କ୍ୱାର୍ଟରରେ ଓଡ଼ିଶା
ଭୁବନେଶ୍ୱର, ୪ା୭,(ସରୋଜ ଜେନା): ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଅନୁଷ୍ଠିତ ଜାତୀୟ ଜୁନିୟର ମହିଳା ହକି ଚାମ୍ପିୟନଶିପ୍ର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ଓଡ଼ିଶା। ସୋମବାର ତାମିଲନାଡୁକୁ ୪-୦ରେ ହରାଇ ଦଳ କ୍ୱାର୍ଟରlରେ ସ୍ଥାନ ସୁରକ୍ଷିତ କରିଛି। ଘରୋଇ ଦଳ…
ଭାରତୀୟ ଦଳରେ ଓଡ଼ିଶାର ମହମ୍ମଦ ରାଜା
ଭୁବନେଶ୍ୱର, ୪।୭,(ତପନ ସ୍ବାଇଁ): ବାହାରିନର ମାନାମାଠାରେ ଏଫ୍ଆଇଭିବି (ଅନ୍ତର୍ଜାତୀୟ ଭଲିବଲ ଫେଡେରେଶନ) ୨୧ ବର୍ଷରୁ କମ୍ ପୁରୁଷ ଭଲିବଲ ବିଶ୍ୱ ଚାମ୍ପିୟନଶିପ୍ ଚଳିତ ମାସ ୮ରୁ ୧୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିପାଇଁ ସୋମବାର ଭାରତୀୟ ଭଲିବଲ ଦଳ ମନୋନୟନ କରାଯାଇଛି।…
ଥଇଥାନ ପାଇଁ କ’ଣ ପଦକ୍ଷେପ ନେଇଛ ଜଣାଅ
ନୂଆଦିଲ୍ଲୀ, ୪ା୭ ହିଂସା କ୍ଷତିଗ୍ରସ୍ତ ମଣିପୁରରେ ଘରଦ୍ୱାର ହରାଇଥିବା ଲୋକମାନଙ୍କ ଥଇଥାନ ପାଇଁ କ’ଣ ପଦକ୍ଷେପ ନେଇଛ, ଆଇନ ଶୃଙ୍ଖଳା ସ୍ଥିିତିରେ କିଭଳି ଉନ୍ନତି ହୋଇଛି ଓ ଲୁଟ୍ ହୋଇଥିବା ଅସ୍ତ୍ରଶସ୍ତ୍ର ଉଦ୍ଧାର ସମ୍ପର୍କିତ ସଂଶୋଧିତ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବା…
ସ୍ବିଟେକ୍, ପେଗୁଲା, ଜୋକୋଭିଚ୍ଙ୍କ ବିଜୟ
ଓ୍ବିମ୍ବେଲଡନ୍, ୪ା୭: ଟେନିସ୍ର ସର୍ବପୁରାତନ ଗ୍ରାଣ୍ଡସ୍ଲାମ ଇଭେଣ୍ଟ ସୋମବାର ଆରମ୍ଭ ହୋଇଛି। ଏହି ଗ୍ରାସକୋର୍ଟ ଟୁର୍ନାମେଣ୍ଟର ପ୍ରଥମ ଦିନରେ ମହିଳା ଖେଳାଳିଙ୍କ ମଧ୍ୟରେ ଇଗା ସ୍ବିଟେକ୍, ଭିକ୍ଟୋରିଆ ଆଜାରେଙ୍କା ଓ ଜେସିକା ପେଗୁଲା ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ସେହିପରି ପୁରୁଷ…
‘ରେଙ୍ଗାଲୀ ନଦୀବନ୍ଧ ବିସ୍ଥାପିତଙ୍କୁ ସ୍ଥାୟୀ ପଟ୍ଟା ଦିଆଯାଉ’
ଭୁବନେଶ୍ବର, ୪ା୭(ସୁନିତ୍ ମିଶ୍ର): ରେଙ୍ଗାଲୀ ନଦୀବନ୍ଧ ଯୋଜନା ଦ୍ୱାରା ବିସ୍ଥାପିତ ହୋଇଥିବା ଲୋକଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପୂର୍ବରୁ ଘୋଷଣା ହୋଇଥିବା କ୍ଷତିପୂରଣ ରାଶି ଦିଆଯାଉ। ଏହାସହ ସେମାନଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରାଯିବା ସହିତ ସେମାନଙ୍କ ଗ୍ରାମଗୁଡ଼ିକୁ ରାଜସ୍ବ…
ଏମ୍ସିସିର ୩ ସଦସ୍ୟ ସସ୍ପେଣ୍ଡ
ନୂଆଦିଲ୍ଲୀ, ୪ା୭(ପି.ଟି.): ଜନି ବେୟାରଷ୍ଟୋଙ୍କ ବିବାଦୀୟ ରନ୍ ଆଉଟ ମାମଲାରେ କ୍ରିକେଟର ନିୟମ ପ୍ରଣେତା ମେରିଲବୋନ୍ କ୍ରିକେଟ କ୍ଲବ୍(ଏମ୍ସିସି) ପକ୍ଷରୁ ଏହାର ୩ ଜଣ ସଦସ୍ୟଙ୍କୁ ସସ୍ପେଣ୍ଡ କରାଯାଇଛି। ଲଡର୍ସରେ ଅନୁଷ୍ଠିତ ଆଶେସ୍ ସିରିଜ୍ର ଦ୍ୱିତୀୟ ଟେଷ୍ଟ ମ୍ୟାଚର ଚତୁର୍ଥ ଇନିଂସରେ…
ବେଙ୍ଗାଲୁରୁ ପାଇଁ ଆଉ ଏକ ବର୍ଷ ଖେଳିବେ ଛେତ୍ରୀ
ବେଙ୍ଗାଲୁରୁ, ୪ା୭ (ପି.ଟି.): ଭାରତୀୟ ଫୁଟ୍ବଲ ଆଇକନ ସୁନୀଲ ଛେତ୍ରୀ ସୋମବାର ବେଙ୍ଗାଲୁରୁ ଏଫ୍ସି ସହ ଅତିରିକ୍ତ ବର୍ଷର ବିକଳ୍ପ ସହିତ ଏକ ନୂଆ ବର୍ର୍ଷିକିଆ ଚୁକ୍ତି କରିଛନ୍ତି। ବର୍ତ୍ତମାନର ସକ୍ରିୟ ଖେଳାଳିଙ୍କ ମଧ୍ୟରେ ଛେତ୍ରୀ ବିଶ୍ୱର ତୃତୀୟ ସର୍ବାଧିକ ଗୋଲ…
ଯାମିନୀ ଷଡ଼ଙ୍ଗୀ ହେଲେ ଓଏଭିର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ
ଭୁବନେଶ୍ବର, ୪ା୭(ସୁନିତ୍ ମିଶ୍ର): ରାଜ୍ୟ ସରକାର ଆଇଏଏସ୍ ଅଫିସର ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି। ୨୦୦୮ ବ୍ୟାଚ୍ ଆଇଏଏସ୍ ଅଫିସର ଯାମିନୀ ଷଡ଼ଙ୍ଗୀଙ୍କୁ ରାଜ୍ୟ ସରକାର ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି) ସଙ୍ଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନୂଆ…
ଓ୍ବିମ୍ବେଲଡନରୁ ଓହରିଲେ କିର୍ଗିଓସ
ଓ୍ବିମ୍ବଲଡନ, ୪ା୭ (ଏପି): କଚଟିରେ ଆଘାତପ୍ରାପ୍ତ ଯୋଗୁ ଗତଥରର ରନରଅପ୍ ନିକ୍ କିର୍ଗିଓସ ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାରୁ ଓହରିଯାଇଛନ୍ତି। ଅଲ ଇଂଲଣ୍ଡ କ୍ଲବଠାରେ ଗତବର୍ଷ ସେ ପ୍ରଥମଥର ଏକ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟର ଫାଇନାଲରେ ପହଞ୍ଚତ୍ଥିଲେ। ଏଥର ପୁରୁଷ ବିଭାଗରେ ସେ…
ବିଓଆଇର ନୂତନ ଏମ୍ଏସ୍ଏସ୍ସି ଯୋଜନା
ଭୁବନେଶ୍ୱର,୪।୭: ବ୍ୟାଙ୍କ ଅଫ୍ ଇଣ୍ଡିଆ (ବିଓଆଇ)ର ନୂତନ ଯୋଜନା ‘ମହିଳା ସମ୍ମାନ ସେଭିଙ୍ଗ୍ ସାର୍ଟିଫିକେଟ୍ (ଏମ୍ଏସ୍ଏସ୍ସି)-୨୦୨୩’ର ଆନୁଷ୍ଠାନିକ ଶୁଭାରମ୍ଭ ସୋମବାରଠାରୁ ସର୍ବଭାରତୀୟସ୍ତରରେ ହୋଇଯାଇଛି। ବିଶେଷ କରି ଭାରତର ପ୍ରଥମ ବ୍ୟାଙ୍କ ଭାବେ ବିଓଆଇ ଚଳିତ ମାସ ୩ ତାରିଖରେ ଭାରତ ସରକାରଙ୍କ…
‘ହୋଣ୍ଡା ଏଲିଭେଟ୍’ର ପ୍ରାକ୍-ଉନ୍ମୋଚନ ବୁକିଂ
ଭୁବନେଶ୍ୱର,୪।୭(ଅଭୟ ଦାଶ): ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ତଥା ପ୍ରିମିୟମ୍ କାର୍ ନିର୍ମାତା ହୋଣ୍ଡା କାର୍ସ ଇଣ୍ଡିଆ ଲିମିଟେଡ୍ (ଏଚ୍ସିଆଇଏଲ୍)ର ବହୁ ପ୍ରତୀକ୍ଷିତ ମଧ୍ୟମ-ଆକାରର ଏସ୍ୟୁଭି ‘ହୋଣ୍ଡା ଏଲିଭେଟ୍’ର ପ୍ରାକ୍-ଉନ୍ମୋଚନ ବୁକିଂର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଭାରତରେ ଥିବା ହୋଣ୍ଡାର…
ଚଳିତବର୍ଷରୁ ଓଡ଼ିଆ ବିଶ୍ୱବିଦ୍ୟାଳୟରେ ଇଣ୍ଟିଗ୍ରେଟେଡ୍ ଏମ୍ଏପିଏଚ୍ଡିରେ ନାମଲେଖା
ଭୁବନେଶ୍ୱର,୪ା୭(ଅନୁରାଧା ମହାରଣା): ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟରେ ଚଳିତ ୨୦୨୩-୨୪ ଶିକ୍ଷାବର୍ଷଠାରୁ ଇଣ୍ଟିଗ୍ରେଟେଡ୍ ଏମ୍ଏପିଏଚ୍ଡିରେ ନାମଲେଖା ଅନୁଷ୍ଠିତ ହେବ। ଓଡ଼ିଆ ଭାଷା ଓ ସାହିତ୍ୟ, ଭାଷା ବିଜ୍ଞାନ ଏବଂ ପ୍ରାକୃତିକ ଭାଷା ପ୍ରକ୍ରିୟାକରଣ ଏବଂ ଆଞ୍ଚଳିକ ଏବଂ ଜନଜାତି ଭାଷା ଓ ଐତିହ୍ୟ…
Archives


