Home Left

୯ ବର୍ଷ ହେଲା ଦେଶରେ ଏକ ଭ୍ରଷ୍ଟାଚାରମୁକ୍ତ ସରକାର ଚାଲିଛି: ରେଡ୍ଡୀ

ଭୁବନେଶ୍ବର, ୩୦।୫(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ ୯ ବର୍ଷ ଧରି ଦେଶରେ ଏକ ଭ୍ରଷ୍ଟାଚାର ମୁକ୍ତ ସରକାର ସ୍ଥାପନା କରିବା ସହ ବିକାଶର ଅନେକ ମାପଦଣ୍ଡରେ ଦେଶକୁ ଆଗେଇ ନେଉଛି। ସ୍ବାଧୀନତାଠାରୁ ୨୦୧୪ ପର୍ଯ୍ୟନ୍ତ ଦେଶରେ ହୋଇଥିବା ବିକାଶମୂଳକ…

ମୋଦିଙ୍କ ୯ ବର୍ଷ ଶାସନରେ ଗରିବଙ୍କ ଉନ୍ନତି ଘଟିନି

ନୂଆଦିଲ୍ଲୀ, ୨୯।୫: ମୋଦି ସରକାର ଗତ ସପ୍ତାହରେ ୯ ବର୍ଷ ପୂରଣ କରିଛି। ଏହି ସମୟରେ ଦେଶରେ ମୁଦ୍ରାସ୍ଫୀତି ଜରିଆରେ ସରକାର ଲୋକଙ୍କ ଆୟକୁ ଲୁଟି ନେଇଛନ୍ତି। କିନ୍ତୁ ମୂଲ୍ୟବୃଦ୍ଧିକୁ ନିୟନ୍ତ୍ରଣ ମଧ୍ୟରେ ରଖାଯାଇଛି ବୋଲି ସରକାର ଗର୍ବର ସହ ଦାବି…

ଆପାର୍ଟମେଣ୍ଟ ପଞ୍ଜୀକରଣ ବାଟ ଖୋଲିଲା

ଭୁବନେଶ୍ୱର,୩୦ା୫(ବ୍ୟୁରୋ): ଗତ ୧ ବର୍ଷ ଧରି ବନ୍ଦ ହୋଇ ରହିଥିବା ଆପାର୍ଟମେଣ୍ଟ ପଞ୍ଜୀକରଣ ପାଇଁ ବାଟ ଖୋଲିଲା। ରାଜ୍ୟ ସରକାର ଓଡ଼ିଶା ଆପାର୍ଟମେଣ୍ଟ(ମାଲିକାନା ଓ ପରିଚାଳନା) ଅଧିନିୟମ-୨୦୨୩କୁ ଅଧ୍ୟାଦେଶ ମାଧ୍ୟମରେ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୋମବାର ରାଜ୍ୟ କ୍ୟାବିନେଟ୍‌ ବୈଠକରେ…

୩୫ ଘଡ଼ିଆଳ କୁମ୍ଭୀର ଛୁଆ ଜନ୍ମ

ପୁରୁଣାକଟକ,୩୦ା୫(ଡି.ଏନ.ଏ.): ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ କୁଶଙ୍ଗ ରେଞ୍ଜ ଅନ୍ତର୍ଗତ ସୁନାଖଣିଆ ବିଟ ଅଞ୍ଚଳର ମହାନଦୀ ଭିତରେ ୩୫ଟି ଘଡିଆଳ କୁମ୍ଭୀର ଛୁଆ ଜନ୍ମ ନେଇଛନ୍ତି। ଆଗକୁ ଏହି ସଂଖ୍ୟା ଆହୁରି ବଢିବ ବୋଲି ଆଶା କରାଯାଉଛି। ମହାନଦୀ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ…

ଆଇପିଏଲ୍‌ରେ ଟଙ୍କା ବର୍ଷା: କେଉଁ ଟିମ୍‌କୁ ମିଳିଲା କେତେ

ଅହମଦାବାଦ,୩୦।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌-୨୦୨୩(ଆଇପିଏଲ୍‌)ର ୧୬ ସଂସ୍କରଣରେ ଚେନ୍ନାଇ ସୁପର କିଙ୍ଗ୍ସ ଟାଇଟଲ ହାସଲ କରିଛି। ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱାଧିନ ଚେନ୍ନାଇ ଫାଇନାଲରେ ଗୁଜରାଟ ଟାଇଟାନ୍ସକୁ ୫ ଉଇକେଟରେ ପରାସ୍ତ କରିଛି। ରବିବାର ବର୍ଷା ଯୋଗୁ ଖେଳ ସମ୍ଭବ ହୋଇ…

ଉଦ୍ଧବ ଠାକରେ ଦଳର ବଡ ଦାବି, ଶିନ୍ଦେଙ୍କ ଶିବସେନା ଛାଡିବାକୁ ଚାହୁଁଛନ୍ତି ୨୨ ବିଧାୟକ, ୯ ଏମପି

ମୁମ୍ବାଇ,୩୦।୫: ଏବେବି ମହାରାଷ୍ଟ୍ର ରାଜନୀତି ରହିଛି ବେଶ ସରଗରମ। ଉଦ୍ଧବ ଶିବସେନା ଏମପି ବିନାୟକ ରାଉତ ଏକ ବଡ଼ ଦାବି କରିଛନ୍ତି। ସୋମବାର ସେ କହିଛନ୍ତି ଯେ ୨୨ ଜଣ ବିଧାୟକ ଏବଂ ଶିନ୍ଦେ ଶିବସେନାର ୯ ଜଣ ଏମପି ଦଳ…

୩୧ ସୁଦ୍ଧା ଯୁକ୍ତ୨ ପରୀକ୍ଷାଫଳ

ଭୁବନେଶ୍ୱର,୩୦ା୫(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷାଫଳକୁ ପରୀକ୍ଷାର୍ଥୀମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଥିବାବେଳେ ପରିଷଦ ପକ୍ଷରୁ ତାରିଖ ସ୍ଥିର ହୋଇପାରୁନାହିଁ। ପ୍ରଥମେ ୨୮ତାରିଖରେ ପରୀକ୍ଷାଫଳ ଘୋଷଣା ତାରିଖ ଜଣାପଡ଼ିବ ବୋଲି ପରିଷଦ ପକ୍ଷରୁ ସୂଚନା…

ଝାରସୁଗୁଡ଼ା ଜିଲା: ମିଳିଲା କାଳିଆ ସହାୟତା

ଭୁବନେଶ୍ବର,୩୦ା୫(ବ୍ୟୁରୋ): ଝାରସୁଗୁଡ଼ା ଜିଲା ଚାଷୀଙ୍କୁ ୨୦୨୩ ଖରିଫ ଫସଲ ଋତୁ ପାଇଁ ସୋମବାର କାଳିଆ ସହାୟତା ରାଶି ମିଳିଛିି। ଜିଲାର ୩୬,୨୪୯ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୨୪୬ ଜଣ ଭୂମିହୀନ କୃଷି ପରିବାରଙ୍କୁ ୨୦୨୩ ଖରିଫ ଫସଲ…

ଜମ୍ମୁରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଖାଇକୁ ଖସିଲା ବୈଷ୍ଣୋଦେବୀ ଯାଉଥିବା ବସ, ୭ ମୃତ

ଜମ୍ମୁ,୩୦।୫: ଜମ୍ମୁରେ ଏକ ବଡ ଧରଣର ଦୁର୍ଘଟଣା ହୋଇଛି, ଯେଇଁଥିରେ ଘଟଣାସ୍ଥଳରେ ହିଁ ୭ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ଝଜ୍ଜର କୋଟଲି ଅଞ୍ଚଳରେ ଘଟିଛି। ଏକ ଯାତ୍ରୀବାହି ବସ ଅମୃତସରରୁ କଟରା ଯାଇଥିବା ବେଳେ ନିୟନ୍ତ୍ରଣ ହରାଇ ଖାଇକୁ…

ସ୍ତ୍ରୀଙ୍କୁ ମାରି ପୋତି ଦେଇଥିଲେ ସ୍ବାମୀ

ବଣାଇଁ,୩୦ା୫(ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା ବଣାଇ ଥାନା ଅନ୍ତର୍ଗତ ବାବୁ ନୂଆଗଁା ଗ୍ରାମରେ ରବିବାର ରାତିରେ ଘଟିଛି ଏକ ଅଭାବନୀୟ ଘଟଣା। ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ମାରିଦେବା ପରେ ଘର ପଛପଟେ ମୃତଦେହକୁ ସ୍ବାମୀ ପୋତିଦେଇଥିବା ନେଇ ଅଭିଯୋଗ…

ମାଉଣ୍ଟ ଏଭରେଷ୍ଟ ଏବେ ଅଳିଆରେ ଭର୍ତ୍ତି

ନୂଆଦିଲ୍ଲୀ: ବରଫ ଚଦରରେ ଆଚ୍ଛାଦିତ ବିଶ୍ୱର ସବୁଠୁ ଉଚ୍ଚ ପର୍ବତ, ତାହା ବର୍ତ୍ତମାନ ଅଳିଆରେ ଭର୍ତ୍ତି ହେଉଛି। ଯେଉଁଠାରେ ଦେଖିବ କେବଳ ଅଳିଆ ହିଁ ଅଳିଆ ଦେଖିବାକୁ ମିଳିବ। ନଷ୍ଟ କ୍ୟାମ୍ପ, ଖାଲି ଅମ୍ଳଜାନ ସିଲିଣ୍ଡର, ଫୁଡ଼ କଣ୍ଟେନର ଆଦି ପର୍ବତରେ…

ପକ୍ଷୀ ଉଡ଼ାଇପାରିଲେ ଦିନକୁ ୨୦ ହଜାର

ଲଣ୍ଡନ: କରୋନା ପରେ ପରେ ବହୁ ଲୋକ ତାଙ୍କ ଚାକିରି ହରାଇଥିଲେ। ସେ ସମୟରେ ଅନେକ କମ୍ପାନୀ ମଧ୍ୟ ବନ୍ଦ ହୋଇଯାଇଥିଲା। ଏଥିସହ ଅନେକ କମ୍ପାନୀ ଭିନ୍ନ ପ୍ରକାରର ସ୍କିମ ଆଣିଥିଲା। ନିକଟରେ ଏକ କମ୍ପାନୀ ଭିନ୍ନ ଏକ ଚାକିରିର ଅଫର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?