Home Left

ଭାରତରେ ଭୁଟାନ ରାଜା ଓ୍ବାଙ୍ଗଚୁକ୍‌

ନୂଆଦିଲ୍ଲୀ,୪।୪: ଭୁଟାନ ରାଜା ଜିଗ୍‌ମେ ଖେସର ନାମଗେଲ ଓ୍ବାଙ୍ଗଚୁକ୍‌ ୨ ଦିନିଆ ଭାରତ ଗସ୍ତରେ ଆସି ସୋମବାର ଦିଲ୍ଲୀରେ ପହଞ୍ଚତ୍ଛନ୍ତି। ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଓ୍ବଙ୍ଗଚୁକ୍‌ଙ୍କୁ ସ୍ବାଗତ କରିଛନ୍ତି। ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କୁ…

ଷ୍ଟାଲିନ୍‌ଙ୍କ ସାମାଜିକ ନ୍ୟାୟ ସମ୍ମିଳନୀରେ ବିରୋଧୀ ଏକାଠି

ଚେନ୍ନାଇ, ୪।୪: ଆସନ୍ତାବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀ ଦଳଗୁଡ଼ିକୁ ଏକାଠି କରିବାକୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଡିଏମ୍‌କେ ମୁଖ୍ୟ ଏମ୍‌.କେ. ଷ୍ଟାଲିନ ଅଣ୍ଟା ଭିଡ଼ିଛନ୍ତି। ସୋମବାର ସେ ଡାକିଥିବା ସାମାଜିକ ନ୍ୟାୟ ବୈଠକରେ ଅଧିକାଂଶ ବିରୋଧୀ ଦଳ…

୧୧ନଂ. ଜୋନ ଜିଲା ପରିଷଦର ବିଜେଡି ପ୍ରାର୍ଥୀ ଭାଗୀରଥି

ଗୋପ,୪।୪(ଡି.ଏନ୍‌.ଏ.): ପୁରୀ ଜିଲା ଅନ୍ତର୍ଗତ ଗୋପ -ନିମାପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୧ ନମ୍ବର ଜୋନର ଜିଲା ପରିଷଦର ବିଜେଡି ପ୍ରାର୍ଥୀ ଚୟନ କରାଯାଇଛି। ସୋମବାର ରାତି ୯ଟାରେ ଗୋପ ବ୍ଲକ ଅନ୍ତର୍ଗତ ମଦରଙ୍ଗ ନିକଟସ୍ଥ ନୀଳକଣ୍ଠେଶର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ…

ରତ୍ନଭଣ୍ଡାର ଯାଞ୍ଚ, ମରାମତି ନେଇ ପ୍ରଶାସନ ନୀରବ

ପୁରୀ ଅଫିସ,୪ା୪: ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଓ ଯାଞ୍ଚ ପାଇଁ ସାଧାରଣରେ ଦାବି ହେଉଥିବାବେଳେ ଏ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ନିକଟକୁ ଏକ ଚିଠି ଲେଖାଯାଇଛି। ସୂଚନା ଅଧିକାର କର୍ମୀ ଦିଲୀପ ବରାଳ…

କାର୍ଯ୍ୟାନୁଷ୍ଠାନ ପାଇଁ ଜିଲାପାଳ, କଲେଜ ଅଧ୍ୟକ୍ଷଙ୍କୁ ଦାବିପତ୍ର

ବାଙ୍କୀ,୪ା୪(ସ୍ବ.ପ୍ର.): ବାଙ୍କୀ କଲେଜ ମିନି ଷ୍ଟାଡିୟମ ଗ୍ୟାଲେରି ଉଦ୍‌ଘାଟନ ହେବାର ୧୦ ଦିନ ମଧ୍ୟରେ ଭୁଶୁଡ଼ିବା ଓ ରାତିରାତି ମରାମତି କରିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି। ଏହି କାର୍ଯ୍ୟ ନିମ୍ନମାନର ହୋଇଥିବା ଅଭିଯୋଗ କରି ବାଙ୍କୀ ଭାଜପା ପକ୍ଷରୁ…

ଚଢ଼ାଉବେଳେ ଖଣି ବିଭାଗ ସ୍କ୍ବାଡ୍‌ ଟିମ୍‌କୁ ଆକ୍ରମଣ

ଖୁଣ୍ଟୁଣୀ,୪।୪(ଡି.ଏନ୍‌.ଏ.): ଖୁଣ୍ଟୁଣୀ ଥାନା ଅନ୍ତର୍ଗତ କୃଷ୍ଣଶ୍ୟାମପୁର (ନୂଆସାହି) ଗ୍ରାମ ସନ୍ନିକଟ ରିଜର୍ଭ ଜଙ୍ଗଲ ପାର୍ଶ୍ୱରେ ବେଆଇନ ଚୋରା କୋଇଲା ଡିପୋ ଉପରେ ସୋମବାର ସାରେ ଖଣି ବିଭାଗର ସ୍କ୍ବାଡ ଓ ଖୁଣ୍ଟୁଣୀ ପୋଲିସ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇଛି। ଚଢ଼ାଉ…

ଓଡ଼ିଶାକୁ ବିଶ୍ୱର ସବୁଜ ରାଜଧାନୀ କରିବାକୁ ଶପଥ

ଭୁବନେଶ୍ୱର,୪।୪(ବ୍ୟୁରୋ): ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଶୁଭ ଶତବାର୍ଷିକୀ ୨୦୩୬ରେ ପାଳନ କରାଯିବ। ଏଥିପାଇଁ ସାମାଜିକ ଅନୁଷ୍ଠାନ ପ୍ରେରଣା ଗ୍ରୀନ୍‌ ଆର୍ମି ପକ୍ଷରୁ ସ୍ବତନ୍ତ ଅଧିବେଶନ ‘ମେକ୍‌ ଇନ୍‌ ଓଡ଼ିଶା-୨୦୩୬’ ଅନୁଷ୍ଠିତ ହୋଇଯାଇଛି। ସୋମବାର ସୂଚନାଭବନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶାକୁ…

ରଥଖଳାରେ ପହଞ୍ଚିଲା ରୁକୁଣା ରଥ

ପୁରୁଣା ଭୁବନେଶ୍ୱର,୪ା୪(ଡି.ଏନ୍‌.ଏ.): ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଗୋସାଗରେଶ୍ୱର ଛକ ନିକଟରେ ଅଟକି ରହିଥିବା ରୁକୁୁଣା ରଥକୁ ସୋମବାର ଅପରାହ୍ନ ୪ଟା ୧୫ରେ ଟଣାଯାଇଥିଲା। ରଥରେ ସକାଳ ଧୂପ ପରେ ବିଭିନ୍ନ ନୀତିକାନ୍ତ…

ଯାତ୍ରା ଦେଖିବାକୁ ଆସି ମହିଳା ନିଖୋଜ

ଖୁଣ୍ଟୁଣୀ, ୪।୪(ଡି.ଏନ୍‌.ଏ.): ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ରାଧାଦାମୋଦରପୁର ଗ୍ରାମକୁ ଯାତ୍ରା ଦେଖିବାକୁ ପଡ଼ୋଶୀଙ୍କ ସହିତ ଆସିଥିବା ଜଣେ ମହିଳା ଯାତ୍ରା ପଡିଆରୁ ନିଖୋଜ ଥିବା ତାଙ୍କ ସ୍ବାମୀ ସୋମବାର ଥାନାରେ ଅଭିଯୋଗ କରିଛନ୍ତି। ଗୁରୁଡ଼ିଝାଟିଆ ଥାନା ଡେରା ଗ୍ରାମର ରାଜକିଶୋର ଗୁନ୍ଦୁଆଙ୍କ…

ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅ

ନୂଆଦିଲ୍ଲୀ, ୪।୪(ପି.ଟି.): ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ରାଜନୈତିକ ଇଚ୍ଛାଶକ୍ତିର କୌଣସି ଅଭାବ ନାହିଁ। ଦୁର୍ନୀତିଗ୍ରସ୍ତ ଯେତେ କ୍ଷମତାଶାଳୀ ହୁଅନ୍ତୁ ନା କାହିଁକି, ନିଃସଙ୍କୋଚରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିବିଆଇ ଅଧିକାରୀମାନଙ୍କୁ ଆହ୍ବାନ ଦେଇଛନ୍ତି। କେନ୍ଦ୍ରୀୟ…

ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ: ଜୟଦୀପଙ୍କୁ ସ୍ବର୍ଣ୍ଣ ପଦକ

କଟକ ଅଫିସ, ୪ା୪: କେନ୍ଦ୍ର ସରକାରଙ୍କ ଅନୁବନ୍ଧିତ ଗୁଜରାଟ କାଉସିଲ ଅନ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଦ୍ୱାରା ୩୦ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ (ନ୍ୟାଶନାଲ ଚାଇଲ୍ଡ ସାଇନ୍ସ କଂଗ୍ରେସ) ଅହମଦାବାଦରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭାରତ, ଦୁବାଇ, ସଂଯୁକ୍ତ ଆରବ…

ମାଲିଆନା ଦଙ୍ଗା ମାମଲାରେ ୪୦ ଦୋଷମୁକ୍ତ

ମିରଟ, ୪।୪: ୩୬ ବର୍ଷ ତଳର ମାଲିଆନା ସାମ୍ପ୍ରଦାୟିକ ଦଙ୍ଗା ମାମଲାର ୪୦ ଜଣ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ କୋର୍ଟ ଦୋଷମୁକ୍ତ କରିଦେଇଛନ୍ତି। ୧୯୮୭ ମେ’ ୨୩ରେ ଘଟିଥିବା ଏହି ଦଙ୍ଗାରେ ୭୨ ଜଣ ମୁସଲମାନ ନିହତ ହୋଇଥିଲେ। ବାବ୍ରୀ ମସ୍‌ଜିଦ-ରାମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri