Posted inଜାତୀୟ

ମହିଳାଙ୍କୁ ‘ଡିଜିଟାଲି ଗିରଫ’ କରାଇ ୧୧ ଲକ୍ଷ ଠକିନେଲେ

ନୋଏଡ଼ା,୩।୧୨: ନୋଏଡ଼ାରେ ଏକ ନୂଆ ସାଇବର ଠକେଇ ଦେଖିବାକୁ ମିଳିଛି। ସେଠାରେ ରହୁଥିବା ଜଣେ ମହିଳାଙ୍କୁ ଗୋଟିଏ ଦିନ ଡିଜିଟାଲ ଗିରଫ ରଖାଯାଇ ତାଙ୍କଠାରୁ ୧୧ ଲକ୍ଷରୁ ଅଧିକ ଟଙ୍କା ଠକିନିଆଯାଇଛି। ଅଭିଯୋଗ ପରେ ଉତ୍ତରପ୍ରଦେଶ ପୋଲିସ ତଦନ୍ତ ଆରମ୍ଭ କରିଛି। ଠକମାନେ ନିଜକୁ ପୋଲିସ ଅଧିକାରୀର ପରିଚୟ ଦେଇଥିଲେ। ସମ୍ପୃକ୍ତ ମହିଳାଙ୍କ ଆଧାର ନମ୍ବରକୁ ବ୍ୟବହାର କରି ମୁମ୍ବାଇରେ କିଣାଯାଇଥିବା ସିମ୍‌ କାର୍ଡକୁ ବେଆଇନ ବିଜ୍ଞାପନ ଏବଂ ମହିଳାମାନଙ୍କୁ ହଇରାଣ କରାଯାଉଥିବା ଗତ ୧୩ ତାରିଖରେ ଆଇଭିଆର୍‌ ଯୋଗେ କଲ୍‌ କରି କହିଥିଲେ। ପରେ ଉକ୍ତ କଲ୍‌କୁ ମୁମ୍ବାଇ ପୋଲିସ ଅଫିସର ପରିଚୟ ଦେଉଥିବା ଜଣେ ଲୋକ ପାଖକୁ ଟ୍ରାନ୍ସଫର କରାଯାଇଥିଲା। ସେ ମହିଳାଙ୍କୁ ଫୋନ୍‌ ଯୋଗେ ପଚରାଉଚରା କରିବା ପରେ ସ୍କାଏପେ ଭିସିରେ ଜେରା କରିଥିଲେ। ତାଙ୍କ ନାମରେ ମନିଲଣ୍ଡରିଂ ମାମଲା ରୁଜୁ ହେବା ସହ ସୁପ୍ରିମକୋର୍ଟ ଗିରଫ ପରଓ୍ବାନା ଜାରି କରିଥିବା ମହିଳାଙ୍କୁ କୁହାଯାଇଥିଲା। ଏହାର କାଗଜାତ ସ୍କାଏପେ୍‌ରେ ସମ୍ପୃକ୍ତ ଅଫିସର ଜଣକ ପଠାଇଥିଲେ। ପରେ ସିବିଆଇର ଜଣେ ଆଇପିଏସ୍‌ ଅଫିସର ମହିଳାଙ୍କୁ ଅଧିକ ଜେରା କରିବେ ବୋଲି କୁହାଯିବା ସହ ସ୍କାଏପେ ଆଇଡି ଦିଆଯାଇଥିଲା। ଉକ୍ତ ଆଇଡିରେ ଗିରଫ ପରଓ୍ବାନା ହଟାଇବା ପାଇଁ ସିବିଆଇ ଅଫିସରଙ୍କୁ ଅନୁରୋଧ କରିବାକୁ ପରାମର୍ଶ ଦିଆଯାଇଥିଲା। ସିବିଆଇ ଅଫିସର ପରିଚୟ ଦେଉଥିବା ବ୍ୟକ୍ତି ମହିଳାଙ୍କୁ କହିଥିଲେ, ତାଙ୍କ ଆକାଉଣ୍ଟକୁ ବ୍ୟବହାର କରାଯାଇ ୨ କୋଟି ଟଙ୍କା ଟ୍ରାନ୍ସଫର ହୋଇଛି। ଏଥିପାଇଁ ତାଙ୍କୁ ୨୦ ଲକ୍ଷ ଟଙ୍କା ପୈଠ କରିବାକୁ କୁହାଯାଇଥିଲା। ତାଙ୍କୁ ଗୋଟିଏ ଦିନ ଡିଜିଟାଲି ଗିରଫ କରାଯାଇଥିବା କୁହାଯାଇ ୧୧.୧୧ ଲକ୍ଷ ଟଙ୍କା ଠକିନିଆଯାଇଥିବା ମହିଳା ଜଣକ ନିଜ ଅଭିଯୋଗରେ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri