Home Left

୨ ସେନା ହେଲିକପ୍ଟର ଧକ୍କା: ଚାଲିଗଲା ୯ ଜୀବନ

ଫର୍ଟ କ୍ୟାମ୍ପବେଲ୍‌, ୩୦ା୩: ଆମେରିକା ସେନାର ଦୁଇ ବ୍ଲାକ୍‌ ହକ୍‌ ହେଲିକପ୍ଟର ପରସ୍ପର ମଧ୍ୟରେ ଧକ୍କା ହୋଇ ୯ ଜଣଙ୍କ ମୃତ୍ୟୁ ଘଟିଛି। ପ୍ରଶିକ୍ଷଣ ଉଡ଼ାଣ ବେଳେ କେଣ୍ଟୁକିଠାରେ ଏହି ଦୁର୍ଘଟଣା ଘଟିଥିବା ସାମରିକ ମୁଖପାତ୍ର ନୋଣ୍ଡିସ୍‌ ଥୁର୍‌ମାନ କହିଛନ୍ତି। ଦୁର୍ଘଟଣାର…

ଅମ୍ରିତପାଲ୍‌ଙ୍କୁ ଖୋଜୁଛି ଡ୍ରୋନ୍‌

ହୋସିଆରପୁର,୩୦।୩: ଫେସ୍‌ବୁକ୍‌ରେ ଭିଡିଓ ଜାରି କରି ଫେରାର୍‌ ଥିବା ଦାବି କରିବା ପରେ ଖଲିସ୍ତାନୀ ସମର୍ଥକ ଅମ୍ରିତପାଲ୍‌ଙ୍କୁ ଧରିବାରେ ପଞ୍ଜାବ ପୋଲିସ ଅଧିକ ତତ୍ପର ହୋଇଉଠିଛି। ଗୁରୁବାର ଅମ୍ରିତ୍‌ପାଲଙ୍କୁ ଧରିବା ପାଇଁ ପଞ୍ଜାବ ହୋସିଆରପୁର ଜିଲାର ବିଭିନ୍ନ ଗ୍ରାମରେ ପୋଲିସ ପକ୍ଷରୁ…

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଚାଲିଗଲା ୨ ଜୀବନ

ପାଇକମାଳ,୩୦।୩(ଡି.ଏନ୍‌.ଏ.): ବରଗଡ଼ ଜିଲା ପାଇକମାଳ-ପଦ୍ମପୁର ବିଜୁ ଏକ୍ସପ୍ରେସ ୱେର ରଞ୍ଜିତପୁର ଛକ ନିକଟରେ ଦୁଇଟି ବାଇକ୍‌ ମୁହାଁମୁହିଁ ଧକ୍କା ହୋଇ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ରଞ୍ଜିତପୁର ଗ୍ରାମର ଯଶୋବନ୍ତ ମେହେର ଓ ଝାରବନ୍ଧ ଥାନା ବିଳାସପୁର ଗ୍ରାମର ଗୋପବନ୍ଧୁ…

ଯୁବତୀଙ୍କୁ କମେଣ୍ଟ ମାରି ବନ୍ଧାହେଲେ ଦୁଇ ଯୁବକ

ହିଞ୍ଜିଳିକାଟୁ ୩୦।୩(ଡି.ଏନ.ଏ.): ସୋରଡା ଅଞ୍ଚଳର ଜଣେ ଯୁବତୀଙ୍କୁ ହିଞ୍ଜିଳିକାଟୁ କଲେଜରୁ ବସଷ୍ଟାଣ୍ଡ ଆସିବା ବେଳେ ବୁଧବାର ୨ ଜଣ ଯୁବକ ପିଛାକରି କମେଣ୍ଟ ସହ ଅଶ୍ଲୀଳ ଇଙ୍ଗିତ କରିଥିଲେ। ଏ ନେଇ ଛାତ୍ରୀ ଜଣକ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ…

ଉଦ୍‌ଘାଟନୀ ମ୍ୟାଚ୍‌ରେ ଗୁଜରାଟ-ଚେନ୍ନାଇ ମହାମୁକାବିଲା

ଅହମ୍ମଦାବାଦ,୩୦ା୩: ଗୁଜରାଟର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଶୁକ୍ରବାର ଆଇପିଏଲ୍‌ର ୧୬ତମ ସଂସ୍କରଣର ଉଦ୍‌ଘାଟନୀ ମ୍ୟାଚ୍‌ ଖେଳାଯିବ। ଡିଫେଣ୍ଡିଂ ଚାମ୍ପିୟନ୍‌ ହାର୍ଦ୍ଦିକ୍‌ ପାଣ୍ଡ୍ୟାଙ୍କ ଗୁଜରାଟ ଟାଇଟନ୍ସ ଏବଂ ୪ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମହାମୁକାବିଳା ହେବ। ୨୦୨୨…

ଗୋଷ୍ଠୀ ସଂଘର୍ଷରେ ପୋଡ଼ିଦେଲେ ୯ ପୋଲିସ ଗାଡ଼ି: ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ,୩୦ା୩: ମହାରାଷ୍ଟ୍ରର ଛତ୍ରପତି ସାମ୍ଭାଜୀନଗର ଅନ୍ତର୍ଗତ କିରାଦପୁରା ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ବାଇକ୍‌ରେ ଆସିଥିବା ଗୋଟିଏ ଗୋଷ୍ଠୀ ଆପତ୍ତିଜନକ ଓ ସାମ୍ପ୍ରଦାୟିକ ସ୍ଲୋଗାନ ଦେବାରୁ ସ୍ଥାନୀୟ ଲୋକେ ସେମାନଙ୍କୁ ଆକ୍ରମଣ କରିଥିଲେ। ଉତ୍ତେଜନା ବୃଦ୍ଧି ପାଇବା ସହ…

ରାଜସ୍ଥାନରେ ନିର୍ମାଣ ହେବ ଭାରତର ଦ୍ୱିତୀୟ ବୃହତ କ୍ରିକେଟ ଷ୍ଟାଡିୟମ

ଜୟପୁର,୩୦ା୩: ରାଜସ୍ଥାନରେ ନିର୍ମାଣ ହେବ ଭାରତର ଦ୍ୱିତୀୟ ତଥା ବିଶ୍ୱର ତୃତୀୟ ବୃହତ କ୍ରିକେଟ ଷ୍ଟାଡିୟମ। ଏନେଇ ଗୁରୁବାର ରାଜସ୍ଥାନ କ୍ରିକେଟ ଆସୋସିଏଶନ ଏବଂ ହିନ୍ଦୁସ୍ତାନ ଜିଙ୍କ ଲିମିଟେଡ ମଧ୍ୟରେ ଏକ ଚୁକ୍ତି ହୋଇଛି। ଜୟପୁର ଜିଲ୍ଲାର ଚୋମ୍ପ ଗ୍ରାମରେ ୧୦୦…

ଗାଁକୁ ମାଡ଼ିଲା ଜଙ୍ଗଲ ନିଆଁ

କେନ୍ଦୁଝର,୩୦ା୩(ସ୍ବ.ପ୍ର.): କେନ୍ଦୁଝର ସଦର ରେଞ୍ଜ ଅଧୀନ ନରଣପୁର ସେକ୍ସନ ବଡ଼ପଶି ସଂରକ୍ଷିତ ଜଙ୍ଗଲରେ ଗୁରୁବାର ଲାଗିଥିବା ନିଆଁ ଗାଁକୁ ମାଡ଼ିଯାଇଛି। ନିଆଁରେ ବ୍ୟାପକ ଗଛ ପୋଡ଼ିଯାଇଛି। ନିଆଁରେ ବନ୍ୟପ୍ରାଣୀ ପ୍ରଭାବିତ ହୋଇଛନ୍ତି। ପ୍ରବଳ ଖରା ଯୋଗୁ ଶୁଖି ପଡ଼ିଥିବା ଡାଳପତ୍ରରେ ନିଆଁ…

ଦେଶୀ ବନ୍ଧୁକରୁ ଗୁଳି ଫୁଟି ମହିଳା ମୃତ

ପଟ୍ଟାଙ୍ଗି, ୨୯।୩(ଡି.ଏନ୍‌.ଏ.): ଘରେ ରଖିଥିବା ଦେଶୀ ବନ୍ଧୁକ କାଢ଼ିବାବେଳେ ଅସାବଧାନତା ହେତୁ ଗୁଳି ଫୁଟି ପାଖରେ ଥିବା ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ସେ ହେଲେ କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅଧୀନ ନୂଆଁଗା ପଞ୍ଚାୟତ ସଦର ଗ୍ରାମର ଜାନି ମାଙ୍ଗୁଡୁଙ୍କ…

ଘଣ୍ଟ, ସଂକୀର୍ତ୍ତନରେ ବଜରଙ୍ଗ ଦଳର ଶୋଭାଯାତ୍ରା

ହିଞ୍ଜିଳିକାଟୁ,୩୦।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବଜରଙ୍ଗ ଦଳ ପକ୍ଷରୁ ଗୁରୁବାର ରାମନବମୀ ସମାରୋହ ଏବଂ ଶୋଭାଯାତ୍ରା ପାଳିତ ହୋଇଯାଇଛି । ଏହି ଅବସରରେ ହିଞ୍ଜିଳିକାଟୁ ରେଗିଡିସାହି ଚାରିଛଖ ହନୁମାନ ମନ୍ଦିରରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା। ଅପରାହ୍ନରେ ବଜରଙ୍ଗ ଦଳର ଶତାଧିକ କର୍ମୀ…

ରାମନବମୀରେ ୭୦କି.ମି. ବାଇକ୍‌ ଶୋଭାଯାତ୍ରା

କୋଦଳା,୩୦।୩((ଡି.ଏନ୍‌.ଏ.): ଆଜି ପବିତ୍ର ରାମ ନବମୀ। ଏହି ଅବସରରେ ଗଞ୍ଜାମ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ଶର୍ଦ୍ଧାଳୁଙ୍କ ଏକ ବାଇକ୍‌ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଭାଜପା ନେତା ପ୍ରତାପ ନାୟକଙ୍କ ନେତୃତ୍ୱରେ ଶୋଭାଯାତ୍ରା କବିସୂର୍ଯ୍ୟନଗରରୁ ବାହାରି କୋଦଳାରେ ପହଞ୍ଚି ଥିଲା। ଏପରି କି…

ଫେସବୁକରୁ ପ୍ରେମ ପରେ ଅଶ୍ଲିଳ ଭିଡିଓ ଭାଇରାଲ, ଅଭିଯୁକ୍ତ ଯୁବକ ଗିରଫ

ବେଗୁନିଆପଡ଼ା,୩୦।୩(ଡି.ଏନ.ଏ): ପ୍ରଥମେ ଫେସବୁକରୁ ବନ୍ଧୁତା ପରେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଭିଡିଓ କଲରେ ଭିଡିଓ ଶୁଟ କରି ଥିଲା ପ୍ରେମିକ। ଆଉ ତାପରେ ସମୟ ସୁବିଧା ଦେଖି ଖରାପ ଭିଡିଓ ଶୁଟ କରିବା ସହ ସୋସିଆଲ ମିଡିଆରେ ଭାଇରାଲ କରିଥିଲା।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri