Home Left

୫୦ଲକ୍ଷ ଟଙ୍କା ପାଇଁ ନାବାଳକଙ୍କୁ ହତ୍ୟା: ୨ ଅଭିଯୁକ୍ତ ଗିରଫ

ବ୍ରଜରାଜନଗର,୨୯ା୩ (ଡି.ଏନ୍‌.ଏ.): ଝାରସୁଗୁଡ଼ା ଟାଉନ ଥାନା ଅନ୍ତର୍ଗତ ସରବହାଲ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ବାସ କରୁଥିବା ସୁମିତ ଅଗ୍ରଓ୍ବାଲଙ୍କ ପୁଅ ସମର୍ଥ ଅଗ୍ରଓ୍ବାଲ (୧୫)ଙ୍କୁ ୫୦ଲକ୍ଷ ଟଙ୍କା ପାଇଁ ହତ୍ୟା କରାଯାଇଛି। ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ…

ବୋହୂଙ୍କୁ ଶ୍ୱଶୁରଙ୍କ ବଳାତ୍କାର ଉଦ୍ୟମ

ହିଞ୍ଜିଳିକାଟୁ,୨୯ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅଞ୍ଚଳରେ ଜଣେ ବୋହୂଙ୍କୁ ତାଙ୍କ ଶ୍ୱଶୁର ମଦ ନିଶାରେ ବଳାତ୍କାର ଉଦ୍ୟମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଘଟଣାଟି ଗତ ରବିବାର ଘଟିଥିବା ବେଳେ ମଙ୍ଗଳବାର ଏଥିନେଇ ପୀଡ଼ିତା ବୋହୂ ଥାନାରେ ଅଭିଯୋଗ…

ଗର୍ଭବତୀଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ସିଂହପୁର,୨୯ା୩(ଡି.ଏନ୍‌.ଏ.): ଯାଜପୁର ଜିଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ଟିଣା ଗ୍ରାମରେ ବୁଧବାର ଜଣେ ଗର୍ଭବତୀଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ଗ୍ରାମର ପରେଶ ମଲ୍ଲିକଙ୍କ ସ୍ତ୍ରୀ କାଞ୍ଚନ ମଲ୍ଲିକ(୨୫) ଗର୍ଭବତୀ ଥିଲେ। ଆଜି ସକାଳୁ ତାଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି।…

ଭାଜପାକୁ ହଟାଇବାକୁ ସବୁ ଦଳ ଏକାଠି ହେବା ଆବଶ୍ୟକ: ମମତା

କୋଲକାତା,୨୯।୩: ପଶ୍ଚିମବଙ୍ଗ ପ୍ରତି କେନ୍ଦ୍ରର ଭେଦଭାବପୂର୍ଣ୍ଣ ମନୋଭାବକୁ ବିରୋଧ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାରରୁ କୋଲକାତାରେ ଦୁଇ ଦିନିଆ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଛନ୍ତି। ୨୦୨୪ରେ ଲୋକ ସଭା ନିର୍ବାଚନ ସାଧାରଣ ଜନତା ଏବଂ ଭାଜପା ମଧ୍ୟରେ ହେବ। ଭାଜପାକୁ…

ହିଜାବ ନ ପିନ୍ଧିଲେ ୪୯ ଲକ୍ଷ ଟଙ୍କା ଜୋରିମନା

ତେହରାନ,୨୯।୩: ଇରାନରେ ମହିଳାଙ୍କ ପାଇଁ ନିୟମ ଆହୁରି କଠୋର ହୋଇଛି। ଇରାନ ସଂସଦ ମହିଳାମାନଙ୍କ ଡ୍ରେସ କୋଡକୁ ନେଇ ଏକ ନୂତନ ନିୟମ କରିଛି। ଏହି ନିୟମ ଅନୁଯାୟୀ, ଯଦି ମହିଳାମାନେ ହିଜାବ ପିନ୍ଧିବେ ନାହିଁ, ତେବେ ସେମାନଙ୍କୁ ୪୯ ଲକ୍ଷ…

ଋଷିକୂଲ୍ୟା ମୁହାଣରେ ବିରଳ ପ୍ରଜାତିର ସବୁଜ କଇଁଛ

ଗଞ୍ଜାମ,୨୯ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଋଷିକୂଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଛ ଦେଖିବାକୁ ମିଳିଛି। ଉକ୍ତ ବିଶାଳକାୟ କଇଁଛଟି ସମୁଦ୍ରର ନୀଳ ଜଳରାଶି ମଧ୍ୟରୁ ଗଞ୍ଜାମ ବ୍ଲକର ପୋଡ଼ାମପେଟା ବେଳାଭୂମିକୁ ଉଠିଆସିଥିବା ବ୍ରହ୍ମପୁର ଡିଏଫ୍‌ଓ ସନି ଖୋଖର ସୂଚନା…

ଶୁଭେନ୍ଦୁ ଅଧିକାରୀଙ୍କ ସଦସ୍ୟତା ରଦ୍ଦ ପାଇଁ ମାମଲା ଦାୟର କରିବ ଟିଏମ୍‌ସି

କୋଲକାତା,୨୯।୩: ତୃଣମୂଳ କଂଗ୍ରେସର ସାଧାରଣ ସମ୍ପାଦକ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଅନୁସୂଚିତ ଜନଜାତିଙ୍କ ଭାବନାକୁ ଆଘାତ…

ସ୍ତ୍ରୀଙ୍କ ସହ ଚାଲିଥିଲା ଛାଡ଼ପତ୍ର ମାମଲା, ଶୋଇବା ଘରେ ଝୁଲିପଡ଼ିଲେ ଶିକ୍ଷକ

କର୍ଲାମୁଣ୍ଡା,୨୯ା୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଞ୍ଜା ପଞ୍ଚାୟତର ରିଂଜା ଗ୍ରାମର ଶିକ୍ଷକ ଜଗନ୍ନାଥ ବାଗ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତକ ମ.ରାମପୁର ବ୍ଲକର ସାଗରପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ। ତେବେ ମଙ୍ଗଳବାର ରାତିରେ ତାଙ୍କ ଶୋଇବା କୋଠରିରେ…

୫-ଟି ସଚିବଙ୍କୁ ଭେଟିଲେ ବାଲିମେଳା ପ୍ରତିନିଧି ଦଳ

କୋରୁକୋଣ୍ଡା,୨୯ା୩(ଡି.ଏନ୍‌.ଏ.): ମାଲକାନଗିରି ଜିଲାକୁ ୫-ଟି ସଚିବ ଭି.କେ ପାଣ୍ଡିଆନ ୨ ଦିନିଆ ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଥା ସମାଜସେବୀ ସଂସ୍ଥାଗୁଡ଼ିକ ସହ ଆଲୋଚନା କରିଛନ୍ତି। ତେବେ ଏହି ଗସ୍ତରେ ବୁଧବାର ମାଲକାନଗିରି ସଦରସ୍ଥିତ ସଂସ୍କୃତି ଭବନଠାରେ ଏକ ଜନ…

ଉପରକୁ ଉଠିଲେ ରୋହିତ, ପାଣ୍ଡ୍ୟା

ଦୁବାଇ,୨୯ା୩:ଆଇସିସି ପକ୍ଷରୁ ବୁଧବାର ଦିନିକିଆ ର଼୍ୟାଙ୍କିଙ୍ଗ କାଳିକା ପ୍ରକାଶ ପାଇଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ବ୍ୟାଟରଙ୍କ ତାଲିକାରେ ଉପରକୁ ଉଠିଥିବା ବେଳେ ବୋଲରଙ୍କ ତାଲିକାରେ ଉପରକୁ ଉଠିଛନ୍ତି ହାର୍ଦ୍ଦିକ୍‌ ପାଣ୍ଡ୍ୟା। ରୋହିତ ଗୋଟିଏ ସ୍ଥାନ ଉପରକୁ ଉଠି ବ୍ୟାଟରଙ୍କ ତାଲିକାରେ…

ରମାଦେବୀ ଛାତ୍ରୀଙ୍କ ଆତ୍ମହତ୍ୟା, ହଷ୍ଟେଲରେ ଝୁଲିପଡ଼ିଲେ

ଭୁବନେଶ୍ୱର,୨୯ା୩(ବ୍ୟୁରୋ): ରମାଦେବୀ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଜଣେ ଛାତ୍ରୀ ବୁଧବାର ଆତ୍ମହତ୍ୟା କରିଛନ୍ତି। ମୃତ ଛାତ୍ରୀ ଜଣଙ୍କ ଯୁକ୍ତ ୨ ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ। ତାଙ୍କର ପରୀକ୍ଷା ଚାଲିଥିବା ବେଳେ ୨ଟି ପେପର ଖରାପ ହୋଇଥିବାରୁ ସେ ଆତ୍ମହତ୍ୟା କରିଥିବା ଶୁଣିବାକୁ…

ଏପ୍ରିଲ ୩ ପର୍ଯ୍ୟନ୍ତ ସଂସଦର ଉଭୟ ଗୃହ ସ୍ଥଗିତ

ନୂଆଦିଲ୍ଲୀ,୨୯।୩: ଆଦାନୀ ପ୍ରସଙ୍ଗରେ ମିଳିତ ସଂସଦୀୟ କମିଟି (ଜେପିସି) ଗଠନ ପାଇଁ ବିରୋଧୀଙ୍କ ଦାବି ଉପରେ ସଂସଦର ଉଭୟ ଗୃହରେ ଚାଲିଥିବା ବିରୋଧ ପ୍ରଦର୍ଶନ ବୁଧବାର ଜାରି ରହିଛି। ଗୃହରେ ପ୍ରବଳ ହଟ୍ଟଗୋଳ ଚାଲିଥିବାରୁ ଉଭୟ ଲୋକ ସଭା ଓ ରାଜ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri