Home Left

ଡୋନାଲ୍ଡ ଟ୍ରମ୍ପଙ୍କୁ ମିଳିଲା ବଡ଼ ସଫଳତା

ଓ୍ବାଶିଂଟନ୍‌,୧୬।୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରିପବ୍ଲିକାନ ପାର୍ଟିରୁ ରାଷ୍ଟ୍ରପତିଙ୍କ ନାମାଙ୍କନ ପାଇଁ ପ୍ରଥମ ରେସ୍‌ ଜିତିଛନ୍ତି। ଜାନୁଆରୀ ୧୫ରେ ରିପବ୍ଲିକାନ ପାର୍ଟିର ଆଓ୍ବା କକ୍‌ସରେ ଡୋନାଲ୍ଡ ଟ୍ରମ୍ପ ଜିତିଛନ୍ତି। ଏହି ବିଜୟ କଳ୍ପନାକୁ ଆହୁରି ଦୃଢ କରିଦେଇଛି ଯେ…

ଇରାକ ସୀମା ଅତିକ୍ରମ କରି ମିଶାଇଲ୍‌ ମାଡ଼ କଲା ଇରାନ

ତେହେରାନ୍‌,୧୬।୧: ଇରାନ ଇରାକ ସୀମା ଅତିକ୍ରମ କରି ଇସ୍ରାଏଲର ମୋସାଦ୍‌ ମୁଖ୍ୟାଳୟରେ ଏକ ବାଲାଷ୍ଟିକ୍‌ ମିଶାଇଲ୍‌ ନିକ୍ଷେପ କରିଛି। ଏଥିରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ଇରାନର ରିଭୋଲ୍ୟୁସାରୀ ଗାର୍ଡମାନେ ଏହି ଆକ୍ରମଣ ବିଷୟରେ ସୂଚନା ଦେଇଛନ୍ତି। ସିରିଆରେ ଇସଲାମିକ ଷ୍ଟେଟ…

ଚୟନକର୍ତ୍ତା ପଦ ପୂରଣ କରିବ ବିସିସିଆଇ: ଜାନୁଆରୀ ୨୫ ରହିଛି ଆବେଦନପତ୍ର ଦାଖଲର ଶେଷ ଦିବସ

ନୂଆଦିଲ୍ଲୀ,୧୬ା୧: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସମ୍ଭବତଃ ପଶ୍ଚିମାଞ୍ଚଳରୁ ପ୍ରତିନିଧିତ୍ୱ କରୁଥିବା ପୂର୍ବତନ ପେସ୍‌ ବୋଲର ସଲିଲ ଆଙ୍କୋଲାଙ୍କ ସ୍ଥାନରେ ଜଣଙ୍କୁ ନିଯୁକ୍ତି ଦେବା ଲାଗି ସୋମବାର ଦରଖାସ୍ତ ଆହ୍ବାନ କରିଛି। କାରଣ ପଶ୍ଚିମାଞ୍ଚଳରୁ ପ୍ରତିନିଧିତ୍ୱ କରୁଥିବା ଅନ୍ୟ ଜଣେ…

ଦୁଇ ସପ୍ତାହରେ ଗିରଫ ହେଲେଣି ୫ ସରକାରୀ ବାବୁ

ଭୁବନେଶ୍ୱର,୧୬।୧(ସତ୍ୟଜିତ୍‌ ରାଉତ):ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀମାନେ ଭିଜିଲାନ୍ସ ଜାଲରେ ଧରାପଡୁଛନ୍ତି। ଚଳିତ ବର୍ଷ ଆରମ୍ଭରୁ ଏଭଳି ବାବୁଙ୍କ ଉପରେ ଭିଜିଲାନ୍ସ କଡ଼ା ନଜର ରଖିଛି। ଜାନୁଆରୀ ମାସର ୨ ସପ୍ତାହରେ ୫ ଅଧିକାରୀଙ୍କୁ ଗିରଫକରି କଡ଼ା ଚେତାବନୀ ଦେଇଛି। ଗିରଫ…

ପ୍ରଥମ ବିଜୟ ଲକ୍ଷ୍ୟରେ ସ୍ପୋଟର୍‌ସ ଓଡ଼ିଶା

ଭୁବନେଶ୍ୱର, ୧୬।୧ (ତପନ ସ୍ବାଇଁ): ଚଳିତ ଇଣ୍ଡିଆନ ଓମେନ୍ସ ଲିଗ୍‌ (ଆଇଡବ୍ଲ୍ୟୁଏଲ୍‌)ରେ ମଙ୍ଗଳବାର ସ୍ପୋଟର୍‌ସ ଓଡ଼ିଶା ଓ ହୋପ୍ସ ଏଫ୍‌ସି ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ସ୍ଥାନୀୟ କ୍ୟାପିଟାଲ ଫୁଟବଲ ଆରେନାରେ ଏହି ମ୍ୟାଚ ଖେଳାଯିବ। ସ୍ପୋଟର୍‌ସ ଓଡ଼ିଶା ଏପର୍ଯ୍ୟନ୍ତ ୫ଟି…

ମାସିକିଆ ବଟିଦେଇ ଖଣିରୁ ଲୁଟ୍‌

ଖୋର୍ଦ୍ଧା,୧୬ା୧(ପ୍ରଭାତ ପାଣିଗ୍ରାହୀ):ଖୋର୍ଦ୍ଧା ଜିଲାରେ ଖଣି ମାଫିଆଙ୍କ ଦୌରାତ୍ମ୍ୟ ବଢ଼ିଚାଲିଛି। ମାଫିଆମାନେ ବେଆଇନଭାବେ ପାହାଡ଼ ଖନନ କରିବା ସହ ଦୈନିକ ଶହ ଶହ ଟ୍ରକରେ ଲଘୁ ଖଣିଜ ସମ୍ପଦ ଜିଲା ତଥା ଜିଲା ବାହାରକୁ ଚାଲାଣ କରୁଛନ୍ତି। ମାଙ୍କଡ଼ା ପଥର, ମୋରମ, କଳାମୁଗୁନି…

କମୁନି ଅଳିଆ, ବଢ଼ିଚାଲିଛି ଟିଟିଏସ୍‌ ଆକାର

ଭୁବନେଶ୍ୱର, ୧୬।୧ (ବନ୍ଦନା ସେଠୀ):କାହିଁକି ଆଉ ସେ ଫଟୋ ଉଠାଉଛ। ଯେତେ ଫଟୋ ଉଠାଇଲେ, କି ଲୋକଙ୍କ ଅଭିଯୋଗ ଶୁଣିଲେ କିଛି ତ ଫଳ ମିଳୁନି। ଯୋଉ ଗନ୍ଧକୁ ସେଇ ଗନ୍ଧ ହଉଛିି। ବରଂ ଦିନରାତି ମେଶିନ୍‌ ଲଗାଇ ଅଳିଆ ଘାଣ୍ଟୁଥିବାରୁ…

କିଟ୍‌ରେ ଓ୍ବାଲର୍‌ଡ ଆଥ୍‌ଲେଟିକ୍ସ କୋଚ୍‌ ଏଜୁକେଶନ ପ୍ରୋଗ୍ରାମ

ଭୁବନେଶ୍ୱର, ୧୬।୧(ତପନ ସ୍ବାଇଁ): ଆଥ୍‌ଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ଆନୁକୂଲ୍ୟରେ ଓ୍ବାଲର୍‌ଡ ଆଥ୍‌ଲେଟିକ୍ସ କୋଚ୍‌ମାନଙ୍କର ଏଜୁକେଶନ ପ୍ରୋଗ୍ରାମ (ଲେଭଲ-୧) ସୋମବାର କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଆରମ୍ଭ ହୋଇଛି। ଓଡ଼ିଶାରେ ପ୍ରଥମଥର ପାଇଁ ଆୟୋଜନ ହୋଇଥିବା ଏହି ପ୍ରୋଗ୍ରାମ ୨୬ ତାରିଖ…

ଆଜିଠାରୁ ଆରମ୍ଭ ହେବ ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ପୂଜାବିଧି: ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ବିଷୟରେ ଜାଣନ୍ତୁ

ଅଯୋଧ୍ୟା,୧୬।୧: ଭବ୍ୟ ରାମମନ୍ଦିରରେ ରାମଲାଲାଙ୍କୁ ପ୍ରାଣ ପ୍ରତିଷ୍ଠା ରୀତିନୀତି ଆଜିଠାରୁ ଆରମ୍ଭ ହୋଇ ଜାନୁୟାରୀ ୨୧ ପର୍ଯ୍ୟନ୍ତ ଚାଲିବ। ଜାନୁଆରୀ ୧୮ରେ ଗର୍ଭଗୃହରେ ରାମଲାଲାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ। ଗତ ୭୦ ବର୍ଷ ଧରି ପୂଜାପାଠ କରୁଥିବା ବର୍ତ୍ତମାନର ପ୍ରତିମାକୁ ମଧ୍ୟ…

ନର୍ଥ ଇଷ୍ଟ ୟୁନାଇଟେଡର ପ୍ରଥମ ବିଜୟ

ଭୁବନେଶ୍ୱର, ୧୬।୧(ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା କଳିଙ୍ଗ ସୁପର କପ୍‌ ଫୁଟବଲ ଟୁର୍ନାମେଣ୍ଟରେ ନର୍ଥ ଇଷ୍ଟ ୟୁନାଇଟେଡ ପ୍ରଥମ ବିଜୟ ହାସଲ କରିଛି। ପିଚ୍‌-୧ରେ ସୋମବାର ଅନୁଷ୍ଠିତ ଦିବସର ପ୍ରଥମ ମ୍ୟାଚରେ ଏହି ଦଳ ଶିଲଂ ଲାଜଂ ଦଳକୁ ୨-୧…

ମ୍ୟାଚ ଡ୍ର, ଓଡ଼ିଶାକୁ ୩ ପଏଣ୍ଟ

ଭୁବନେଶ୍ୱର, ୧୬।୧ (ତପନ ସ୍ବାଇଁ): ଇନ୍ଦୋରସ୍ଥିତ ଇମରଲାଣ୍ଡ ହାଇଟ୍ସ ଇଣ୍ଟରନ୍ୟାଶନାଲ ସ୍କୁଲ ଗ୍ରାଉଣ୍ଡରେ ଓଡ଼ିଶା-ମଧ୍ୟପ୍ରଦେଶ ଏଲିଟ ଗ୍ରୁପ୍‌ ‘ଡି’ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚ ସୋମବାର ଶେଷ ହୋଇଛି। ମ୍ୟାଚରୁ ଫଳାଫଳ ମିଳିପାରି ନ ଥିବାବେଳେ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ…

ଜେଏଫ୍‌ଏସ୍‌ର ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୧୬।୧ : ଜିଓ ଫାଇନାନ୍‌ସିଆଲ ସର୍ଭିସ (ଜେଏଫ୍‌ଏସ୍‌)ର ନିର୍ଦ୍ଦେଶକ ମଣ୍ଡଳୀର ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ୨୦୨୩-୨୪ ଆର୍ଥିକ ବର୍ଷର ୩ୟ ତ୍ରୈମାସିକ ଫଳାଫଳ ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯାଇଥିଲା। ଚଳିତ ଆର୍ଥିକ ବର୍ଷର ଅକ୍ଟୋବରରୁ ଡିସେମ୍ବର ଶେଷ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri