ଆଜିଠୁ ରସୁଲଗଡ଼ ପ୍ରିମିୟର ଲିଗ୍
ଭୁବନେଶ୍ୱର, ୧୫।୪ (କ୍ରୀଡ଼ା ପ୍ରତିନିଧି): ରସୁଲଗଡ଼ ୟୁଥ୍ କ୍ଲବ ଆନୁକୂଲ୍ୟରେ ରସୁଲଗଡ଼ ପ୍ରିମିୟର ଲିଗ୍ର ୮ମ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବ। ଜିଜିପି ପଡ଼ିଆରେ ପ୍ରତିଯୋଗିତା ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତିଯୋଗିତାରେ ମୋଟ ୫ଟି ଦଳ ଅଂଶଗ୍ରହଣ କରିବେ। ଶୁକ୍ରବାର…
ଅନ୍ଲାଇନ ବେଟିଂ ବିଜ୍ଞାପନରେ ମ୍ୟାକ୍କୁଲମ
ଲଣ୍ଡନ, ୧୫ା୪: ଇଂଲଣ୍ଡ ମୁଖ୍ୟ କୋଚ୍ ବ୍ରେଣ୍ଡନ ମ୍ୟାକ୍କୁଲମଙ୍କୁ ଅନ୍ଲାଇନ ବେଟିଂ ବିଜ୍ଞାପନରେ ଦେଖିବାକୁ ମିଳିବା ପରେ ସେ ଅଡୁଆରେ ପଡ଼ିଛନ୍ତି। ସେ ଦୁର୍ନୀତି ନିରୋଧୀ ନିୟମର ଉଲ୍ଲଂଘନ କରିଛନ୍ତି କି ନା ତାହା ଯାଞ୍ଚ କରି ଦେଖୁଛି ଦେଶର କ୍ରିକେଟ…
‘ସମର ତରଙ୍ଗ’ ଦିଲ୍ଲୀ ନେବାକୁ ଉଦ୍ୟମ ହେବ
ଢେଙ୍କାନାଳ ଅଫିସ, ୧୫ା୪- ଢେଙ୍କାନାଳର ନାଟ୍ୟ ଅନୁଷ୍ଠାନ କଳା ପରିଷଦ ପକ୍ଷରୁ ଶୁକ୍ରବାର ସମର କବି ବ୍ରଜନାଥ ବଡ଼ଜେନାଙ୍କ ଜୟନ୍ତୀ ଅବସରରେ ଗୀତିନାଟ୍ୟ ସମର ତରଙ୍ଗ ସ୍ଥାନୀୟ ମିନି ଷ୍ଟାଡିୟମରେ ପରିବେଷଣ ହୋଇଥିଲା। ମୁଖ୍ୟ ଅତିଥି ଭାବେ ରାଜ୍ୟ ମୁଖ୍ୟ ଶାସନ…
ଗୁମ୍ଫାରେ ୫୦ ବର୍ଷୀୟାଙ୍କ ୫୦୦ ଦିନ
ମାଡ୍ରିଡ୍: ଆଦିମାନବ ଗୁମ୍ଫାରେ ରହୁଥିଲା। ଜଙ୍ଗଲରେ ଶିକାର କରି ଓ ଗଛରୁ ଫଳ ସଂଗ୍ରହ କରି ଖାଉଥିଲା। କ୍ରମବିକାଶ ଫଳରେ ଆଦିମ ମଣିଷ ଘର ତିଆରି କଲା। ଖାଦ୍ୟ ରୋଷେଇ କରିବା ଶିଖିଲା। ବର୍ତ୍ତମାନର ଆଧୁନିକ ମଣିଷ ଆଦିମାନବଙ୍କ ପରି ଗୁମ୍ଫାରେ…
ଖଡ଼ି, ଇକଡ଼ ବାଡ଼ିରେ ୩୦ଫୁଟ୍ ଉଚ୍ଚରେ ନିଆଁ
ଭୋଗରାଇ, ୧୫।୪(ଡି.ଏନ.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ କୁଳିଦା ପଞ୍ଚାୟତ କୁଳିଦା, ମଧୁପୁର, ଚାନ୍ଦକୁସୁମି, ମହାଦିଆ ଆଦି ଗ୍ରାମର ଜମିରେ ପାନଚାଷ ପାଇଁ ବ୍ୟବହୃତ ହେଉଥିବା ଖଡ଼ି, ଇକଡ଼ ବାଡ଼ିରେ ୩୦ ଫୁଟ ଉଚ୍ଚରେ ନିଅଁା ଜଳୁଛି। ଶୁକ୍ରବାର ମଧ୍ୟାହ୍ନରୁ…
ପ୍ରଥମେ ଉପରଦାନ୍ତ ଉଠିଲେ କୁକୁର ସହ ବାହାଘର
ସୋର, ୧୪ା୫(ଡି.ଏନ.ଏ.): ପରମ୍ପରା ନାମରେ ଏବେବି ଲୋକଙ୍କ ମନରେ ବସା ବାନ୍ଧିଛି ଅନ୍ଧବିଶ୍ୱାସ। ବିବାହ ବେଳେ ମଙ୍ଗଳଦୋଷ ଥିଲେ ପୁଅ କିମ୍ବା ଝିଅର ରିଷ୍ଟ ଖଣ୍ଡନ ଲାଗି ପ୍ରଥମେ ସାହାଡ଼ା ଗଛକୁ ବିବାହ କରାଯାଉଥିବା ପୂର୍ବରୁ ଆମେ ଶୁଣିଛେ। ହେଲେ ଶିଶୁଟିର…
୨୦ବର୍ଷ ହେଲା ପୁଅର ଫେରିବା ବାଟକୁ ଅପେକ୍ଷା
ସିମୁଳିଆ, ୧୫ା୪(ଡି.ଏନ.ଏ.): ଦିନେ କିମ୍ବା ଦୁଇଦିନ ନୁହେଁ, ୨୦ବର୍ଷ ହେଲା ପୁଅର କିଛି ପତ୍ତା ନାହିଁ। ବିଭିନ୍ନ ମନ୍ଦିର, ସାଧକ, ଜ୍ୟୋତିଷଙ୍କ ନିକଟକୁ ବୁଝାବୁଝି ପାଇଁ ଯାଇ ଅନେକ ଟଙ୍କା ଖର୍ଚ୍ଚ କରିସାରିଲେଣି। ସମସ୍ତଙ୍କଠାରୁ ଆଶ୍ୱାସନା ମିଳୁଛି । ତେବେ ପୁଅ…
ଶ୍ରଦ୍ଧାଳୁଙ୍କ ଗହଳି, ହେଲାନି ଦିବାପହଡ଼
ଘଟଗାଁ,୧୪ା୪(ଡି.ଏନ୍.ଏ): କେନ୍ଦୁଝର ଜିଲା ଘଟଗାଁ ମା’ତାରିଣୀଙ୍କ ପୀଠରେ ଚଇତି ପର୍ବର ଷଷ୍ଠ ଦିବସ ଅବସରରେ ବିଶେଷକରି ଓଡ଼ିଆ ନବବର୍ଷ ଓ ମହାବିଷୁବ ପଣାସଂକ୍ରାନ୍ତିରେ ପୀଠ ଭକ୍ତମୟ ହୋଇଉଠିଥିଲା। ସକାଳ ୫ଟାରୁ ରାତ୍ର ୮ଘଟିକା ପର୍ଯ୍ୟନ୍ତ ଲକ୍ଷାଧିକ ଶ୍ରଦ୍ଧାଳୁ ଲମ୍ବାଧାଡ଼ିରେ ମା’ଙ୍କ ଦର୍ଶନ…
ରେଳ ଚଳାଚଳ ଅଢ଼େଇ ଘଣ୍ଟା ବ୍ୟାହତ
କଟକ ଅଫିସ,୧୫।୪: ବାଙ୍ଗିରିପୋଷି-ଭୁବନେଶ୍ୱର ସୁପରଫାଷ୍ଟ ଏକ୍ସପ୍ରେସ୍ ଟ୍ରେନ୍ (୧୨୮୯୧)ରେ ଶୁକ୍ରବାର ଯାନ୍ତ୍ରିକ ତ୍ରୁଟି ଯୋଗୁ ପ୍ରାୟ ଅଢ଼େଇ ଘଣ୍ଟା ଧରି ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। କଟକ ରେଳଷ୍ଟେଶନର ୫ ନମ୍ବର ପ୍ଲାଟଫର୍ମରେ ଗାଡ଼ିଟି ଅଟକି ରହିବା ହେତୁ ଅପ୍ ଲାଇନ୍ରେ…
କୋଲାବ ଜଳଭଣ୍ଡାରରେ ଡଙ୍ଗାବୁଡ଼ି ଘଟଣା: ନିଖୋଜ ୩ ଜଣଙ୍କ ମୃତଦେହ ଜବତ
କୋରାପୁଟ,୧୫।୪(ସ୍ବ.ପ୍ର.): କୋରାପୁଟ ଜିଲା ସେମିଳିଗୁଡ଼ା ବ୍ଲକର ରାଜପୁଟ ପଞ୍ଚାୟତର କୋଲାବ ଜଳଭଣ୍ଡାରେ ଗୁରୁବାର ଅପରାହ୍ନରେ ଏକ ଦେଶୀଡଙ୍ଗା ବୁଡ଼ି ଘଟଣାରେ ନିଖୋଜ ଥିବା ୪ ଜଣଙ୍କ ମଧ୍ୟରୁ ରାତିରେ ବବିତା ହନ୍ତାଳଙ୍କ ମୃତଦେହ ମିଳିଥିଲା। ଅନ୍ୟ ନିଖୋଜମାନଙ୍କୁ ଉଦ୍ଧାର କରିବା ଲାଗି…
ଓଡ଼ିଶାର ୩୯ ସହରରେ ଜିଓ ଫାଇବର
ନୂଆଦିଲ୍ଲୀ,୧୫।୪: ହାଇ ସ୍ପିଡ୍ ବ୍ରଡ୍ବ୍ୟାଣ୍ଡ୍ ସେବା ପ୍ରଦାନକାରୀ ଜିଓ ଫାଇବର ବର୍ତ୍ତମାନ ଓଡ଼ିଶାର ୩୯ରୁ ଅଧିକ ସହର ଓ ନଗରରେ ଉପଲବ୍ଧ। ନିକଟରେ ବାରିପଦା, ଉମରକୋଟ୍, ପାରଳାଖେମୁଣ୍ଡି ଓ ସୋନପୁର ଭଳି ସହରର ପ୍ରମୁଖ ଅଞ୍ଚଳରେ ଜିଓ ଫାଇବର ବ୍ରଡ୍ବ୍ୟାଣ୍ଡ୍ ସେବାର…
ଡକାୟତି ଘଟଣାରେ ଦୋଷୀଙ୍କୁ ୭ ବର୍ଷ କାରାଦଣ୍ଡ
କେନ୍ଦୁଝର,୧୫।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଅଞ୍ଚଳର ଏକ ଡକାୟତି ମାମଲାର ବିଚାର କରି କେନ୍ଦୁଝର ସିଜେଏମ ରଞ୍ଜୁଲତା ଲେଙ୍କା ଜଣେ ଦୋଷୀଙ୍କୁ ୭ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥି ସହିତ ୧୪ ହଜାର ଟଙ୍କା ଜରିମାନା ଓ ଅନାଦାୟେ ଅଧିକ…
Archives


