ହାତୀ ଆକ୍ରମଣରେ ଚାଲିଗଲା ଜୀବନ
ଅନୁଗୋଳ ଅଫିସ,୧।୩: ଅନୁଗୋଳ ଜିଲାରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି। ସେ ହେଲେ ବସଲା ପଞ୍ଚାୟତ ସୁନାଭୁଇଁ ଗାଁର ଦିବାକର ସାହୁ । ବୁଧବାର ସକାଳେ ଦିବାକର ସାହୁ ଶୌଚ ହେବାକୁ ଯାଇଥବା ବେଳେ ହାତୀ ଆକ୍ରମଣ କରିଥିଲା। ଫଳରେ…
ନୀତୀଶଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ପାଟନା,୧।୩: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବୁଧବାର ୭୨ବର୍ଷ ବୟସରେ ପ୍ରଦାର୍ପଣ କରିଛନ୍ତି। ଏହି ଅବସରରେ ସାରା ଦେଶରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ତାଙ୍କର ଦୀର୍ଘାୟୁ…
ମୁକେଶ ଅମ୍ବାନୀ-ଅମିତାଭ-ଧର୍ମେନ୍ଦ୍ରଙ୍କ ଘର ଉଡ଼ାଇ ଦେବାକୁ ମିଳିଲା ଧମକ: ପୋଲିସ ନେଲା କାର୍ଯ୍ୟାନୁଷ୍ଠାନ
ମୁମ୍ବାଇ,୧।୩: ରିଲାଏନ୍ସ ଗ୍ରୁପ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ, ବଲିଉଡ୍ର ଲୋକପ୍ରିୟ ଅଭିନେତା ଅମିତାଭ ବଚ୍ଚନ ଏବଂ ଧର୍ମେନ୍ଦ୍ରଙ୍କ ଘର ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି। ମଙ୍ଗଳବାର କେହି ଜଣେ ମହାରାଷ୍ଟ୍ରର ନାଗପୁର ପୋଲିସକୁ ଫୋନ୍ କରି ଏହି ଧମକ ଦେଇଥିବା…
୨୭ ବର୍ଷ ଧରି ଧାରଣାରେ ଶିକ୍ଷକ
ଲକ୍ଷ୍ନୌ: ବର୍ତ୍ତମାନ ସମୟରେ ଲୋକେ ସରକାରଙ୍କ ନିକଟରେ ତାଙ୍କର ଅନେକ ଦାବି ରଖି ଧାରଣାରେ ବସୁଥିବା ଦେଖିବାକୁ ମିଳୁଛି। ହେଲେ ଉତ୍ତର ପ୍ରଦେଶରେ ଜଣେ ଶିକ୍ଷକ ଜମି ମାଫିଆଙ୍କୁ ବିରୋଧ କରି ୧୯୯୬ ମସିହାରୁ ୨୭ ବର୍ଷ ହେବ ଧାରଣାରେ ବସିଥିବା…
କର୍ମକ୍ଷେତ୍ରକୁ ଫେରିଲେ କାଜଲ
ମୁମ୍ବାଇ: ସାଉଥ୍ ଅଭିନେତ୍ରୀ କାଜଲ ଅଗ୍ରୱାଲ ତାଙ୍କ ମ୍ୟାଟରନିଟି ବ୍ରେକ୍ ପରେ ଏବେ ପୁଣିଥରେ କର୍ମକ୍ଷେତ୍ରକୁ ଫେରିଛନ୍ତି। କାଜଲ ୨୦୨୦ ଅକ୍ଟୋବର ୩୦ରେ ଗୌତମ କିଟ୍ଚୁଙ୍କୁ ବିବାହ କରିଥିଲେ। ତେବେ ଗତ ବର୍ଷ ଦୁହିଁଙ୍କର ଏକ ପୁତ୍ରସନ୍ତାନ ଜନ୍ମ ହୋଇଛି। ସେଥିପାଇଁ…
କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ ସମୟରେ ପରିବର୍ତ୍ତନ
ଭୁବନେଶ୍ୱର, ୧।୩(ବ୍ୟୁରୋ): ସୂର୍ଯ୍ୟ ମନ୍ଦିର ପରିଦର୍ଶନ ସମୟରେ ପରିବର୍ତ୍ତନ ହୋଇଛି। ପର୍ଯ୍ୟଟକଙ୍କ ପାଇଁ ମାର୍ଚ୍ଚ ୧ ଅର୍ଥାତ୍ ବୁଧବାରଠୁ ସକାଳ ୬ଟାରୁ ସୂର୍ଯ୍ୟ ମନ୍ଦିର ମୁଖ୍ୟଦ୍ୱାର ଖୋଲା ରହି ସା ୭ଟାରେ ବନ୍ଦ ହେବ। ଏନେଇ ଏଏସ୍ଆଇ ବିଭାଗ ପକ୍ଷରୁ ସୂଚନା…
୩ ଦିନ ହେଲା ମଧ୍ୟାହ୍ନଭୋଜନ ବନ୍ଦ
ବଇଣ୍ଡା, ୧।୩(ଡି.ଏନ.ଏ.): ଛାତ୍ରୀଛାତ୍ରଙ୍କୁ ବିଦ୍ୟାଳୟ ଅଭିମୁଖି କରିବା ପାଇଁ ସରକାର ମଧ୍ୟାହ୍ନଭୋଜନ ବ୍ୟବସ୍ଥା କରିଛନ୍ତି। ହେଲେ ଅନେକ ସ୍କୁଲରେ ଏହି ଯୋଜନା ଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରୁ ନାହିଁ। ବିଶେଷକରି ଜଙ୍ଗଲ ଅଞ୍ଚଳରେ ଥିବା ବିଦ୍ୟାଳୟଗୁଡିକରେ ଠିକଣା ଭାବେ ଚାଉଳ ପହଞ୍ଚାଯାଇ…
ବିଶ୍ୱ ନାଗରିକ ସୁରକ୍ଷା ଦିବସ
ବିଶ୍ୱର ନାଗରିକଙ୍କ ସୁରକ୍ଷା ଅତ୍ୟାବଶ୍ୟକ। ନାଗରିକଙ୍କ ସୁରକ୍ଷା ଦ୍ୱାରା ବିକାଶର ମାର୍ଗ ପ୍ରଶସ୍ତ ହୋଇଥାଏ। ତେଣୁ ଏନେଇ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ମାର୍ଚ୍ଚ ୧ ତାରିଖକୁ ବିଶ୍ୱ ନାଗରିକ ସୁରକ୍ଷା ଦିବସ ଭାବେ ପାଳନ କରାଯାଇଥାଏ। ୧୯୯୦ରେ ଅନ୍ତର୍ଜାତୀୟ ନାଗରିକ…
ଷ୍ଟାଣ୍ଡପୋଷ୍ଟରେ ଜଳ ଯୋଗାଣ ବନ୍ଦ
ବ୍ରହ୍ମପୁର ଅଫିସ,୧।୩: ବ୍ରହ୍ମପୁର ସହରରେ ଜଳ ସଙ୍କଟର ସ୍ଥାୟୀ ସମାଧାନ ଓ ୨୪ ଘଣ୍ଟିଆ ବିଶୁଦ୍ଧ ପିଇବା ପାଣି ଯୋଗାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାନିବିଲି ବୃହତ୍ ପ୍ରକଳ୍ପ ନିମନ୍ତେ ନୂତନ ପଦକ୍ଷେପ ନିଆଯାଇଛି। କିନ୍ତୁ ଉକ୍ତ ପ୍ରକଳ୍ପରୁ ସମ୍ପୂର୍ଣ୍ଣ…
କାର୍ଯ୍ୟରେ ଲାଗୁନି ଗୋଷ୍ଠୀ ଶୌଚାଳୟ
ଖଜୁରିପଡ଼ା,୧।୩: ଜନସାଧାରଣଙ୍କ ହିତ ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ ବରାଦ କରି ବିଭିନ୍ନ ପ୍ରକାର ଯୋଜନା କରୁଛନ୍ତି। ପରବର୍ତ୍ତୀ ସମୟରେ ଯୋଜନା ସବୁ କୌଣସି କାର୍ଯ୍ୟରେ ଲାଗୁ ନାହିଁ। ଯାହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛି ପ୍ରତ୍ୟେକ ପଞ୍ଚାୟତରେ…
ଶ୍ରୀମନ୍ଦିର ଭିତରକୁ ଯିବା ପାଇଁ ବାରଣ କରିବାକୁ ପ୍ରୋଟୋକଲ ଅଫିସରଙ୍କୁ ବଦଳି
ପୁରୀ ଅଫିସ,୧।୩: ମୁସଲିମ ହୋଇ ଶ୍ରୀମନ୍ଦିରକୁ ପ୍ରବେଶ କରିବା ଘଟଣାକୁ ନେଇ ଆଇଆର୍ଏସ୍ ରେସମା ଲେଖାନୀ ତାଙ୍କ ପ୍ରୋଟୋକଲ ଅଫିସରଙ୍କୁ ବଦଳି କରିଦେଇଛନ୍ତି। ତେବେ ଅଫିସରଙ୍କୁ ବିନା ନୋଟିସରେ ବଦଳି କରାଯାଇଥିବା ଜଣାପଡିଛି। ସୂଚନାଯୋଗ୍ୟ, ଆଇଆର୍ଏସ୍ ରେସମା ଲେଖାନୀ ଶ୍ରୀମନ୍ଦିରକୁ ପ୍ରବେଶ…
କେକ୍ରେ ଆର୍ଟିଷ୍ଟଙ୍କ ଚେହେରା
ନୂଆଦିଲ୍ଲୀ: ଜଣେ କେକ୍ ଆର୍ଟିଷ୍ଟ ତାଙ୍କ କଳାରେ ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଇ ଦେଇଛନ୍ତି। ସେ କେକ୍ରେ ନିଜ ଚେହେରା ତିଆରି କରିଥିଲେ। ଏକ ପ୍ଲେଟ୍ରେ ସେ ଉକ୍ତ କେକ୍ ଧରି ଠିଆ ହୋଇଥିଲେ, ଯେଉଁଥିରେ କି ପ୍ରକୃତ ଚେହେରା ଏବଂ କେକ୍…
Archives


