Home Left

୨୭ତମ ରୁଚି ପ୍ରତିଭା ସମ୍ମାନ ସମାରୋହ

କଟକ,୩।୯: ରୁଚି ଫୁଡ୍‌ଲାଇନର ସାମାଜିକ ପ୍ରତିଷ୍ଠାନ ରୁଚି ପ୍ରତିଭା ଫାଉଣ୍ଡେଶନ ପକ୍ଷରୁ ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ସେଭେନ୍‌ ପିଲାର୍ସ ଅଫ୍‌ ଓି୍ବଜ୍‌ଡମ୍‌ର ମୁଖ୍ୟ ସମ୍ମିଳନୀ କକ୍ଷରେ ରୁଚି ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ନିର୍ଦ୍ଦେଶକ…

ରଙ୍ଗମିସ୍ତ୍ରୀଙ୍କ ପାଇଁ ମିଳିଲା ଚୋରି ମୂର୍ତ୍ତି

ସୋନପୁର,୩l୯(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ସହର ସୋନପୁର ଥାନା ନିକଟସ୍ଥ ପଞ୍ଚରଥ ମନ୍ଦିରରୁ ଶନିବାର ରାତିରେ ମୂର୍ତ୍ତି ଚୋରି ହୋଇଥିଲା। ମନ୍ଦିର ପୂଜକ ରବିବାର ଏହି ସମ୍ପର୍କରେ ସୋନପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ପୋଲିସ ଏକ ମାମଲା(ନଂ.୨୦୦/୨୩) ରୁଜୁ କରି…

ଖୁଦୁରୁକୁଣୀ ବ୍ରତ ଆରମ୍ଭ: ଭାଇଙ୍କ ଦୀର୍ଘାୟୁ କାମନା କଲା ଭଉଣୀ

ନିରାକାରପୁର,୩।୯(ମାନସ ଚନ୍ଦ୍ର ପଟ୍ଟନାୟକ ): ଭାଇଙ୍କ ଦୀର୍ଘାୟୁ କାମନା ସହ ଉଜ୍ଜ୍ୱଳ ଭବିଷ୍ୟତ ନେଇ ଭଉଣୀମାନେ ରବିବାର ଖୁଦୁରୁକୁଣୀ ବ୍ରତ ଆରମ୍ଭ କରିଛନ୍ତି। ବ୍ରତର ଆଜି ପ୍ରଥମ ପାଳି ଥିବାରୁ ରୀତିନୀତି ସହକାରେ ଭଉଣୀମାନେ ଧୁମ୍‌ଧାମରେ ପୂଜାର୍ଚ୍ଚନା କରିଛନ୍ତି। ଭାଦ୍ରବ ମାସରେ…

ଛୁରିଭୁସି ଶିକ୍ଷକଙ୍କୁ ହତ୍ୟା

ନୂଆଦିଲ୍ଲୀ,୩ା୯ ଦିଲ୍ଲୀର ଜାମିଆନଗର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୨୮ ବର୍ଷୀୟ ଶିକ୍ଷକଙ୍କୁ ଛାତ୍ର ଜଣକ ଛୁରିଭୁସି ହତ୍ୟା କରିଛନ୍ତି। ପୋଲିସ ଘଟଣାରେ ସମ୍ପୃକ୍ତ ନାବାଳକ ଛାତ୍ରଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି। ଅନ୍ୟପକ୍ଷେ ଶିକ୍ଷକ ଜଣକ…

ଓମେନ୍ସ ବିଗ୍‌ ବାଶ୍‌ ଲିଗ୍‌: ହରମନପ୍ରୀତ ଖେଳିବା ପକ୍କା

ମେଲବୋର୍ନ, ୩ା୯: ଓମେନ୍ସ ବିଗ୍‌ ବାଶ୍‌ ଲିଗ୍‌ (ଡବ୍ଲ୍ୟୁବିବିଏଲ୍‌)ର ବିଦେଶୀ ଖେଳାଳି ଚିଠାରେ କେବଳ ଜଣେ ମାତ୍ର ଭାରତୀୟ ହରମନପ୍ରୀତ କୌର ସ୍ଥାନ ପାଇଛନ୍ତି। ମେଲବୋର୍ନ ରେନେଗେଡ୍ସ ତାଙ୍କୁ ଦଳରେ ରଖିଛି। ଉଦ୍‌ଘାଟନୀ ଡବ୍ଲ୍ୟୁବିବିଏଲ୍‌ ବିଦେଶୀ ଖେଳାଳି ତାଲିକାରେ ୟାସ୍ତିକା ଭାଟିଆ,…

ନାବାଳିକାଙ୍କୁ ବଳାତ୍କାର

ବାରିପଦା,୩ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ସଦର ଥାନା ଅଞ୍ଚଳର ଜନୈକା ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଶାମାଖୁଣ୍ଟା ବ୍ଲକ୍‌ ଗୋବିନ୍ଦପୁର ଅଞ୍ଚଳର ବୁଧିରାମ ସିଂ(୨୭)। ଏ ସଂକ୍ରାନ୍ତରେ…

୫-ଟି ସଚିବଙ୍କୁ ଅଭିଯୋଗ ପରେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ରାଇରଙ୍ଗପୁର,୩ା୯(ମନୋରଞ୍ଜନ ତିରିଆ): ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅଧୀନ କୁଇଲିସୁତା ଗ୍ରାମର ମଙ୍ଗଲ ଆଲଡ଼ାଙ୍କ ବିଧବା ପତ୍ନୀ ସୀତା ଦେଇଙ୍କ ପେନ୍‌ସନ ପାସବୁକ୍‌ରୁ ଟଙ୍କା ହଡ଼ପ ମାମଲାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ବଡ଼ମଣଦା ଗ୍ରାମର ନରେଶଚନ୍ଦ୍ର ସାହୁ।…

ଚିନି ମୂଲ୍ୟ ୨୨୦ ଟଙ୍କା

ଇସଲାମାବାଦ୍‌,୩।୯: ପାକିସ୍ତାନରେ ଆର୍ଥିକ ସଙ୍କଟ ମଧ୍ୟରେ ଚିନି ଦର ରେକର୍ଡ ଭାଙ୍ଗିଛି। ବାଲୁଚିସ୍ତାନର ଖୁଚୁରା ବଜାରରେ ଚିନି ମୂଲ୍ୟ ୨୨୦ ଟଙ୍କାରେ ପହଞ୍ଚିଛି। ଚିନି ପୂର୍ବରୁ ୨୦୦ କିଲୋଗ୍ରାମରେ ବିକ୍ରି ହେଉଥିଲା। ବାଲୁଚିସ୍ତାନରେ ହଠାତ୍‌ ୨୦ ଟଙ୍କା ବୃଦ୍ଧି ରେକର୍ଡ କରାଯାଇଥିଲା।…

୬ ଦିନ ପରେ ବି ମିଳୁନି ପୁଅର ପତ୍ତା: ଥାନାରେ ପହଞ୍ଚିଲେ ମା’

ରାଇରଙ୍ଗପୁର,୩।୯(ମନୋରଞ୍ଜନ ତିରିଆ): ରାଇରଙ୍ଗପୁର ପୌରପାଳିକା ଅଧୀନ କୁଚେଇବୁଢ଼ୀ ଗ୍ରାମର ପ୍ରଫୁଲ୍ଲ ବନଛରଙ୍କ ପୁଅ କ୍ରୁନ୍ଦନ ବନଛର(୨୫) ୬ ଦିନ ହେଲା ନିଖୋଜ ଅଛନ୍ତି। କ୍ରୁନ୍ଦନ ଅଗଷ୍ଟ ୨୮ରେ ଘରୁ ବାହାରି ଯାଇ ଆଉ ଫେରି ନାହାଁନ୍ତି। ପରିବାର ଲୋକେ ଖୋଜାଖୋଜି ପରେ…

ତୃତୀୟ ସ୍ତ୍ରୀଙ୍କ ସହ ଛାଡପତ୍ର ପରେ ଏମିତି କହିଲେ ରାହୁଲ ମହାଜନ

ବିଗ ବସ ଜରିଆରେ ଖ୍ୟାତି ଅର୍ଜନ କରିଥିବା ରାହୁଲ ମହାଜନ ଏବେ ଚର୍ଚ୍ଚାରେ ଅଛନ୍ତି। ରାହୁଲ ତାଙ୍କ ତୃତୀୟ ସ୍ତ୍ରୀ ତଥା କାଜାଖସ୍ତାନର ମଡେଲ ନାତାଲ୍ୟା ଇଲିନା ଛାଡପତ୍ର ଦେଇଛନ୍ତି। ନାତାଲ୍ୟାଙ୍କୁ ଛାଡପତ୍ରକୁ ନେଇ ପ୍ରତିକ୍ରିୟା ପ୍ରକାଶ ରାହୁଲ। ସେ ଏହି…

ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ହତ୍ୟା ଧମକ

ଲକ୍ଷ୍ନୌ,୩।୮: ବାଗେଶ୍ୱର ଧାମର ମୁଖ୍ୟ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କୁ ହତ୍ୟା ଧମକ ମିଳିଛି। ଉତ୍ତରପ୍ରଦେଶର ବରେଲିରେ ଅନାସ ଅନସାରୀ ନାମକ ଜଣେ ଯୁବକ ତାଙ୍କୁ ଏହି ଧମକ ଦେଇଥିବା ଜଣାପଡିଛି। ଏଠାରେ ଅନାସ ଅନସାରୀ ଇନଷ୍ଟାଗ୍ରାମରେ ଏକ ଧମକପୂର୍ଣ୍ଣ ପୋଷ୍ଟ କରି…

‘ଇଣ୍ଡିଆ’ ମେଣ୍ଟର ପ୍ରକୃତ ଏଜେଣ୍ଡା ହିନ୍ଦୁ ଧର୍ମକୁ ସଂପୂର୍ଣ୍ଣ ଧ୍ୱଂସ କରିବା’

ନୂଆଦିଲ୍ଲୀ,୩।୯: ତାମିଲନାଡୁର ଯୁବ କଲ୍ୟାଣ ମନ୍ତ୍ରୀ ତଥା ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କ ମନ୍ତବ୍ୟ(ସନାତନ ଧର୍ମକୁ ରଦ୍ଦ କରାଯିବା ଉଚିତ)କୁ ନେଇ ଦେଶରେ ରାଜନୈତିକ ଝଡ ସୃଷ୍ଟି ହୋଇଛି। ଷ୍ଟାଲିନଙ୍କ ବିବୃତ୍ତିକୁ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ସହିତ ଯୋଡି ରବିବାର ଭାଜପାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri