ଆମେରିକାର ୧୧ ରାଜ୍ୟରେ ବଢୁଛି ଶ୍ୱାସରୋଗ

ଓ୍ବାଶିଂଟନ,୩।୧୨: ଚାଇନାରେ ରହସ୍ୟମୟ ନିମୋନିଆ ସଂକ୍ରମଣ ବ୍ୟାପିଚାଲିଥିବାବେଳେ ଏବେ ଆମେରିକାର ୧୧ଟି ରାଜ୍ୟରେ ଶ୍ୱାସକ୍ରୟାଜନିତ ରୋଗ ବଢ଼ୁଥିବାରୁ ଆତଙ୍କ ସୃଷ୍ଟି ହୋଇଛି। ସଂଗୃହୀତ ତଥ୍ୟ ଅନୁଯାୟୀ ଚଳିତ ବର୍ଷ ବହୁ ଅଧିକ ଲୋକ ଶ୍ୱାସଜନିତ ରୋଗରେ ଆକ୍ରାନ୍ତ ହୋଇପାରନ୍ତି ବୋଲି ସିଡିସି (ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍‌ଶନ) ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି। ଚଳିତ ଥର ଫ୍ଲୁ ଅଧିକ ଗମ୍ଭୀର ହୋଇପାରେ ବୋଲି ସେମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ବିଶେଷକରି ଆମେରିକାର ଦକ୍ଷିଣ କେନ୍ଦ୍ରୀୟ, ଦକ୍ଷିଣପୂର୍ବ, ପାର୍ବତ୍ୟାଞ୍ଚଳ ଏବଂ ପଶ୍ଚିମ ଉପକୂଳ ଅଞ୍ଚଳରେ ଋତୁକାଳୀନ ଇନ୍‌ଫ୍ଲୁଏଞ୍ଜା କ୍ରମାଗତ ଭାବେ ବଢ଼ିଚାଲିଛି। ଲୁଇଜିଆନା ଏବଂ ସାଉଥ୍‌ କାରୋଲିନାରେ ଏହି ସଂଖ୍ୟା ଯଥେଷ୍ଟ ଅଧିକ ଏବଂ ଅତ୍ୟଧିକ ଗମ୍ଭୀର ସ୍ଥିତି ସୃଷ୍ଟି କରିଥିବା ରିପୋର୍ଟରେ କୁହାଯାଇଛି। ଏହା ବ୍ୟତୀତ ଆଲବାମା, କାଲିଫର୍ନିଆ, କଲରାଡୋ, ଫ୍ଲୋରିଡା, ଜର୍ଜିଆ, ମିସିସିପି, ନ୍ୟୁ ମେକ୍ସିକୋ, ପୁଏର୍ଟୋ ରିକୋ, ଟେନେସି, ଟେକ୍ସାସ୍‌ ଏବଂ ନ୍ୟୁୟର୍କ ସିଟିରେ ଶ୍ୱାସଜନିତ ରୋଗ ସଂକ୍ରମଣ ଅଧିକ ରହିଛି। ଜ୍ୱର, କାଶ ଓ ଗଳା ଦରଜ ଆଦି ଅଭିଯୋଗ ନେଇ ବହୁସଂଖ୍ୟାରେ ରୋଗୀ ପ୍ରତିଦିନ ହସ୍ପିଟାଲ ଆସୁଛନ୍ତି, ଯାହାକି ଫ୍ଲୁ’ର ଲକ୍ଷଣ। ଚଳିତ ସପ୍ତାହର ଫ୍ଲୁ’ ଭିଉ ରିପୋର୍ଟ ଅନୁଯାୟୀ ପରୀକ୍ଷା କରାଯାଇଥିବା ନମୁନା ମଧ୍ୟରୁ ୬%ରେ ଫ୍ଲୁ ପଜିଟିଭ୍‌ ରିପୋର୍ଟ ଆସିଛି। ଏହି ଫ୍ଲୁ କୋଭିଡ୍‌, ଆର୍‌ଏସ୍‌ଭି ଭଳି ଅନ୍ୟାନ୍ୟ ଶ୍ୱାସଜନିତ ରୋଗରେ ବଦଳିପାରେ ବୋଲି ଆଶଙ୍କା କରାଯାଉଛି।
ବଢ଼ୁଥିବାରୁ ତୁରନ୍ତ ଆମେରିକା ଏବଂ ଚାଇନା ମଧ୍ୟରେ ଯାତାୟାତ କଟକଣା ଲଗାଇବାକୁ ମାର୍କୋ ରୁବିଓଙ୍କ ନେତୃତ୍ୱରେ ଅନେକ ରିପବ୍ଲିକାନ୍‌ ସିନେଟର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ପତ୍ର ଲେଖିଛନ୍ତି। ଚାଇନାରେ ପିଲାମାନଙ୍କ ମଧ୍ୟରେ ଶ୍ୱାସକ୍ରିୟାଜନିତ ରୋଗ ଏବଂ ନିମୋନିଆ ବଢ଼ିଚାଲିଥିବାରୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ ) ଉଦ୍‌ବେଗ ପ୍ରକାଶ କରିବା ସହ ଏହା ଉପରେ ବେଜିଂ ସବିଶେଷ ତଥ୍ୟ ଦେବା ପାଇଁ ଅନୁରୋଧ କରିଛି। ଚାଇନାରେ ଅଜଣା ଶ୍ୱାସରୋଗ ବଢ଼ୁଥିବାବେଳେ ଏହି ଦେଶ ରୋଗକୁ ଲୁଚାଇ ରଖିବାର ଇତିହାସ ରହିଛି। କୋଭିଡ୍‌ ସମୟରେ ବେଜିଂ ତଥ୍ୟ ଲୁଚାଇଥିଲା। ତେଣୁ ଏହି ଦେଶ ସହ ଗମନାଗମନ ସମ୍ପୂର୍ଣ୍ଣ ବନ୍ଦ କରାଯିବା ଜରୁରୀ ବୋଲି ସିନେଟର ରୁବିଓ, ଜେ.ଡି. ଭାନ୍ସ, ରିକ୍‌ ସ୍କଟ୍‌, ଟମି ଟୁବେର୍‌ଭିଲେ ଏବଂ ମାଇକ୍‌ ବ୍ରାଉନ୍‌ ପତ୍ରରେ ଲେଖିଛନ୍ତି। ଚାଇନା ରିପୋର୍ଟ ଆଧାରରେ ଡବ୍ଲ୍ୟୁଏଚ୍‌ଓର କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା ନ କରି ଆମେରିକୀୟମାନଙ୍କ ସ୍ବାସ୍ଥ୍ୟ ଏବଂ ଅର୍ଥନୀତିର ସୁରକ୍ଷା ପାଇଁ ଆମକୁ ଜରୁରୀ ପଦକ୍ଷେପ ନେବାକୁ ହେବ ବୋଲି ସେମାନେ କହିଛନ୍ତି। ଏବେଠାରୁ ଟ୍ରାଭେଲ୍‌ ବ୍ୟାନ୍‌ କରାଗଲେ ଆମ ଦେଶକୁ ମୃତ୍ୟୁ, ଲକ୍‌ଡାଉନ୍‌ ଆଦି ସଙ୍କଟରୁ ରକ୍ଷା କରାଯାଇପାରିବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।
ଅନ୍ୟପକ୍ଷରେ ଶ୍ୱାସରୋଗ ସଂକ୍ରମଣ ବୃଦ୍ଧିଜନିତ ଉଦ୍‌ବେଗକୁ ହ୍ରାସ କରିବାକୁ ଯାଇ ଚାଇନା ବହିର୍ବ୍ୟାପାର ମନ୍ତ୍ରୀ ଓ୍ବାଙ୍ଗ୍‌ ଓ୍ବି କହିଛନ୍ତି, ଏହା ଏକ ପ୍ରଚଳିତ ବିଶ୍ୱ ପ୍ରସଙ୍ଗ। ସ୍ଥିତିକୁ ପ୍ରଭାବଶାଳୀ ଢଙ୍ଗରେ ନିୟନ୍ତ୍ରଣ କରିବା ଲାଗି ଚାଇନା କର୍ତ୍ତୃପକ୍ଷ ଉଦ୍ୟମ ଚଳାଇଥିବା ସେ କହିଛନ୍ତି। ଚାଇନାର କେତେକ ଅଞ୍ଚଳରେ ଶିଶୁମାନଙ୍କ ମଧ୍ୟରେ ଗୋଷ୍ଠୀ ଫ୍ଲୁ ସଂକ୍ରମଣ ଦେଖାଯାଇଛି। ବିଭିନ୍ନ ଦେଶରେ ଏଭଳି ସମସ୍ୟା ରହିଥିବା ଓ୍ବାଙ୍ଗ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ମହିଳାଙ୍କୁ ମାରପିଟ, ଗାଳି ଗୁଲଜ ମାମଲାରେ ୮ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଜେଲ ଦଣ୍ଡ

ଗୁଣପୁର,୧୪/୮(ସୁଜାତା ପାଢ଼ୀ):ମହିଳାଙ୍କୁ ମାରପିଟ,ଗାଳି ଗୁଲଜ ଏବଂ ଅସ ଅସଦାଚାରଣ କରିବା ଘଟଣାକୁ ନେଇ ରାୟଗଡା ଜିଲା ଗୁଣପୁର ଏସଡିଜେଏମଙ୍କ କୋର୍ଟରେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

ଛତ୍ରପୁର, ୧୪।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଦେଶ ବିଭାଜନ ସମୟରେ ଘଟିଥିବା ବିଭୀଷିକା ଓ ଦୁଃଖଦ ଘଟଣାଗୁଡ଼ିକର ସ୍ମୃତିରେ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

ନିଜ ଝିଅ ବୟସର ଯୁବତୀଙ୍କୁ ଧରି ବୁଲୁଛନ୍ତି ଗୋବିନ୍ଦା, ସ୍ତ୍ରୀ କହିଲେ-ଲଜ୍ଜା ଲାଗିବା କଥା

ମୁମ୍ବାଇ: ଦିନ ଥିଲା ବଲିଉଡ ଅଭିନେତା ଗୋବିନ୍ଦା ନିଜର ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ। ହେଲେ ଆଜିକାଲି ସିନେମାକୁ ନେଇ କମ୍‌ ହେଲେ ବ୍ୟକ୍ତିଗତ ଜୀବନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri