Posted inଖେଳ

ଚେନ୍ନାଇ ପାଇଁ ଚିନ୍ତା ବଢାଇଲା ଦିଲ୍ଲୀ, ପ୍ଲେଅଫ୍‌ ଦୌଡ଼ରୁ ପଡ଼ିପାରେ ବାଦ୍‌…

ନୂଆଦିଲ୍ଲୀ,୧୮।୫: ଆଇପିଏଲ ୨୦୨୩ର ୧୬ ତମ ସିଜନରେ ବୁଧବାର ଖେଳାଯାଇଥିବା ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌)ଏବଂ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି)ମଧ୍ୟରେ ମୁକାବିଲା ପରେ ପ୍ଲେଅଫ ଦୌଡ଼ ଅଧିକ ରୋମାଞ୍ଚକର ହୋଇଛି। ଯଦିଓ ଦିଲ୍ଲୀ କ୍ୟାପିଟାଲ୍ସ ପ୍ଲେ ଅଫ ଦୌଡରୁ ବାହାରି ସାରିଛି, ହେଲେ ଏହା ଅନ୍ୟ ଦଳର ଚିନ୍ତା ବଢାଇ ଦେଇଛି। ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଦର୍ଶନରୁ ସବୁଠୁ ବଡ ବିପଦ ଚେନ୍ନାଇ ସୁପର କିଙ୍ଗ୍ସ ଉପରେ ରହିଛି।

ଚେନ୍ନାଇ ସୁପର କିଙ୍ଗ୍ସ ମେ’ ୨୦ରେ ଦିଲ୍ଲୀ କ୍ୟାପିଟାଲ୍ସ ସହିତ ସଂଘର୍ଷ କରିବ । ବର୍ତ୍ତମାନ ଚେନ୍ନାଇ ସୁପର କିଙ୍ଗ୍ସ ୧୩ ଟି ମ୍ୟାଚରେ ୧୫ ପଏଣ୍ଟ ସହ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି । କିନ୍ତୁ ସିଏସ୍‌କେର ପ୍ଲେଅଫ୍‌ ଟିକେଟ୍‌ ଏ ପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ । ଯଦି ଦିଲ୍ଲୀ ବିପକ୍ଷ ମ୍ୟାଚରେ ସିଏସ୍‌କେ ଜିତେ, ତେବେ ଏହାର ପ୍ଲେଅଫ୍‌ ଟିକେଟ ନିଶ୍ଚିତ ବୋଲି କୁହାଯାଉଛି।

ତେବେ ଦିଲ୍ଲୀ ବିପକ୍ଷରେ ପରାଜୟ ହେଲେ ସିଏସ୍‌କେର ଯାତ୍ରା ଗ୍ରୁପ ପର୍ଯ୍ୟାୟରେ ଶେଷ ହୋଇପାରେ। ଯଦି ଦିଲ୍ଲୀ ସିଏସ୍‌କେକୁ ପରାସ୍ତ କରିବାରେ ସଫଳ ହୁଏ, ତେବେ ଲକ୍ଷ୍ନୌ ସୁପର ଜିଆଣ୍ଟସ, ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଫାଇଦା ହେବ। ଏହି ତିନୋଟି ଦଳ ପ୍ଲେଅଫ୍‌ ଦୌଡ଼ରେ ଦୃଢ ଭାବରେ ଅଛନ୍ତି। ବୁଧବାର ଖେଳାଯାଇଥିବା ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌)ଏବଂ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି)ମଧ୍ୟରେ ମୁକାବିଲାରେ ଦିଲ୍ଲୀ ୧୫ ରନରେ ବିଜୟୀ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱକପ ବିଜୟୀ ଅଧିନାୟକଙ୍କୁ ମିଳିଲା ପାକିସ୍ତାନ ଦାୟିତ୍ୱ; ବାଂଲାଦେଶ ଗସ୍ତ ପାଇଁ ଦଳ ଘୋଷଣା

ଇସଲାମାବାଦ,୧୮।୪: ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମେ ମାସରେ ହେବାକୁ ଥିବା ବାଂଲାଦେଶ ଗସ୍ତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ବୋର୍ଡ ଟେଷ୍ଟ ଦଳର ନୂତନ…

ବଦଳିଲା ରାଜ୍ୟ ଯୋଜନା ବୋର୍ଡ, ଏହି ନୂଆ ନାମରେ ହେଲା ନାମିତ

ଭୁବନେଶ୍ୱର,୧୮ା୪: ରାଜ୍ୟ ଯୋଜନା ବୋର୍ଡର ନାମ ପରିବର୍ତ୍ତନ କରିଛନ୍ତି ମୋହନ ସରକାର। ନୀତି ଓ ବିକାଶର ଥିଙ୍କ୍‌ ଟ୍ୟାଙ୍କ ପାଲଟିଥିବା ଯୋଜନା ବୋର୍ଡ ଏବେ ଇତିହାସ ପାଲଟିଛି।…

ରାଜସାକ୍ଷୀ ହେବେ ଜାକ୍‌ଲିନ୍‌: ମନିଲଣ୍ଡରିଂ ମାମଲାରେ ନୂଆମୋଡ଼

ନୂଆଦିଲ୍ଲୀ,୧୮ା୪:ଠକ ସୁକେଶ ଚନ୍ଦ୍ରଶେଖରଙ୍କ ବିରୋଧରେ ମନିଲଣ୍ଡରିଂ ମାମଲା ଏକ ନୂଆ ମୋଡ଼ ନେଇଛି। ଅଭିନେତ୍ରୀ ଜାକ୍‌ଲିନ୍‌ ଫର୍ନାଣ୍ଡିଜ୍‌ ମାମଲାରେ ରାଜସାକ୍ଷୀ ହେବା ଲାଗି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ…

ବଡ଼ ଆତଙ୍କବାଦୀ ଷଡ଼ଯନ୍ତ୍ର ପଣ୍ଡ: ଓଡ଼ିଶା ସମେତ ଏହି ସବୁ ରାଜ୍ୟରୁ ଧରାପଡିଲେ…

ନୂଆଦିଲ୍ଲୀ/ଭୁବନେଶ୍ୱର,୧୮।୪: ଦେଶରେ ଏକ ବଡ଼ ଆତଙ୍କବାଦୀ ଷଡ଼ଯନ୍ତ୍ରକୁ ପଣ୍ଡ କରାଯାଇଛି। ଏକ ବଡ଼ କାର୍ଯ୍ୟାନୁଷ୍ଠାନରେ, ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ସେଲ୍‌ ଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପ୍ରସ୍ତୁତ…

୧୮ ବର୍ଷରେ ପଦାର୍ପଣ କଲା IPL: ଯେଉଁ ମଇଦାନରେ ଖେଳାଯାଇଥିଲା ପ୍ରଥମ ମ୍ୟାଚ, ଆଜି ସେଠି ଲେଖାଯିବ ଇତିହାସ

ନୂଆଦିଲ୍ଲୀ,୧୮।୪: ଇଣ୍ଡିଆନ ପ୍ରିମିୟର ଲିଗ ଆଜି ୧୮ ବର୍ଷ ପୂରଣ କରୁଛି। ଏହି ଲିଗ ଏପ୍ରିଲ ୧୮, ୨୦୦୮ରେ ଆରମ୍ଭ ହୋଇଥିଲା। ଲିଗ୍‌ର ପ୍ରଥମ ମ୍ୟାଚ ବେଙ୍ଗାଲୁରୁର…

ଘରେ ପଶି ନେଇଥିଲେ ନଗଦ ଟଙ୍କା,ସୁନା ଛାଡ଼ି ନଥିଲେ ବି ଲୁଗା: ଘଟଣାର ୪ ମାସ ପରେ ପର୍ଦ୍ଦାଫାଶ

ଦିଗପହଣ୍ଡି,୧୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ଗ୍ରାମର ଏନ. ରାଜିୟା ରେଡ୍ଡୀଙ୍କ ଘରେ ପଶି ନଗଦ ୬୦ ହଜାର ଟଙ୍କା,…

ଅତିରିକ୍ତ ଜିଲାପାଳ ତଦାରଖ କଲେ ଜନଗଣନା କାର୍ଯ୍ୟ: ଘର ଘର ବୁଲି କଲେ…

ଗଞ୍ଜାମ,୧୮।୪(ବିଦ୍ୟାଧର ସାହୁ ): ଜନଗଣନା ଚାଲିଥିବାବେଳେ ଗଞ୍ଜାମ ବିଜ୍ଞାପିତ ଅଞ୍ଚଳରେ ମଧ୍ୟ ଏହା ଜାରି ରହିଛି l ଏଥିରେ ସ୍କୁଲ ଶିକ୍ଷୟିତ୍ରୀ/ଶିକ୍ଷକମାନେ ନିୟୋଜିତ ଅଛନ୍ତି। ଠିକ ଭାବେ…

ବନ୍ଦ ହୋଇଯିବ ହର୍ମୁଜ ପ୍ରଣାଳୀ? ଫେରିଗଲା ୨୧ ଜାହାଜ, ଇରାନ ଦେଲା ବଡ଼ ଓ୍ବାର୍ଣ୍ଣିଂ

ତେହରାନ,୧୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସମୟସୀମା ନିକଟତର ହେବା ସହିତ, ହର୍ମୁଜ ପ୍ରଣାଳୀକୁ ଘେରି ରହିଥିବା ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଇବା ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri