ହିମାଳୟ ଅଞ୍ଚଳକୁ ସହାୟତା ଜରୁରୀ

ଦୁବାଇ,୩।୧୨: ହିମାଳୟର ହିମାବାହ ବିପଜ୍ଜନକ ହାରରେ ତରଳୁଥିବାରୁ ଏହାର ସମ୍ଭାବ୍ୟ ବିପତ୍ତିକୁ ନେଇ ଜାତିସଂଘ ମହାଚିବ ଆଣ୍ଟୋନିଓ ଗୁଟେରେସ୍‌ ଶନିବାର ଉଦ୍‌ବେଗ ପ୍ରକାଶ କରିଛନ୍ତି। ବିକାଶଶୀଳ ରାଷ୍ଟ୍ର ବିଶେଷକରି ବିପଜ୍ଜନକ ପାର୍ବତ୍ୟାଞ୍ଚଳ ଦେଶଗୁଡ଼ିକର ଆବଶ୍ୟକତା ପ୍ରତି ବାର୍ଷିକ ଜଳବାୟୁ ଆଲୋଚନାରେ ଗୁରୁତ୍ୱ ଦିଆଯିବା ସହ ତୁରନ୍ତ ସହାୟତା ଯୋଗାଇ ଦିଆଯିବା ଜରୁରୀ ବୋଲି କପ୍‌୨୮ ଆଲୋଚନାରେ ଭାଗନେଇ ଗୁଟେରେସ୍‌ କହିଛନ୍ତି। ହିମାଳୟରୁ ସୃଷ୍ଟି ଗଙ୍ଗା, ବ୍ରହ୍ମପୁତ୍ର, ସିନ୍ଧୁ ସମେତ ୧୦ ବୃହତ୍‌ ନଦୀ ଏବଂ ଗ୍ଲେସିୟର ଉପରେ ପ୍ରାୟ ୨୪ କୋଟି ଲୋକ ନିର୍ଭରଶୀଳ। ଏହା ବ୍ୟତୀତ ଭାରତ ସମେତ ୮ଟି ଦେଶର ଅନ୍ୟ ୧୦୦ କୋଟି ଲୋକ ଏହି ସମସ୍ତ ଗ୍ଲେସିୟର ଦ୍ୱାରା ପୁଷ୍ଟ ନଦୀ ଉପରେ ନିର୍ଭର କରିଥାନ୍ତି। ଗତ ୩୦ ବର୍ଷ ମଧ୍ୟରେ ନେପାଳର ପାଖାପାଖି ଏକତୃତୀୟାଂଶ ବରଫ ତରଳିଗଲାଣି, ଯାହାର ସିଧାସଳଖ ସବୁଜଗୃହ ବାଷ୍ପ ପ୍ରଦୂଷଣ ସହ ସମ୍ପୃକ୍ତି ରହିଛି। କିଛିଦିନ ପୂର୍ବରୁ ଏଭରେଷ୍ଟ ଅଞ୍ଚଳ ଗସ୍ତ କରିଥିବା ଗୁଟେରେସ୍‌ ଧନୀ ଦେଶଗୁଡ଼ିକୁ ୧୦୦ ବିଲିୟନ ଡଲାର ପ୍ରଦାନ କରିବା ଉପରେ ସ୍ପଷ୍ଟୀକରଣ ମାଗିଛନ୍ତି। ଏଥିସହ ୨୦୨୫ ସୁଦ୍ଧା ଆଡପ୍ଟେଶନ ପୁଞ୍ଜିକୁ ଦୁଇଗୁଣ କରି ୪୦ ବିଲିୟନ ଡଲାର କରିବା ପାଇଁ ଯୋଜନା ଉପସ୍ଥାପନ ନିମନ୍ତେ ଜାତିସଂଘ ମହାସଚିବ କହିଛନ୍ତି। ନେପାଳ ଭଳି ବିକାଶଶୀଳ ରାଷ୍ଟ୍ରଗୁଡ଼ିକର ଆବଶ୍ୟକତା ଭରଣା କରିବା ପାଇଁ ଅନ୍ତର୍ଜାତୀୟ ଆର୍ଥତ୍କ ଅନୁଷ୍ଠାନ (ଆଇଏଫ୍‌ଆଇ) ଏବଂ ବହୁପାକ୍ଷିକ ଉନ୍ନୟନ ବ୍ୟାଙ୍କ (ଏମ୍‌ଡିବି)ଗୁଡ଼ିକର ସଂସ୍କାର ସପକ୍ଷରେ ସେ ମତ ରଖିଛନ୍ତି। ଉପରୋକ୍ତ ପଦକ୍ଷେପ ଗ୍ରହଣ କରା ନ ଗଲେ ବିପର୍ଯ୍ୟୟକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ସେ ସତର୍କ କରାଇ ଦେଇଛନ୍ତି। ଜଳବାୟୁ ପରିବର୍ତ୍ତନକୁ ରୋକାଯାଇ ନ ପାରିଲେ ଗ୍ଲେସିୟରଗୁଡ଼ିକ ସମ୍ପୂର୍ଣ୍ଣ ଶେଷ ହୋଇଯିବ ଏବଂ ବୃହତ୍‌ ହିମାଳୟ ନଦୀଗୁଡ଼ିକୁ ଜଳପ୍ରବାହ ସାଂଘାତିକ ହ୍ରାସ ଘଟିବ ବୋଲି ଗୁଟେରେସ୍‌ କହିଛନ୍ତି।
ଧନୀ ଓ ଶିଳ୍ପୋନ୍ନତ ଦେଶଗୁଡ଼ିକ ବୈଶ୍ୱିକ ତାପନ ଲଢ଼େଇରେ ଅଧିକ ସକ୍ରିୟ ଭୂମିକା ନେବା ଲାଗି ଜାତିସଂଘ ଜଳବାୟୁ ସମ୍ମିଟ୍‌ର ଦ୍ୱିତୀୟ ଦିନରେ ବିକାଶଶୀଳ ରାଷ୍ଟ୍ରଗୁଡ଼ିକର ନେତାମାନେ ଜୋର୍‌ ଦେଇଥିଲେ। ଜଳବାୟୁ ପରିବର୍ତ୍ତନ ଓ ଉତ୍ତାପ ବୃଦ୍ଧିରେ ଧନୀ ଦେଶଗୁଡ଼ିକର ଭୂମିକା ଅଧିକ ରହୁଛି। ଏସବୁକୁ ରୋକିବା ଦିଗରେ କ’ଣ ପଦକ୍ଷେପ ନିଆଯାଇପାରିବ ତାହା ସେମାନେ ଜଣାନ୍ତୁ ବୋଲି ଅନ୍ୟ ନେତାମାନେ କହିଥିଲେ। ତୈଳସମୃଦ୍ଧ ରାଷ୍ଟ୍ର ୟୁନାଇଟେଡ୍‌ ଆରବ ଏମିରେଟ୍ସରେ କପ୍‌୨୮ ଅନୁଷ୍ଠିତ ହେଉଥିବାବେଳେ ଏଥିରେ ପ୍ରାୟ ୧୫୦ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜକୀୟ ପରିବାର ସଦସ୍ୟ ଓ ଅନ୍ୟ ନେତାମାନେ ସାମିଲ ହୋଇଛନ୍ତି। ଉତ୍ତାପ ଓ ନିର୍ଗମନ ହ୍ରାସ ସମ୍ପର୍କରେ ସେମାନେ ନିଜ ନିଜର ଯୋଜନା ଉପସ୍ଥାପନ କରିଛନ୍ତି। ଜଳବାୟୁ ପରିବର୍ତ୍ତନର ମୁକାବିଲା ଦିଗରେ ସମସ୍ତ ରାଷ୍ଟ୍ର ପୂର୍ବାପେକ୍ଷା ଅଧିକ ଏକତାର ସହ ପଦକ୍ଷେପ ନେବାକୁ ମତ ପ୍ରକାଶ ପାଇଛି। ଆଲୋଚନାରେ ଆଫ୍ରିକୀୟ ନେତାମାନେ ଯୋଗଦେଇ ସେମାନଙ୍କ ଦେଶର ବିଷୁବ ମଣ୍ଡଳୀୟ ଜଙ୍ଗଲ ବାୟୁରୁ ଅତ୍ୟଧିକ ଅଙ୍ଗାରକାମ୍ଳକୁ ଅବଶୋଷଣ କରିବାରେ ସହାୟତା କରୁଥିବା କହିଥିଲେ। ଉତ୍ତାପ ବୃଦ୍ଧିରେ ଧନୀ ଦେଶ ତୁଳନାରେ ସେମାନଙ୍କ ଦେଶର ଭାଗୀଦାରି ଯଥେଷ୍ଟ କମ୍‌ ବୋଲି ସେମାନେ ମତ ରଖିଥିଲେ। ଧନୀ ରାଷ୍ଟ୍ରଗୁଡ଼ିକ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଥିବା ଇକୁଏଟୋରିଆଲ୍‌ ଗିନିର ନେତା କହିଥିଲେ। ସୂଚନାଯୋଗ୍ୟ, ମିଥେନ୍‌ ନିର୍ଗମନ କମାଇବା ଲକ୍ଷ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପ୍ରଶାସନ ଶନିବାର ଏକ ଚୂଡ଼ାନ୍ତ ନିୟମ ଜାରି କରିଛନ୍ତି। ଏହି ନୂଆ ନିୟମ ତୈଳ ଏବଂ ଗ୍ୟାସ୍‌ ଶିଳ୍ପରୁ ସୃଷ୍ଟି ମିଥେନ୍‌ ଓ ଅନ୍ୟାନ୍ୟ କ୍ଷତିକାରକ ବାୟୁ ପ୍ରଦୂଷଣକାରୀ ଉପାଦାନ ଯଥେଷ୍ଟ ହ୍ରାସ କରିବ ବୋଲି ସେଠାର ପରିବେଶ ସୁରକ୍ଷା ସଂସ୍ଥା କହିଛି। ଏହା ଅତ୍ୟାଧୁନିକ ମିଥେନ୍‌ ଚିହ୍ନଟ ଟେକ୍‌ନୋଲୋଜିର ବ୍ୟବହାର ବଢ଼ାଇବା ସହ ଜନସ୍ବାସ୍ଥ୍ୟ କ୍ଷେତ୍ରରେ ଯଥେଷ୍ଟ ଉନ୍ନତି ଆଣିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଜବତ ମାମଲା: ବନ୍ଧା ହେଲେ ବିଶ୍ୱଜିତ୍‌

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଏକ ଘରୋଇ କଲେଜ ହଷ୍ଟେଲରେ ଛାତ୍ରୀ ବୁଗୁଡା ଘୋଡ଼ାପଡ଼ା ଗ୍ରାମର ଶୃତି ଭୋଳଙ୍କ ସନ୍ଦେହଜନକ ମୃତ୍ୟୁ…

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ପ୍ରେମିକାଙ୍କୁ ଡାକ୍ତରଖାନାରେ ଛାଡି ପଳାଇଥିବା ପ୍ରେମିକ ଗିରଫ

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ ): ଅସୁସ୍ଥ ପ୍ରେମିକାଙ୍କୁ ଏମ୍‌କେସିଜି ମେଡିକାଲରେ ଛାଡି ପଳାଇଥିବା ଯୁବକ ବ୍ରହ୍ମପୁର ଶ୍ରୀରାମନଗର ୧୦ମ ଲାଇନର ତ୍ରିନାଥ ସାହୁ(୩୦)ଙ୍କୁ ବଡବଜାର ଥାନା ପୋଲିସ…

ମୁଜାଗଡ଼ ବିଦ୍ୟାଳୟରେ ଯୋଗ ଦିବସ

ଭଞ୍ଜନଗର,୨୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖେଳ ପଡ଼ିଆରେ ରବିବାର ପଞ୍ଚାୟତସ୍ତରୀୟ ଜନ କଲ୍ୟାଣ ଶିବିର ସହ ଯୋଗ…

ଇରାନକୁ ପୁଣି ଆକ୍ରମଣ ଧମକ ଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୧।୬: ସୁଇଜରଲାଣ୍ଡରେ ଆମେରିକା ସହ ଶାନ୍ତି ଆଲୋଚନାରେ ଇସ୍ରାଏଲ୍‌ ଏବଂ ଲେବାନନ୍‌ର ଆତଙ୍କବାଦୀ ଗୋଷ୍ଠୀ ହେଜ୍‌ବୋଲ୍ଲା ମଧ୍ୟରେ ଚାଲିଥିବା ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଇରାନ…

୨ ବର୍ଷ ହେଲା ଖଲାସିଙ୍କୁ ମିଳୁନି ଟଙ୍କା, ଆନ୍ଦୋଳନ ଚେତାବନୀ

ଝରିଗାଁ,୨୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଧାନ ମଣ୍ଡିରେ ଖାଲାସିମାନେ ଧାନ ଓଜନ କରିଥିବା ବେଳେ ଦୁଇବର୍ଷ ଧରି ଖଲାସିମାନଙ୍କ…

ଶାନ୍ତି ଆଲୋଚନାରେ ଏହି ମୁଖ୍ୟ ପ୍ରସଙ୍ଗ ରଖିବ ଇରାନ, ବିଦେଶରେ ଅଟକି ଥିବା…

ତେହରାନ,୨୧ା୬: ସୁଇଜରଲାଣ୍ଡରେ ଆମେରିକା ସହ ଶାନ୍ତି ଆଲୋଚନାରେ ଇସ୍ରାଏଲ୍‌ ଏବଂ ଲେବାନନ୍‌ର ଆତଙ୍କବାଦୀ ଗୋଷ୍ଠୀ ହେଜ୍‌ବୋଲ୍ଲା ମଧ୍ୟରେ ଚାଲିଥିବା ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଇରାନ…

ତାମିଲନାଡୁ ଗ୍ୟାସ ଟ୍ରାଜେଡି: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ରବିବାର ଏକ ସି-ଫୁଡ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍‌ ହେବା ଯୋଗୁ ୭ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା…

ହଠାତ୍‌ ଢିଲା ହୋଇଗଲା ବସ୍‌ର ଷ୍ଟିଅରିଂ, ଡ୍ରାଇଭର ଏମିତି ଉପସ୍ଥିତି ବୁଦ୍ଧି ଖଟାଇବାରୁ…

ରିଆମାଳ,୨୧ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ସୁରଙ୍ଗିପାଳ ନିକଟରେ ଆଜି ଶୁଭଲକ୍ଷ୍ମୀ ନାମକ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ରେଙ୍ଗାଲି ଡ୍ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri