Home Left

କଂଗ୍ରେସକୁ ଟାର୍ଗେଟ କଲେ ମୋଦି, କହିଲେ ‘ଲୋକେ ୨୦୧୪ ପୂର୍ବର ସମୟକୁ ଭୁଲି ପାରିବେ ନାହିଁ, ସେ ସମୟରେ…’

ନୂଆଦିଲ୍ଲୀ,୨୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଭୋପାଳର ସିଏମ ରାଇଜ ଗଭର୍ମେଣ୍ଟ ମହାତ୍ମା ଗାନ୍ଧୀ ହାୟର ସେକେଣ୍ଡାରୀ ସ୍କୁଲରେ ନବନିଯୁକ୍ତ ଶିକ୍ଷକଙ୍କ ଟ୍ରେନିଂ କମ ଓରିଏଣ୍ଟେଶନ ପ୍ରୋଗ୍ରାମକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି,…

‘ଗଦ୍ଦର ୩’କୁ ନେଇ ପ୍ରତିକ୍ରିୟା ରଖିଲେ ଅମିଶା

ମୁମ୍ବାଇ: ବଲିଉଡର ଅଗାଧାଡିର ନାୟକ ସନ୍ନି ଦଓ୍ବେଲ ଓ ଆଗଧାଡିର ନାୟିକା ଅମିଶା ପଟେଲଙ୍କ ଅଭିନୀତ ମୁଭି ‘ଗଦ୍ଦର ୨’ ବକ୍ସ ଅଫିସରେ ତହଲକା ମଚାଉଛି। ଫିଲ୍ମ ଏମିତି ସକସେସ ହେବ ବୋଲି କେହି ଆଶା ବି କରି ନ ଥିଲେ।…

ପାଟନା ଲାଠିଚାର୍ଜ ମାମଲାରେ ବଡ କାର୍ଯ୍ୟାନୁଷ୍ଠାନ ନେଲେ ଲୋକ ସଭା ବାଚସ୍ପତି

ନୂଆଦିଲ୍ଲୀ,୨୧।୮: ବିହାରର ରାଜଧାନୀ ପାଟନାରେ ଭାଜପା ନେତାଙ୍କ ଉପରେ ଲାଠିଚାର୍ଜ ମାମଲା ଏବେ ଦିଲ୍ଲୀରେ ପହଞ୍ଚିଛି। ଲାଠିଚାର୍ଜକୁ ନେଇ ଲୋକ ସଭା ବାଚସ୍ପତି ଓମ ବିର୍ଲା ବଡ କାର୍ଯ୍ୟାନୁଷ୍ଠାନ ନେଇ ପାଟନା ଜିଲାଧିକାରୀ (ପାଟନା ଡିଏମ) ଚନ୍ଦ୍ରଶେଖର ସିଂ ଏବଂ ବରିଷ୍ଠ…

ମଣିପୁରର ୨୦ ମାମଲା ସିବିଆଇକୁ ହସ୍ତାନ୍ତର

ଇମ୍ଫାଲ,୨୧।୮: ମଣିପୁରରେ କୁକି-ମେଇତି ସମ୍ପ୍ରଦାୟର ଜଣେ ୭ ବର୍ଷୀୟ ଶିଶୁ ସମେତ ତାଙ୍କ ମା’ ଓ ଖୁଡ଼ୀଙ୍କୁ ଆମ୍ବୁଲାନ୍ସରେ ଜିଅନ୍ତା ଜାଳି ଦିଆଯାଇଥିଲା। ମଣିପୁର ପୋଲିସ ବର୍ତ୍ତମାନ ଏହି ମାମଲା ସମେତ ଅନ୍ୟ ୨୦ ମାମଲାକୁ ସିବିଆଇକୁ ହସ୍ତାନ୍ତର କରିଛି। ସିବିଆଇ…

ତେଲଙ୍ଗାନା ନିର୍ବାଚନ: ବିଆରଏସ୍‌ ଜାରି କଲା ୧୧୫ ପ୍ରାର୍ଥୀଙ୍କ ତାଲିକା, ୨ ଆସନରେ ଲଢିବେ କେସିଆର

ହାଇଦ୍ରାବାଦ,୨୧।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ସୋମବାର ବିଆରଏସ୍‌ର୧୧୫ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛନ୍ତି। ଏହି ତାଲିକାରେ ୭ଜଣ ପ୍ରାର୍ଥୀଙ୍କୁ ପରିବର୍ତ୍ତନ କରାଯାଇଛି। ମୁଖ୍ୟମନ୍ତ୍ରୀ କେସିଆର ଦୁଇଟି ଆସନ ଗଜୱେଲ ଏବଂ କାମାରେଡ୍ଡୀରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଆସନ୍ତା…

ମୟୂରକୁ ଧରି ବିମାନରେ ଚଢ଼ିଲେ ମହିଳା, କୋଳରେ ବସାଇ କଲେ ଯାତ୍ରା, ଭିଡିଓ ଦେଖିଲେ…

ଲୋକମାନେ ନିଜ କୋଳରେ କୁକୁର ଛୁଆକୁ ସାଥୀରେ ଧରି ବିମାନ ଯାତ୍ରା କରିଥିବାର ଆପଣ ନିଶ୍ଚୟ ଦେଖିଥିବେ ମାତ୍ର ଜଣେ ମହିଳା ମୟୂରକୁ ଧରି ବିମାନରେ ଯାତ୍ରା କରିବା କେବେ ଶୁଣି ନ ଥିବେ କି ଦେଖି ନ ଥିବେ । ପ୍ରଥମ…

ପିକ୍‌ଅପ୍‌ ଧକ୍କାରେ ଚାଲିଗଲା ଛାତ୍ରଙ୍କ ଜୀବନ

ଝାରବନ୍ଧ,୨୧ା୮(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଜୁନିୟର କଲେଜର ଜଣେ ଛାତ୍ର ସୋମବାର ୟୁନିଟ୍‌ ଟେଷ୍ଟ ପରୀକ୍ଷା ଦେଇ ଘରକୁ ଫେରୁଥିବା ବେଳେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମୃତଛାତ୍ର ଜଣକ ହେଲେ ଝାରବନ୍ଧ ଥାନା ଅନ୍ତର୍ଗତ ଡୁଙ୍ଗୁରିଚଢ଼ା ଗ୍ରାମର ଖଗେଶ୍ୱର…

ବିମାନବନ୍ଦରରେ ଏମ୍‌ପିଙ୍କୁ ସୁବିଧା ସୁଯୋଗ ନ ମିଳିବା ଅଭିଯୋଗ, ଇଣ୍ଡିଗୋକୁ ସମନ

ନୂଆଦିଲ୍ଲୀ,୨୧।୮: ଲୋକ ସଭାର ପ୍ରିଭିଲେଜ୍‌ କମିଟି ଇଣ୍ଡିଗୋ ଏୟାରଲାଇନ୍ସର ଏମଡି ରାହୁଲ ଭାଟିଆଙ୍କୁ ସମନ ପଠାଇ ଅଗଷ୍ଟ ୩୦ରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିକଟରେ ଏମ୍‌ପିମାନେ ଅଭିଯୋଗ କରିଥିଲେ ଯେ, ପ୍ରୋଟୋକଲ ଅନୁଯାୟୀ ବିମାନବନ୍ଦରରେ ସୁବିଧା ଏବଂ ଭଲ ବ୍ୟବହାର…

ଏସିଆ କପ ଦଳରୁ ବାଦ୍‌ ପଡିଲେ ଚହଲ

ନୂଆଦିଲ୍ଲୀ,୨୧।୮: ଏସିଆ କପ ୨୦୨୩ ପାଇଁ ସୋମାବାର ଭାରତୀୟ ଦଳ ଘୋଷଣା ହୋଇଛି, କିନ୍ତୁ ଦଳରେ ଏକ ବଡ଼ ପରିବର୍ତ୍ତନ ଦେଖାଯାଇଛି। ଦଳର ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ୧୭ଜଣିଆ ଦଳରେ ସୁଯୋଗ ମିଳିନାହିଁ। ଦଳରେ ସ୍ପିନର ଅଲରାଉଣ୍ଡର ଅକ୍ଷର ପଟେଲଙ୍କୁ…

ମୁଖ୍ୟମନ୍ତ୍ରୀଙ୍କ ପାଦ ତଳେ ସାପ

ବିଲାସପୁର,୨୧।୮: ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ସୋମବାର ସାପ ଦଂଶନରୁ ଅଳ୍ପକେ ବର୍ତ୍ତିଛନ୍ତି। ବିଲାସପୁରରେ ଗଣମାଧ୍ୟମକୁ ସମ୍ବୋଧିତ କରୁଥିବାବେଳେ ତାଙ୍କ ପାଦ ତଳେ ସାପ ଆସିଯାଇଥିଲା। ସାପ ଦେଖି ସେଠାରେ ଉପସ୍ଥିତ ଲୋକେ ଭୟଭୀତ ହୋଇଯାଇଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ଲୋକମାନଙ୍କୁ…

ଗଜେନ୍ଦ୍ର ସିଂ ଶେଖାୱାତଙ୍କ ମାନହାନି ମାମଲାରେ କୋର୍ଟରେ ହାଜର ହେଲେ ଗେହଲଟ

ଜୟପୁର,୨୧।୮: ରାଜସ୍ଥାନ ଭାଜପାର ବରିଷ୍ଠ ନେତା ତଥା କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱାତଙ୍କ ଅଭିଯୋଗ କ୍ରମେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସମସ୍ୟା ବଢିପାରେ। ଏହି ମାମଲାରେ ଦିଲ୍ଲୀର ରୌଜ୍‌ ଆଭେନ୍ୟୁ କୋର୍ଟରେ ଏକ ଶୁଣାଣି ହୋଇଛି, ଯେଉଁଥିରେ ସିଏମ…

ଚେରିମୂଲି ଭରସାରେ କିଡ୍‌ନୀ ରୋଗୀ

ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଡୁମେରବାହାଲ ଗାଁର ବସ୍ତିପଡ଼ାରେ କଲବଲ କରୁଛି କିଡ୍‌ନୀ ରୋଗ। ଏହି ଗାଁରେ ଚଳିତବର୍ଷ କିଡ୍‌ନୀ ରୋଗର ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେବି ୧୬ଜଣ ଲୋକ ଚିକିତ୍ସିତ ହେଉଛନ୍ତି। ସତେ ଯେମିତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri