ତାଲାବନ୍ଦ ଘରୁ ସୁନା ଗହଣା, ଟଙ୍କା ଲୁଟ୍‌

ବ୍ରହ୍ମପୁର ଅଫିସ,୯ା୬: ଲୁଟିଆ ଗ୍ୟାଙ୍ଗ ତୁଳସୀନଗର ୮ମ ଲାଇନର ପୁଣି ଏକ ତାଲାବନ୍ଦ ଘରେ କଳାକନା ବୁଲାଇଛନ୍ତି। ଗୃହକର୍ତ୍ତା ମହମ୍ମଦ ଜିଲାନିଙ୍କ ଅନୁପସ୍ଥିତିରେ ଲୁଟେରା ମାନେ ଲୁଟ କରିଥିବା ସେ ଅଭିଯୋଗ କରିଛନ୍ତି। ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁରର ସହାୟତା ନିଆଯାଇଛି। ପୋଲିସ ସିସି ଟିଭି ଫୁଟେଜ ଜରିଆରେ ଲୁଟିଆ ଗ୍ୟାଙ୍ଗକୁ ଠାବ କରିବା ପାଇଁ ଯୋଜନା କରୁଛି। ସୂଚନାଯୋଗ୍ୟ, ଗତ ୨୫ ତାରିଖରେ ତୁଳସୀନଗରରେ ରହୁଥିବା ସିଏଚ. ଭାସ୍କର ରାଓ ଆଚାରୀ ବିଶାଖାପାଟଣା ଚାଲିଯାଇଥିବା ବେଳେ ଲୁଟିଆ ଗ୍ୟାଙ୍ଗ ତାଙ୍କ ଘରୁ ୧୦ ଭରି ସୁନା ଗହଣା, ୧୦୦ ଗ୍ରାମର ଏକ ରୁପା ବିସ୍କୁଟ, ପ୍ରାୟ ୨୦ ହଜାର ଟଙ୍କା ଚୋରାଇ ନେଇଥିଲେ। ପୋଲିସ ଏସଂକ୍ରାନ୍ତରେ ମାମଲା ରୁଜୁ କରିଥିବା ବେଳେ ଲୁଟିଆ ଗ୍ୟାଙ୍ଗକୁ ଠାବ କରିପାରିନାହିଁ। ଅନ୍ୟପଟେ ଉକ୍ତ ଅଞ୍ଚଳରେ ପୁଣିଥରେ ଏକ ବଡ ଧରଣର ଚୋରି ଘଟଣା ଏବେ ସାମନାକୁ ଆସିଛି। ମହମ୍ମଦ ଜିଲାନି ଜଣେ ଅବସରପ୍ରାପ୍ତ ରେଳବାଇ କର୍ମଚାରୀ । ତାଙ୍କ ପୁଅ ଓ ଝିଅ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ରୁହନ୍ତି। ସେ ଗତ ୪ଦିନ ତଳେ ଘରେ ତାଲା ପକାଇ ସ୍ତ୍ରୀଙ୍କ ସହ ମିଶି ପୁଅ-ଝିଅ ପାଖକୁ ବିଶାଖାପାଟଣା ଯାଇଥିଲେ। ଶୁକ୍ରବାର ସକାଳେ ଜିଲାନିଙ୍କ ଘରର ତାଲା ଭଙ୍ଗା ଯାଇଥିବା ବେଳେ ଘର କବାଟ ଖୋଲା ରହିଥିବା ତାଙ୍କ ଘରେ କାମ କରୁଥିବା ଚାକରାଣୀ ଦେଖିବାକୁ ପାଇଥିଲେ। ସେ ଏ ନେଇ ନିକଟରେ ରହୁଥିବା ଜିଲାନିଙ୍କ ଭାଇଙ୍କୁ ଖବର କରିଥିଲେ। ପରେ ଜିଲାନିଙ୍କୁ ଏ ନେଇ ତାଙ୍କ ଭାଇ ଜଣାଇବା ସହ ଟାଉନ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଦୁଇ ଯୁବକଙ୍କୁ ଥାନାକୁ ଆଣି ପଚରାଉଚରା ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଯୁବମୋର୍ଚ୍ଚା କର୍ମକର୍ତ୍ତା ଘୋଷଣା: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭଞ୍ଜନଗର,୨୯।୬(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭାଜପା ଭଞ୍ଜନଗର ସାଂଗଠନିକ ଜିଲାର ନୁତନ ଯୁବ ମୋର୍ଚ୍ଚା କର୍ମକର୍ତ୍ତାଙ୍କ ନାମ ସୋମବାର ଘୋଷଣା ହୋଇଛି। ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି…

ଗୋଟିଏ ବୟାନରେ ଦୋହଲିଗଲା ଢାକାରୁ ନୂଆଦିଲ୍ଲୀ! ବାଂଲାଦେଶ ଫେରିବାକୁ କାହିଁକି ଜିଦ୍‌ ଧରିଛନ୍ତି ଶେଖ ହାସିନା?

ନୂଆଦିଲ୍ଲୀ,୨୯।୬: ଶେଖ ହାସିନାଙ୍କ ‘ଏହି ବର୍ଷ ହିଁ ବାଂଲାଦେଶ ଫେରିବି’ ବୋଲି ବୟାନ ନୂଆଦିଲ୍ଲୀରୁ ଢାକା ପର୍ଯ୍ୟନ୍ତ ରାଜନୈତିକ ହଲଚଲ୍ ବଢ଼ାଇ ଦେଇଛି। ୨୨ ମାସ ପରେ…

ହଠାତ୍‌ ଭାବପ୍ରବଣ ହେଲେ ସୂର୍ଯ୍ୟକୁମାର: ଲେଖୁ ଲେଖୁ ଲେଖିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୯।୬: ଭାରତୀୟ ଦଳ ନିକଟରେ ଆୟର୍ଲାଣ୍ଡ ବିପକ୍ଷରେ ଦୁଇ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ହାରିଛି। ନୂତନ ଟି-୨୦ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଏହା କୌଣସି…

ପୋଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ, ପରିବାର ଲୋକେ ଆଣିଲେ ଅଭିଯୋଗ

ଭୁବନେଶ୍ୱର,୨୯।୬: ଖୋର୍ଦ୍ଧା ଜିଲା ବାଣପୁର ପୋଲିସ ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ମୁତାବକ, ଏକ ଗଣ୍ଡଗୋଳ ମାମଲାରେ ବାଣପୁର ପୋଲିସ…

ପୁଇଁତୋଳାରେ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ, ମଇଳା ପାଣି ଜମୁଥିବାରୁ ହନ୍ତସନ୍ତ….

ଗଞ୍ଜାମ, ୨୯।୬ (ବିଦ୍ୟାଧର ସାହୁ ): ଗଞ୍ଜାମ ସହର ମଧ୍ୟରେ ଥିବା ବିଭିନ୍ନ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି । ଏହି ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମ…

ଜୁଲାଇ ୪ରେ ଓଡ଼ିଶା ଆସିବେ ଅମିତ ଶାହା: ବରଗଡ଼ରେ…

ବରଗଡ଼,୨୯।୬(ପ୍ରେମାନନ୍ଦ ଖମାରୀ): ଆସନ୍ତା ୪ ତାରିଖରେ ଓଡ଼ିଶା ଆସିବେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ଏନେଇ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ସୂଚନା ଦେଇଛନ୍ତି। ଶାହା ଜୁଲାଇ…

ବ୍ୟାଙ୍କ ଆକାଉଣ୍ଟକୁ ସିଧା ଯିବ ୫୦,୦୦୦ ପର୍ଯ୍ୟନ୍ତ ସବସିଡି ଟଙ୍କା! ଘୋଷଣା ହେଲା ସରକାରଙ୍କ ନୂଆ ଇଭି ଗାଇଡଲାଇନ୍‌

ଦିଲ୍ଲୀ ସରକାର ପ୍ରଦୂଷଣ କମାଇବା ଏବଂ ଇଲେକ୍ଟ୍ରିକ୍ ଯାନ (EV) କୁ ପ୍ରୋତ୍ସାହିତ କରିବା ପାଇଁ ନୂଆ ଇଭି ପଲିସି ୨୦୨୬-୩୦ (EV Policy 2026-30) ର…

ପାନ ଦୋକାନୀଙ୍କୁ ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ଗାଁ ଛକରେ ପାନ ଦୋକାନ କରିଥିବା ରୁଦ୍ର ପ୍ରଧାନ ଏବଂ ତାଙ୍କ ବାପା ସଞ୍ଜୟ ପ୍ରଧାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri