ବାଇକ୍କୁ ଧକ୍କା ଦେଇ ୬ ଫୁଟ ତଳକୁ ଖସିଲା କାର୍: ଜଣେ ମୃତ, ୪ ଆହତ
ଦିଗପହଣ୍ଡି,୨ା୧(ଡି.ଏନ.ଏ.): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ରାଜନପଲ୍ଲୀ ଗ୍ରାମ ନିକଟ ୩୨୬ନଂ. ଜାତୀୟ ରାଜପଥରେ ଏକ ବାଇକ୍କୁ କାର ଧକ୍କା ଦେଇ ୬ ଫୁଟ ତଳକୁ ଖସି ପଡ଼ିଛି। ସୋମବାର ଏହି ଦୁର୍ଘଟଣା ଘଟିଛି। ଏଥିରେ ବାଇକ୍ ଚାଳକଙ୍କ…
ଭାରତ ଯୋଡୋ ଯାତ୍ରାରେ ସାମିଲ ହେବେନାହିଁ ରାକେଶ ଟିକାୟତ
ନୂଆଦିଲ୍ଲୀ,୨।୧: ଚାଷୀ ନେତା ରାକେଶ ଟିକାୟତ କଂଗ୍ରେସର ଭାରତ ଯୋଡୋ ଯାତ୍ରାରେ ସାମିଲ ହେବେ ନାହିଁ। ସୋମବାର ଚାଷୀ ନେତା କହିଛନ୍ତି, ସେ କଂଗ୍ରେସର ଭାରତ ଯୋଡା ଯାତ୍ରାରେ ଯୋଗ ଦେଉନାହାନ୍ତି। ଭାରତୀୟ କିଷାନ ୟୁନିୟନ କର୍ମୀମାନେ ଅଂଶଗ୍ରହଣ କରିପାରିବେ। କିନ୍ତୁ…
ନିଜ କଲେଜ ବସ୍ ଧକ୍କାରେ ଚାଲିଗଲା କର୍ମଚାରୀଙ୍କ ଜୀବନ
ବ୍ରହ୍ମପୁର ଅଫିସ,୨ା୧- ୧୬ ନମ୍ବର ଜାତୀୟ ରାଜପଥ ହଳଦିଆପଦର ବାଇପାସ ନିକଟରେ ସୋମବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। କଲେଜ ବସ୍ ଧକ୍କାରେ ଉକ୍ତ କଲେଜର ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପୁରୁଷୋତ୍ତମପୁର ଥାନା ଅଧୀନ ଜାମୁନି…
ମାସେ ହେଲା ନଳକୂପ ଅଚଳ, ନଦୀପାଣି ଉପରେ ଭରସା
ଆନନ୍ଦପୁର/କଣ୍ଟିପାଳ,୨।୧(ସ୍ବ.ପ୍ର./ଡି.ଏନ୍.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଅଧୀନ କଣ୍ଟିପାଳ ପଞ୍ଚାୟତ ବରବେଡ଼ା ସାହିରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ସର୍ବସାଧାରଣରେ ବ୍ୟବହାର ପାଇଁ ଥିବା ନଳକୂପ ମାସେ ହେଲା ଅଚଳ ହୋଇପଡିଛି। ନୂଆ ନଳକୂଅର ଖୋଳା କାର୍ଯ୍ୟ ୨ମାସ ହେବ ଶେଷ…
ଦୁବଇରେ ନୂଆବର୍ଷ ପାଳିଲେ କିଆରା-ସିଦ୍ଧାର୍ଥ
ମୁମ୍ବାଇ: ବଲିଉଡ ଅଭିନେତ୍ରୀ କିଆରା ଆଡଭାନି ଓ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଏବେ ତାଙ୍କ ବିବାହକୁ ନେଇ ଖୁବ୍ ଚର୍ଚ୍ଚାରେ ରହିଛନ୍ତି । ଏବେ ଏମାନେ ଦୁବଇରେ ନିର୍ଦ୍ଦେଶକ କରନ ଜୋହର ଓ ଫ୍ୟାଶନ ଡିଜାଇନର ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହ ନୂଆବର୍ଷ…
ନିମନ୍ତ୍ରଣ ପାଇ ରାହୁଲଙ୍କୁ କୃତଜ୍ଞତା ଜଣାଇଲେ ମାୟାବତୀ
ନୂଆଦିଲ୍ଲୀ,୨।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ଜାନୁୟାରୀ ୩ ଅର୍ଥାତ୍ ମଙ୍ଗଳବାର ଉତ୍ତରପ୍ରଦେଶରେ ପ୍ରବେଶ କରିବ। ଏହି ଯାତ୍ରାରେ ସାମିଲ ହେବାକୁ କଂଗ୍ରେସ ବିଏସ୍ପିକୁ ନିମନ୍ତ୍ରଣ କରିଥିଲା। ତେବେ ବିଏସ୍ପି ମୁଖ୍ୟ ମାୟାବତୀ ବର୍ତ୍ତମାନ ଏହି ନିମନ୍ତ୍ରଣକୁ…
ଚୁମ୍ବନକୁ ନେଇ ଚର୍ଚ୍ଚାରେ ହନି ସିଂ
ମୁମ୍ବାଇ: ଗାୟକ ତଥା ରାପର ହନି ସିଂଙ୍କ ବିବାହ ବିଚ୍ଛେଦ ହୋଇସାରିଛି। ଏହା ପରେ ତାଙ୍କ ଜୀବନକୁ ନୂଆ ପ୍ରେମିକା ଆସିଯାଇଛନ୍ତି। ତାଙ୍କର ନୂଆ ପ୍ରେମିକା ଟିନା ଥଡାନୀଙ୍କ ସହ ହନି ଏକାଠି ନଜର ଆସୁଥିବା ଦେଖିବାକୁ ମିଳୁଛି। ଟିନାଙ୍କ ସହ…
ମେକ୍ସିକୋ ଜେଲରେ ଆଖିବୁଜା ଗୁଳିମାଡ଼: ୧୪ ମୃତ
ଜୁଆରେଜ(ମେକ୍ସିକୋ),୨।୧: ଉତ୍ତର ମେକ୍ସିକୋ ସୀମାନ୍ତ ଜୁଆରେଜ ସହରରେ ଏକ ବଡ଼ ଧରଣର ଗୁଳିକାଣ୍ଡ ଘଟିଛି। ଆତତାୟୀମାନେ ଏକ ଜେଲରେ ପଶି ଆଖିବୁଜା ଗୁଳି ମାଡ଼ କରିଛନ୍ତି। ଏଥିରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ଗୁଳିକାଣ୍ଡ ପରେ ଜେଲରୁ ୨୪ କଏଦୀ ଫେରାର…
ପାକ-ଆଫଗାନ ସୀମାରେ ସୁରକ୍ଷା ବଢାଇବାକୁ ଆମେରିକା କରିବ ଫଣ୍ଡିଂ
ଇସଲାମାବାଦ,୨ ।୧: ପାକିସ୍ତାନ ଓ ଆଫଗାନିସ୍ତାନ ସୀମାରେ ସୁରକ୍ଷା ବଢାଇବାକୁ ଆମେରିକା ତା’ର ବଜେଟରୁ ୧୫ ମିଲିୟନ ଡଲାର(ପ୍ରାୟ ୧୨୦କୋଟି ଟଙ୍କା)କୁ ସାମିଲ କରିବାକୁ ନିଷ୍ପତ୍ତି ନେଇଛି । ଉଭୟ ଦେଶ ମଧ୍ୟରେ ଗଢି ଉଠୁଥିବା ଆତଙ୍କବାଦୀଙ୍କ ବିରୋଧରେ ଆମେରିକାର ଏହି…
ରଣବୀରଙ୍କ ସହ ଛୁଟି କାଟିବାକୁ ବାହାରିଲେ ଦୀପିକା
ମୁମ୍ବାଇ: ସ୍ବାମୀ ରଣବୀର ସିଂଙ୍କ ସହ ଦୀପିକା ପାଦୁକୋନ ଅଲିବାଗ ପରେ ଆଉ ଏକ ସ୍ଥାନକୁ ଛୁଟି ମନାଇବାକୁ ବାହାରିଛନ୍ତି। ଉଭୟେ ବ୍ଲାକ୍ ଡ୍ରେସ୍ରେ ଖୁବ୍ ସୁନ୍ଦର ଦିଶୁଛନ୍ତି। ରଣବୀର ଧଳା ରଙ୍ଗର ଏକ ଟି-ଶର୍ଟ ପିନ୍ଧିଥିବା ବେଳେ କଳା ରଙ୍ଗର…
ଚଳନ୍ତା ମାଲବାହୀ ଗାଡ଼ିରେ ଲାଗିଲା ନିଆଁ
ବାଲେଶ୍ବର ଅଫିସ ୨।୧: ବାଲେଶ୍ବର ଜିଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥ ଟୋଲଗେଟ ଛକ ନିକଟରେ ସୋମବାର ପୂର୍ବାହ୍ନରେ ଏକ ଚଳନ୍ତା ମାଲବାହୀ ଗାଡ଼ିରେ ନିଆଁ ଲାଗିଯାଇଥିଲା। ଏଥିରେ ଚାଳକ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଉକ୍ତ ମାଲବାହୀ ଗାଡ଼ିଟି…
ସାମ୍ନାକୁ ଆସିଲା ଫିଲ୍ମ ‘ଶକୁନ୍ତଳମ’ର ରିଲିଜ୍ ତାରିଖ
ମୁମ୍ବାଇ: ଫିଲ୍ମ ‘ଯଶୋଦା’ ପରେ ପ୍ରଶଂସକମାନେ ଉତ୍ସାହର ସହିତ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କ ଅପକମିଙ୍ଗ ଫିଲ୍ମ ‘ଶକୁନ୍ତଳମ’କୁ ଅପେକ୍ଷା କରିଛନ୍ତି। ଏହି ଫିଲ୍ମରେ ଅଭିନେତ୍ରୀ ରାଜକୁମାରୀ ଭୂମିକାରେ ନଜର ଆସିବେ। ଏହା ଏକ ପୌରାଣିକ ଚଳଚ୍ଚିତ୍ର। ତେବେ ଫିଲ୍ମ‘ଶକୁନ୍ତଳମ’ ଅପେକ୍ଷା…
Archives


