ପଦ୍ମପୁର,୧୮ା୫(ଡି.ଏନ.ଏ): ବରଗଡ଼ ଜିଲାରେ କାର୍ଯ୍ୟରତ ଜଣେ ପୋଲିସ ସବ୍ଇନ୍ସପେକ୍ଟର(ଏସ୍ଆଇ)ଙ୍କ ବିରୋଧରେ ପଦ୍ମପୁର ଥାନାରେ ବଳାତ୍କାର ଅଭିଯୋଗ ହୋଇଛି। ସେ ହେଲେ ଅତାବିରା ଥାନାରେ କାର୍ଯ୍ୟରତ ଏସ୍ଆଇ ରବୀନ୍ଦ୍ର ହେମ୍ବ୍ରମ। ପଦ୍ମପୁର ଥାନାରେ କାର୍ଯ୍ୟରତ ଥିବାବେଳେ ସେ ଜଣେ ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏ ନେଇ ପୀଡିତା ପଦ୍ମପୁର ଥାନାରେ ଏତଲା ଦେବା ପରେ ବୁଧବାର ଏସ୍ଆଇ ହେମ୍ବ୍ରମଙ୍କ ବିରୋଧରେ ଦଫା ୩୭୬, ୩୨୩, ୫୦୬କ୍ରମେ ଏକ ମାମଲା(୧୩୫/୨୩) ରୁଜୁ ହୋଇଛି। ତଦନ୍ତ ଚାଲୁ ରହିଛି ବୋଲି ପଦ୍ମପୁର ଥାନା ଅଧିକାରୀ ମନୋଜ ପ୍ରଧାନ କହିଛନ୍ତି ।
ଅଭିଯୋଗ ଅନୁଯାୟୀ, ୨୦୧୧ ମସିହାରେ ଏସ୍ଆଇ ହେମ୍ବ୍ରମ ପଦ୍ମପୁର ଥାନାରେ କାର୍ଯ୍ୟରତ ଥିଲେ। ଚଢ଼ାଉ ଆଳରେ ଜଣେ ଯୁବତୀଙ୍କ ଘରକୁ ଯାଇଥିଲେ। ତାଙ୍କ ପରିବାର ଲୋକଙ୍କ ସହିତ ଏସ୍ଆଇ ହେମ୍ବ୍ରମ ସମ୍ପର୍କ ସ୍ଥାପନ କରିଥିଲେ। ସମ୍ପର୍କ ନିବିଡ଼ ହେବା ପରେ ହେମ୍ବ୍ରମ ଯୁବତୀଙ୍କ ଅନିଚ୍ଛା ସତ୍ତ୍ବେ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ କାହାକୁ କହିଲେ ସେ ଫଟୋ, ଭିଡ଼ିଓ ଭାଇରାଲ କରିଦେବା ଭଳି ଧମକ ଦେଉଥିବା ଅଭିଯୋଗ ହୋଇଛି। ଫଳରେ ଭୟରେ ଯୁବତୀ ଜଣକ ଚୁପ୍ ଥିଲେ। ସମୟାନୁକ୍ରମେ ଯୁବତୀଙ୍କ ପରିବାର ଲୋକେ ମଧ୍ୟ ତାଙ୍କଠାରୁ ଦୂରେଇ ରହିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ହେମ୍ବ୍ରମ ଯୁବତୀଙ୍କ ପାଖରେ ପହଞ୍ଚି ନାନା ଧମକଚମକ ଦେଉଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ସକାଳ ୮ଟାରେ ଏସ୍ଆଇ ହେମ୍ବ୍ରମ ଯୁବତୀଙ୍କ ଘରେ ପହଞ୍ଚି ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଏ ନେଇ ପଦ୍ମପୁର ଥାନାରେ ଏତଲା ଦେବା ପରେ ପୋଲିସ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି ।
Posted inHome, Home Left, ଆମ ଜିଲା ଖବର, ବରଗଡ଼ View All
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

