମ୍ବାର ଦାବି କରିବା ପରେ ଶେଷରେ ଏକସପ୍ତାହ ଅପେକ୍ଷା କରିବାକୁ କହିଥିଲେ ବୋଲି ସଞ୍ଜୟ କହିଛନ୍ତି। ସେ ଆହୁରି କହିଛନ୍ତି, ଜଣେ ମନ୍ତ୍ରୀଙ୍କୁ ହତ୍ୟା କରାଯାଇଛି। ହେଲେ ହତ୍ୟାର କାରଣ ଏପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ ଜାଣିପାରି ନାହିଁ। ମାମଲାକୁ ଚପାଇଦେବାକୁ ଉଦ୍ୟମ କରାଯାଉଛି। ସଠିକ ତଥ୍ୟ ସର୍ବସାଧାରଣ ପାଖରେ ନ ପହଞ୍ଚତ୍ଲେ ଘଟଣା ରହସ୍ୟାବୃତ ହୋଇ ରହିଯିବ। କ୍ରାଇମବ୍ରାଞ୍ଚ ତଥ୍ୟ ନ ଦେଲେ ଆଗାମୀ ଦିନରେ ହତ୍ୟାକାଣ୍ଡର ସୂଚନା ପାଇଁ ଉପର ଫୋରମରେ ଆବେଦନ କରିବେ ବୋଲି ସଞ୍ଜୟ କହିଛନ୍ତି। ସୂଚନାଯୋଗ୍ୟ, ନବ ଦାସ ହତ୍ୟା ଘଟଣାରେ ମୋଟାମୋଟି ଦେଖିବାକୁ ଗଲେ ପୂରା ତଦନ୍ତ ଗୋପାଳ ପାଗଳ କି ନାହିଁ ସେ ଉପରେ କରାଯାଉଛି। ହେଲେ କାରଣକୁ ନେଇ ତଦନ୍ତ କରାଯାଉ ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାର ତଦନ୍ତ ପାଇଁ ଫେଡେରାଲ ବ୍ୟୁରୋ ଅଫ ଇନ୍‌ଭେଷ୍ଟିଗେଶନର ସହାୟତା ନିଆଯିବ ବୋଲି ସୂଚନା ଦେଇଥିଲେ। ହେଲେ ଏହା କେଉଁ ସ୍ଥିତିରେ ରହିଛି ତାହା ମଧ୍ୟ ଜଣାପଡୁ ନାହିଁ। ଘଟଣାରେ ରାଜ୍ୟର ଜଣେ ପ୍ରଭାବଶାଳୀ ପ୍ରଶାସନିକ ଅଧିକାରୀ, ବିଜେଡିର ଜଣେ ପ୍ରଭାବଶାଳୀ ନେତା ଓ କେନ୍ଦ୍ର ଲିଙ୍କ ଥିବା ନେଇ ମଧ୍ୟ ଆଲୋଚନା ଜୋର ଧରିଥିଲା। ରାଜନୈତିକଠାରୁ ଆରମ୍ଭ କରି ବ୍ୟବସାୟିକ ଶତ୍ରୁତା କାରଣ ହୋଇପାରେ ବୋଲି ସନ୍ଦେହ କରାଯାଉଥିଲା। ଏହାକୁ ନେଇ ବିରୋଧୀମାନେ ମଧ୍ୟ ବିଧାନସଭା ଓ ବାହାରେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜନତାଙ୍କ ପ୍ରଶ୍ନବାଣକୁ ଭୟ କରୁଛନ୍ତି ପ୍ରାର୍ଥୀ

ମୋରଡ଼ା,୨୮।୪(ସ୍ମାରକ ମାଜୀ): ୨୦୦୯ରୁ ମୟୂରଭଞ୍ଜ ଜିଲା ମୋରଡ଼ା ବିଧାନସଭା ଆସନରୁ ବିଜୁ ଜନତା ଦଳ ଜିତି ଆସୁଥିବା ବେଳେ ବର୍ତ୍ତମାନ ରାଜ କିଶୋର ଦାସ ବିଧାୟକ...

ମଧୁବାବୁଙ୍କ ଜୟନ୍ତୀରେ ସ୍ମୃତିଚାରଣ କଲେ ଆଇନଜୀବୀ

କେନ୍ଦୁଝର,୨୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ଓକିଲ ସଂଘ କେନ୍ଦୁଝରର ସଭାଗୃହରେ ସଂଘର ସଭାପତି ଆଲୋକ ମହାନ୍ତଙ୍କ ଅଧ୍ୟକ୍ଷତାରେ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଜୟନ୍ତୀ ତଥା...

ପ୍ରଚଣ୍ଡ ଖରାକୁ ଖାତିର ନ କରି ପ୍ରଚାର ମଇଦାନରେ ପ୍ରାର୍ଥିନୀ

କେସିଙ୍ଗା,୨୮ା୪(ତୁମେଶ୍ୱର ସାହୁ): ସମଗ୍ର କେସିଙ୍ଗା ଅଞ୍ଚଳରେ କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଏପରିକି ତାପମାତ୍ରା ୪୦ରୁ ୪୫ ଡିଗ୍ରୀରୁ ଅଧିକ ରହିଥିବାରୁ ଅଞ୍ଚଳବାସୀ...

ସାଲେପୁରରେ ଆରମ୍ଭରୁ ବର୍ଷିଲେ ରାହୁଲ, କହିଲେ…

ସାଲେପୁର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ କଟକର ସତ୍ୟଭାମାପୁରରେ ପହଞ୍ଚିଥିଲେ।...

ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ...

କାହାକୁ ଟାର୍ଗେଟ କଲେ ଦୀପାଳି ଦାସ, କହିଲେ ସିଜନାଲ ପକ୍ଷୀ…

ଭୁବନେଶ୍ୱର,୨୮।୪: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲାଇକେରା ଠାରେ ବିଜେଡିର ମହିଳା ସମାବେଶ କରିଛନ୍ତି ଦୀପାଳି ଦାସ । ଏଥିରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ବିରୋଧୀଙ୍କୁ...

ପୁରୀ ଷ୍ଟେଶନରେ ବଡ଼ ଅଘଟଣ: ଭୁଶୁଡିଲା ନିର୍ମାଣାଧୀନ କୋଠା, ଶ୍ରମିକ ଫସି ରହିଥିବା ଆଶଙ୍କା

ପୁରୀ,୨୮।୪: ପୁରୀ ରେଲୱେ ଷ୍ଟେସନରେ ଘଟିଯାଇଛି ବଡ଼ ଅଘଟଣ। ନିର୍ମାଣାଧୀନ କୋଠାର ଛାତ ଭୁଶୁଡି ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ଜିଲା...

ରାସେଶ୍ୱରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର, ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡିଥିଲେ ରାସେଶ୍ୱରୀ

ସମ୍ବଲପୁର,୨୮ା୪: ଓଡ଼ିଶା ରାଜନୀତିରେ ସମ୍ବଲପୁର ଏବେ ସବୁଠୁ ଚର୍ଚ୍ଚାରେ ରହିଛି। ଏହାରି ମଧ୍ୟରେ ରବିବାର ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri