ରାଜଧାନୀରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ
ଭୁବନେଶ୍ୱର,୧୨ା୮(ସୂର୍ଯ୍ୟକାନ୍ତ ବେହେରା): ଶନିବାର ମାଷ୍ଟରକ୍ୟାଣ୍ଟିନ ଛକରେ ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି। ଫଳରେ ଯୁବକଙ୍କ ଗୋଡ଼ ଓ ଛାତିକୁ ଦୁର୍ବୃତ୍ତମାନେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବାରୁ ସେ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତେବେ ବର୍ତ୍ତମାନ…
ସଡ଼କ ଦୁର୍ଘଟଣାରେ ଚାଲିଗଲା ୧୦ ଜୀବନ
ଅହମ୍ମଦାବାଦ, ୧୨।୮: ଗୁଜରାଟର ଅହମ୍ମଦାବାଦ ଜିଲା ବାଭଲା- ବଗୋଦରା ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୩ ଶିଶୁ, ୫ ମହିଳାଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଗୁରୁତର ହୋଇଛନ୍ତି। ଖେଡ଼ା ଜିଲା…
ଆଖିରେ ପଟି ବାନ୍ଧି ପଢନ୍ତି ବହି, ବଲ୍ ଛୁଇଁ ଏହାର ରଙ୍ଗ କହିଦିଅନ୍ତି ଏହି କୁନି ପିଲା
କିଛି ସମୟ ପାଇଁ ଆଖି ବନ୍ଦ କଲେ ସବୁକିଛି ଯେମିତି ଅନ୍ଧାର ଦେଖାଯାଏ। ଆଖି ବୁଜି ପଢ଼ିବା କଥା ତ ବହୁ ଦୂରରେ। ମାତ୍ର ଜଣେ ପିଲା ଯିଏ କି ଆଖି ବୁଜି ବହି ପଢ଼ିଥାନ୍ତି। ଏପରିକି ବଲ୍ ଛୁଇଁ ଏହର…
ମୋରଡ଼ା ଗସ୍ତରେ ୫-ଟି ସଚିବ, ଛାତ୍ରୀଛାତ୍ରଙ୍କ ସହ ନେଲେ ସେଲ୍ଫି
ମୋରଡ଼ା,୧୨ା୮(ସ୍ମାରକୀ ମାଜୀ): ୫-ଟି ସଚିବ ଭି.କେ ପାଣ୍ଡିଆନ ଶୁକ୍ରବାରଠାରୁ ଦୁଇଦିନିଆ ମୟୂରଭଞ୍ଜ ଗସ୍ତରେ ଆସିଥିବା ବେଳେ ଆଜି ଦ୍ୱିତୀୟ ଦିନରେ ହେଲିକପ୍ଟର ଯୋଗେ ମୋରଡ଼ା ବ୍ଲକ ଚିତ୍ରଡ଼ାସ୍ଥିତ ପାଟପୁର ମିନି ଷ୍ଟାଡିୟମରେ ପହଞ୍ଚିଥିଲେ। ଆୟୋଜିତ ସଭାରେ ଯୋଗଦେଇ ଲୋକଙ୍କ ଅଭିଯୋଗ, ପ୍ରସ୍ତାବଗୁଡ଼ିକୁ…
ଯୁବକଙ୍କୁ ଘେରିଗଲେ ୩ ଭାଲୁ: ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି
ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ଧର୍ମଗଡ଼ ବ୍ଲକ ଅଧୀନ ବଡ଼ଘୁମର ଗ୍ରାମର ଭୋଦେ ଗୋପାଳ(୩୦)। ତାଙ୍କୁ ଚିକିତ୍ସା ପାଇଁ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମିଳିଥିବା…
ପଞ୍ଚଭୂତରେ ବିଲୀନ ହେଲେ ବୀର ଯବାନ
ଆନନ୍ଦପୁର,୧୨।୮(ସନ୍ତୋଷ ରାଉତ): ମାଓବାଦୀ ଆକ୍ରମଣରେ ଶହୀଦ ହୋଇଥିବା କେନ୍ଦୁଝର ଜିଲା ଆନନ୍ଦପୁର ପୌରାଞ୍ଚଳର ସୁଶାନ୍ତ କୁମାର ଖୁଣ୍ଟିଆଙ୍କ ପାର୍ଥିବ ଶରୀର ଜନ୍ମ ମାଟିରେ ପହଞ୍ଚିଥିଲା। ପରେ ତାଙ୍କ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଆନନ୍ଦପୁର ବୈତରଣୀ ନଦୀ କୂଳରେ ଶେଷକୃତ୍ୟ ସମ୍ପର୍ଣ୍ଣ…
ଯୋଗାଉ ଥିଲେ ନକଲି ସାର୍ଟିଫିକେଟ: ବନ୍ଧା ହେଲେ ବାପ-ପୁଅ
ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ନକଲି ସାର୍ଟିଫିକେଟ ଯୋଗାଇବା ଅଭିଯୋଗରେ ଭବାନୀପାଟଣା ଟାଉନ ଥାନା ପୋଲିସ ଶନିବାର ଅଭିଯୁକ୍ତ ଡାକ ମାଷ୍ଟର ପ୍ରଭାତ ମହାନନ୍ଦ ଏବଂ ସ୍କୁଲ ଶିକ୍ଷକ ପଦ୍ମନାଭ ମହାନନ୍ଦଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ…
କପିଳାସ ପ୍ରାଣୀ ଉଦ୍ୟାନରେ ବିଶ୍ୱ ହାତୀ ଦିବସ
ଢେଙ୍କାନାଳ,୧୨।୮: ଢେଙ୍କାନାଳସ୍ଥିତ କପିଳାସ ପ୍ରାଣୀ ଉଦ୍ୟାନରେ ଶନିବାର ବିଶ୍ୱ ହାତୀ ଦିବସ ପାଳିତ ହୋଇଛି। ଏହି ଅବସରରେ ପ୍ରାଣୀ ଉଦ୍ୟାନରେ ଥିବା ୬ ହାତୀଙ୍କୁ ଚନ୍ଦନ, ସିନ୍ଦୂର ଲଗାଇ ଚାନ୍ଦୁଆ ପକାଇ ପୂଜାର୍ଚ୍ଚନା କରି ଉଦ୍ୟାନ ପରିସରରେ ବୁଲାଯାଇଥିଲା । ଏପରିକି…
ଝାଡ଼ା ବାନ୍ତିରେ ୮୦ ଛାତ୍ରୀଛାତ୍ର ଅସୁସ୍ତ
ସମ୍ବଲପୁର,୧୨।୮: ସମ୍ବଲପୁର ଜିଲା ଗୋଶାଳା ଠାରେ ଥିବା ନବୋଦୟ ବିଦ୍ୟାଳୟରେ ଝାଡ଼ା ବାନ୍ତିରେ ପ୍ରାୟ ୮୦ ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି। ଗୁରୁବାର ପିଲାମାନେ ହଷ୍ଟେଲରେ ରାତ୍ର ଭୋଜନ ଖାଇ ଶୋଇଥିଲେ। ଶୁକ୍ରବାର ସକାଳେ କିଛି ପିଲାଙ୍କୁ ବାନ୍ତି ହୋଇଥିଲା। ଆଉ କିଛି…
ଅଡୁଆରେ ଦିଲ୍ଲୀ କ୍ରିକେଟ, ଏନ୍ଓସି ମାଗିଲେ ଦୁଇ ଧୁରନ୍ଧର
ନୂଆଦିଲ୍ଲୀ,୧୨।୮: ବଢ଼ିବାରେ ଲାଗିଛି ଦିଲ୍ଲୀ କ୍ରିକେଟର ଅଡୁଆ। ପୂର୍ବତନ ଅଧିନାୟକ ନୀତିଶ ରାଣା ଏବଂ ଗତ ବର୍ଷ ରଣଜୀ ଟ୍ରଫିରେ ଦଳ ତରଫରୁ ଭଲ ପ୍ରଦର୍ଶନ କରିଥିବା ଧ୍ରୁବ ଶୋରେ ଆଗାମୀ ଘରୋଇ ସିଜିନରେ ଅନ୍ୟ ଟିମ୍ର ପ୍ରତିନିଧିତ୍ୱ କରିବା ଲାଗି…
ଠାବ ହୋଇଥିବା ଦ୍ୱିତୀୟ ବିଶ୍ୱଯୁଦ୍ଧ ବୋମାକୁ କରାଗଲା ନିଷ୍କ୍ରିୟ
ଓ୍ବାରସା, ୧୨।୮: ପୋଲାଣ୍ଡର ଲୁବିନ ସହରର ଏକ ନିର୍ମାଣାଧୀନ କୋଠା ନିକଟରୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ବୋମା ଠାବ ହୋଇଛି। ଶ୍ରମିକମାନେ କାମ କରୁଥିବା ବେଳେ ମାଟିତଳେ ଏକ ବୋମା ଥିବା ଦେଖିବାକୁ ପାଇଥିଲେ। ଫଳରେ ତୁରନ୍ତ ଅଞ୍ଚଳରୁ ୧୪ ହଜାରରୁ…
‘ଦଳକୁ ପ୍ରସ୍ତୁତ କରିବା ବଦଳରେ ବରବାଦ କରୁଛି ବିସିସିଆଇ’
ଲାହୋର,୧୨।୮: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସରଫରାଜ ନଓ୍ବାଜ ବିସିସିଆଇକୁ କଟାକ୍ଷ କରିଛନ୍ତି। ଭାରତ ତୁଳନାରେ ପାକିସ୍ତାନ ଟିମ୍ ଅଧିକ ସ୍ଥିର ନଜର ଆସୁଛି। କାରଣ ଭାରତୀୟ ଟିମ୍ ଏସିଆ କପ୍ ଏବଂ ଦିନିକିଆ ବିଶ୍ୱକପ୍ ପୂର୍ବରୁ ହିଁ ଖେଳାଳିମାନଙ୍କୁ ସଠିକ…
Archives


