Home Left

ପେଟରୁ ବାହାରିଲା ୨ କେଜିର ମାଂସ ପିଣ୍ଡୁଳା

ମାଲକାନଗିରି,୪ା୭(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଚିମିଟାପାଲ୍ଲୀ ଗ୍ରାମର ଶୁକ୍ରା ମୁଦୁଲି(୫୫) ଦୀର୍ଘ ବର୍ଷ ହେଲା ପେଟ ଯନ୍ତ୍ରଣା ଭୋଗୁଥିଲେ। ଏଥିସହ ତାଙ୍କ ପେଟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିଲା। ସେ ବହୁ ଚେରମୂଳୀ ଔଷଧ ବ୍ୟବହାର କରୁଥିଲେ…

୩ ମାସରେ ଗଲାଣି ୧୬୦୦ ଜୀବନ

ଭୁବନେଶ୍ୱର,୩ା୭(ଅନିଲ ଦାସ): ରାଜ୍ୟରେ ସଡ଼କ ଦୁର୍ଘଟଣାକୁ ନିୟନ୍ତ୍ରଣ କରାଯାଇ ପାରୁନାହିଁ। ବେପରୁଆ ଗାଡ଼ି ଚାଳନା ଯୋଗୁ ଉଜୁଡ଼ି ଯାଉଛିି ବହୁମୂଲ୍ୟ ଜୀବନ। ରାସ୍ତାଘାଟ ନିର୍ମାଣରେ ଉନ୍ନତି ହେବା ସହ ଗମନାଗମନ ସୁଗମ ହୋଇଥିଲେ ମଧ୍ୟ ଅନିୟନ୍ତ୍ରିତ ଗାଡ଼ି ଚାଳନା ଦୁର୍ଘଟଣାକୁ ବଢ଼ାଇ…

ସମଲେଶ୍ୱରୀ ମନ୍ଦିର ପୁନରୁଦ୍ଧାର ପ୍ରସଙ୍ଗରେ ସରକାରଙ୍କୁ ଆଶ୍ୱସ୍ତି

ଭୁବନେଶ୍ୱର,୪ା୭ (ଅନିଲ ଦାସ): ସମଲେଶ୍ୱରୀ ମନ୍ଦିର ପୁନରୁଦ୍ଧାର ପାଇଁ ରାଜ୍ୟ ସରକାରଙ୍କ ପୁନର୍ବାସ ଓ ଥଇଥାନ ଯୋଜନାକୁ ବିରୋଧ କରି ଦାଖଲ ହୋଇଥିବା ସ୍ପେଶାଲ ଲିଭ୍‌ ପିଟିଶନକୁ ସୋମବାର ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ୨ ଜଣିଆ ଖଣ୍ଡପୀଠ ଜଷ୍ଟିସ ବି.ଆର.…

ଜଳରେ ଶବଦାହ

ଲଣ୍ଡନ,୪।୭: ବାୟୁ ପ୍ରଦୂଷଣକୁ ରୋକିବା ଦିଗରେ ଅନେକ ଦେଶ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରିବାରେ ଲାଗିଛନ୍ତି। ବିଶେଷ ଭାବେ ଜୀବାଶ୍ମ ଇନ୍ଧନରୁ ନିର୍ଗତ ହେଉଥିବା ସବୁଜଗୃହ ବାଷ୍ପ ବାୟୁମଣ୍ଡଳକୁ ଅଧିକ ବିଷାକ୍ତ କରୁଛି। ଏହାର ନିରାକରଣ ପାଇଁ ବ୍ରିଟେନ୍‌ର କୋ-ଓପି…

ଗୁଜରାଟ-ଆସାମରେ ବନ୍ୟା

ନୂଆଦିଲ୍ଲୀ,୪।୭: ମୌସୁମୀ ସକ୍ରିୟ ହେବା ପରେ ଏବେ ପ୍ରାୟ ସାରା ଦେଶରେ ବର୍ଷା ଲାଗି ରହିଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଚଳିତ ମାସରେ କିଛି ରାଜ୍ୟରେ ଝିପିଝିପି ବର୍ଷା ହେବାର ସମ୍ଭାବନା ବି ରହିଛି। ଗୁଜରାଟ, ଆସାମ, ହିମାଚଳ ପ୍ରଦେଶ,…

ଓ୍ବିମ୍ବେଲଡନକୁ ଫେରିଲେ ରୁଷିଆ, ବେଲାରୁଷ ଖେଳାଳି

ଓ୍ବିମ୍ବେଲଡନ (ଇଂଲଣ୍ଡ), ୪ା୭ (ଏପି): ୟୁକ୍ରେନ୍‌ରେ ଯୁଦ୍ଧ ଜାରି ରହିଛି। ରୁଷିଆ ଓ ଏହାର ସହଯୋଗୀ ରାଷ୍ଟ୍ର ବେଲାରୁଷର ଖେଳାଳିମାନେ କିନ୍ତୁ ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାକୁ ବର୍ଷକ ପରେ ଫେରିଛନ୍ତି। ୟୁକ୍ରେନ୍‌ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ପରେ ଅଲ୍‌ ଇଂଲଣ୍ଡ…

କୃତୀ ରୋଲର ସ୍କେଟରଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର, ୪।୭,(ତପନ ସ୍ବାଇଁ): ରୋଲର ସ୍କେଟିଙ୍ଗରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଭାଗ ନେଇଥିବା ରାଜ୍ୟର ଖେଳାଳିଙ୍କୁ ଓଡ଼ିଶା ସ୍କେଟିଙ୍ଗ ଆସୋସିଏଶନ ପକ୍ଷରୁ ସୋମବାର ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ସମ୍ବର୍ଦ୍ଧିତ କରାଯାଇଛି। ନିକଟରେ ଜାତୀୟ ରୋଲର ସ୍କେଟିଙ୍ଗ ଚାମ୍ପିୟନଶିପ୍‌ରେ ଓଡ଼ିଶାରୁ ବିଭିନ୍ନ…

ଭାରତରେ ବିଶ୍ୱବିଜେତା ଗୋଲକିପର୍‌

କୋଲକାତା, ୪ା୭: ବିଶ୍ୱ ବିଜେତା ଆର୍ଜେଣ୍ଟିନା ଫୁଟବଲ ଦଳର ଗୋଲକିପର ଏମିଲିଆନୋ ମାର୍ଟିନେଜ୍‌ ଭାରତ ଗସ୍ତରେ ଆସିଛନ୍ତି। ଦକ୍ଷିଣ ଏସିଆ ଟୁର୍‌ରେ ରହିଥିବା ମାର୍ଟିନେଜ୍‌ ସୋମବାର କୋଲକାତାରେ ପହଞ୍ଚିଥିଲେ। ନେତାଜୀ ସୁଭାଷ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ତାଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ପ୍ରଦାନ…

ଓଡ଼ିଶା ବଧିର କ୍ରିକେଟ ଦଳ ଘୋଷିତ

ଭୁବନେଶ୍ୱର, ୪।୭,(ତପନ ସ୍ବାଇଁ): ଆଗାମୀ ଜାତୀୟ ବଧିର ଟି୨୦ କ୍ରିକେଟ ପ୍ରତିଯୋଗିତାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ଏକ ବଧିର କ୍ରିକେଟ ଦଳ ଗଠନ କରାଯାଇଛି। ହାଇଟେକ୍‌ କ୍ରୀଡ଼ା ନିର୍ଦ୍ଦେଶକ ଲଳିତ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଖେଳାଳି ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା।…

ଓଲଟିଲା ପଥର ବୋଝେଇ ଟ୍ରକ, ଡ୍ରାଇଭର ମୃତ

ଭୁବନେଶ୍ୱର,୪।୭: ଖୋର୍ଦ୍ଧାରୁ ଭୁବନେଶର ଆସୁଥିବା ଏକ ପଥର ବୋଝେଇ ଟ୍ରକ ୧୬ ନମ୍ବର ଜାତୀୟ ରାଜପଥ ଜାଆଁଳା ନିକଟରେ ମଙ୍ଗଳବାର ସକାଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦ୍ରୁତ ଗତିରେ ଆସୁଥିବା ଟ୍ରକ(ନଂ.ଓଆର୦୯-ଇ ୩୬୬୨) ଭାରସାମ୍ୟ ହରାଇ ରାସ୍ତା ମଝି ଡିଭାଇଡରରେ ପିଟି ହୋଇ…

ଜାସ୍ପର ଜିତିଲେ ତୃତୀୟ ଷ୍ଟେଜ୍‌

ବିଲ୍‌ବାଓ (ସ୍ପେନ), ୪।୭: ବେଲଜିୟମର ଆଲ୍‌ପେସିନ-ଡେକେୟୁନିଙ୍କ୍‌ ଟିମ୍‌ ରାଇଡର ଜାସ୍ପର ଫିଲିପସେନ ଚଳିତ ଟୁର ଡି’ ଫ୍ରାନ୍ସ ସାଇକେଲ ରେସ୍‌ର ତୃତୀୟ ଷ୍ଟେଜ୍‌ ଜିତିଛନ୍ତି। ସୋମବାର ଆମୋରେବେଟା ଇସ୍କାନୋ (ସ୍ପେନ୍‌)ଠାରୁ ବେଓନି ପର୍ଯ୍ୟନ୍ତ ୧୯୩.୫ (୧୨୦.୨ ମାଇଲ) କିଲୋମିଟର ବିଶିଷ୍ଟ ଫ୍ଲାଟ୍‌…

ମଜୁମଦାର ହୋଇପାରନ୍ତି ଭାରତୀୟ ମହିଳା ଦଳର କୋଚ୍‌

ନୂଆଦିଲ୍ଲୀ, ୪ା୭(ପି.ଟି.): ଘରୋଇ କ୍ରିକେଟର ଅନ୍ୟତମ ଶ୍ରେଷ୍ଠ ଖେଳାଳି ଅମୋଲ ମଜୁମଦାର ଭାରତୀୟ ମହିଳା କ୍ରିକେଟ ଦଳର ମୁଖ୍ୟ କୋଚ୍‌ ହେବାର ସମ୍ଭାବନା ସ୍ପଷ୍ଟ ହୋଇଛି। କ୍ରିକେଟ୍‌ ପରାମର୍ଶଦାତା କମିଟି(ସିଏସି) ପକ୍ଷରୁ କୋଚ୍‌ଙ୍କ ବ୍ୟକ୍ତିଗତ ସାକ୍ଷାତକାର ସୋମବାର ମୁମ୍ବାଇରେ ଅନୁଷ୍ଠିତ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?