କରମଣ୍ଡଳରେ ଯାତ୍ରା କରୁଥିଲେ, ୪୮ ଘଣ୍ଟା ପରେ ବି ଜୀବିତ
ବାହାନଗା,୫ା୬(ଡି.ଏନ.ଏ.): କଥାରେ ଅଛି ରଖେ ହରି ମାରେ କିଏ। ବାହାନଗା ଭୟଙ୍କର ଟ୍ରେନ ଦୁର୍ଘଟଣାର ୪୮ ଘଣ୍ଟା ପରେ ଜଣେ ଯାତ୍ରୀଙ୍କୁ ଜୀବିତ ଅବସ୍ଥାରେ ବୁଦାମୂଳରୁ ଉଦ୍ଧାର କରାଯିବା ଘଟଣା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି। ଭାଗ୍ୟବାନ ଯୁବକ ଜଣକ ହେଲେ…
ଟ୍ରେନ୍ ଦୁର୍ଘଟଣାକୁ ସାମ୍ପ୍ରଦାୟିକ ରୂପ ଦେଲେ କାର୍ଯ୍ୟାନୁଷ୍ଠାନ: ଚେତାବନୀ ଦେଲା ଓଡ଼ିଶା ପୋଲିସ
ଭୁବନେଶ୍ୱର,୫ା୬(ବ୍ୟୁରୋ): ବାଲେଶ୍ୱର ଜିଲା ବାହାନଗାଠାରେ ଶୁକ୍ରବାର ସାରେ ଘଟିଥିବା ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଛି। ଏହି ରେଳ ବିଭୀଷିକା ପାଇଁ ବିଭିନ୍ନ ମହଲରେ ଶୋକ ପ୍ରକାଶ କରାଯାଉଥିବାବେଳେ କିଛି ମନ୍ଦ ପ୍ରକୃତିର ଲୋକ ଏହାକୁ ସାମ୍ପ୍ରଦାୟିକ ରୂପ…
ବିବାହ ରାତିରେ ଚାଳିଗଲା ନବଦମ୍ପତିଙ୍କ ଜୀବନ
ନୂଆଦିଲ୍ଲୀ, ୪ା୬: ଉତ୍ତରପ୍ରଦେଶର ବାହରିଚ୍ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ବିବାହ ରାତିରେ ଏକ ନବଦମ୍ପତିଙ୍କ ମୃତ୍ୟୁ ଘଟିଛି। ଉଭୟଙ୍କ ମୃତ୍ୟୁ ହୃଦ୍ଘାତ ଜନିତ ବୋଲି ବ୍ୟବଚ୍ଛେଦ ରିପୋର୍ଟରେ କୁହାଯାଇଛି। ହେଲେ ମୃତ୍ୟୁକୁ ନେଇ ସନ୍ଦେହ ବଢିବାରେ ଲାଗିଛି। ମିଳିଥିବା…
ଜ୍ଞାନବାପି ମାମଲାରୁ ଓହରି ଗଲେ ହିନ୍ଦୁ ଆବେଦନକାରୀ
ବାରାଣସୀ, ୪ା୬: ଜ୍ଞାନବାପି ମସ୍ଜିଦ ପ୍ରସଙ୍ଗ ସହ ଜଡ଼ିତ ସମସ୍ତ ମାମଲାରୁ ଅନ୍ୟତମ ହିନ୍ଦୁ ପକ୍ଷ ଜିତେନ୍ଦ୍ର ସିଂ ଭିସେନ ଓ ତାଙ୍କ ପରିବାର ଓହରିଯିବାକୁ ଘୋଷଣା କରିଛନ୍ତି। ଅନ୍ୟପକ୍ଷେ ତାଙ୍କୁ ହଇରାଣ କରାଯାଉଥିବା ଜିତେନ୍ଦ୍ର ଅଭିଯୋଗ କରିଛନ୍ତି। ପୂର୍ବରୁ ତାଙ୍କ…
ମୃତ ଆନ୍ଧ୍ରପ୍ରଦେଶ ଯାତ୍ରୀଙ୍କ ପରିବାର ଲୋକଙ୍କୁ ୧୦ ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଜଗନ
ଅମରାବତୀ,୪ା୬: ଓଡ଼ିଶା ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଆନ୍ଧ୍ରପ୍ରଦେଶ ଯାତ୍ରୀଙ୍କ ପରିବାର ସଦସ୍ୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍. ଜଗନ ମୋହନ ରେଡ୍ଡୀ ୧୦ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଉପରେ ସମୀକ୍ଷା…
ବୃଦ୍ଧାଙ୍କୁ ଦଳିଦେଲା ଦନ୍ତା
ସମ୍ବଲପୁର, ୪ା୬(ବ୍ୟୁରୋ): ସମ୍ବଲପୁର ବନଖଣ୍ଡ ଧମା ରେଞ୍ଜ ଡକରା ଗ୍ରାମରେ ଏକ ଦନ୍ତା ହାତୀ ଦଳିଦେବାରୁ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଯଜ୍ଞସିନି ବାରିକ (୭୩)। ସେ ଘର ବାହାରେ ଶୋଇଥିଲେ। କିଛି ଦୂରରେ ପରିବାରର ଅନ୍ୟମାନେ ମଧ୍ୟ…
ହାଇୱାକୁ ପଛପଟୁ ଧକ୍କା ଦେଲା ଅଟୋ: ଚାଲିଗଲା ୩ ଭଉଣୀଭାଇଙ୍କ ଜୀବନ
ସମ୍ବଲପୁର,୪।୬(ବ୍ୟୁରୋ): ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥ ବିଜୁ ଏକ୍ସପ୍ରେସ ୱେର ପ୍ରଧାନପାଲି ଏଲ୍ଆଣ୍ଡଟି ଟୋଲ୍ ପ୍ଲାଜା ନିକଟରେ ରବିବାର ଏକ ଦୁର୍ଘଟଣା ଘଟିଛି। ଏଥିରେ ପରିବାରର ୩ ଭଉଣୀଭାଇଙ୍କ ମୃତ୍ୟୁ ଘଟିଥିବା ବେଳେ ୬ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ…
ଶୋଇଥିବା ବେଳେ କ୍ଷୀର ବ୍ୟବସାୟୀଙ୍କୁ ହତ୍ୟା
କୁଆଁରମୁଣ୍ଡା,୪।୬(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଗୋବିରାଠାର ରବିବାର ଏକ ଅଘଟଣ ଘଟିଛି। ଅପରାହ୍ନରେ ଶୋଇଥିବା ବେଳେ ଜଣେ କ୍ଷୀର ବ୍ୟବସାୟୀଙ୍କୁ ବିବତ୍ସ ଭାବେ ହତ୍ୟା କରାଯାଇଛି। ମୃତକ ହେଲେ ଯମୁନାନାକି ଗ୍ରାମର ଅମର ଯାଦବ(୫୪)। ମିଳିଥିବା ସୂଚନା ମୁତାବକ,…
କାଳବୈଶାଖୀ: ଭାଙ୍ଗିଲା ଗଛ, ଉଡ଼ିଲା ଆଜବେଷ୍ଟସ୍
ବାଲିଗୁଡା,୪ା୬(ଡି.ଏନ.ଏ.): କାଳବୈଶାଖୀ ପ୍ରଭାବରେ କନ୍ଧମାଳ ଜିଲା ବାଲିଗୁଡା ତଥା ଆଖପାଖ ଅଞ୍ଚଳରେ ରବିବାର ଅପରାହ୍ନରେ ଘଡଘଡି ସହ ବର୍ଷା ହୋଇ ଝଡତୋଫାନ ଘଟିଛି। ଫଳରେ କେତେକ ସ୍ଥାନରେ ଘରର ଆଜବେଷ୍ଟସ୍ ଉଡାଇ ନେଇସହ ଗଛ ଭାଙ୍ଗି ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି।…
ବଜ୍ରପାତରେ ଚାଲିଗଲା ଜୀବନ
କର୍ଲାମୁଣ୍ଡା,୪।୬(ଡି.ଏନ୍.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଳକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ଗ୍ରାମରେ ରବିବାର ବଜ୍ରପାତ ଘଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଗ୍ରାମର ମଚିନ୍ଦ୍ର ନାଗ (୫୯)। ମିଳିଥିବା ସୂଚନା ମୁତାବକ, ଅପରାହ୍ନରେ ମଚିନ୍ଦ୍ର ଜାଳେଣି କାଠ ସଂଗ୍ରହ…
ରେଳମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ରାହୁଲ
ନୂଆଦିଲ୍ଲୀ,୪।୬: ଓଡ଼ିଶା ବାଲେଶ୍ୱର ବାହାନଗାରେ ଶୁକ୍ରବାର ହୋଇଥିବା ରେଳ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୨୭୫ ହୋଇଥିବା ବେଳେ ୧୧୭୫ ଜଣ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏମାନଙ୍କ ମଧ୍ୟରୁ ୭୯୫ଜଣଙ୍କୁ ଛୁଟି ଦିଆଯାଇଥିବା ବେଳେ ୩୮୨ ଜଣଙ୍କ ଚିକିତ୍ସା ଚାଲିଛି। ଦୁଇ…
ଶାବର ଶ୍ରୀକ୍ଷେତ୍ରରେ ଦେବସ୍ନାନ ପୂର୍ଣ୍ଣିମା
କୋରାପୁଟ,୪।୬(ସ୍ବ.ପ୍ର.): ଶାବର ଶ୍ରୀକ୍ଷେତ୍ରରେ ରବିବାର ଦେବସ୍ନାନ ପୂର୍ଣ୍ଣିମା ମହାସମାରୋହରେ ପାଳିତ ହୋଇଯାଇଛି। ଶାବର ଶ୍ରୀକ୍ଷେତ୍ର ମନ୍ଦିର ପରିଚାଳନା କମିଟି ସମ୍ପାଦକ ଜଗବନ୍ଧୁ ସାମଲଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉତ୍ସବରେ ପରିଚାଳନା କମିଟିର ସମସ୍ତ କର୍ମକର୍ତ୍ତା ସାମିଲ ହୋଇ କାର୍ଯ୍ୟକ୍ରମକୁ ସମ୍ପାଦନ କରିଥିଲେ। ରବିବାର…
Archives


