ଅସୁରକ୍ଷିତ ଗୃହରେ ଖଇରା ସଂସ୍କୃତ ବିଦ୍ୟାଳୟ

ଖଇରା, ୧୦।୭(ଉତ୍କଳବନ୍ଧୁ ପଣ୍ଡା) : ବାଲେଶ୍ୱର ଜିଲାର ଖଇରା ବଜାରଠାରୁ ପଳସା-ଡୁଙ୍ଗୁରା ରାସ୍ତାର ମାତ୍ର ୫ଶହ ମିଟର ଆଗକୁ ଗଲେ ପଡେ ଖଇରା ସଂସ୍କୃତ ବିଦ୍ୟାଳୟ। ଖଇରା ବଜାର ପଛ ପାର୍ଶ୍ୱରେ ଥିବା ଏହି ବିଦ୍ୟାଳୟ ଦୀପତଳ ଅନ୍ଧାର ଭଳି ପ୍ରଶାସନ ନଜର ଆଢୁଆଳରେ ରହିଛି। ପାଠ ପଢିବା ପାଇଁ ଉପଯୁକ୍ତ ଶ୍ରେଣୀକକ୍ଷ ନାହିଁ କି ଖାତାପତ୍ର ରଖିବା ଲାଗି କି ଶିକ୍ଷକମାନଙ୍କ ବସିବା ପାଇଁ ଆବଶ୍ୟକ ଅଫିସ ଗୃହ ନାହିଁ। ପାଠ ପଢିବା ଏବଂ ଅଫିସ ଗୃହ ଚାଲିବା ପାଇଁ ଗୋଟିଏ ଟାଇଲ ଛପର ଝାଟିମାଟି ଘର ଏବଂ ଅନ୍ୟ ଏକ ଅସମ୍ପୂର୍ଣ୍ଣ ପକ୍କାଗୃହ ଅଛି ା ବର୍ଷା ହେଲେ ଟାଇଲ ଛପର ଘରେ ପାଣି ପଡି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ପକ୍କାଘର ଛାତରୁ ପ୍ଳାଷ୍ଟର ଖସି ରଡ ଦେଖାଗଲାଣି। ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ବିଦ୍ୟାଳୟ ଶୈଖିକ ବ୍ୟବସ୍ଥାରେ ସୁଧାର ଆଣିବାକୁ ଅଭିଭାବକ ଓ ଛାତ୍ରୀଛାତ୍ରମାନେ ଦାବି କରିଛନ୍ତି। ଘଟଣାକ୍ରମେ କିଛି ଦିନ ତଳେ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଅଙ୍ଗନୱାଡି ଉଦ୍‌ଘାଟନ କରିବା ପାଇଁ ବିଦ୍ୟାଳୟ ପରିସରକୁ ଆସିଥିବା ବେଳେ ବିଦ୍ୟାଳୟର ଏଭଳି ଅବସ୍ଥା ଦେଖି ଉଦ୍‌ବେଗ ପ୍ରକାଶ କରିବା ସହ ଆବଶ୍ୟକ ଶ୍ରେଣୀ କକ୍ଷ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେବା ପରେ ଶିକ୍ଷକଓ ଛାତ୍ରୀଛାତ୍ରଙ୍କ ମନରେ ନୂଆ ଆଶା ସଞ୍ଚାର ହୋଇଛି।
ପ୍ରଚାର ପ୍ରସାର ଲକ୍ଷ୍ୟରେ ଖଇରା ଗାନ୍ଧୀ ଭାବେ ପରିଚିତ ଗୋବିନ୍ଦ ପଣ୍ଡା ଓ ନଗେନ୍ଦ୍ରନାଥ ମହାନ୍ତିଙ୍କ ପ୍ରଚେଷ୍ଟାରେ ଆଳଦା (ମଡାପଦା)ଠାରେ ୧୯୯୨ ମସିହାରେ ଏକ ସଂସ୍କୃତ ବିଦ୍ୟାଳୟ ପ୍ରତିଷ୍ଠା ଲାଭ କରିଥିଲା। ହେଲେ ଆରମ୍ଭରୁ ବିଦ୍ୟାଳୟ ପ୍ରତି କାହାରି ଶୁଭ ଦୃଷ୍ଟି ପଡିନାହିଁ। ୧୯୯୨ ମସିହାରୁ ଝାଟିମାଟି ଘରେ ଆରମ୍ଭ ହୋଇଥିବା ବିଦ୍ୟାଳୟ ଅବସ୍ଥାରେ ଆଜି ବି କିଛି ପରିବର୍ତ୍ତନ ହୋଇନାହିଁ। ୧୫ବର୍ଷ ତଳେ ଯଦିଓ ନୂତନ ଘର ପାଇଁ ଦେଢଲକ୍ଷ ମିଳିଥିଲା ହେଲେ ତାହା ନିଅଣ୍ଟିଆ ହେବାରୁ ଅସମ୍ପୂର୍ଣ୍ଣ ଘରେ ପିଲା ବସିବାକୁ ବାଧ୍ୟ ହେଉଛନ୍ତି। ଏଠାରେ ବର୍ତ୍ତମାନ ୬ଷ୍ଠ ଓ ୭ମ ଦୁଇଟି ଶ୍ରେଣୀ ଥିବା ବେଳେ ପିଲା ସଂଖ୍ୟା ୩୦। ଗୋଟିଏ ଶ୍ରେଣୀର ପିଲା ଛାତ ଘରେ ବସୁଥିବା ବେଳେ ଅନ୍ୟ ଶ୍ରେଣୀର ପିଲା କେତେବେଳେ ଝାଟିମାଟି ଘରେ ତ ଆଉ କେତେବେଳେ ନିକଟସ୍ଥ ଅଙ୍ଗନୱାଡି କେନ୍ଦ୍ରରେ ବସି ପାଠ ପଢୁଛନ୍ତି। ପ୍ରତ୍ୟେକ ବାତ୍ୟା ପରେ ଭଙ୍ଗା ଘର ମରାମତି ପାଇଁ ପ୍ରଧାନଶିକ୍ଷକ ସୁଦର୍ଶନ ଦାଶ ଶିକ୍ଷାବିଭାଗକୁ ଲିଖିତ ଭାବେ ଜଣାଇଥାନ୍ତି। ହେଲେ କେବେ ବି ଏହାର ମରାମତି ପାଇଁ ଦୃଷ୍ଟି ଦିଆଯାଇ ନ ଥିବା ଶିକ୍ଷକ ଦାଶ କହିଛନ୍ତି। ସେହିଭଳି ପାଚେରି ନ ଥିବାରୁ ସନ୍ଧ୍ୟା ହେଲେ ଅସାମାଜିକ ବ୍ୟକ୍ତିମାନେ ଆଡ୍ଡା ଜମାଇଥାନ୍ତି। ସକାଳେ ପିଲାମାନେ ବିଦ୍ୟାଳୟକୁ ଆସିବା ପରେ ମଦବୋତଲ ବାହାରେ ପିଙ୍ଗିବା ପରେ ପ୍ରାର୍ଥନା କ୍ଲାସକୁ ଆସୁଥିବା ନେଇ ଛାତ୍ରୀଛାତ୍ର ପ୍ରକାଶ କରିଛନ୍ତି। ବିଦ୍ୟାଳୟକୁ ବିଦ୍ୟୁତ ସଂଯୋଗ ମିଳୁ ନ ଥିବାରୁ ଖରାଦିନରେ ପିଲାମାନଙ୍କୁ ଗରମରେ ଡହଳବିକଳ ହେବାକୁ ପଡିଥାଏ। ଏସବୁ ସମସ୍ୟା ପାଇଁ ନିକଟସ୍ଥ ଗ୍ରାମବାସୀ ପିଲା ଛାଡ଼ିବାକୁ ଅନିଛା ପ୍ରକାଶ କରୁଛନ୍ତି। ଏ ସମ୍ପର୍କରେ ଗୋଷ୍ଠୀ ଶିକ୍ଷାଧିକାରୀ ଗଦାଧର ଦାସଙ୍କୁ ଯୋଗାଯୋଗ କରିବାରେ ସେ ଏ ବିଷୟରେ ଅବଗତ ନାହାନ୍ତି। ତେବେ ନିଜେ ଯାଇ ସମସ୍ୟା ସମ୍ପର୍କରେ ବୁଝି ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?