ମଣିଷ-ପ୍ରାଣୀ ସମ୍ପର୍କ: ଚାଷୀଙ୍କ ମୃତ୍ୟୁରେ ପହଞ୍ଚିଲା ମାଙ୍କଡ, ପରିବାରର ମହିଳାମାନଙ୍କ କୋଳରେ ମୁଣ୍ଡ ରଖି କାନ୍ଦିଲା…

ଲଖିମପୁର ଖେରୀ,୯।୯ : ଲକ୍ଷ୍ମୀପୁର ଖେରୀର ଗୋନ୍ଧିୟା ଗ୍ରାମରେ ମଣିଷ ଏବଂ ମାଙ୍କଡଙ୍କ ମଧ୍ୟରେ ବନ୍ଧୁତ୍ୱର ଏକ ହୃଦୟସ୍ପର୍ଶୀ ମାମଲା ସାମ୍ନାକୁ ଆସିଛି। ଚାଷୀଙ୍କ ମୃତ୍ୟୁ ପରେ ମାଙ୍କଡ ଜଙ୍ଗଲରୁ ବାହାରି ଶେଷ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ତାଙ୍କ ଘରେ ମାଙ୍କଡ ପହଞ୍ଚିଥିଲା। ମୃତ ଦେହରୁ ଚାଦର କାଢ଼ି ଚାଷୀଙ୍କ ଚେହେରା ଦେଖିଲା। ପ୍ରାୟ ଏକ ଘଣ୍ଟା ଧରି ବସି ରହିଲା। ସେ ପରିବାରର ମହିଳାମାନଙ୍କ କୋଳରେ ମୁଣ୍ଡ ରଖି କାନ୍ଦିଲା ଏବଂ ପରେ ପଳାଇ ଥିଲା।
ଏହି ବିଷୟ ଆଖପାଖ ଗାଁରେ ଚର୍ଚ୍ଚାର ବିଷୟ ପାଲଟିଛି। କୁହାଯାଉଛି ରୁଟି ଖାଇବାକୁ ଦେଉଥିବା ଚାଷୀଙ୍କ ବନ୍ଧୁତ୍ୱର ଋଣ ସୁଝିବାକୁ ମାଙ୍କଡ଼ ଆସିଥିଲା ।

ବିଜୁଆ ଅଞ୍ଚଳର ଗୋନ୍ଧିଆ ନିବାସୀ ଚନ୍ଦନଲାଲ ନ୍ବର୍ମାଙ୍କର ମଙ୍ଗଳବାର ଦେହାନ୍ତ ହୋଇଥିଲା। ପରିବାର ସଦସ୍ୟ ଓ ସମ୍ପର୍କୀୟମାନେ କାନ୍ଦୁଥିଲେ। ହଠାତ ଏକ ମାଙ୍କଡ଼ କେଉଁ ଆଡୁ ଆସି ମୃତ ଚନ୍ଦନଲାଲଙ୍କ ଉପରେ ପଡ଼ିଥିବା ଚାଦର କାଢ଼ି ତାଙ୍କ ମୁହଁକୁ ଦେଖିବା ଆରମ୍ଭ କରିଥିଲା। ଏହା ଦେଖି ଗ୍ରାମବାସୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଗ୍ରାମବାସୀଙ୍କ କହିବାନୁସାରେ, ମାଙ୍କଡ ତାଙ୍କ ପରିବାର ସଦସ୍ୟଙ୍କ ପାଖରେ ବସି କାନ୍ଦିବାକୁ ଲାଗିଲା। ସେ କାନ୍ଦୁଥିବା ମହିଳାମାନଙ୍କୁ ସେମାନଙ୍କ ଉପରେ ହାତ ଦେଇ ସାନ୍ତ୍ୱନା ମଧ୍ୟ ଦେଇଥିଲା। ମାଙ୍କଡ଼ର ଏହି କାର୍ଯ୍ୟକଳାପ ଆଲୋଚନାର ବିଷୟ ପାଲଟିଛି।

ଗ୍ରାମବାସୀଙ୍କ ଉପସ୍ଥିତି ମାଙ୍କଡ ଉପରେ କୌଣସି ପ୍ରଭାବ ପକାଇ ନ ଥିଲା। ସେ ମୃତଦେହ ନିକଟରେ ବସି ରହିଥିଲା। ଯେତେବେଳେ ପରିବାର ଓ ଗ୍ରାମବାସୀ ଶେଷ ରୀତିନୀତି ପାଇଁ ଚନ୍ଦନଲାଲଙ୍କ ମୃତଦେହ ନେଇଥିଲେ, ମାଙ୍କଡ ସେଠାରୁ ପଳାଇ ଯାଇଥିଲା। ପରିବାର ସଦସ୍ୟ କହିଛନ୍ତି କିଛି ବର୍ଷ ପୂର୍ବେ ଯେତେବେଳେ ଚନ୍ଦନଲାଲ ଫସଲ ଜଗିବାକୁ କ୍ଷେତକୁ ଯାଉଥିଲେ, ସେତେବେଳେ ସେ ମାଙ୍କଡକୁ ଖାଦ୍ୟ ଖାଇବାକୁ ଦେଉଥିଲେ। ସେହି ରୁଟି ମାଧ୍ୟମରେ ହିଁ ମାଙ୍କଡ଼ ଏବଂ ଚନ୍ଦନଲାଲ ବନ୍ଧୁ ହୋଇ ଯାଇଥିଲେ। ବନ୍ଧୁତ୍ୱ ଏବଂ ରୁଟିର ଋଣ ସୁଝିବାକୁ ମାଙ୍କଡ଼ ଆସିଥିଲା ।

ପରିବାର ସଦସ୍ୟଙ୍କ ଅନୁଯାୟୀ ମୃତ ଚନ୍ଦନଲାଲ ଦିନସାରା କ୍ଷେତରେ ରହି ଜଙ୍ଗଲ କଡ଼ରେ ଏକ କୁଡିଆ କରି ବିଭିନ୍ନ ପ୍ରାଣୀମାନଙ୍କଠାରୁ ଫସଲକୁ ରକ୍ଷା କରିଥିଲେ। ସେ ଘରୁ ନେଇଥିବା ଖାଦ୍ୟରୁ ମାଙ୍କଡ଼କୁ ଗୋଟିଏ ରୁଟି ଦେଉଥିଲେ। ସେ ଖାଇବା ସମୟରେ ମାଙ୍କଡ଼ ତାଙ୍କ ପାଖକୁ ଆସୁଥିଲା। ପୁଅ ସୋନୁ କହିଛନ୍ତି ପ୍ରାୟ ଏକ ବର୍ଷ ପୂର୍ବେ ପିତା ଚନ୍ଦନଲାଲ ପକ୍ଷାଘାତର ଶିକାର ହୋଇଥିଲେ।

ଏହି କାରଣରୁ ସେ ଚାଲିବାକୁ ଅସମର୍ଥ ହେଲେ। ଚନ୍ଦନଲାଲ ଏକ ବର୍ଷ ପାଇଁ କ୍ଷେତକୁ ଯାଇ ନ ଥିଲେ। ମାଙ୍କଡ କିପରି ତାଙ୍କ ମୃତ୍ୟୁ ବିଷୟରେ ଜାଣିଲା ତାହା ଜଣା ନାହିଁ। ଗ୍ରାମର ବରିଷ୍ଠ ବ୍ୟକ୍ତି ମୋହନଲାଲ କ୍ୱର୍ମା କହିଛନ୍ତି ସେ ଆଜି ପର୍ଯ୍ୟନ୍ତ ଏହିପରି କିଛି ଦେଖି ନାହାଁନ୍ତି କିମ୍ବା ଶୁଣି ନାହାଁନ୍ତି। ବାସ୍ତବରେ, ପ୍ରାଣୀମାନେ ମଣିଷ ଅପେକ୍ଷା ଅଧିକ ସମ୍ବେଦନଶୀଳ ଏବଂ ବୁଦ୍ଧିମାନ।


Enter your email to get our daily news in your inbox.

All Right Reserved By Dharitri.Com

ଟିମ ଇଣ୍ଡିଆରେ ବୈଭବଙ୍କୁ ସ୍ଥାନ ଦେବାକୁ ହେଲେ କାହାର କଟିବ ଟିକେଟ! ଏହି ୨ କ୍ରିକେଟର ନାଁ ନେଇ ସାଂଘାତିକ ବୟାନ ଦେଲେ…

ନୂଆଦିଲ୍ଲୀ,୨୫।୯: ଯୁବ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଭାରତୀୟ ଦଳର ପ୍ଲେଇଂ ଇଲେଭେନରୁ ବାହାରେ ରଖିବା ସହଜ ହେବ ନାହିଁ ବୋଲି ମତ ଦେଇଛନ୍ତି…

୮ମ ବେତନ କମିଶନକୁ ନେଇ ଆସିଲା ବଡ଼ ଖବର: ଏମାନଙ୍କୁ ମିଳିବ ୧.୫୨ ଲକ୍ଷ ଟଙ୍କା…

ନୂଆଦିଲ୍ଲୀ,୨୫।୯: ୮ମ ବେତନ କମିଶନକୁ ନେଇ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି। ନୂଆ ବେତନ ବ୍ୟବସ୍ଥା ଲାଗୁ ହେଲେ ଦରମା କେତେ ବଢ଼ିବ, ଏହାକୁ…

ବାଘୁଆମେଦ ଗ୍ରାମ ଅବସ୍ଥା ଶୋଚନୀୟ: ଘରେ ପଶିଲା ଆଣ୍ଠୁଏ ପାଣି

ମହାକାଳପଡ଼ା,୨୫।୯: ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଗତ କିଛି ଦିନ ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗିରହିଛି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧିନ ବଉଳକଣି ପଞ୍ଚାୟତ…

ଶନି-ଚନ୍ଦ୍ରଙ୍କ ସଂଯୋଗରେ ବିଷ ଯୋଗ: ସଙ୍କଟରେ ୩ ରାଶି, ପାଖରୁ ପଳାଇବ ସବୁ ଟଙ୍କା, ଚାଲିଯିବ ଚାକିରି!

ଭୁବନେଶ୍ୱର: ବୈଦିକ ଜ୍ୟୋତିଷ ଅନୁସାରେ ଚନ୍ଦ୍ର ଓ ଶନିଙ୍କ ଯୁତିରୁ ‘ବିଷ ଯୋଗ’ ଗଠନ ହୋଇଥାଏ। ଜ୍ୟୋତିଷବିଦ୍‌ଙ୍କ ମତରେ ଏହି ଯୋଗର ପ୍ରଭାବ କିଛି ରାଶି ଉପରେ…

୧୩୨ କେଭି ଲାଇନ୍‌ରେ ଫଲ୍ଟ: ଅନ୍ଧାରରେ କନ୍ଧମାଳ

ଦାରିଙ୍ଗବାଡ଼ି, ୨୫।୯ (ଅରୁଣ ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଗତ କିଛି ଦିନ ହେଲା କନ୍ଧମାଳ ଜିଲାରେ ବିଦ୍ୟୁତ ସେବା ବାରମ୍ବାର ବାଧାପ୍ରାପ୍ତ ହେଉଛି। ଗୁରୁବାର…

କେବଳ ଭାରତ ନୁହେଁ, ୧୧ ଦେଶରେ ବି ଲାଗିବ UPI ଚାର୍ଜ: ଅର୍ଥ ମନ୍ତ୍ରଣାଳୟରୁ ଆସିଲା ବଡ଼ ଖବର!

ନୂଆଦିଲ୍ଲୀ,୨୫।୯: ଭାରତରେ UPI ପେମେଣ୍ଟ ଉପରେ ପ୍ରସ୍ତାବିତ ନୂଆ Merchant Discount Rate (MDR)କୁ ନେଇ ବିବାଦ ତୀବ୍ର ହେବାରେ ଲାଗିଛି। ୧୫ ଅକ୍ଟୋବର ୨୦୨୬ରୁ ଲାଗୁ…

ଛଡାକିଆରେ ରାସ୍ତା ଉପରେ ବିରାଟ ଗଛ: ଦାରିଙ୍ଗବାଡ଼ି-ମୋହନା ରାସ୍ତା ଠପ୍‌

ଦାରିଙ୍ଗବାଡ଼ି, ୨୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦାସିଙ୍ଗବାଡ଼ି ପଞ୍ଚାୟତ ଅନ୍ତର୍ଗତ ଛଡାକିଆ ନିକଟରେ ରାସ୍ତା ଉପରେ ଏକ ବିରାଟକାୟ ଗଛ ଉପୁଡ଼ି ପଡ଼ିବାରୁ…

କୋମଲ ରାଣୀଙ୍କ ସହ ଲାଲବାଗଚା ଦର୍ଶନ: ମୁହଁ ଖୋଲିଲେ ଗୋବିନ୍ଦା, ମୋ ଛବି ଖରାପ…

ମୁମ୍ବାଇ,୨୫।୯: ୯୦ ଦଶକର ଲୋକପ୍ରିୟ ଅଭିନେତା ଗୋବିନ୍ଦା ପୁଣିଥରେ ବଲିଉଡ୍‌ରେ କମବ୍ୟାକ୍‌ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏହାରି ଭିତରେ ତାଙ୍କ ଆଗାମୀ ଫିଲ୍ମ ‘ରୂପା’ର କୋ-ଷ୍ଟାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?