ଜମ୍ମୁ-କଶ୍ମୀରରୁ ନେଇ ଆସାମ ପର୍ଯ୍ୟନ୍ତ ଏନ୍ଆଇଏର ଚଢାଉ, ମାନବ ଚାଲାଣ ସହ ଜଡିତ ମାମଲାରେ ହେଉଛି କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ୮।୧୧: ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନ୍ଆଇଏ) ଜମ୍ମୁ-କଶ୍ମୀରରୁ ନେଇ ତାମିଲନାଡୁ ପର୍ଯ୍ୟନ୍ତ ଚଢାଉ ଜାରି ରହିଛି। ଜମ୍ମୁ-କଶ୍ମୀର ଜମ୍ମୁ ଏବଂ ସାମ୍ବା ସହରର ଅନେକ ସ୍ଥାନରେ ଏନ୍ଆଇଏ ପକ୍ଷରୁ ଚଢାଉ କରାଯାଇଛି। ଆସାମର ଗୁଆହାଟୀରେ ମଧ୍ୟ ଏହି ଚଢାଉ ଚାଲିଛି। ନକଲି…
ପାକିସ୍ତାନ ହାରିଲେ ଆଫଗାନିସ୍ତାନ ଯିବ ସେମିଫାଇନାଲ…
ନୂଆଦିଲ୍ଲୀ,୮।୧୧ : ବିଶ୍ୱକପ କ୍ରିକେଟ ୨୦୨୩ରେ ମଙ୍ଗଳବାର ଆଫଗାନିସ୍ତାନର ହୃଦୟ ଭାଙ୍ଗି ଯାଇଛି। ହାତକୁ ଆସିଥିବା ବିଜୟ ଗ୍ଲେନ ମ୍ୟାକ୍ସୱେଲଙ୍କ ଅପରାଜିତ ୨୦୧ ରନ ଦ୍ୱାରା ପରାଜୟରେ ପରିଣତ ହୋଇଛି। ଗ୍ଲେନ ମ୍ୟାକ୍ସୱେଲ ଆଫଗାନିସ୍ତାନର ଆଶାକୁ ଧୂଳିସାତ କରିଦେଇଛନ୍ତି। ଗ୍ଲେନ ମ୍ୟାକ୍ସୱେଲ…
ପାକିସ୍ତାନ ପାଇଁ ସେମିଫାଇନାଲ ରାସ୍ତା ଫିଟାଇଦେଲା ଅଷ୍ଟ୍ରେଲିଆ, ଜାଣନ୍ତୁ କ’ଣ ରହିଛି ସମୀକରଣ…
ନୂଆଦିଲ୍ଲୀ,୮।୧୧: ଆଫଗାନିସ୍ତାନ ବିପକ୍ଷରେ ପ୍ରାୟ ହାରିଯାଇଥିବା ମ୍ୟାଚରେ ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ନଂ-୬ରେ ଆସି ଏଭଳି ଏକ ଇନିଂସ ଖେଳିଛନ୍ତି ଯାହା କ୍ରିକେଟ ଇତିହାସରେ ଶତାବ୍ଦୀ ଧରି ସ୍ମରଣୀୟ ହୋଇରହିବ। ଆଫଗାନିସ୍ତାନ ଦେଇଥିବା ୨୯୨ ରନ୍ର ଟାର୍ଗେଟକୁ ପିଛା କରି…
କୁପାରୀରେ ପୁଣି ମାଙ୍କଡ଼ା ଚୋରାଚାଲାଣ
ଖଇରା, ୮।୧୧(ଉତ୍କଳବନ୍ଧୁ ପଣ୍ଡା):ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ କୁପାରୀ ଓ ବର୍ତ୍ତନା ରାଜସ୍ବ କ୍ଷେତ୍ରରେ କିଛି ଦିନର ନୀରବତା ପରେ ଏବେ ପୁଣିଥରେ ମାଙ୍କଡା ଚୋରାଚାଲାଣ ଆରମ୍ଭ ହୋଇଛି। ୧ମାସ ଧରି ଲୁଟେରାମାନେ ରାତିସାରା ଉଜାଗର ରହି ରାଣୀତାଲ-କୁପାରୀ, ଆମ୍ବହତା…
ନାବାଳିକାଙ୍କୁ ଅପହରଣ, ବଳାତ୍କାର: ଅଭିଯୁକ୍ତ ଗିରଫ
ରେଢ଼ାଖୋଲ,୮।୧୧ (ଅଚ୍ୟୁତାନନ୍ଦ ପୁରୋହିତ): ସମ୍ବଲପୁର ଜିଲା ରେଢ଼ାଖୋଲ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର କରିବା ଅଭିଯୋଗରେ ପୋଲିସ ସମ୍ପୃକ୍ତ ନାବାଳକ (ଏବେ ସାବାଳକ)ଙ୍କୁ ମଙ୍ଗଳବାର ଗିରଫକରି ସମ୍ବଲପୁର ଜୁଭେନାଇଲ କୋର୍ଟ ଚାଲାଣ କରିଛି। ସୂଚନାମତେ ପ୍ରାୟ ୬ମାସ…
୩୬ ଘଣ୍ଟା ପଡ଼ିରହିଲା ମୃତଦେହ
ଛେଣ୍ଡିପଦା,୮।୧୧(ଅଜିତ ଧଳ): ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିଲା। ହେଲେ ଦୁର୍ଘଟଣାସ୍ଥଳ କେଉଁ ଥାନା ଅଧୀନରେ ଆସୁଛି ତାହା ପୋଲିସ ଜାଣି ନ ପାରିବାରୁ ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରି ୩୬ ଘଣ୍ଟା କାଳ ପଡ଼ିରହିଥିଲା। ଶେଷରେ ରାଜସ୍ବ…
ଏକ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଯାଉଥିଲେ ପରିବାର, କେନାଲରେ ଖସିଲା କାର୍, ୫ ମୃତ
ବେଙ୍ଗାଲୁରୁ,୮।୧୧: କର୍ନାଟର ମାଣ୍ଡ୍ୟା ଜିଲାର ପାଣ୍ଡବପୁର ନିକଟରେ ମଙ୍ଗଳବାର ଏକ କାର୍ କେନାଲରେ ଖସିଯିବା ଫଳରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଉଦ୍ଧାର କାର୍ଯ୍ୟ ଚଳାଇଛି। ମାଣ୍ଡ୍ୟାସବ ଡିଭିଜନାଲ ଅଫିସର ନନ୍ଦୀଶ କହିଛନ୍ତି,…
ଦୀପାବଳି ପୂର୍ବରୁ ଏହି ରାଜ୍ୟ ସରକାର କର୍ମଚାରୀଙ୍କୁ ଦେଲେ ଉପହାର, ବଢାଇଲେ ମହଙ୍ଗା ଭତ୍ତା
ନୂଆଦିଲ୍ଲୀ,୮।୧୧: ଦୀପାବଳି ପୂର୍ବରୁ ଆସାମ ସରକାର ନିଜ କର୍ମଚାରୀଙ୍କୁ ଏକ ବଡ ଉପହାର ଦେଇଛନ୍ତି ଏବଂ ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ସରକାର ମହଙ୍ଗା ଭତ୍ତାକୁ ୪ପ୍ରତିଶତ ବୃଦ୍ଧି କରିଛନ୍ତି, ଏହା ପରେ ବର୍ତ୍ତମାନ ରାଜ୍ୟ ସରକାରୀ କର୍ମଚାରୀଙ୍କ…
ଦୁର୍ଦ୍ଦଶାରେ ଡେରାବିଶ ଆଦର୍ଶ ବିଦ୍ୟାଳୟ ଛାତ୍ରୀଛାତ୍ର
ଡେରାବିଶ, ୮।୧୧(ବେବର୍ତ୍ତା ଅଜୟ ଦାସ): ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ପ୍ରତ୍ୟେକ ବ୍ଲକ ଅଞ୍ଚଳରେ ଆଦର୍ଶ ବିଦ୍ୟାଳୟ ଖୋଲାଯିବା ପାଇଁ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ଉଦ୍ୟମ କରାଯାଇଛି। ଏହି ବିଭାଗ ଅଧୀନରେ ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ପକ୍ଷରୁ ଖୋଲା…
ଟିଏମ୍ସି ନେତା ଅଭିଷେକ ବାନାର୍ଜୀଙ୍କୁ ଇଡିର ସମନ
କୋଲକାତା,୮।୧୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭଣଜା ତଥା ତୃଣମୂଳ କଂଗ୍ରେସ (ଟିଏମସି)ର ରାଷ୍ଟ୍ରୀୟ ମହାସଚିବ ଅଭିଷେକ ବାନାର୍ଜୀଙ୍କ ଅଡୁଆ ବନ୍ଦ ହେବାର ନାଁ ନେଉନାହିଁ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପୁଣି ଥରେ ସମନ ଜାରି କରିଛି। ଗୁରୁବାର ତାଙ୍କୁ ପଚରାଉଚରା କରାଯିବ।…
୨୦୨୪: ୩୦ ସରକାରୀ ଛୁଟି, ୬ ଇଚ୍ଛାଧୀନ: ଶନିବାର, ରବିବାର ପଡୁଛି ୮ଛୁଟି
ଭୁବନେଶ୍ୱର,୮।୧୧(ଅନିଲ ଦାସ): ୨୦୨୪ କ୍ୟାଲେଣ୍ଡର ବର୍ଷ ପାଇଁ ରାଜ୍ୟ ସରକାର ସରକାରୀ ଛୁଟି ତାଲିକା ଜାରି କରିଛନ୍ତି। ରାଜସ୍ବ ଓ ବିପର୍ଯ୍ୟୟ ବିଭାଗ ପକ୍ଷରୁ ମଙ୍ଗଳବାର ଏ ନେଇ ବିଜ୍ଞପ୍ତି ଜାରି କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଆସନ୍ତା ବର୍ଷରେ ୩୦ଟି…
ଟ୍ରକ୍କୁ ଧକ୍କା ଦେଲା ଟ୍ରକ୍: ହେଲ୍ପର ଆଖିବୁଜିଲେ, ଡ୍ରାଇଭର ଗୁରତର
ବାଲେଶ୍ୱର,୮।୧୧(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ବସ୍ତା ଥାନା ୬୦ନଂ ଜାତୀୟ ରାଜପଥ ବସ୍ତା ବାଇପାସ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ସୂଚନାଯୋଗ୍ୟ, ବୁଧବାର ସକାଳ ସମୟରେ ୬୦ ନମ୍ବର…
Archives


